ନୂଆଦିଲ୍ଲୀ:ସୋମବାରଠାରୁ ଏଲ୍ପିଜି ଗ୍ୟାସ୍ ଦର ବଢିଛି। ଲଗାତାର ତିନିମାସ LPG ଦର କମିବା ପରେ ଏବେ ମେଟ୍ରୋ ସିଟିମାଙ୍କରେ ଏହାର ଦର ସର୍ବାଧିକ ୩୭ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ସ୍ତରରେ LPG ଦର ଜୁନ୍ରେ ବୃଦ୍ଧି ପାଇବାରୁ ଭାରତରେ ମଧ୍ୟ ରୋଷେଇ ଗ୍ୟାସର ଦର ବୃଦ୍ଧି ଘଟିଛି। ରାଜଧାନୀ ଦିଲ୍ଲୀରେ ୧୧.୫୦ ପଇସା ବୃଦ୍ଧି ଘଟିଥିବାବେଳେ ଚେନ୍ନାଇରେ ୩୭ ଟଙ୍କା ବୃଦ୍ଧି ଘଟିଛି। ସେହିପରି ମୁମ୍ବାଇରେ ୧୧.୫୦ ଏବଂ କୋଲକାତାରେ […]
ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍ଡାଉନ ୪.୦। ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍ ଅନ୍ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି । ଅନ୍ଲକ୍-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୯୪ରେ ପହଞ୍ଚିଛି । ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୯୧ ହଜାର ୮୧୯ ଆରୋଗ୍ୟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୩୦ ଜଣଙ୍କର ମୃତ୍ୟୁ […]
ପେଇଚିଂ: କରୋନା ଭାଇରସକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏବେ ଲଦାଖ ସୀମାନ୍ତକୁ ନେଇ ଭାରତ-ଚୀନ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଭାରତ, ଆମେରିକା ନୁହେଁଁ, ଏବେ କରୋନା ଭାଇରସକୁ ନେଇ ସାରା ଦୁନିଆ ଚୀନକୁ ଘେରିଛି। ତଥାପି ଚୀନର ଦିମାକ୍ କମିନି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ନ କରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଲାଗି କହିଛନ୍ତି। ଅନ୍ୟପକ୍ଷେ […]
ରାୟପୁର:ଛତିଶଗଡ଼ର ନକ୍ଲଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ଅମଦଇ ଘାଟି କ୍ୟାମ୍ପରେ ଯବାନମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଫଳରେ ୨ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ବସ୍ତର ଆଇଜି ପି.ସୁନ୍ଦର ପି କହିଛନ୍ତି, ନାରାୟଣପୁର ଜିଲ୍ଲାର ଛୋଟଡୋଙ୍ଗର ଥାନାର ଘାଟି ଅଞ୍ଚଳରେ ଛତିଶଗଡ଼ ସୁରକ୍ଷାକର୍ମୀଙ୍କ ୯ମ ବାଟାଲିଅନର କ୍ୟାମ୍ପ ପଡ଼ିଥିଲା। କ୍ୟାମ୍ପରେ ଶୁକ୍ରବାର ରାତିରେ […]
କୁଲଗାମ:ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ ୱାମପୋରାରେ ଲୁଚି ରହିଥିଲେ। ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଦୁଇ ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। ହେଲେ ସେମାନେ ଶୁଣି ନ ଥିଲେ। ଶେଷରେ ସୁରକ୍ଷାକର୍ମୀ ଉଭୟଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ନିହତ ଆତଙ୍କୀ ଦ୍ୱୟ ଲସ୍କର-ଏ-ତୋଏବାର ବୋଲି […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ ବଢୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ହେଲେ କରୋନାର ପ୍ରାଣଘାତୀ ଭୟ କମିବାରେ ଲାଗିଛି। ଭାରତରେ କରୋନା ଭାଇରସ କେସ୍ ଫଟାଲିଟି ରେଟ୍ (Case Fatality Rate)ଶୁକ୍ରବାର ୨.୮୪ ପ୍ରତିଶତ ଥିଲା । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୩ ପ୍ରତିଶତ ତଳକୁ ଆସିଛି । ଅର୍ଥାତ୍ କରୋନା […]