ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ କରିଛନ୍ତି ସୁରଟରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ। ରାମ ମନ୍ଦିର ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରୁଥିବା ବେଳେ ବିବାହ ଟଙ୍କା ରାମ ମନ୍ଦିରକୁ […]
ନୂଆଦିଲ୍ଲୀ : ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ଦିଲ୍ଲୀ ପୋଲିସ। ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି । କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ତେବେ ମୁହାଁମୁହିଁ ସ୍ଥିତି ପରେ ପୋଲିସ ବର୍ତ୍ତମାନ ଚାଷୀଙ୍କୁ ତଡ଼ିବାରେ ସଫଳ ହୋଇଛି । କିନ୍ତୁ କୃଷକମାନେ […]
ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମାସିକ ୨୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETଙ୍କୁ ଉପ ସଚିବ ଚିଠି ଲେଖିଛନ୍ତି। ସୂଚନାଥାଉ କି, ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯାଇଛି।
ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ ସୁନାର ସଂସାର ଚୂନା ହୋଇଯାଉଛି। ଯେଉଁ ସମୟରେ ଉଭୟ ବାପାମା’ଙ୍କ ସ୍ନେହ ଦରକାର, ସେ ସମୟରେ ଅଲଗା ରହିବାକୁ ବାଧ୍ୟ ହୁଅନ୍ତି ଦୁନିଆ କ’ଣ ଜାଣିନଥିବା କୁନି […]
ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ତେବେ ଏନେଇ ଜଣେ ଭାରତୀୟ ବରିଷ୍ଠ ସେନାଅଧିକାରୀ କହିଛନ୍ତି, ଭାରତୀୟ […]
ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଥିଲା ବୈଠକ ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଚୀନକୁ ଚରମବାଣୀ ଶୁଣାଇଲା […]
କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ କାହିଁକି ଚିହିଙ୍କି ଉଠୁଛନ୍ତି ଦିଦି ? ପ୍ରଭୁଙ୍କ ନାମ ଶୁଣି ରାଗିପାଚି ଲାଲ୍ ହୋଇଯାଉଛନ୍ତି । ପୁରୁଷୋତ୍ତମ ରାମଙ୍କ ନା ଶୁଣି ଭାଷଣ ଦେବାକୁ ମନା କରିବା […]
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି । ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ । […]
ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ । ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ମାତ୍ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍ […]