ନୂଆଦିଲ୍ଲୀ: ଲକ୍ଡାଉନ ଗାଇଡଲାଇନ୍ ଖିଲାପ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ବିପର୍ଯ୍ୟୟ ପରିଚାଳନା ଆଇନ ମୁତାବକ ସମସ୍ତ ରାଜ୍ୟ ଲକଡାଉନ୍ କଟକଣା ମାନିବାକୁ ବାଧ୍ୟ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚାହିଁଲେ ବି ଏହି ଆଇନକୁ କୋହଳ କରିପାରିବେ ନାହିଁ। କେନ୍ଦ୍ରର ଗାଇଡଲାଇନକୁ କୌଣସି ରାଜ୍ୟ କୋହଳ କରିପାରିବେ ନାହିଁ। ଲୋକଙ୍କ […]
ପ୍ୟାରିସ୍: ପାଣିରେ କରୋନା ଭୂତାଣୁ ! ତାହା ପୁଣି ପିଇବା ପାଣିରୁ । ପ୍ୟାରିସ୍ରୁ ଆସିଛି ଚିନ୍ତାଜନକ ଖବର। ଯଦିଓ ପାନୀୟ ଜଳରେ କରୋନା ଭାଇରସ ସଂକ୍ରମଣର କୌଣସି ଭୟ ନାହିଁ ବୋଲି ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ତଥାପି ପାଣରେ କରୋନା ଭାଇରସ ଠାବ ହେବା ଖବର ଶୁଣି ଏଠାରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଲକ୍ ଡାଉନ ପରେ ପରେ ପ୍ୟାରିସର ଲ୍ୟାବରେ ବିଭିନ୍ନ ଇଲାକାର ୨୭ଟି ପାଣି ନମୂନା ସଂଗ୍ରହ […]
ଟୋରୋଣ୍ଟୋ: କାନାଡାର ଉତ୍ତରପୂର୍ବ ଅଞ୍ଚଳ ନୋଭା ସ୍କୋଟିଆରେ ଆଜି ପୁଲିସ୍ ପୋଷାକ ପିନ୍ଧି ଜଣେ ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ପୁଲିସ୍ କର୍ମଚାରୀ ମଧ୍ୟ ରହିଛନ୍ତି। ପୁଲିସ୍ର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ୫୧ ବର୍ଷୀୟ ଗାବ୍ରିଏଲ ୱର୍ଟମ୍ୟାନ ମଧ୍ୟ ପ୍ରାଣ ହରାଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗାବ୍ରିଏଲ […]
ଉହାନ: କରୋନା ଅଧିକରୁ ଅଧିକ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି। ୟୁରୋପ ଓ ଆମେରିକାରେ ଏହି ଭାଇରସ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହର ସ୍ଥିତ ଭେଟ ମାର୍କେଟ ବୋଲି କୁହାଯାଉଛି। ତେବେ ଆମେରିକା ସମେତ ଅନେକ ରାଷ୍ଟ୍ର ଉହାନର ଏକ ଲ୍ୟାବକୁ ଏହାର ଉତ୍ପତି ସ୍ଥଳ ବୋଲି ଭାବୁଛନ୍ତ। ଇତିମଧ୍ୟରେ ଚୀନରେ ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା ଯେଉଁ ଡାକ୍ତର କରିଥିଲେ ସେ ତାଙ୍କର ହୃଦୟଥରା ଅନୁଭୂତି ବଖାଣିଛନ୍ତି। […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଗତକାଲି ରାତିରୁ ସୋପିଆନ୍ ଜିଲ୍ଲା ଡାଇରୋ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଡାଇରୋ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସିଆରପିଏଫ୍, ୪୪ ରାଷ୍ଟ୍ରୀୟ ରାଇଫଲ୍ ସହ ରାଜ୍ୟ ପୋଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ତେବେ ଆଜି ଭୋରରୁ ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଉପରେ ଗୁଳି […]
ନୂଆଦିଲ୍ଲୀ: ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କଲେଜ ଗୁଡ଼ିକ ଲକଡାଉନ୍ ବେଳେ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା କଲେଜକୁ ଏହି ନିର୍ଦ୍ଦେଶ ଦେଇଛି। ଏଥିସହ କଲେଜରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ନକାଟିବା ସହିତ ଛଟେଇ ନକରିବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଛି। […]
ନୂଆଦିଲ୍ଲୀ:ପଇସା ପାଇବାର ଲା଼ଳସା କାହାର ବା ନାହିଁ ! ୫୦ ପଇସାର କଏନ୍ଟିଏ ରାସ୍ତାରେ ପଡ଼ିଥିଲେ ବି ଛାଡି ଆସିବାକୁ ମନ ହୁଏନି। ହେଲେ ଏବେ ଲାଗୁଛି ଯେମିତି ଟଙ୍କାର ଲୋଭ ମଣିଷ ମନରୁ ପୋଛି ହୋଇଯାଇଛି। ରାସ୍ତାରେ ଟଙ୍କା ଉଡୁଥିଲେ ବି ଧରିବାକୁ ହାତ ଯାଉନି । ମନରେ ପ୍ରଶ୍ନ ଉଠେ, ସତରେ କ’ଣ ମଣିଷ ଏତେ ନିର୍ଲୋଭ ହୋଇଗଲା ? ନା କରୋନା ଭୟ ? ଗୁରୁବାର ରାଜଧାନୀ ଦିଲ୍ଲୀର କେଶବପୁରମ ଅଞ୍ଚଳର ଏକ […]
ନୂଆଦିଲ୍ଲୀ: କରୋନା ସଂକଟରେ ବିଗିଡ଼ିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । NHB, ନାବାର୍ଡ, ସିଡବିକୁ ମୋଟ ୫୦ ହଜାର କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ୫୦ ହଜାର କୋଟି ଟଙ୍କାର ପ୍ୟାକେଜରୁ ନାବାର୍ଡକୁ ୨୫ ହଜାର କୋଟି, ସିଡବିକୁ ୧୫ ହଜାର କୋଟି ଓ NHBକୁ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । MSME କ୍ଷେତ୍ର କରୋନା […]