କରାଚି: ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ପାଇଲଟ୍ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ରିପୋର୍ଟରେ କକ୍ପିଟରେ ଚାଳକ ଦଳ ସଦସ୍ୟଙ୍କୁ ସଙ୍କଟ ବିଷୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର (ATC)କୁ ସୂଚନା ଦେବାକୁ ବାରଣ କରାଯାଇଥିଲା କି ବୋଲି ପ୍ରଶ୍ନ କରାଯାଇଛି । ନିଉଜ ଏଜେନ୍ସି ତଥ୍ୟ ଅନୁସାରେ, ବିମାନର ଦୁର୍ଘଟଣା କାହିଁକି ହେଲା ? ଯାନ୍ତ୍ରିକ ତ୍ରୁଟି ଯୋଗୁ ନା ପାଇଲଟଙ୍କ ଭୁଲ ଯୋଗୁ […]
ନୂଆଦିଲ୍ଲୀ: ୫ ବର୍ଷର ଶିଶୁ ଯିଏ ହାତରେ ଖାଇ ଶିଖିନି। ଏକା ଏକା ଚାଲି ଶିଖିନି। ହେଲେ ମା’ଙ୍କ ଦେଖିବା ପାଇଁ ସେ ଆଜି ଯେପରି ତା’ର ସାହାସ ଦେଖାଇଛି, ଜାଣିଲେ ଆଖି ଓଦା ହୋଇଯିବ। କରୋନା ଲକ୍ଡାଉନ ଯୋଗୁ ୫ ବର୍ଷର ଏହି ଶିଶୁ ତିନି ମାସ ଧରି ମା’ଙ୍କ ପାଖରୁ ଅଲଗା ହୋଇଯାଇଥିଲା। ମା’ ପାଖକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଉପାୟ ନ ଥିଲା। କାରଣ ଲକ୍ଡାଉନ ଯୋଗୁ ଯାତାୟାତର ସବୁ ମାଧ୍ୟମ ବନ୍ଦ […]
ନୂଆଦିଲ୍ଲୀ:କରୋନା ଭାଇରସ ଯୁଦ୍ଧରେ ଆଣ୍ଟି ଭାଇରାଲ ଡ୍ରଗ୍ ରେମ୍ଡେସିଭର (Remdesivir) ବେଶ ଫଳପ୍ରଦ ହେଉଛି। ଆମେରିକାରେ ଜୋରସୋରରେ ଏହାର କ୍ଲିନିକାଲ ଟ୍ରାଏଲ ହେବା ପରେ ଏହାର ଫଳାଫଳ ସାମ୍ନାକୁ ଆସିଛି ଯାହା ଗବେଷକଙ୍କୁ ଆଶ୍ୱସ୍ତି ଦେଇଛି। ଯେଉଁ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଥେରାପିର ଆବଶ୍ୟକତା ରହିଛି, ସେମାନଙ୍କ ପାଖରେ ଔଷଧ ବେଶ ଭଲ କାମ ଦେଉଛି। ସେମାନେ ତୁରନ୍ତ ରୋଗମୁକ୍ତ ହେଉଛନ୍ତି। ଏହି ଟ୍ରାଏଲକୁ ଆମେରିକାର ନାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ଏଲର୍ଜି ଆଣ୍ଡ ଇନ୍ଫେକ୍ସନ ଡିଜିଜେଜ୍ […]
ନୂଆଦିଲ୍ଲୀ: ଦିନକୁ ଦିନ ଭାରତ-ଚୀନ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି। ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାକୁ ଚୀନ ସୈନ୍ୟ ଅଟକ ରଖିଥିଲେ । ଏମିତି କି ଆଇଟିବିପି ଯବାନଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିଲା ଚୀନ ସେନା। ଏହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା। ଦୁଇ ସେନା ମଧ୍ୟରେ ଧସ୍ତା ଧସ୍ତି ହେବା ପରେ ଭାରତୀୟ ସୈନ୍ୟଙ୍କୁ ଛାଡିବା ସହ ବନ୍ଧୁକ ମଧ୍ୟ ଫେରାଇ ଦେଇଥିଲେ ଚୀନ ସୈନ୍॥ […]
କଟକ:ରବିବାର ପାଳନ ହେବନି ଇଦ୍। ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିଲା। ରବିବାର ମଧ୍ୟ ଜହ୍ନ ଦେଖା ଯିବ ନାହିଁ। ତେଣୁ ରବିବାର ଇଦ୍ ପାଳନ ନ ହୋଇ ସୋମବାର ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ଜାମା ମସଜିଦ୍ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ। ସେହିଭଳି କଟକ ସ୍ଥିତ ଚାନ୍ଦ କମିଟି ତଥା ଅଞ୍ଜୁମାନ୍ ଇସଲାମିଆ ଆଲହେ ସୁନତ ଓ ଜମାତ ମଧ୍ୟ ସମାନ୍ ଘୋଷଣା କରିଛି। ଆଜି ନୁହେଁ ବରଂ ଆସନ୍ତାକାଲି […]
ୱାଶିଂଟନ: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଛି ଆମେରିକାର ଲୋକପ୍ରିୟ ଖବର କାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ । ଆଜି ପ୍ରକାଶ ପାଇଥିବା ସଂସ୍କରଣର ପ୍ରଥମ ପୃଷ୍ଠାରେ କୋରନା ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛି ଦ ନ୍ୟୁୟର୍କ ଟାଇମ୍ସ। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଆଡ଼କୁ ଗତି କରୁଥିବା ବେଳେ ଏଭଳି ଢଙ୍ଗରେ ଆଜି ସମ୍ମାନ ଦିଆଯାଇଛି। ଖବରକାଗଜର ରାଷ୍ଟ୍ରୀୟ ସମ୍ପାଦକ ମାର୍କ ଲେସି କହିଛନ୍ତି, ମୁଁ ଏମିତି […]
ନୂଆଦିଲ୍ଲୀ:ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟାମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି । […]
ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଡ୍ରକ୍ସି କ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯାଇଛି। ଅଣ କୋଭିଡ୍ ହସ୍ପିଟାଲରେ କାଯ୍ୟରତ ସ୍ୱାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ସର୍ଭେଲାନ୍ସ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କରୋନା ସଂକ୍ରମଣ କାର୍ଯ୍ୟ ତଦାରଖ କରୁଥିବା ପୋଲିସ ଓ ଅର୍ଦ୍ଧସାମରିକ ବଳ କର୍ମଚାରୀ ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ। ହାଇଡ୍ରକ୍ସି କ୍ଲୋରୋକ୍ୱିନକୁ ବ୍ୟବହାରକୁ ନେଇ ଆଇସିଏମଆର ମଧ୍ୟ ଚେତାବନୀ ଦେଇଛି । ଏହି ମେଡିସିନ୍ ଖାଇବା ପରେ […]