ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ନିୟୋଜିତ ଲୋକଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ହେବ ଜେଲଦଣ୍ଡ। କରୋନା ରୋଗୀଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଅଣିଛନ୍ତି ନୂଆ ଅଧ୍ୟାଦେଶ। ଏହି ଅଧ୍ୟାଦେଶରେ ରହିଛି କଠୋର ଦଣ୍ଡବିଧାନ ବ୍ୟବସ୍ଥା । ଏପିଡେମିକ ଡିଜିଜ […]
ନୂଆଦିଲ୍ଲୀ: ଦେଶରେ ୨୦ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୫୨ରେ ପହଞ୍ଚିଛି । ଦେଶର ବିଭିନ୍ନ ସ୍ଥାନରେ ଆରୋଗ୍ୟ ହାର ଉତ୍ସାହଜନକ ରହିଥିଲେ ମଧ୍ୟ ମୁମ୍ବାଇ, ଇନ୍ଦୋର, ଜୟପୁର ପରି ୫ଟି ବଡବଡ ମହାନଗରର ଆରୋଗ୍ୟ ହାର କମ୍ ଥିବାରୁ ଚିନ୍ତା ବଢାଇ ଦେଇଛି। ଦେଶରେ ଏବେ ସୁଦ୍ଧା ୩ ହଜାର ୯୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ୧୫ ହଜାର ୮୫୯ ସଂକ୍ରମିତ ବିଭିନ୍ନ […]
ନୂଆଦିଲ୍ଲୀ:କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍ ଡାଉନ। ଇତି ମଧ୍ୟରେ ଦିଲ୍ଲୀ ମାଇକ୍ରୋବ୍ରୁଅରିଜ୍ ହଜାର ହଜାର ଲିଟର ବିଅର ଡ୍ରେନ୍ରେ ଫୋପାଡିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏନ୍ସିଆର ପାଖାପାଖି ୧ ଲକ୍ଷ ଲିଟର ଫ୍ରେଶ ବିଅର ଡ୍ରେନ୍ରେ ଭସାଇ ଦେଇଛନ୍ତି। କାରଣ ଏହା ପ୍ଲାଣ୍ଟରେ ଥିଲା। ବୋତଲରେ ରଖା ଯାଇ ନ ଥିଲା। ଏହାକୁ ସୁରକ୍ଷିତ ରଖିବାକୁ ହେଲେ ଯଥେଷ୍ଟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ବିଆର ପ୍ଲାଣ୍ଟ […]
ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଏନକାଉଣ୍ଟର। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି ।ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରଥମେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଆଉ ଦୁଇ ଆତଙ୍କବାଦୀ ଲୁଚି ରହିଥିବାରୁ ଅପରେସନ ଜାରି ରହିଛି । ପରେ ଆଉ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଗତ ଏକମାସ ମଧ୍ୟରେ […]
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ଉପାୟରେ କରଯାଉଛି ମୁକାବିଲା। ତଥାପି କରୋନାକୁ ସମ୍ପୂର୍ଣ୍ଣ ହରାଇବା ସମ୍ଭବ ହୋଇ ପାରୁନି। ତେଣୁ କୋଭିଡ୍ ୧୯ ମୁକାବିଲା ଲାଗି ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଟେଲିଫୋନିକ ସର୍ଭେ । ଲୋକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି କି ନାହିଁ ସେ ନେଇ ଟେଲିଫୋନ୍ ଯୋଗେ ତଥ୍ୟ ସଂଗ୍ରହ କରାଯିବ। ମୋବାଇଲ ଫୋନ୍ ମାଧ୍ୟମରେ ସବୁ ନାଗରିକଙ୍କୁ ଫୋନ୍ କରାଯିବ। ସେମାନଙ୍କଠାରୁ ତଥ୍ୟ ନିଆଯିବ । […]
ଭୁବନେଶ୍ୱର: କୋହଳ ହୋଇଛି ଲକ୍ଡାଉନ ନିୟମ। ଲକ୍ ଡାଉନ ସମୟରେ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ ଏବଂ ଇଲେକ୍ଟ୍ରି ଫ୍ୟାନ ଦୋକାନ ଖୋଲା ରହିବ ବୋଲି ଅନୁମତି ମିଳିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ବହି ଓ ଫ୍ୟାନ ଦୋକାନ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ସେହିପରି କିଛି ଅତ୍ୟାବଶ୍ୟକୀୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଏଭିତରେ ରହିଛି ପାଉଁରୁଟି ଫ୍ୟାକ୍ଟ୍ରି , କ୍ଷୀର ପ୍ରକ୍ରିୟାକରଣ […]
ଭୁବନେଶ୍ୱର: ୫ ଦିନର କଷ୍ଟ ସାଧ୍ୟ ସମୁଦ୍ର ଯାତ୍ରା। ଭୋକ, ଉପାସରେ ୫ ଦିନର ଯାତ୍ରା ପରେ ନିଜ ଗାଁରେ ଏବେ ଆସି ପହଞ୍ଚିଛନ୍ତି ୨୭ ଜଣ ମତ୍ସଜୀବୀ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଶ୍ରୀକାକୁଲ୍ଲମ୍ ଜିଲ୍ଲାର ସମୁଦ୍ରକୂଳରେ ଆସି ଲାଗିଛି ଏମାନଙ୍କ ଡଙ୍ଗା। ୨୭ ଜଣ ମତ୍ସଜୀବୀ ଚେନ୍ନାଇରୁ ଆନ୍ଧ୍ରପ୍ରଦେଶ ଆସି ପହଞ୍ଚିଛନ୍ତି। ଏହି ୨୭ ଜଣଙ୍କ ମଧ୍ୟରେ ଓଡ଼ିଶାର ୧୦ ଜଣ ମତ୍ସଜୀବୀ ରହିଛନ୍ତି। ୯ ଜଣ ଗଞ୍ଜାମ ଜିଲ୍ଲା ପାତିସୁନପୁର ଅଞ୍ଚଳର ହୋଇଥିବା ବେଳେ ଜଣେ […]
ୱାଶିଂଟନ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କୌଣସି ବିଦେଶୀ ନାଗରିକ ଆମେରିକାରେ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏକ ଟ୍ୱିଟବାର୍ତ୍ତାରେ ଟ୍ରମ୍ପ କହିଛନ୍ତି “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମକୁ ମହାନ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ମୁଁ ଆମେରିକାରେ ପ୍ରବେଶ […]
ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଜଟିଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଏଠାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ଥିଲା। ଗତ କାଲିର ମୃତ୍ୟୁ ସଂଖ୍ୟା ଯଦିଓ ସାମାନ୍ୟ କମ୍ ଅଛି ତଥାପି ଆମେରିକା ସ୍ଥିତିରେ ଯେ ସୁଧାର ଆସିନି ତାହା ସ୍ପଷ୍ଟ ହେଉଛି। କରୋନା ଯୋଗୁ ଆମେରିକାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ଓ ଆକ୍ରାନ୍ତ ହୋଇଛନ୍ତି। […]