ନୂଆଦିଲ୍ଲୀ:କୋଭିଡ୍-୧୯ ଲକଡାଉନ୍ ସମୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ଟଙ୍କା ଫେରାଇବାକୁ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ। ଯଦି କୌଣସି ଯାତ୍ରୀ ଟଙ୍କା ଫେରାଇବାକୁ ଦାବି କରନ୍ତି, ତେବେ ବିନା ବାତିଲ୍ ଶୁଳ୍କରେ ଟଙ୍କା ଫେରାଇବାକୁ ଡିଜିସିଏ କହିଛନ୍ତି। ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଲକ୍ଡାଉନର ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଡିଜିସିଏ ପକ୍ଷରୁ ସମସ୍ତ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। […]
ନୂଆଦିଲ୍ଲୀ:କରୋନା ବିରୋଧରେ ଲଢ଼େଇ ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ ବା ପିପିଇର ଅଭାବ ଦୂର କରିବା ପାଇଁ ସରକାର ଚୀନରୁ ମଗାଇଛନ୍ତି କିଟ୍। ତଥାପି ଏହି ସମସ୍ୟାରୁ ମୁକ୍ତି ମିଳିବ ନାହିଁ। କାରଣ ଚୀନରୁ ଆସୁଥିବା ଏହି ଉପକରଣରୁ ଅନେକ ବ୍ୟବହାର ଉପଯୋଗୀ ହେଉ ନ ଥିବା ଅଭିଯୋଗ ଆସିଛି । ଇତିମଧ୍ୟରେ ଚୀନରୁ ୬.୫ ଲକ୍ଷ ଟେଷ୍ଟିଂ କିଟ୍ ଆସୁଛି ଯାହା ଆଜି ଆସି ଭାରତରେ ପହଞ୍ଚିବ। କେବଳ ଭାରତ ନୁହେଁ, ବିଶ୍ୱର ଅନେକ […]
ବେଜିଂ: କରୋନା ଭାଇରସର ଉତ୍ପତିସ୍ଥଳ ଚାଇନା । ହେଲେ ଏହି ଭାଇରସ ଆଜି ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚୀନର ଉହାନରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଉହାନ ସହରରୁ ଲକଡାଉନ ହଟିଛି । ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ହେଲେ ପୁଣି ଖବର ମିଳିଛି, ଚାଇନାକୁ ଫେରିଛି କରୋନା ଭାଇରସ । ଆଉ ଏହାର କାରଣ ହେଉଛି ଚୀନକୁ ଆସୁଥିବା ବିଦେଶୀ ନାଗରିକ। ଚୀନରେ ୪୦ଟି ନୂଆ କରୋନା […]
ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ଫଟୋ । ମୋଦି ତାଙ୍କ ଟ୍ୱିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋକୁ ଆଜି ବଦଳାଇ଼ଛନ୍ତି। ମୋଦି ଏଥିରେ କାନ୍ଧରେ ପକାଇଥିବା ଗାମୁଛାରେ ନାକ ଓ ପାଟିକୁ ଢାଙ୍କିଥିବା ଦେଖିବାକୁ ମିିଳିଛି। କରୋନା କବଳରୁ ବର୍ତ୍ତିବାକୁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଯାଉଛି । ମାସ୍କ ଉପଲବ୍ଧ ନଥିଲେ ରୁମାଲ, ଗାମୁଛା, ଶାଢ଼ୀ, ଓଢ଼ଣୀ ଆଦିକୁ ମଧ୍ୟ ପରସ୍ତ ପରସ୍ତ କରି ପାଟି ଓ ନାକକୁ ଢାଙ୍କି ହେବ । […]
ନୂଆଦିଲ୍ଲୀ: ଲକଡାଉନ ଅବଧି ମେ ୩ ଯାଏ ବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରେଲୱେ ବୋର୍ଡ ପକ୍ଷରୁ ସମସ୍ତ ଟ୍ରେନ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ଦେଶରେ ମେ ୩ ଯାଏ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ କରିବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ କଟାଯାଇଥିବା ଟିକେଟର ମୂଲ୍ୟ ଯାତ୍ରୀଙ୍କୁ ଫେରସ୍ତ ମିଳିବ ବୋଲି ବୋର୍ଡ ଜଣାଇଛି । ପରବର୍ତ୍ତୀ ଆଦେଶ ଯାଏ […]
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ଡାଉନ୍ ଅବଧି ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜି ଶେଷ ହେଉଛି। ହେଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ନବୀନଙ୍କ ଏପରି ପଦକ୍ଷେପକୁ ଅନ୍ୟରାଜ୍ୟମାନେ ମଧ୍ୟ ଆପଣେଇଛନ୍ତି। ଆଜି ସକାଳ ୧୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଲକ୍ଡାଉନକୁ ନେଇ କିଛି ବଡ ଘୋଷଣା କରିପାରନ୍ତି। ହେଲେ ତା‘ ପୂର୍ବରୁ କରୋନା ସଂକ୍ରମଣ […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ହେଲେ ମୋଦିଙ୍କ ସମ୍ବୋଧନର ଠିକ୍ ୩ ଘଣ୍ଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ କଂଗ୍ରେସର ଟ୍ୱିଟର ହାଣ୍ଡେଲ୍ରେ ସେୟାର କରାଯାଇଛି। ଭିଡିଓରେ ସୋନିଆ କହିଛନ୍ତି,“କରୋନା […]