ଭୁବନେଶ୍ୱର: ୨୦୧୯ ମେ ୩ ତାରିଖରେ ଆସିଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’। ଏଥିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ବାତ୍ୟା ମାଡ଼ରୁ ବର୍ତ୍ତିନଥିଲା ରାଜଧାନୀ ଭୁବନେଶ୍ୱର। ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସବୁଜିମା। ଆଜି ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସଂପର୍କରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ‘ଫୋନି’ ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର […]
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ)କୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ସ୍ୟାଟ୍ ବାର ଆସୋସିଏସନ ପକ୍ଷରୁ ଏହି ମାମଲା କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ସ୍ୟାଟ୍ ଉଚ୍ଛେଦ ପାଇଁ ଗତକାଲି କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ ଜାରି କରିଥିଲେ। ନୂଆ ବିଜ୍ଞପ୍ତିରେ ୧୯୮୬ ଜୁଲାଇ ୪ ତାରିଖରେ ଓଡ଼ିଶା ପ୍ରଶାସନିକ […]
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍ ବାହାରେ ଅଗ୍ନିକାଣ୍ଡ। ରେଳ ଷ୍ଟେସନ୍ର ଯାତ୍ରୀ ବିଶ୍ରାମ ଗୃହ ନିକଟରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବା ପରେ ବିଶ୍ରାମ ଗୃହ ଭିତରେ ଧୂଆଁ ପଶି ଯିବାରୁ ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବିଶ୍ରାମ ଗୃହ ନିକଟରେ ଥିବା ପ୍ଲାଷ୍ଟିକ୍ ସାମଗ୍ରୀରୁ […]
ନବରଙ୍ଗପୁର: ଜଣେ ବିବାହିତା ମହିଳାଙ୍କୁ ଅପହରଣ କରି ୨ ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହର୍ତ୍ତା। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନାରଙ୍ଗପୁର ଗାଁରୁ। ନାରଙ୍ଗପୁର ଗାଁର ପ୍ରତିମା ନାଇକ ନାମ୍ନୀ ମହିଳା ୪ ବର୍ଷ ତଳେ ବିବାହ କରିଥିଲେ। ହେଲେ ସେ ଦୀର୍ଘ ଦିନ ଧରି ବାପ ଘରେ ରହି ଆସୁଥିଲେ। ତେବେ ତାଙ୍କୁ କେହି ଅପହରଣ କରି ୨ ଲକ୍ଷ ଟଙ୍କା ଦାବି କରୁଥିବା ପ୍ରତିମାଙ୍କ ବାପା ଚାନ୍ଦୁ ଘସିପୁରା […]
ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ଗାଁ ମଶାଣିରେ ଶବ ଦାହ କରିବାକୁ ମନାକଲେ ଗାଁ ମୁଖିଆ। ଉପାୟ ନ ପାଇ ଗାଁ ଠାରୁ ୧୦ କିଲୋମିଟର ଦୂର ନଦୀ ପଠାରେ ପରିବାର ଲୋକେ କଲେ ଶବ ଦାହ । ଏଭଳି ଅଭିଯୋଗ ଅସିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଆମ୍ବଳିଅଠା ଗାଁରୁ। ଅଭିଯୋଗ ଅନୁସାରେ କିଛିମାସ ତଳେ ଗାଁର ଗିରିଜା ଜେନାଙ୍କ ସହ ଗାଁ ମୁଖିଆ ଓ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା । ସୋମବାର […]
ଭୁବନେଶ୍ୱର: ଏଥର ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ପରେଡ଼ ହେବ । ରାଜ୍ୟସ୍ତରୀୟ ପରେଡ଼ରେ ଭାଗନେବେ ମୋଟ ୪ଟି ଟ୍ରୁପ୍ । ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ ମଧ୍ୟ ଚଳିତ ପରେଡରେ ଭାଗ ନେବେ। ଏଥି ସହିତ ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ […]
ଭୁବନେଶ୍ୱର: ବାଦ୍ ପଡ଼ିବେ କାଳିଆ ଅଯୋଗ୍ୟ ହିତାଧିକାରୀ। କାଳିଆ ଯୋଜନାରେ ଚାଷୀଙ୍କ ତାଲିକାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କୃଷି ସଚିବ ସୌରଭ ଗର୍ଗ। ରାଜ୍ୟରେ ଏହି ଯୋଜନାରେ ସାମିଲ ହୋଇଥିବା ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ୱେବ୍ସାଇଟରେ ଅଛି। ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି। ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ହୋଇଛନ୍ତି। ତେବେ ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ଏବଂ ସେମାନଙ୍କୁ ଯୋଜନାରୁ ବାଦ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସେରପାଲୀ ଗାଁରେ ଅଜୟ ବୁରୁଦାଙ୍କ ଘର। ଅଜୟ ତାଙ୍କ ଘରେ ଏକ କୁକୁଡ଼ା ଫାର୍ମ କରିଥିଲେ। ଆଜି ସକାଳେ ହଠାତ୍ କୁକୁଡାମାନେ ଜୋରରେ ରାବି ଉଠିଥିଲେ। କ’ଣ ହେଲା ବୋଲି ପରିବାର ଲୋକେ କୁକୁଡ଼ା ଘରକୁ ଦୌଡ଼ି ଯାଇଥିଲେ। ହେଲେ ସେଠାରେ ଯାହା ଦେଖିଲେ ସେମାନଙ୍କର ହୋସ୍ ଉଡ଼ିଗଲା। ବିରାଟ ଏକ ଅଜଗର କୁକୁଡ଼ା ଘରେ ପଶିଯାଇଛି। କୁକୁଡ଼ା ଖାଇବା ପାଇଁ ସାପଟି ପଶି ଆସିଥିବା ଅନୁମାନ କରାଯାଉଛି। ଅଜଗରର ଲମ୍ବ ପ୍ରାୟ ୧୦ […]
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପରିଚାଳନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଛତିଶଗଡ଼ର ନିୟୁ ରାୟପୁରରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ହେଉଛି । ଏହି ଅନ୍ତଃରାଜ୍ୟ ବୈଠକରେ ହୀରାକୁଦ ଜଳ ଭଣ୍ଡାରରେ ବନ୍ୟା ଜଳ ପରିଚାଳନା ଓ ନିୟନ୍ତ୍ରଣ ନେଇ ଆଲୋଚନା ହେବ। ଜଳଭଣ୍ଡାରରେ ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନ ନେଇ ଦୁଇ ରାଜ୍ୟର ଅଧିକାରୀ ତଥ୍ୟ ଆଦାନ ପ୍ରଦାନ କରିବେ । ଏହାସହ ବନ୍ୟାଜଳ ନିୟନ୍ତ୍ରଣ ଓ ନିଷ୍କାସନ […]