• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1
ଟ୍ରିପଲ୍‌ ତଲାକ୍ ବିଲ୍ ପାସ୍ ବେଳେ କାହିଁକି ଅନୁପସ୍ଥିତ ଥିଲେ ରଞ୍ଜୀବ ବିଶ୍ୱାଳ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ପାସ୍ ବେଳେ କଂଗ୍ରେସ ଏମ୍.ପି. ରଞ୍ଜୀବ ବିଶ୍ୱାଳ ଗୃହରେ ଅନୁପସ୍ଥିତ ଥିଲେ।  ଗତକାଲି ବିଲ୍ ଉପରେ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ କଂଗ୍ରେସ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫ କଂଗ୍ରେସ ସାଂସଦ ଭୋଟିଂ ବେଳେ ଗୃହରେ କାହିଁକି ଅନୁପସ୍ଥିତ ଥିଲେ ? ଏ ନେଇ ଚାଲିଛି ଚର୍ଚ୍ଚା। ରଞ୍ଜୀବଙ୍କ ବ୍ୟତୀତ ବିବେକ ଟଙ୍ଖା, ପ୍ରତାପ ସିଂ ବାଜୱା, […]

ritul
ବାଜ୍ୟାପ୍ତ ହେଲା କମଲ ନାଥଙ୍କ ଭଣଜାଙ୍କ ନାଁରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ଆୟକର ବିଭାଗର ଦିଲ୍ଲୀ ୟୁନିଟ୍‌ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଆୟକର ବିଭାଗ ତାଙ୍କ ନାମରେ ଥିବା କିଛି ଇକ୍ୱିଟି ଶେୟାର ଏବଂ ଅନ୍ୟାନ୍ୟ ଶେୟାର ମଧ୍ୟ ନିଜ ଦଖଲକୁ ନେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ଅର୍ଥ ଏଫ୍‌ଡିଆଇ ଯୋଗେ ରାଜୀବ ସାକ୍ସେନା ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଆସିଛି। ରାଜୀବ ଅଗୁସ୍ତା […]

snake
ଫାର୍ମରେ ପଶି କୁକୁଡା ଖାଇଦେଲା ଅଜଗର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଲରାସରା ଗାଁରେ ଏକ ଅଜଗର  କୁକୁଡା ଗିଳି ଦେଇଛି। କିଛି ସମୟ ପରେ ଏହାକୁ ଓଗାଳିଛି। ଏମିତି ଏକ ଦୃଶ୍ୟକୁ ଗାଁ ଲୋକେ କ୍ୟାମେରାରେ ରେକର୍ଡିଂ କରିଛନ୍ତି। ପ୍ରାୟ ୭ ଫୁଟ ଲମ୍ବର ଏହି ଅଜଗର ସାପ। ଏକ କୁକୁଡ଼ା ଫାର୍ମରେ ପଶି ଗୋଟିଏ କୁକୁଡ଼ାକୁ ଗିଳି ଦେଇଥିଲା । ଏହାପରେ ସାପର ପେଟ ଫୁଲିଯିବା ସହ ଆଉ କୁଆଡେ ଯାଇପାରି ନଥିଲା । କିଛି ସମୟ ପରେ ସାପର […]

rakhi
ଲୁଚି ଛପି କାହାକୁ ବାହା ହେଲେ ରାକ୍ଷୀ ସାୱନ୍ତ !

ମୁମ୍ୱାଇ: ଗ୍ଲାମର୍‌ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ  ପୁଣିଥରେ ଚର୍ଚ୍ଚାରେ। ଦିପକ୍‌ କଲାଲ୍‌ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଶୁଣାଯାଉଥିଲା । କିନ୍ତୁ ଏବେ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ବିବାହ କରି ସାରିଲେଣି। ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍‌ରେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିଛନ୍ତି। ଏହି ବିବାହ ସମସ୍ତଙ୍କ ଅଜାଣତରେ ହୋଇଛି । ବିବାହରେ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ୪ ରୁ ୫ ଜଣ ଅତିଥି ସାମିଲ […]

letter
ବହୁତ ଲଢିଲି...ଆଉ ପାରୁନି...ଏମିତି ଭାବପୂର୍ଣ୍ଣ ଥିଲା ସିଦ୍ଧାର୍ଥଙ୍କ ଶେଷ ଚିଠି

‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ  ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି।  ସିଏ ମୋତେ ଶେୟାର ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି। ଏଥିପାଇଁ ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କରଜ ଆକାରରେ ବହୁତ ଅଧିକ ଟଙ୍କା ଆଣିଛି। ଏବେ […]

loot1
ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଲୁଟେରାରାଜ୍‌। ଦିନ ଦ୍ୱିପହରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି । ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳରେ ଜଣେ ରେଲ୍‌ୱେ କର୍ମଚାରୀଙ୍କ ପତ୍ନୀଙ୍କଠାରୁ ସୁନା ଅଳଙ୍କାର ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ୩ ଜଣ ଦୁର୍ବୃତ୍ତ।  ଆଜି ସକାଳେ ମହିଳା ଜଣକ  ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ବ୍ରହ୍ମପୁର ଯାଉଥିଲେ। ଘରୁ ଏକ ଅଟୋରେ ବସି ସମସ୍ତେ ଷ୍ଟେସନ  ଯାଉଥିଲେ। ଗାଡ଼କଣ ନିକଟରେ ୩ଜଣ ଦୁର୍ବୃତ୍ତ ଅଟୋକୁ ଅଟକାଇଥିଲେ।  […]

jagakalaia
ଗାଁକୁ ଫେରିପାରୁ ନ ଥିବାରୁ କ୍ଷୋଭ ପ୍ରକାଶ କଲେ ଜଗା-କାଳିଆଙ୍କ ବାପା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଥିବା ମୁଣ୍ଡ ଯୋଡ଼ା ଶିଶୁ ଜଗା-କାଳିଆଙ୍କ ବାପା ଭୂୟାଁ କହଁର ଗାଁକୁ ଫେରିବାକୁ ଚାହୁଁଛନ୍ତି।  ହେଲେ ଗାଁକୁ ଆସିବାକୁ ତାଙ୍କୁ ଅନୁମତି ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,  ଘରକୁ ଫେରିବାକୁ ଚାହୁଁଥିଲେ ବି ରାଜ୍ୟ ସରକାର ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଭୂୟାଁ ଓଟିଭିକୁ କହିଛନ୍ତି ଯେ, ୨ ବର୍ଷ ହେଲାଣି […]

Capture
ଜେଲ୍‌ରେ ଗୋଷ୍ଠୀ ସଂଘର୍ଷ, ୫୭ ମୃତ, ୧୭ ଜଣଙ୍କ ମୁଣ୍ଡ କାଟିଦେଲେ

ରିଓ ଡେ ଜାନେଇରୋ: ବ୍ରାଜିଲର ଅଲଟାମୀରାରେ ଥିବା ଏକ ଜେଲ୍‌ରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଜେଲରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ୫୭ ଜଣ କଏଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୧୬ ଜଣଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟା ବେଳେ ଅଲଟାମୀରାରେ ଥିବା ଜେଲ୍‌ରେ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଜେଲରେ ବନ୍ଦୀ ଥିବା ଗୋଟିଏ ଗୋଷ୍ଠୀ ପ୍ରଥମେ ପ୍ରତିପକ୍ଷ ଗ୍ୟାଙ୍ଗର […]

3975
ଗାଁ ଉପରେ ଖସି ପଡ଼ିଲା ସେନା ବିମାନ; ୧୭ ମୃତ

ଇସଲାମାବାଦ: ପାକିସ୍ତାନର ରାୱଲପିଣ୍ଡିଠାରେ ଆଜି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ସେନାର ଏକ ବିମାନ ଏଠାରେ ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ବିମାନରେ ୫ ଜଣ ଯବାନ ଓ ୧୨ ଜଣ ସାଧାରଣ ନାଗରିକ ରହିଥିଲେ। ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ବିମାନଟି ଯେହେତୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିଥିଲା, ତେଣୁ ଏଠାରେ ଥିବା ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଆକଶରେ ଉଡ଼ୁଥିବା ବେଳେ […]

hrpc
ଆଇଆଇସିଙ୍କୁ ମାଡ଼ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା HRPC ଟିମ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଆଇଆଇସିଙ୍କୁ ମାଡ଼ମରା ଘଟଣାର ତଦନ୍ତ କରୁଥିବା HRPC ଟିମ୍ ଆଜି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ୍ ମେଡିକାଲ ଯାଇ ସିଡିଏମ୍ଓଙ୍କୁ ଭେଟିଛି। ଏଥିସହ ଆହତ ପୋଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ ନାବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ମଧ୍ୟ ଟିମ୍ ଆଲୋଚନା କରିଛି । ତେବେ ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଗଣମାଧ୍ୟମକୁ ସବିଶେଷ […]

11111
ରେଳ ଧାରଣାରୁ ମିଳିଲା ସେନା ଅଧିକାରୀଙ୍କ ଖଣ୍ଡ ବିଖଣ୍ଡିତ ଶବ

ନୂଆଦିଲ୍ଲୀ: ଦିଲ୍ଲୀ ରେଲୱେ ଷ୍ଟେସନ ଟ୍ରାକ୍‌ରୁ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀଙ୍କ ନାଁ କ୍ୟାପଟନ୍‌ ଡାକ୍ତର ଦିବାକର ପୁରୀ। ତାଙ୍କ ଘର ଦିଲ୍ଲୀର ରୋହିଣୀ ଅଞ୍ଚଳରେ। ବୟସ ୨୬ ବର୍ଷ। ସେ ସେନାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କୁ କେହି ସନ୍ଦିଗ୍ଧ ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ୟାପଟନ୍ ଦିବାକରଙ୍କ ପୋଷ୍ଟିଂ  ଦିଲ୍ଲୀରେ […]