• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyclone fani
‘ଫୋନି’ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ୯ ଲକ୍ଷ ଡଲାରର ସହାୟତା ଘୋଷଣା କଲେ ହଂକଂ ସରକାର

ବେଜିଂ: ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଶୁକ୍ରବାର ଚୀନ୍‌ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ହଂକଂ ସରକାର ମୋଟ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥ […]

  • Monday, 12 July 2021
budget
ବଜେଟ୍‌ ୨୦୧୯: ଜାଣନ୍ତୁ କ’ଣ ହେବ ମହଙ୍ଗା, କ’ଣ ହେବ ଶସ୍ତା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହେବ, କିଛି ମହଙ୍ଗା ହେବ। ସେହିପରି ଆୟକର ରିଟର୍ଣ୍ଣ ନିୟମରେ ମଧ୍ୟ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା କଣ ହେବ ମହଙ୍ଗା, କଣ ହେବ ଶସ୍ତା… ମହଙ୍ଗା ହେବ…. ପେଟ୍ରୋଲ ଡିଜେଲ ଆମଦାନୀ ହେଉଥିବା ସୁନା ଓ ମୂଲ୍ୟବାନ ଧାତୁ ଆମଦାନୀ ହେଉଥିବା ବହି ଡିଜିଟାଲ କ୍ୟାମେରା କାଜୁବାଦାମ ଅପ୍‌ଟିକାଲ୍‌ ଫାଇବରସ୍‌ ସିସିଟିଭି ଓ […]

  • Monday, 12 July 2021
adhar pan
ଏଣିକି ଆଧାର ବଦଳରେ ପାନ୍‌, ପାନ୍‌ ବଦଳରେ ଆଧାର ଚଳିବ

ନୂଆଦିଲ୍ଲୀ: ଏଣିକି ଆୟକର ରିଟର୍ଣ୍ଣ ବେଳେ ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ। ଯଦି ଜଣଙ୍କ ପାଖରେ ଆଧାର କାର୍ଡ ରହିଛି, ତା’ହେଲେ ସେ ଆୟକର ରିଟର୍ଣ୍ଣ କରିପାରିବ। ସେହିପରି ଆଧାର ବଦଳରେ ପାନ୍‌ କାର୍ଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ରିଟର୍ଣ୍ଣ ଦାଖଲ କରିପାରିବ। ଅର୍ଥାତ ଆଧାର ବଦଳରେ ପାନ୍‌ ଓ ପାନ୍‌ ବଦଳରେ ଆଧାର ଚଳିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ […]

  • Monday, 12 July 2021
gold ornaments
ବଢ଼ିବ ପେଟ୍ରାଲ, ଡିଜେଲ ଓ ସୁନା ଦର

ନୂଆଦିଲ୍ଲୀ: ବଢ଼ିବ ପେଟ୍ରାଲ, ଡିଜେଲ  ଓ ସୁନା ଦର। ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧ଟଙ୍କା ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ସୁନା ଗହଣା ଉପରେ ମଧ୍ୟ ଉତ୍ପାଦ ଶୁଳ୍କ (କଷ୍ଟମ ଡ୍ୟୁଟି)୧୦ରୁ ୧୨.୫% ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଖାଲି ଏତିକି ନୁହେଁ ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବଢ଼ାଇବାକୁ ଆଜି ବଜେଟ୍‌ରେ ନିଷ୍ପତ୍ତି ହୋଇଛି।

  • Monday, 12 July 2021
aadhar
ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଭାରତୀୟ ପାସ୍‌ପୋର୍ଟ ଥିବା ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ)ଙ୍କୁ ଭାରତ ପହଞ୍ଚିବା ପରେ ଆଧାର କାର୍ଡ ଦେବାକୁ ଯୋଜନା କରାଯାଉଛି। ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଆହୁରି ମଧ୍ୟ ପଢ଼ନ୍ତୁ: ବଜେଟ୍‌ରେ ଗ୍ରାମାଞ୍ଚଳର […]

  • Monday, 12 July 2021
indian villages
ବଜେଟ୍‌ରେ ଗ୍ରାମାଞ୍ଚଳର ବିକାଶ ଉପରେ ଫୋକସ୍‌

ନୂଆଦିଲ୍ଲୀ: ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲ୍‌ପିଜି ଓ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ୧.୯୫ କୋଟି ଲୋକଙ୍କ ପାଇଁ ଘର ଯୋଗାଇ ଦିଆଯିବ। ୨୦୧୯-୨୦ ଓ ୨୦୨୧-୨୨ ମଧ୍ୟରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ଏଭଳି ବାସଗୃହ ପାଉଥିବା ଲୋକଙ୍କୁ ଏଲପିଜି, ବିଜୁଳି ଓ ଟଏଲେଟ୍‌ ଯୋଗାଇ ଦିଆଯିବ ବୋଲି […]

  • Monday, 12 July 2021
water
ବଜେଟ୍‌ ୨୦୧୯: ୨୦୨୨ ସୁଦ୍ଧା ଗାଁରେ ଥିବା ସବୁ ଘରକୁ ବିଦ୍ୟୁତ୍‌, ୨୦୨୪ ସୁଦ୍ଧା ପିଇବା ପାଣି ଯୋଗାଣ

ନୂଆଦିଲ୍ଲୀ: ଗାଁରେ ଥିବା ସବୁ ଘରକୁ ୨୦୨୨ ସୁଦ୍ଧା ବିଦ୍ୟୁତ୍‌ ଓ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ ବୋଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ‘ହର୍ ଘର୍ ଜଲ୍’ ଯୋଜନାରେ ସବୁ ଗାଁକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।ସବୁ ଭାରତୀୟଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜଳଶକ୍ତି ମନ୍ତ୍ରାଳୟ କରାଯାଇଛି […]

  • Monday, 12 July 2021
money
ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ: ତିନି କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନ୍‌ସନ୍‌ ମିଳିବ। ଏଥିସହ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମଧ୍ୟ ପେନ୍‌ସନ୍‌ ମିଳିବ। ଏନେଇ ଆଜି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍‌ସନ୍‌ ମିଳିବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୬୫୭କି.ମି. ମେଟ୍ରୋ […]

  • Monday, 12 July 2021
budget
ବଜେଟ୍‌ ୨୦୧୯: ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ବହି-ଖାତା ଧରି ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ […]

  • Monday, 12 July 2021
mud attack
ଇଞ୍ଜିନିୟରଙ୍କ ଉପରକୁ କାଦୁଅ ଫିଙ୍ଗିବା ଘଟଣାରେ ଗିରଫ ହେଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ଖୁଣ୍ଟରେ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୁମ୍ୱାଇ-ଗୋଆ ହାଇୱେ ନିକଟରେ […]

  • Monday, 12 July 2021
govt. employee
ଆଜି କେନ୍ଦ୍ର ବଜେଟ୍‌ରେ ସରକାରୀ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି ଖୁସି ଖବର। ଆଜି ସାଧାରଣ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି। ସରକାରୀ କର୍ମଚାରୀଙ୍କ ଅବସର ବୟସ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରଫେସର କେଭି ସୁବ୍ରମନ୍ୟନ୍‌ ଇକନମିକ୍‌ ସର୍ଭେରେ ଅବସର ସୀମା ବଢ଼ାଇବାର ପ୍ରସ୍ତାବ ଦେଇଛନ୍ତି। ସେ ପ୍ରସ୍ତାବରେ କହିଛନ୍ତି, ହାରାହାରି ଆୟୁ […]

  • Monday, 12 July 2021
union budget
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ପେଡ଼ି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜି ଆସିବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ।  ନିଜ ପେଡ଼ିରେ କ’ଣ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ତା’ ଉପରେ ସମସ୍ତଙ୍କ ନଜର। କାରଣ ଅର୍ଥମନ୍ତ୍ରୀଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ୫.୮ ପ୍ରତିଶତକୁ ଅଭିବୃଦ୍ଧି ହାର ଖସି ଆସିଥିଲା। ଫଳରେ  […]

  • Monday, 12 July 2021
pm modi
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ, ଏହାହିଁ ମୋର କାମନା । – ରାଷ୍ଟ୍ରପତି କୋବିନ୍ଦ — President of India (@rashtrapatibhvn) 4 July 2019 […]

  • Monday, 12 July 2021
dam
ଲଗାଣ ବର୍ଷାରେ ଭୁଶୁଡ଼ିଲା ଡ୍ୟାମ୍‌; ୬ ମୃତ, ୨୦ରୁ ଅଧିକ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷାରେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ତିୱାରି ଡ୍ୟାମ୍‌ର ବନ୍ଧ ଭାଙ୍ଗି ଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡ୍ୟାମ୍‌ର ପାଣି ହଠାତ୍ ଗାଁ ଭିତରେ ପଶି ଯିବା ଫଳରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଖବର ମିଳିଛି। ପାଖାପାଖି ୭ଟି ଗାଁର ଲୋକ ଏହି ବନ୍ୟା କବଳରେ ରହିଛନ୍ତି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବିଭାଗ […]

  • Monday, 12 July 2021
heavy rainfall
ମୁମ୍ବାଇରେ ଦାଉ ସାଧୁଛି ଲଗାଣ ବର୍ଷା; ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ମୁମ୍ବାଇ: ଲଗାଣ ବର୍ଷରେ ବେହାଲ ମହାରାଷ୍ଟ୍ର। ବିଶେଷ କରି ମୁମ୍ବାଇରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। ଏପରିକି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନୌସେନାର ଯବାନ ମୁତୟନ ହୋଇଛନ୍ତି। ପ୍ରବଳ ବର୍ଷାରେ ସହରର କୁରଲା ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ସ୍ପିଡ୍ ବୋଟ୍‌ ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।  କେବଳ କାନ୍ଥ ଓ ଟାଙ୍କି […]

  • Monday, 12 July 2021