ଭୁବନେଶ୍ୱର : ପାରାଦ୍ୱୀପରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାରାଦ୍ୱୀପରେ ବିମାନ ବନ୍ଦର ସ୍ଥାପନା ପାଇଁ ବୈଷୟିକ ତଥା ଆର୍ଥିକ କାର୍ଯ୍ୟକାରିତା ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ସୁରେଶ ପ୍ରଭୁଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ପାରାଦ୍ୱୀପ ବନ୍ଦରରୁ ୩୨୩ ମିଲିୟନ୍ ଟନ୍ ମାଲ୍ ପରିବହନ କରାଯାଇପାରିବ। […]
କୋଲକତା : ଗତକାଲି କୋଲକତାରେ ବିଜେପି ରାଲିବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି। ହିଂସାକାଣ୍ଡ ପାଇଁ ବିଜେପି ସିଧାସଳଖ ଟିଏମସିକୁ ଦାୟୀ କରିଛି। ପଶ୍ଚିମବଂଗରେ ବିଜେପିର ଶକ୍ତିବୃଦ୍ଧିକୁ ନେଇ ଟିଏମସି ହତାଶ ହୋଇ ପଡିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଭିଯୋଗ କରିଛନ୍ତି। ଏନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ କଟକଣା ଜାରି କରିବାକୁ ଦଳ ଦାବି କରିଛି। […]
ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ ନାବାଳକ। ସେପଟେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଭଳି […]
ଭୁବନେଶ୍ୱର : ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସରକାର। ବିଧାନସଭାରେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିବୃତି ରଖି କହିଛନ୍ତି, ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ଏଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାରେ ଘଟିଥିବା ୩ଟି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ାର ୨ଟି ଓ ବାଲେଶ୍ୱର, ସୋର ଘଟଣାରେ ବି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଭଳି […]
ପୁରୀ : ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ। କାମ ସାରିବାକୁ ମାସେ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମାଗିଥିବାରୁ ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଭକ୍ତ ମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର […]
ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ। ୨ମାସ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ହାଇକୋର୍ଟ। ସିସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିଲେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ। ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରଭାତ ଭୁବନେଶ୍ୱର ଝାରପଡା ଜେଲରେ ଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପ୍ରଭାତ ଜେଲ ବଦଳରେ SCB ମେଡିକାଲରେ ଚିକିତ୍ସା ହେଉଥିଲେ। ୨୦୧୭ ସେମ୍ବେର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା CBI।
ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା ୫ରୁ ବୃଦ୍ଧି ପାଇ ୭ ପ୍ରତିଶତ ହୋଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଛି। ସଂଶୋଧିତ ହାରରେ ପେନ୍ସନ୍ ପାଉଥିବା ପେନ୍ସନ୍ ଭୋଗୀଙ୍କ ଟିଆଇ ମଧ୍ୟ ବୃଦ୍ଧି […]
ଲକ୍ଷ୍ନୌ : ବେଶ୍ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଷ୍ଟାଇଲ ବି ଅଛି। ଆଉ ଗ୍ଲାମର ବି। ଅନ୍ଦାଜ କୌଣସି ଫିଲ୍ମି ହିରୋଇନଙ୍କ ଠାରୁ କମ୍ ନୁହେଁ। ତେବେ ହଳଦିଆ ଶାଢୀ ପିନ୍ଧିଥିବା ମହିଳା ଜଣଙ୍କ କିନ୍ତୁ ବାସ୍ତବରେ ଜଣେ […]
ୱାଶିଂଟନ : ଧୀରେ ଧୀରେ ସଂକୁଚିତ ହେଉଛି ଚନ୍ଦ୍ର। ଏଥିଯୋଗୁଁ ଏହାର ପୃଷ୍ଠ ଭାଗରେ ଭାଙ୍ଗ ପଡିବା ସହ ଫାଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୃଥିବୀରେ ଭୂମିକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହେଉଛି। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛି। ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଚଳ ଥଣ୍ଡା ହେଉଥିବାରୁ ଏହା ସଂକୁଚିତ ହେଉଛି ଓ […]