ଭୁବନେଶ୍ୱର: ଏଣିକି ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନଗୁଡ଼ିକର ନାମ ଫଳକ ଓଡ଼ିଆରେ ଲେଖାଯିବ। ନଚେତ୍ ତଣ୍ଡ ଗଣିବେ ଦୋକାନୀ। ଗତକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ବାର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଓଡ଼ିଆ ସରକାରୀ ଭାଷା ଆଇନରେ […]