ରାୟଗଡ଼ା: ଲାଇନଚ୍ୟୁତ ହେଲା ସମଲେଶ୍ୱରୀ ଏକ୍ସପ୍ରେସ। ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ର ଇଞ୍ଜିନ୍ ସହ କିଛି ବଗି ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି। ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି।
ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର I ଠିକ ସମୟରେ ଏଥର ପହଞ୍ଚିବ ମୌସୁମୀ ବାୟୁ I ଅାସନ୍ତା ୨୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ I ଏଥିରେ ୩ କିମ୍ବା ୪ ଦିନ ଏପଟ ସେପଟ ହୋଇପାରେI ତେବେ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି I ଗତ ୨୦୧୬ରେ […]
ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ଏ ପ୍ରସଙ୍ଗ ସହ ଆଉ ୪ଟି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକାଇଥିବା ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏଥିରେ ସଂସଦର କାର୍ଯ୍ୟ ଧାରାକୁ ଫଳପ୍ରଦ କରିବା, ସ୍ୱାଧୀନତାର ୭୫ ବର୍ଷ ଅବସରରେ ନୂତନ ଭାରତ ଗଠନ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଏବଂ ଦେଶରେ ମହତ୍ୱାକାଂକ୍ଷୀ ଜିଲ୍ଲାର ବିକାଶ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ବାରମ୍ବାର ନିର୍ବାଚନ ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ରୋକିବାକୁ […]
ଅନୁଗୁଳ: କୋର୍ଟ ପରିସରରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ। ଜରପଡ଼ା ଥାନା କୁଇକୀଳା ଡବଲ୍ ମର୍ଡର୍ ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଝସକେତନ୍ ସାହୁ କୋର୍ଟ ପରିସରରୁ ଚମ୍ପଟ୍ ମାରିଛି। ଶୁକ୍ରବାର ଝସକେତନ କୋର୍ଟକୁ ଶୁଣାଣି ପାଇଁ ଆସିଥିବା ବେଳେ ପରିସ୍ରା କରିବା ବାହାନାରେ କୋର୍ଟ ପରିସରରେ ଥିବା ପରିସ୍ରାଗାରକୁ ଯାଇଥିଲା। ପରିସ୍ରାଗାରର ଆଜ୍ବେଷ୍ଟସ୍ ଉଠାଇ ଝସକେତନ ଖସି ପଳାଇଥିବା କୁହାଯାଉଛି। ସେ ପରିସ୍ରାଗାର ଯିବା ପୂର୍ବରୁ ପୋଲିସ ପାଖରୁ ମୋବାଇଲ୍ ମାଗିଆଣି କଥା ହେଉଥିଲେ। […]
ବାଲେଶ୍ୱର: ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୨ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭୋଗରାଇର ହୋଇଥିବା ବେଳେ ଅନ୍ୟଜଣେ ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି। ବେଳାଭୂମିରେ ଗାଧୋଇବାକୁ ମୋଟ ୭ ଜଣ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ।
କେନ୍ଦ୍ରାପଡ଼ା: ୪ ଦଫା ଦାବିରେ କେନ୍ଦ୍ରାପଡ଼ା ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ୨ ଶହରୁ ଅଧିକ କର୍ମଚାରୀ। ଗତ ୧ ତାରିଖରୁ ଅମଲାମାନେ ସମୂହ ଛୁଟିରେ ଯାଇଥିଲେ। ଅମଲାମାନଙ୍କୁ ସ୍ୱତନ୍ତ୍ର କ୍ୟାଡ଼ରଭୁକ୍ତ କରିବା, ଗ୍ରେଡ୍ ପେ ୪ ହଜାର ୨ ଶହ ଟଙ୍କା କରିବା ଭଳି ଦାବି ପୂରଣ ନେଇ ଅମଲା ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଛି। ସରକାର ଦାବି ପୂରଣ ନ କରିବା ଯାଏ ଆନ୍ଦୋଳନ ଜାରି […]
ରାଉରକେଲା: କୋଏଲ ନଦୀର ବୈକୁଣ୍ଠ ଘାଟରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଗୁରୁ ନାନକ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଦେବୀଦତ୍ତ ସାହୁ ବୋଲି ଜଣା ପଡ଼ିଛି। ଶୁକ୍ରବାର ଅନ୍ୟ ଦୁଇ ସାଙ୍ଗଙ୍କ ସହ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ ଦେବୀଦତ୍ତ। ହେଲେ ଗୋଡ଼ ଖସି ଯିବାରୁ ଗଭୀର ଜଳରେ ସେ ବୁଡ଼ି ଯାଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଏନେଇ୧୯ ନମ୍ବର ସେକ୍ଟର […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଭଡ଼ା ଘରୁ ଜଣେ ମହିଳା ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ମଣିମାଳା ନନ୍ଦ। ସେ ତାଙ୍କ ସ୍ୱାମୀ ଦେବାଶିଷ ନନ୍ଦଙ୍କ ସହ ସିନେମା ହଲ୍ ନିକଟ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ଘର ଭିତରପଟୁ କବାଟ ଦେଇ ମଣିମାଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହର ଗୋଡ଼ […]
ଯାଜପୁର: ଯାଜପୁର ରୋଡ୍ରେ ଏକ ଭାଲୁ ପଶିଆସିଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶୁକ୍ରବାର ଭୋର୍ ସମୟରେ ଭାଲୁଟି ସହର ଭିତରକୁ ପଶିଆସିଛି। ଲୋକେ ଭାଲୁଟିକୁ ଘଉଡ଼ାଇବାକୁ ଟେକାପଥର ଓ ବାଣ ମାଡ଼ କରିଛନ୍ତି। ଫଳରେ ଭୟଭୀତ ହୋଇ ଦଳା ବାଇପାସ୍ ନିକଟସ୍ଥ ଏକ ବୁଦା ମୂଳରେ ଭାଲୁଟି ଲୁଚିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି। ବନ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲେ ମଧ୍ୟ ଭାଲୁଟିକୁ ଧରିବା ସମ୍ଭବ ହୋଇପାରିନାହିଁ। ଭାଲୁଟି […]
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ ଦର୍ଶାଇ ଶୁକ୍ରବାର ଦେଶବ୍ୟାପୀ ପ୍ରତିବାଦ କରିଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦିଆଯାଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ଓଡ଼ିଶା ପିସିସି ପକ୍ଷରୁ ମଧ୍ୟ ରାଜଭବନ ଆଗରେ ଧାରଣା ଦିଆଯାଇଛି। କଂଗ୍ରେସ ନେତାମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ମଧ୍ୟ କଂଗ୍ରେସ […]
ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍ ଓ ଡ଼ିଜେଲ୍ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି। କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ […]
କୋଲକାତା : ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତର ଜିଦରେ ଅଟଳ ରହିବା ପରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୃତ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଜଣେ ରୋଗୀର ମୃତ୍ୟୁ ହେବା ପରେ ଏନଆରଏସ ମେଡିକାଲ କଲେଜର ଜୁନିୟର ଡାକ୍ତର ପରିବହ ମୁଖୋପାଧ୍ୟାୟ ଆକ୍ରମଣର ଶିକାର ହୋଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପରିବହଙ୍କ ସହିତ ୟଶ ଟେକଓ୍ୱାନୀ ନାମକ ଡାକ୍ତର ମଧ୍ୟ ଆହତ […]
ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ। ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ […]
ବ୍ରହ୍ମପୁର: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସନ୍ତା କାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବାକୁ ଥିବାବେଳେ ବ୍ରହ୍ମପୁରରେ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ରାଜେଶ ପଣ୍ଡା। ସେ ପୂର୍ବରୁ ୨ଥର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ଏବଂ ଏଥର ମଧ୍ୟ […]