କାଲିଫର୍ଣ୍ଣିଆ:କରୋନା ପ୍ରଭାବ କେତେ ଭୟଙ୍କର ସତେ ? ଚେହେରାକୁ କେତେ ବିବର୍ଣ୍ଣ କରିଦେଇ ପାରେ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ । କାଲିଫର୍ଣ୍ଣିଆରେ ରହୁଥିବା ମାଇକ ସ୍ଲୁଜ୍ (Mike Schultz) ନାମକ ଜଣେ ବ୍ୟକ୍ତିଙ୍କର ଫଟୋ ଆଜିକାଲି ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି । ସ୍ଳୁଜ ନିଜ ଫଟୋ ଇନ୍ଷ୍ଟଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି । କରୋନା ଭାଇରସ୍ ମଣିଷର ଚେହେରାକୁ କ’ଣ କରିଦେଇପାରେ ତାହା ସେ ଏହି ଫଟୋ ମାଧ୍ୟମରେ […]
ଲଣ୍ଡନ: ୟୁରୋପୀୟ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ଆକ୍ରାନ୍ତଙ୍କ ସ୍ୱାବ ଟେଷ୍ଟ କରିବା ପାଇଁ କିଟ୍ ଯୋଗାଇବା କଷ୍ଟକର ବ୍ୟାପାର ହୋଇ ପଡ଼ୁଛି । ଏପରି ପରିସ୍ଥିତିରେ ବ୍ରିଟିଶ ସରକାର କୁକୁରମାନଙ୍କର ସାହାଯ୍ୟ ନେଉଛନ୍ତି। ଏଠାରେ ପ୍ରଶିକ୍ଷିତ କୁକୁରମାନେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ । ବ୍ରିଟିଶ ସରକାର ପକ୍ଷରୁ କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହି କୋଭିଡ୍ କୁକୁରମାନଙ୍କୁ […]
ୱାଶିଂଟନ୍: ଭାରତ-ଚୀନ୍ ସୀମାନ୍ତରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ସମୟରେ ହ୍ୱାଇଟ୍ ହାଉସ ପକ୍ଷରୁ ଚୀନ ବିଦେଶ ମନ୍ତ୍ରାଳୟକୁ କଡା ଜବାବ ଦେଇଛି ଦିଆଯାଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଭାରତ ସୀମାରେ ଚୀନ ଉତ୍ତେଜନା ସୃଷ୍ଟି କଲା ଭଳି ପରିସ୍ଥିତି ସୃଷ୍ଟି କରୁଛି। ଚୀନ ବଳପୂର୍ବକ ଭାରତ ସୀମାରେ ସୈନ୍ୟ ତଥା ଅର୍ଦ୍ଧସୈନ୍ୟ କାର୍ଯ୍ୟକଳାପରେ ସଂପୃକ୍ତ ରହି ପଡ଼ୋଶୀ ରାଷ୍ଟ୍ର ସହ କରିଥିବା ପ୍ରତିବଦ୍ଧତାକୁ […]
ଢାକା: ଶକ୍ତିଶାଳୀ ଅମ୍ପନ ମଙ୍ଗଳବାର ଓଡ଼ିଶାରେ ତା’ର କରାଳ ରୂପ ଦେଖାଇବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ଅମ୍ପନ ଏଠାରେ ୮୪ ଜୀବନ ନେବା ସହ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି ଦୁଇ ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ ଅମ୍ପନ ବୁଧବାର ଅପରାହ୍ନରେ ବାଂଲାଦେଶରେ ପହଞ୍ଚି ସେଠାରେ ମଧ୍ୟ ତାଣ୍ଡବ ରଚିଛି। ୨୦୦୭ରେ ଢାକାରେ ବାତ୍ୟା ‘ସିଦ୍ର’ ପ୍ରଳୟ ସୃଷ୍ଟି କରିଥିଲା। ଏହି ବାତ୍ୟାରେ ପ୍ରାୟ ୩୫୦୦ ଲୋକଙ୍କ ଜୀବନ ଯାଇଥିଲା। ଏହା ପରେ ଅମ୍ପନ […]
ବେଜିଂ: ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରୁଛି , ତା ସହିତ ରୂପ ବି ବଦଳାଉଛି। ଯାହା ଫଳରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇ ଯାଇଛି। ଉହାନରୁ ସୃଷ୍ଟ ଏହି ଭୂତାଣୁର ପରିବର୍ତ୍ତିତ ରୂପ ଡାକ୍ତରଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି। ଉହାନ ପରେ ଏବେ ଚୀନର ଉତ୍ତରପୂର୍ବାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲଛି। ହେଲେ ଚିନ୍ତାର ବିଷୟ ଯେ, ଉହାନରେ ଦେଖା ଯାଇଥିବା କରୋନା ଲକ୍ଷଣ ଏଠାରେ […]
ବେଜିଂ:ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନ ପୁଣି ଥରେ କ୍ଷମତାକୁ ଫେରିବା ପରେ ଆମେରିକା ଟ୍ରମ୍ପ ପ୍ରଶାସନ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ପରେ ଫିଡିକି ଉଠିଛି ଚୀନ । ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକାର ବିଦେଶ ମନ୍ତ୍ରୀ ତାଇବାନ ରାଷ୍ଟ୍ରପତି ସାଇ ଇଂଗ ୱେନଙ୍କୁ ଶୁଭେଚ୍ଛା ଜଣାଇ ଚୀନ-ତାଇବାନ ସମ୍ପର୍କ ତଥା ଚୀନ-ଆମେରିକା ସମ୍ପର୍କରେ ତିକ୍ତତା ସୃଷ୍ଟି କରୁଛନ୍ତି । ସେତିକି ନୁହେଁ, ଏହି ଅଞ୍ଚଳର ଶାନ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି […]
ଭୁବନେଶ୍ୱର: ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ବିମାନ ସେବା ପାଇଁ ଭରତୀୟ ବିମାନ ସେବା ପ୍ରାଧିକରଣ ପକ୍ଷରୁ ଜାରି ହୋଇଛି SOP । ଯାତ୍ରା ସମୟର ୨ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିବେ। ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ ଆରୋଗ୍ୟ ସେତୁ ଆପ୍ରେ ପଂଜୀକରଣ କରିବା ବାଧ୍ୟତାମୂଳକ ରହିଛି । ୧୪ବର୍ଷରୁ କମ ବୟସର ଯାତ୍ରୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ବିମାନ […]
ନୂଆଦିଲ୍ଲି: ବନ୍ଦ ରହିଥିବା ସିବିଏସଇ (Central Board of Secondary Education) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପିଲାମାନେ ନିଜ ସ୍କୁଲରେ ଦେବେ। ଏସବୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାହାର କେନ୍ଦ୍ରକୁ ଯିବାକୁ ପଡ଼ିବନି। ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶିତ ହୋଇପାରେ ବୋଲି ସେ କହିଛନ୍ତି । ସୂଚନାଥାଉ କି, କରୋନା ସଂକ୍ରମଣ ଯୋଗୁଁ ଦଶମ […]
ୱାଶିଂଟନ୍: ସବୁଠାରୁ ବଡ ତଥା ଭୟଙ୍କର Asteroid 1997 BQ ଆଜି ପୃଥିବୀର ଅତି ନିକଟତର ହେବ। ଏହି ଆଷ୍ଟ୍ରଏଡ୍ ଏତେ ବଡ଼ ଯେ, ଏହାକୁ ଅନ୍ତରୀକ୍ଷର ସବୁଠାରୁ ବଡ଼ ତଥା ଭୟଙ୍କର Asteroid ଆପୋଲୋ କାଟେଗୋରୀରେ ସାମିଲ କରାଯାଇଛି। ଏହି Asteroid ଉପରେ ପୃଥିବୀର ସବୁ ବୈଜ୍ଞାନିକଙ୍କ ନଜର ରହିଛି। ମହାକାଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏକ କି.ମି. ଲମ୍ବର ଏହି Asteroid ଯଦି ପୃଥିବୀକୁ ଧକ୍କା ଦିଏ ତେବେ ପୃଥିବୀ ପ୍ରତି ମହାବିପଦ ସୃଷ୍ଟି […]
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ରୋଗ ଲକ୍ଷାଧିକ ଜୀବନ ନେଇ ସାରିଲାଣି। ତଥାପି ତାହାର ତାଣ୍ଡବ ସରୁନି। ଏବେ ଏକ ଗବେଷଣାରୁ ଜଣାଯାଇଛି, କରୋନ ଯୋଗୁ ବିଶ୍ୱରେ ଦାରିଦ୍ର୍ୟ ବୃଦ୍ଧି ପାଇବ। ବିଶ୍ୱର ପ୍ରାୟ ୬ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ହୋଇଯିବେ। ଏମିତି ଏକ ଆକଳନ କରିଛି ବିଶ୍ୱବ୍ୟାଙ୍କ। ଦାରିଦ୍ର୍ୟ ସହ ଲଢ଼ିବା ପାଇଁ ବିଶ୍ୱବ୍ୟାଙ୍କ ୧୦୦ଟି ବିକାଶଶୀଳ ଦେଶକୁ ୧୬୦ ଅରବ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି ।କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ ପୁରାପୁରି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛି ଟ୍ରମ୍ପ ପ୍ରଶାସନ। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଆମେରିକାର ସଦସ୍ୟତା ନେଇ ପୁୁନର୍ବିଚାର କରାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଏ […]
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଥିବାବେଳେ ଭ୍ୟାକସିନ୍ ଟ୍ରାଏଲ ନେଇ ଆସିଛି ଖୁସି ଖବର । କରୋନା ଭ୍ୟାକସିନ ବା ଟୀକା ପାଇଁ ଆମେରିକାସ୍ଥିତ ବାୟୋଟେକ କମ୍ପାନୀ ମଡେର୍ଣ୍ଣାର ପ୍ରାଥମିକ ଟ୍ରାଏଲ ସଫଳ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ଉପରେ ଏହି ଭ୍ୟାକ୍ସିନର ପ୍ରୟୋଗ କରାଯାଇଥିଲା, ସମସ୍ତଙ୍କ ଭାଇରସ ସହ ଲଢିବାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଦେଖାଦେଇଛି । ଟ୍ରାଏଲ କରାଯାଇଥିବା ସମସ୍ତ ୪୫ ଜଣ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ପରୀକ୍ଷାରୁ […]
ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଲା। ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୧୩୯ରେ ପହଞ୍ଚିଛି ।ତେବେ ଏମାନଙ୍କ ମଧ୍ୟମରୁ ୩୬ ହଜାର ୮୨୪ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୦୨୯ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଗୋଟିଏ ଦିନରେ ୫ ହଜାର ୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୨୪ ଘଣ୍ଟା ମଧ୍ୟରେ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। […]
ଭୁବନେଶ୍ୱର: ମାଡି ଆସୁଛି ମହାବାତ୍ୟା ଅମ୍ପନ୍ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ରେ ଏ ନେଇ ସୂଚନା ଦିଆଯାଇଛି । ଏହା ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ସିଧା ସଳଖ […]
ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି କରୋନା ସହ ମହାଯୁଦ୍ଧ ଚାଲିଛି। ହେଲେ କିଛି ଲାଭ ମିଳୁନି। ଏବେ କରୋନା ସହ ବଞ୍ଚିବା ପାଇଁ ମଣିଷ ପ୍ରସ୍ତୁତ ହୋଇଗଲାଣି। ସେଥିପାଇଁ ସାନିଟାଇଜର, ମାସ୍କକୁ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ବୋଲି ଗ୍ରହଣ କରି ନେଇଛି। କରୋନା ଭାକ୍ସିନ ଏ ପର୍ଯ୍ୟନ୍ତ ବାହାରିନାହିଁ। ହେଲେ କରୋନାରୁ ବର୍ତ୍ତିବା ପାଇଁ ଗବେଷକମାନେ ଭିନ୍ନ ଭିନ୍ନ ଉପାୟ ଖୋଜୁଛନ୍ତି। ଇତି ମଧ୍ୟରେ ହାଓଡା ଏବଂ ଏମଆଇଟ ପରି ବିଶ୍ୱବିଦ୍ୟାଳୟରେ ଏମିତି ମାସ୍କ ତିଆରି ପାଇଁ […]