ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍ଏଫ୍। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି। ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍ଏପ୍ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ […]
ନୂଆଦିଲ୍ଲୀ: ଅନଲକ୍-୪ ଗାଇଡ୍ଲାଇନ୍ (Unlock 4.0 Guideline) ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡ୍ ଲାଇନ୍ ଜାରି ହୋଇଛି। ଏହି ଅନୁସାରେ, ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋ ଟ୍ରେନ୍ ଆରମ୍ଭ ହେବ। ମେଟ୍ରୋ ରେଳ ଚଳାଚଳ ପାଇଁ ଏସ୍ଓପି ଜାରି ହେବ। ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ସେହିଭଳି ମନୋରଂଜନ, ରାଜନୈତିକ ସମାବେଶକୁ ମଧ୍ୟ ଅନ୍ଲକ୍-୪ରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍ଲକ୍-୪ ଗାଇଡ୍ ଲାଇନ୍ (Unlock 4.0 Guideline) ଜାରି କରାଯାଇଛି। ଗାଇଡ୍ଲାଇନ୍ରେ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନ ସହିତ ଶିକ୍ଷାଦାନ ପାଇଁ ମଧ୍ୟ ଗାଇଡ୍ଲାଇନ୍ରେ ନିୟମ କରାଯାଇଛି। ଏହି ଗାଇଡ୍ଲାଇନ୍ ଅନୁସାରେ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ବନ୍ଦ ରହିବ। ସ୍କୁଲ୍ କଲେଜ୍ ବନ୍ଦ ରହିଲେ ମଧ୍ୟ ଅନଲାଇନ ଶିକ୍ଷାଦାନ ଜାରି ରହିବ। ତା ସହିତ ଅନ୍ଲାଇନ୍ ଶିକ୍ଷାଦାନକୁ ଅଧିକ […]
ଭୁବନେଶ୍ୱର: ମହାନଦୀର ଭୟଙ୍କର ରୂପ। ହୀରାକୁଦ ଡ୍ୟାମ୍ରୁ ୪୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ଏଭଳି ସ୍ଥିତି କେଉଁଠି ଘାଇ ସୃଷ୍ଟି କଲାଣି, ଆଉ କେଉଁଠି ଧସେଇ ପଶିଲାଣି ଜନବସତିକୁ। ଉପରୁ ତଳ ମୁଣ୍ଡ ଯାଏଁ ଟଳମଳ ଅବସ୍ଥା। କଟକ ଜିଲ୍ଲା ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇ ଚାଷ ଜମି ସହ ଗାଁ ଭିତରକୁ ପ୍ରବେଶ କରିଛି ବନ୍ୟା ପାଣି। ଫଳରେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ। […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୪ ଗାଇଡ୍ଲାଇନ୍ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍ଡାଉନ୍ କରିବାର ଅଧିକାର ଉଠାଇ ନେଇଛନ୍ତି। ଏଣିକି କେନ୍ଦ୍ରର ବିନା ଅନୁମତିରେ ଲକ୍ଡାଉନ୍ କରିପାରିବେନି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି “ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୭୦୭୧୪ରେ ପହଞ୍ଚିଲା। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ରାୟଗଡ଼ାରୁ ସର୍ବାଧିକ ୪୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା- ୪୧୦, ଗଞ୍ଜାମ-୨୧୭, କଟକରୁ ୧୮୯, ବଲାଙ୍ଗିର-୧୭୩, କୋରାପୁଟ-୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡ଼-୧୩୮, ପୁରୀ-୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁର-୧୧୭, ମାଲକାନଗିରି-୮୧, ସୁନ୍ଦରଗଡ଼ରୁ ୭୮ ସୁସ୍ଥ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ବାରଣ କଲେ ସରକାର। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ୱର ୧୨ରୁ ୧୪ ଯାଏ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି SRC। ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲକଡାଉନ ଓ ସଟଡାଉନ ବାରଣ କରାଯାଇଛି। ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା କେନ୍ଦ୍ର ଷ୍ଟାଫଙ୍କ ସୁବିଧା ପାଇଁ ଏହା ବାରଣ କରାଯାଇଛି। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି […]
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ୍-୪ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଅନ୍ୟ କିଛି ଉପରେ ନିର୍ଦ୍ଦିଷ୍ଟ ସମୟ ପାଇଁ କଟକଣା ଜାରି କରାଯାଇଛି। ଯେପରି ସାମାଜିକ କାର୍ଯ୍ୟ ଖେଳ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୧ ତାରିଖରୁ ଅନୁମତି ମିଳିଛି। ତେବେ ଏହିସବୁ କାର୍ଯ୍ୟରେ ୧୦୦ରୁ ଅଧିକ ଲୋକ ସାମିଲ୍ ହୋଇପାରିବେ ନାହିଁ। ଜାରି ହୋଇଥିବା […]
କୋଟାବାଟୋ: ଦକ୍ଷିଣ ଫିଲିପାଇନ୍ସରେ ଏକ ମିଲିଟାରୀ ପ୍ଳେନ୍(ସେନା ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ସେନା ବିମାନ C-130 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ରବିବାର ଏହି ଘଟଣା ଘଟିଛି। ଏନେଇ ସଶସ୍ତ୍ର…
ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ। ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି। ଏବେ ଡ୍ୟାମକୁ ୮,୯୫, ୬୦୦ କ୍ୟୁସେକ୍ ପଶୁଛି, ୭, ୬୨, ୧୯୫ କ୍ୟୁସେକ୍ ବାହାରୁଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି ସେ କହିଛନ୍ତି। ମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢ଼େ ୧୦ […]
ଭୁବନେଶ୍ୱର: ମହାମାରୀ କରୋନା ମଣିଷକୁ ଦୁଃଖ ଦେଇଥିଲେ ବି ଦେଇଛି ଆଶ୍ୱାସନା। ହୃଦୟ ଖୋଲିଦେଲେ ଦୁନିଆର ଦୁଃଖ ରହିବନି-ଏହି ସତ୍ୟକୁ ଆଜି ମଣିଷ ଅନୁଭବ କରିଛି। ଏହି ଦୁଃସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବହୁତ ସହୃଦୟ ଲୋକ। ଏମିତି ଜଣେ ସହୃଦୟ ବ୍ୟକ୍ତି ହେଉଛନ୍ତି କଣ୍ଠଶିଳ୍ପୀ ବସନ୍ତ ପାତ୍ର। କରୋନା ମହାମାରୀ ସମସ୍ତଙ୍କ ମୁହଁରୁ ଛଡ଼େଇ ନେଇଛି ହସ। ଖଟିଖିଆ ମଣିଷମାନଙ୍କ ପେଟରୁ କାଟି ନେଇଛି ଦାନା। ସବୁଠି କାମଧନ୍ଦା ବନ୍ଦ। ବେପାର […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୫୦୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୩୪୫ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି। ଏହାକୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଞ୍ଚିଛି। ୫୭୬୪ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୩୬୯୩ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ […]
କଟକ: ସାଂଘାତିକ ହେଉଛି ମହାନଦୀରେ ବନ୍ୟା ସ୍ଥିତି। ଫଳରେ ମହାନଦୀ ବନ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍ର ୪୬ଟି ଗେଟ୍ ଖୋଲାଯିବା ପରେ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବସହ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ବାଙ୍କୀରୁ ବୈଦେଶ୍ୱରକୁ ମଧ୍ୟ ଯା’ଆସ ପ୍ରଭାବିତ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଫୁଲିବାରେ ଲାଗିଛି। ଫଳରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିବାବେଳେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ମହାନଦୀର ଶାଖାନଦୀରେ ବନ୍ୟା ଆସିବାରୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।ଘାଇ ସୃଷ୍ଟି ହେବା ଫଳରେ ବାଙ୍କୀ, ତୁଳସୀପୁର ହୋଇ ଉଷ୍ଣ ପ୍ରସ୍ରବଣରେ ବନ୍ୟା ଜଳ ପ୍ରବେଶ କରିଛି। ଅନ୍ୟପକ୍ଷେ, ଜଟଣୀର ତିରିମଲଠାରେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ଭୋର ସମୟରେ ଘାଇ ସୃଷ୍ଟି […]
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାର CBI ତଦନ୍ତ ଜାରି ରହିଛି। ଏସବୁ ଭିତରେ ସୁଶାନ୍ତଙ୍କ ସହ ଜଡ଼ିତ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ସୁଶାନ୍ତଙ୍କୁ କାହିଁକି ଏକାଦଶ ଶ୍ରେଣୀର ପ୍ରଥମ ଦିନରେ ଦଣ୍ଡ ମିଳିଥିଲା, ଏହାର ଖୁଲାସା କରିଛନ୍ତି ସୁଶାନ୍ତଙ୍କ ଜଣେ ସାଙ୍ଗ। ଉଚ୍ଚଶିକ୍ଷା ପାଇଁ ୨୦୦୧ରେ ସୁଶାନ୍ତ ବିହାରରୁ ନୂଆଦିଲ୍ଲୀ ଆସିଥିଲେ। ସେ କୁଲାଚି ହଂସରାଜ ମଡେଲ୍ ସ୍କୁଲ୍ରେ ଆଡମିଶନ୍ ନେଇଥିଲେ। ସେହି ସମୟରେ ସେ ଅଳ୍ପ କିଛି […]
ଶ୍ରୀନଗର: ସହିଦ ହେଲେ କିନ୍ତୁ ଆତଙ୍କବାଦୀଙ୍କୁ ଛାଡ଼ିଲେ ନାହିଁ ଏଏସ୍ଆଇ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ଜଣେ ଏଏସ୍ଆଇ ସହିଦ ହୋଇଥିବା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଶ୍ରୀନଗରର ପାଟନା ଚୌକଠାର ଏହି ଏନ୍କାଉଣ୍ଟର ହୋଇଛି। ପଟନା ଚୌକଠାରେ ଥିବା ଏକ ପୁଲିସ ଓ ସିଆର୍ପିଏଫ୍ ଚେକ୍ପଏଣ୍ଟ ଉପରେ ଆତଙ୍କବାଦମାନେ ଆକ୍ରମଣ କରିଥିଲେ। ଏହାପରେ ପୋଲିସ ଓ ଯବାନ ମିଳିତ ଭାବେ ଆତଙ୍କବାଦୀଙ୍କ ଗୁଳିର ଯବାବ ଦେଇଥିଲେ […]
ମାଲକାନଗିରି: ମହଙ୍ଗା ପଡ଼ିଲା ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା। ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାର ଜଣେ ASI ଓ ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ଜଣେ SI ସସ୍ପେଣ୍ଡ ହୋଇଛନ୍ତି। ସୂଚନାଥାଉ କି, ୪ ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣା ଜଣାପଡ଼ିବା ପରେ […]
ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ ମନ୍ କି ବାତ୍ କାର୍ଯ୍ୟକ୍ରମର ୬୮ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହା ପୂର୍ବରୁ ଏହି ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବା ଅବଶ୍ୟକ ସେ ନେଇ ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ NaMo ଓ MyGov ଆପ୍ରେ ବ୍ୟବହାର କରି ମେସେଜ୍ ଲେଖି ପଠାଇବା କିମ୍ବା ୧୮୦୦-୧୧-୭୮୦୦କୁ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୩,୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର୍ କରିଛି। ଚିହ୍ନଟ ନୂଆ ୩,୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା […]
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪ଜଣ, ଭୁବନେଶ୍ୱର, କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ ଛୁଇଁଛି। ଅନ୍ୟପକ୍ଷରେ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ […]