ନୂଆ ଦିଲ୍ଲୀ : ଲୋକପାଳ ନିଯୁକ୍ତି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହେଉଛି। କିନ୍ତୁ ଏହି ବୈଠକରେ ଯୋଗ ଦେବେ ନାହିଁ ଲୋକସଭାରେ କଂଗ୍ରେସର ସଂସଦୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ। ତ।ଙ୍କୁ ଯେଭଳି ଭାବେ ନିମନ୍ତ୍ରଣ କରାଯାଇଛି, ତାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ଲୋକପାଳ ନିଯୁକ୍ତି ପ୍ରକ୍ରିୟାରେ ବିରୋଧୀଙ୍କ ସ୍ୱରକୁ ଦବାଇ ତାକୁ ସାମିଲ ନ କରିବାକୁ ଜାଣିଶୁଣି କେନ୍ଦ୍ର ସରକାର ଏପରି କରୁଥିବା ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖର୍ଗେ। ଲୋକପାଳ […]
ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ଚଳିତବର୍ଷ ସେ ହୋଲି ଖେଳିବେ ନାହିଁ ବୋଲି କହିଛନ୍ତି। ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। pic.twitter.com/D7g126bPqG — Naveen Patnaik (@Naveen_Odisha) March 1, 2018 ତାଙ୍କୁ ଥଣ୍ଡା ହୋଇଥିବାରୁ ହୋଲି ଖେଳିବେ ନାହିଁ ବୋଲି ସେ କହିଛନ୍ତି। […]
ନୂଆଦିଲ୍ଲୀ: ପିଏନବି ଦୁର୍ନୀତି ମାମଲାରେ ହୋଇଥିବା ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗୀତାଞ୍ଜଳି ଜେମ୍ସର ପ୍ରମୋଟର ମେହୁଲ ଚୋକ୍ସିଙ୍କ ୪୧ ସଂପତ୍ତି (ଯାହାର ମୂଲ୍ୟ ୧,୨୦୦ କୋଟିରୁ ଅଧିକ) କୁ ବ୍ୟାଜାପ୍ତ କରିଛି। ଏନେଇ ଏଜେନ୍ସି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଏକ ପ୍ରୋଭିସନାଲ ଅର୍ଡ଼ର ଜାରି କରିଛି। ବ୍ୟାଜାପ୍ତ ହୋଇଥିବା ସଂପତ୍ତିରେ ମୁମ୍ବାଇରେ ଥିବା ୧୫ଟି ଫ୍ଲାଟ ଓ ୧୭ଟି ଅଫିସ, କୋଲକାତାର ଏକ ମଲ୍, ଆଲିବାଗରେ ଥିବା ଚାରି […]
ଶ୍ରୀନଗର: ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ତଥା ଆତଙ୍କବାଦୀଙ୍କ ଆଶ୍ରୟ ସ୍ଥଳ ପାଲଟିଥିବା ପାକିସ୍ତାନକୁ ଭାରତୀୟ ସୁରକ୍ଷାକର୍ମୀ ଆଜି ଏକ କଡ଼ା ଜବାବ ଦେଇଛି। ଜାମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲା ଅନ୍ତର୍ଗତ ହାଜିନ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଶାକୁରଦିନ୍ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ନିହତ ହୋଇଥିବା ଆତଙ୍କବାଦୀ ଲସ୍କର-ଇ-ତୋଇବା (ଏଲଇଟି)ର ବୋଲି ମନେ କରାଯାଉଛି। ସର୍ଚ୍ଚ ଅପରେସନ ବେଳେ […]
ନୂଆଦିଲ୍ଲୀ : ଐତିହାସିକ ଦାଣ୍ଡି ଯାତ୍ରାର ଆଜି ବର୍ଷ ପୂର୍ତ୍ତି। ୧୯୩୦ ମସିହା ଆଜିର ଦିନରେ ବ୍ରିଟିସ୍ ସରକାର ବିରୋଧରେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରାରେ ବାହାରିଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଆଜି ଏହି ଦାଣ୍ଡି ଯାତ୍ରାର ୯୦ତମ ବର୍ଷ ପୂର୍ତ୍ତି। ଅହମଦାବାଦ ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଗାନ୍ଧିଙ୍କ ଆହ୍ୱାନରେ ସାରା ଦେଶର ଲୋକେ ଏହି ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହା ଦେଶର ଅନ୍ୟ ପ୍ରାନ୍ତକୁ […]
ଅନୁଗୁଳ: ଠାକୁରଗଡ଼ ରଇଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକର ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ସ୍ୱାମୀକୁ ଗୁଳି ବେଳେ ସ୍ତ୍ରୀ ବଞ୍ଚାଇବାକୁ ଯାଇ ଗୁଳିରେ ଟଳି ପଡ଼ିଲେ। ସ୍ୱାମୀ ଗୋଡ଼ରେ ବାଜିଛି ଗୁଳି ବାଜିବା ସହ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଗୁଳିମାରି ସେହି ଗାଁର ଯୁବକ ଫେରାର ହୋଇଯାଇଥିବାର ସୂଚନା ମିଳିଛି।
ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଫସିଛନ୍ତି ପୁଣି ଜଣେ ଲାଞ୍ଚୁଆ। ବାରିପଦା ଟାଉନ ଥାନା ସବ୍ ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ୍ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ। ବାରିପଦା ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ପାରିବାରିକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ। ଅଭିଯୁକ୍ତ ଯୁବକ ଜେଲରୁ ବାହାରିବା ପରେ ତଦନ୍ତ ଅଧିକାରୀ କିଶାନ୍ ତାଙ୍କୁ ଫୋନ୍ କରି ଧମକ ଚମକ ଦେବା ସହ ମାମଲାକୁ ରଫାଦଫା […]
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ ସାରିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧, ୯୩୩ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ହରାଇ ବିଜେପୁର ଗଡ଼ ଜିତିଛନ୍ତି। ରୀତା ସାହୁ ମୋଟ ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମିଳିଛି ୬୦ ହଜାର ୯୩୮ ଭୋଟ। ସେପଟେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଖଣ୍ଡ ଭୋଟ୍। ଏହି ଫଳାଫଳକୁ […]
ଆଉ କିଛି ସମୟ ପରେ ମୁମ୍ବାଇରେ ହେବ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ। ବିଶାଳ ଶୋଭାଯାତ୍ରାରେ ଶ୍ରୀଦେବୀଙ୍କ ମରଶରୀରକୁ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯାଉଛି। ଅନ୍ତିମ ଯାତ୍ରାରେ ରାସ୍ତାକଡ଼ରେ ଶହ ଶହ ପ୍ରଶଂସକ ଶ୍ରୀଦେବୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ରାଜକୀୟ ସମ୍ମାନ ସହ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ହେବ। ମୁମ୍ବାଇ ପୋଲିସର ଏକ ବ୍ୟାଣ୍ଡ ବି ସେଠାରେ ପହଞ୍ଚ ସାରିଛି। ଆଜି ସକାଳ ସାଢ଼େ ୯ଟାରୁ ଲଖଣ୍ଡଓ୍ୱାଲାସ୍ଥିତ ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ଶ୍ରୀଦେବୀଙ୍କୁ […]
ଭୁବନେଶ୍ୱର : ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି। ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ରିଟର୍ଣ୍ଣିଂ […]
ଭୁବନେଶ୍ୱର : ଚଳିତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ଏକ ଲକ୍ଷ ୭୩ ହଜାର ୫୪୫ ଜଣ ଶିଶୁଙ୍କୁ ଏମଆର୍ ଟିକାକରଣ କରାଯାଇଛି। ଯାହାକି ଧାର୍ଯ୍ୟଲକ୍ଷର ୯୦ପ୍ରତିଶତ ଜାନୁଆର ୨୯ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନରେ ପ୍ରାୟ ୧୩ ଲକ୍ଷ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ ରଖାଯାଇଥିଲା। ମାତ୍ର ୨୦ ଦିନରେ ଏହି ସଫଳତା ହାସଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରଥମ ୨ସପ୍ତାହରେ ରାଜ୍ୟର ୭୦ […]