କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ସରକାରରୁ ୨ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଏଚ୍. ନାଗେଶ ଏବଂ ଆର. ଶଙ୍କର ଏନେଇ ରାଜ୍ୟପାଳଙ୍କୁ ଲେଖିଛନ୍ତି। ଏସବୁ ସତ୍ତ୍ୱେ ତାଙ୍କ ସରକାର ସଂପୂର୍ଣ୍ଣ ସୁରକ୍ଷିତ ବୋଲି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ କହିଛନ୍ତି। କଂଗ୍ରେସ ମଧ୍ୟ ସରକାର ସୁରକ୍ଷିତ ଥିବା କହିଛି। ୨ଜଣ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ସରକାର ଉପରେ ପ୍ରଭାବ ପକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ନେତା କହିଛନ୍ତି। କଂଗ୍ରେସ ନେତା […]
ନୂଆଦିଲ୍ଲୀ : ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ନାରାବାଜି ମାମଲାରେ ଆଜି ପତିଆଲା ହାଉସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୁଲିସ। ଚାର୍ଜସିଟ୍ରେ ୧୦ ଜଣଙ୍କ ନାଁ ରହିଛି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଜେଏନୟୁର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ସହ ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ। ଏଥିସହିତ ଆଉ ୭ କାଶ୍ମୀର୍ ଛାତ୍ରଙ୍କ ନାଁ ମଧ୍ୟ ରହିଛି। ଅର୍ଥାତ ଏମାନଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ରହିଛି ଓ ମାମଲା ଚାଲିପାରିବ। ଏମାନଙ୍କ ବ୍ୟତୀତ […]
ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ ବା LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଅସ୍ତ୍ରଶସ୍ତ୍ର ସହିତ ବାୟୁସେନାରେ ସାମିଲ ପାଇଁ ଏହାକୁ ମଞ୍ଜୁରୀ ମିଳିଛି। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ-୨୦୧୯ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଏୟାର ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆଙ୍କୁ ଚୂଡ଼ାନ୍ତ ଅପରେସନାଲ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ବାୟୁସେନା ତଥା ଦେଶର ପ୍ରତିରକ୍ଷା ଇତିହାସରେ ଏହା ଏକ ମାଇଲ୍ଖୁଣ୍ଟ ବୋଲି […]
ନୂଆଦିଲ୍ଲୀ : ୨୦୦୮ ମସିହା ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତାହାଓ୍ୱର ହୁସେନ ରାଣା। କାନାଡ଼ା ଜନ୍ମିତ ଏହି ପାକିସ୍ତାନୀ ତାହାଓ୍ୱର ହୁସେନ ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକାରେ ବନ୍ଦୀ ଥିବା ରାଣାକୁ ୨୦୨୧ମସିହା ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇପାରେ ବୋଲି କୁହାଯାଉଛି। ୨୦୨୧ମସିହାରେ ରାଣାର ଜେଲ ଦଣ୍ଡକୁ ୧୪ ବର୍ଷ ପୂରଣ ହେବ। ଏଣୁ ଏହା ପୂର୍ବରୁ ତାକୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସରକାର ଯୋଜନା […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏକାକୀ ଲଢ଼ିବାକୁ ଯୋଜନା କରିଛି। ରାଜ୍ୟର ୮୦ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ବିଜେପିକୁ ମାତ୍ ଦେବା ଲାଗି ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟର ୧୩ଟି ଜୋନ୍ରେ ୧୩ଟି ସଭା ଓ ଶୋଭାଯାତ୍ରା କରିବେ। ପ୍ରତି ଜୋନ୍ରେ ୬ଟି ଲୋକସଭା ଆସନ ରହିବ। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଆଜି […]