• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

trump
ଟ୍ରମ୍ପଙ୍କ ବିରୋଧରେ ପୁଣି ଆସିଲା ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]

  • Tuesday, 13 July 2021
likar
ବିଷାକ୍ତ ମଦ ପିଇ ୧୦ ମୃତ, ଦୁଇ ଡଜନରୁ ଅଧିକ ଗୁରୁତର

ମୁରେନ୍‌: ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗୁରୁତର ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବୁଚ୍ଛେଦ ପାଇଁ ପଠାଇଛି। ମିଳିଥିବା ଖବର ଅନୁଯାୟୀ, ବାଗଚିନି ଥାନା ମାନପୁର ଏବଂ ସୁମାବଳି ଥାନାର ପହୱାଲି […]

  • Tuesday, 13 July 2021
afgan
ଏୟାର ଷ୍ଟ୍ରାଇକ୍‌ରେ ୧୪ ଆତଙ୍କୀ ନିପାତ

କାବୁଲ୍‌: ଏକ ଏୟାର ଷ୍ଟ୍ରାଇକ୍‌ରେ ଆଫଗାନିସ୍ତାନରେ ୧୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କୀଙ୍କ ମଧ୍ୟରୁ ୯ଜଣ ପାକିସ୍ତାନ ମୂଳ ଏବଂ ଅନ୍ୟ ୫ ଜଣ ତାଲିବାନ ସଂଗଠନର ବୋଲି ଜଣାଯାଇଛି। ଆକ୍ରମଣରେ ୧୮ ଆଫଗାନ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗଜନୀର କ୍ଷେତ୍ରୀୟ ପରିଷଦ ମଖ୍ୟ ମହମ୍ମଦ ନାସିରଙ୍କ କହିବା ଅନୁଯାୟୀ, ମୃତ ସମସ୍ତ ଆତଙ୍କୀ ଗୋଟିଏ ପରିବାରର। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀଳୟ ମଧ୍ୟ ସ୍ୱୀକାର କରିଛି ଯେ, ଦୁଇ ଦିନ ତଳେ ହୋଇଥିବା ଏୟାର […]

  • Tuesday, 13 July 2021
bird flu
ପ୍ୟାକେଟ୍ ଚିକେନ୍‌ ଉପରେ ଲାଗିଲା ବ୍ୟାନ: ୯ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ

ନୂଆଦିଲ୍ଲୀ: ଏବେ ପ୍ରୋସେସ୍ଡ ବା ପ୍ୟାକେଟ୍‌ ଚିକେନ୍‌ ଉପରେ ଲାଗିଲା ବ୍ୟାନ୍। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏପରି ନଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଏନେଇ ସୋମବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆଡ୍‌ଭାଇଜରୀ ଜାରି କରାଯାଇଛି। ଆଜି ସକାଳେ ଦିଲ୍ଲୀର କେତେକ ସ୍ଥାନରେ ବାର୍ଡ ଫ୍ଲୁ ଭୂତାଣ ଚିହ୍ନଟ କରାଯାଇଛି। ଦିଲ୍ଲୀର ପକ୍ଷୀମଡ଼କ ପରେ ସେମାନଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏ ସମ୍ପର୍କରେ ସୂଚନା […]

  • Tuesday, 13 July 2021
attack
ଗୁପ୍ତଧନ ପାଇବା ଆଶାରେ କରୁଥିଲେ ପୂଜାର୍ଚ୍ଚନା, ନିର୍ଧୂମ ଛେଚିଲେ ଗାଁ ଲୋକେ

ବୌଦ୍ଧ: ମହଙ୍ଗା ପଡ଼ିଲା ଗୁପ୍ତଧନ ପାଇବା ଆଶାରେ ପୂଜାର୍ଚ୍ଚନା କରିବା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜାର୍ଚ୍ଚନା ପାଇଁ ଆସିଥିବା ଲୋକେ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଜଣେ ବ୍ୟକ୍ତି ଗୁପ୍ତଧନ ପାଇବା ଲୋଭରେ ଜଣେ ମହିଳା, ପୂଜକଙ୍କୁ ମିଶାଇ ୮ ଜଣ ବ୍ୟକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଡାକିଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଁ […]

  • Tuesday, 13 July 2021
farmer
ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଆଇନକୁ ସ୍ଥଗିତ ରଖ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପଯର୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । […]

  • Tuesday, 13 July 2021
oldman-dance
ହାଡୁ ମଉସାଙ୍କ ନାଚ ପାଖରେ ହାର ମାନିଲା ବୟସ, ଦେଖନ୍ତୁ ଭିଡିଓ

ସୋନପୁର: କମଳପୁରର ହାଡ଼ୁ ମଉସା। ବୟସ ୮୦ ହେଲେ ତାଙ୍କର ଜୋଶ ପାଖରେ ହାର ମାନିଯିବେ ଟୋକା। ଥରେ ଗୀତର ନାଚରେ ତାଳ ଦେଇ ନାଚିବା ଆରମ୍ଭ କଲେ ବୋଲ ମାନେନି ତାଙ୍କର ହାତ ଗୋଡ଼। ଥକି ଯାଏନି ଶରୀର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମଳପୁର ଗାଁର ହାଡୁ ଖମାରୀ ଓରଫ ହାଡ଼ୁ ମଉସା।  ବୟସର ଅପରାହ୍ଣରେ ଭଲରେ ଚାଲି ପାରୁନାହାନ୍ତି। ତାଙ୍କ ବେଶ ପୋଷାକରେ ଦାରିଦ୍ର୍ୟର ଛାପ ବାରି ହୋଇ ପଡ଼ୁଛି। ହେଲେ ଯୋଶ […]

  • Tuesday, 13 July 2021
bindu sagar
୪ ମାସ ଭିତରେ ସ୍ୱଚ୍ଛ ହେବ ବିନ୍ଦୁ ସାଗର !

ଭୁବନେଶ୍ୱର: ସ୍ୱଚ୍ଛ ହେବ ବିନ୍ଦୁସାଗର । ୪ ମାସ ଭିତରେ ବିନ୍ଦୁ ସାଗରର ପାଣି ନିର୍ମଳ ହେବ। ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଇନଷ୍ଟିଚ୍ୟୁଟ କେମିକାଲ୍ ଟେକ୍ନୋଲଜି, ଇଣ୍ଡିଆନ୍ ଅଏଲ କ୍ୟାମ୍ପସ ଓ ଓଡିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନର ମିଳିତ ଉଦ୍ୟମରେ ଆସନ୍ତା ୪ ମାସ ଭିତରେ ବିନ୍ଦୁସାଗରର ପୁନରୁଦ୍ଧାର ହେବ । ପ୍ରକଳ୍ପ ପାଇଁ IOCLର CSR ପାଣ୍ଟିରୁ ୭୦ ଲକ୍ଷ ଟଙ୍କା […]

  • Tuesday, 13 July 2021
sonu nigam
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ, ପାରିବାରିକବାଦ ଚାଲିଥିବା ନେଇ ସ୍ୱର ଉଠିଛି। ଏସବୁ ଭିତରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ ବୋଲି ଗୁରୁବାର ଦିନ Sonu Nigam Instagram ରେ ଏକ ଭିଡିଓ ଶେଆର୍‌ କରି ସେ ଏହା […]