ଲକ୍ଷ୍ନୌ: ଏକ କୋଟି ଟଙ୍କା। ସାମାନ୍ୟ ପଦେ କଥା ବଦଳରେ ମିଳିବ ଏକ କୋଟି ଟଙ୍କା। କାହାର ବା ଲୋଭ ନ ହେବ ? ହେଲେ ସେ କ’ଣ ଜାଣିଥିଲେ ଏହି ପଦେକଥାର ମୂଲ୍ୟ କେତେ ବେଶି ବୋଲି। ଏକ କୋଟି ଟଙ୍କା ଲୋଭରେ ଉତ୍ତର ପ୍ରଦେଶ ପୋଲିସର ସୋଶାଲ ମିଡିଆ ହେଲ୍ପ ଡେସ୍କକୁ ଫୋନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଥିଲେ ହତ୍ୟା ଧମକ। ଆଉ ଏବେ ମାମୁଘରେ ପଶି ବିଚରା ଯୁବକ ଜଣକ ଫେରିବାର […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୫ଟି ଜିଲ୍ଲାବାସୀଙ୍କୁ ଆଜି ଦିନ ୩ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼। ଏହାପୂର୍ବରୁ ଆଜି ଦିନ ୧୦ଟା ୩୦ ଯାଏ ୮ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ […]
ମସ୍କୋ:ଆମେରିକାରେ ଜନ୍ମିତ ତଥା ୨ୟ ବିଶ୍ୱ ଯୁଦ୍ଧର ଏକାମାତ୍ର ସାକ୍ଷୀ ୮୪ ବର୍ଷର ଘଡିଆଳ (alligator) ଯିଏ କି ଋଷର ମସ୍କୋ ଜୁ’ ରେ ଥିଲା ତାହାର ମୃତ୍ୟୁ ଘଟିଛି । କୁହାଯାଏ, ଏହି ଘଡ଼ିଆଳ କୁଆଡେ ଜର୍ମାନୀର ତାନାଶାହ ଆଡଲଫ ହିଟଲରଙ୍କ ପୋଷା ଥିଲା । ୧୯୪୩ରେ ବର୍ଲିନରେ ବୋମା ବିସ୍ଫୋରଣ ବେଳେ ବର୍ଲିନର ଏକ ଚିଡ଼ିଆଖାନାରୁ ଯେଉଁ କେତେଜଣଙ୍କୁ ଜୀବତ ଉଦ୍ଧାର କରାଯାଇଥିଲା ସେମାନଙ୍କ ମଧ୍ୟରେ ଏହି ଘଡ଼ିଆଳ ଥିଲା । Saturn ନାମରେ […]
ନୂଆଦିଲ୍ଲୀ:ବିମାନର ମଝି ସିଟ୍ ଖାଲି ରହିବ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ। ବିମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପୂର୍ଣ୍ଣ ଉଡ଼ାଣ କରିପାରିବ । ପୂର୍ବରୁ ଏଥିପାଇଁ ବୁକିଂ ହୋଇଥିବାରୁ ଏହି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତିନି ଟିକିଆ ସିଟର ମଝି ସିଟକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ତା […]
କରାଚି:ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣା କାରଣ ନେଇ ତଦନ୍ତ ଚାଲିଥିବାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏହି ତଦନ୍ତ ରିପୋର୍ଟରେ ପାଇଲଟ୍ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିମାନର ପାଇଲଟ୍ଙ୍କୁ ତିନି ତିନି ଥର ସତର୍କ ସୂଚନା ଦିଆଯିବା ସତ୍ତ୍ୱେ ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ ବୋଲି କୁହାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ବିମାନର ଉଚ୍ଚତା ଏବଂ ସ୍ପିଡ୍ ନେଇ ତିନି ଥର ୱାର୍ଣ୍ଣିଂ ଜାରି କରାଯାଇଥିଲା। […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ ସତ୍ତ୍ୱେ ଆଜି ସାରାଦେଶରେ ହର୍ଷ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ଇଦ୍ । ରବିବାର ଚାନ୍ଦ ଦେଖିବା ପରେ ଆଜି ଇଦ-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ। ପବିତ୍ର ରମଜାନ ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ଏହି ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି ।ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ । ତେବେ ଏଥର କରୋନା କଟକଣା ଲାଗି ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି […]
ଶ୍ରୀନଗର:ଲସ୍କର-ଏ-ତୋଏବାର ଜଣେ ଟପ୍ ଲିଡର ସମେତ ଅନ୍ୟଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା କର୍ମୀ ସୋମବାର ନିପାତ କରିଛନ୍ତି। ଜମ୍ମୁ-କାଶ୍ମୀରର କୁଲଗାଓ ଜିଲ୍ଲାରେ ଆଜି ଏକ ଏନକାଉଣ୍ଟରରେ ଏହି ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। କୁଲଗାମା ଜିଲ୍ଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା କୌଣସି ସୂତ୍ରରୁ ଖବର ପାଇବା ପରେ ଭାରତୀୟ ସୀମା ସୁରକ୍ଷା ବାହିନୀ ଏବଂ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପେରସନ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ-ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁଇ […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୮ଟି ଜିଲ୍ଲାବାସୀଙ୍କୁ ଆଜି ଦିନ ୧୦ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ନୟାଗଡ଼।