• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sidhu
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ମନ୍ତ୍ରୀ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ଗତ ୧୦ ତାରିଖରୁ ପଞ୍ଜାବ କ୍ୟାବିନେଟ୍‌ରୁ ସେ ଇସ୍ତଫା ଦେଇଥିବା ନେଇ ଆଜି ସୂଚନା ଦେଇଛନ୍ତି। ସେ ଇସ୍ତଫାପତ୍ର ଜୁନ ୧୦ରେ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି ସେ ନିଜ ଇସ୍ତଫାପତ୍ରକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହେଁ ସିଦ୍ଧୁ ଏଯାଏ ରାହୁଲଙ୍କୁ ଅଧ୍ୟକ୍ଷ ବୋଲି ଟ୍ୱିଟ୍‌ରେ […]

  • Monday, 12 July 2021
assam
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ୧୫ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୭କୁ ଛୁଇଁଲା

ଗୁୱାହାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୩୩ଟି ଜିଲ୍ଲାରୁ ୨୫ଟି ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ବାର୍‌ପେଟା ଅଞ୍ଚଳ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ […]

  • Monday, 12 July 2021
chandrayaan 2
‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍‌ ଡାଉନ୍ ଆରମ୍ଭ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ପାଇଁ କାଉଣ୍ଟ୍‌ ଡାଉନ୍ ଆରମ୍ଭ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଜିଏସ୍ଏଲ୍‌ଭି ମାର୍କ ଥ୍ରୀ ରକେଟ୍ ବା ବାହୁବଳୀ ସାହାଯ୍ୟରେ ଏହାର ଉତ୍‌କ୍ଷେପଣ ହେବ। ‘ଚନ୍ଦ୍ରଯାନ-୨’ ମିଶନକୁ ଅର୍ବିଟର, ଲ୍ୟାଣ୍ଡର ଓ ରୋଭର୍ ଏହିଭଳି […]

  • Monday, 12 July 2021
airlines
ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି। କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବ, ସେଥିପାଇଁ ଇସ୍‌ଲାମାବାଦ ଭାରତ ପାଇଁ ତା’ର ବାୟୁସୀମାକୁ ବନ୍ଦ କରିଦେଇଛି। ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା କୌଣସି ବିମାନ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିପାରିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଭାରତ ପାଇଁ ତା’ର ଆକାଶ ମାର୍ଗ ଖୋଲିବା ନିମନ୍ତେ ନୂଆଦିଲ୍ଲୀ ଆଗରେ ସର୍ତ୍ତ ଉପସ୍ଥାପନ […]

  • Monday, 12 July 2021
keniya
୨୦୦ ଟଙ୍କା ଫେରାଇବାକୁ କେନିଆରୁ ଭାରତ ଆସିଲେ ସାଂସଦ

ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ। ସେ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କା ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି। ରିଚାର୍ଡ ଏତେ […]

  • Monday, 12 July 2021
anil ambani
ଋଣ ପରିଶୋଧ ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ରାଫେଲ ଡିଲ୍‌ର ଅଫଶୋର୍ ପାର୍ଟନର ଅନୀଲ ଅମ୍ବାନୀଙ୍କ ଉପରେ ଦିନକୁ ଦିନ ଋଣ ବୋଝ ବଢ଼ିବାରେ ଲାଗିଛି। ଏହାକୁ ପରିଶୋଧ କରିବା ପାଇଁ ଅନୀଲ ଅମ୍ବାନୀ ଏବେ ତାଙ୍କ ପାଖରେ ଥିବା ୨୧,୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛନ୍ତି। ରିଲାଏନ୍ସ ଗ୍ରୁପ୍‌ର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ରିଲାଏନ୍ସ ଭିତ୍ତିଭୂମି ଲିଃ ତା’ ପାଖରେ ଥିବା ୯ଟି ରାସ୍ତା ପ୍ରକଳ୍ପ ବିକ୍ରି କରିବ। ଏହାର ମୂଲ୍ୟ ୯ ହଜାର […]

  • Monday, 12 July 2021