Advertisment

VIMSAR Ragging: ବୁର୍ଲା ଭୀମସାର ଡାକ୍ତରୀ ଛାତ୍ରଙ୍କୁ ରାଗିଂ, ଅଭିଯୋଗ ପରେ ତନାଘନା

ସୂଚନା ଅନୁଯାୟୀ, ଗତ ୭ ତାରିଖରେ ରାଗିଂ ନେଇ ଅଭିଯୋଗ ହୋଇଥିଲା। ଦ୍ଵିତୀୟ ବର୍ଷର ଜଣେ ଛାତ୍ରଙ୍କ ରୁମ୍‌କୁ କିଛି ସିନିୟର୍ ପଶି ଆସିଥିଲେ। ଏହାପରେ ଜୁନିୟର ଛାତ୍ରଙ୍କୁ ଧକା ମାରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିଲେ। ଏନେଇ ଛାତ୍ର ଜଣଙ୍କ ତାଙ୍କ ମା'ଙ୍କୁ ଜଣାଇଥିଲେ ।

author-image
Sonali Ojha
ଅଦ୍ୟତନ ହୋଇଛି
Burla Ragging

Burla Ragging

ବୁର୍ଲା ଭୀମସାର ପୁଣି ରାଗିଂ। ଦ୍ଵିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ଗାଳିଗୁଲଜ ଓ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଛାତ୍ରଙ୍କ ମା' ଭୀମସାର ଡିନ୍‌ଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏକ କମିଟି ଗଠନ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗତ ୭ ତାରିଖରେ ରାଗିଂ ନେଇ ଆଭିଯୋଗ ହୋଇଥିଲା। ଦ୍ଵିତୀୟ ବର୍ଷର ଜଣେ ଛାତ୍ରଙ୍କ ରୁମ୍‌କୁ କିଛି ସିନିୟର୍ ପଶି ଆସିଥିଲେ। ଏହାପରେ ଜୁନିୟର ଛାତ୍ରଙ୍କୁ ଧକା ହାବୁକା ମାରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିଲେ। ଏନେଇ ଛାତ୍ର ଜଣଙ୍କ ତାଙ୍କ ମା'ଙ୍କୁ ଜଣାଇ ଥିଲେ । ଛାତ୍ରଙ୍କ ମା’ ଭୀମସାର ଡିନ୍‌ଙ୍କୁ ଫୋନ୍‌ କରି ଘଟଣା ବିଷୟରେ ଅବଗତ କରାଇଥିଲେ। ଏହାପରେ ଡିନ୍ ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।

କାହିଁକି ଏପରି ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଛି। ତେବେ ତଦନ୍ତ ରିପୋର୍ଟ ଆଧାରରେ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିନ କହିଛନ୍ତି । ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି। ତେବେ, ଲିଖିତ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ଆଣ୍ଟି ରାଗିଂ କମିଟିର ସବ୍ କମିଟି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି । ଏନେଇ ଅଭିଯୋଗକାରୀ ଛାତ୍ର କିମ୍ବା ଅଭିଯୁକ୍ତ ଛାତ୍ରମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

ଅଧିକ ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, କମିପାରେ E-ଚାଲାଣ ରାଶି

VIMSAR Ragging Burla VIMSAR
Advertisment
Advertisment