ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ ପୁଣି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଅନ୍ତର୍ଜାତୀୟ ସଂଗଠନ ‘ଆମନେଷ୍ଟି ଇଣ୍ଟରନେସନାଲ’ ବ୍ୟାନରରେ ଛଡ଼ାଯାଇଥିବା ଭିଡିଓ ବାର୍ତ୍ତାରେ ନାସିରୁଦ୍ଦିନ ଦେଶର ସାଂପ୍ରତିକ ପରିସ୍ଥିତି ନେଇ ନିଜର ମତ ରଖିଛନ୍ତି। ଧର୍ମ ନାଁରେ ଘୃଣାର ପାଚେରୀ ଛିଡ଼ା କରାଯାଉଥିବା ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଯିଏ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଦଣ୍ଡ […]
କେରଳ : କେରଳ ସବରିମାଳାର ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟରେ ହିଂସାକାଣ୍ଡ। ରାଜ୍ୟରେ ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି। ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ଏପରିକି ପର୍ଯ୍ୟଟକମାନେ ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ। ଦୁଇ ଦିନିଆ ବନ୍ଦ ପାଳନ ବେଳେ ୭୫ଟି ସରକାରୀ ବସ୍ ଭଙ୍ଗାରୁଜା କରାଯାଇଥିବାବେଳେ ୩୧ ଜଣ ପୁଲିସ କର୍ମଚାରୀଙ୍କ ଉପରେ […]
ମୁମ୍ବାଇ : ଦିବଂଗତ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁମ୍ବାଇ ଶ୍ମଶାନରେ ସଂଧ୍ୟାରେ ଆଚରେକରଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ଆଚରେକରଙ୍କ ଶିଷ୍ୟ ତଥା ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗଦେଇଥିଲେ। ରମାକାନ୍ତଙ୍କ ମର ଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିଅମ ଯାଏ ନିଆଯାଇଥିଲା। ସେଠାରେ ଉଦୀୟମାନ କ୍ରିକେଟରମାନେ ବ୍ୟାଟ୍ ଟେକି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ତେନ୍ଦୁଲକର ଓ ଚନ୍ଦ୍ରକାନ୍ତଙ୍କ ସମେତ ଅନ୍ୟ ଛାତ୍ରମାନେ ରମାକାନ୍ତଙ୍କ ମର ଶରୀରଙ୍କୁ ନିଜ […]
ନୂଆଦିଲ୍ଲୀ : ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ତେବେ ନଜର ରହିଛି ରାଜ୍ୟସଭା ଉପରେ। ଆଜି ରାଜ୍ୟସଭାରେ ଆସିପାରେ ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍। ସେପଟେ କିନ୍ତୁ ଆଜି ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ ଦୁଇଥର ମୁଲତବୀ କରିବାକୁ ପଡିଥିଲା। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ […]
ନୂଆଦିଲ୍ଲୀ : ଦିଲ୍ଲୀର ଜେଏନୟୁ କ୍ୟାମ୍ପସ ପରିସରରେ ଥିବା ପାହାଡ଼ ଚଢୁଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାଁ ପ୍ରବୀଣ ତିୱାରୀ। ସେ ଜେଏନୟୁରେ ରିସର୍ଚ୍ଚ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ପ୍ରବୀଣ ବିନା କୌଣସି ସୁରକ୍ଷା ଉପକରଣରେ ପାହାଡ଼ ଚଢୁଥିଲେ। ଏପରିକି ଏହି ଦୃଶ୍ୟର ରେକର୍ଡିଂ କରିବା ପାଇଁ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ। କିନ୍ତୁ ପାହାଡ଼ ଚଢୁଥିବା ବେଳେ ହଠାତ୍ ତାଙ୍କ ପାଦ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍ପିଜି ସିଲିଣ୍ଡର ପ୍ରଦାନ କରିଥିଲେ। ଉତ୍ସବରେ ପୌରୋହିତ୍ୟ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବନି। ଗ୍ୟାସ୍ ନେଉଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ରିଫିଲିଂ କରୁଛନ୍ତି ବୋଲି ଧର୍ମେନ୍ଦ୍ର […]