• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bbsr
ଦ୍ୱିଗୁଣିତ ଭୁବନେଶ୍ୱର ବିମାନ ବନ୍ଦରର ବିମାନ ସେବା

ଭୁବନେଶ୍ୱର : ମାତ୍ର ଏକ ବର୍ଷରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦ୍ୱିଗୁ୍ଣିତ ହୋଇଛି ବିମାନ ସେବା। ବିମାନଯାତ୍ରୀ ଅଭିବୃଦ୍ଧି ତାଲିକାରେ ମଧ୍ୟ ଅନ୍ୟ ବିମାନ ବନ୍ଦରଗୁଡିକୁ ପଛରେ ପକାଇଦେଇଛି ଏହି ବିମାନବନ୍ଦର। ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରକୁ ୨୪ଟି ବିମାନ ଯାତାୟତ କରୁଥିବାବେଳେ ମାତ୍ର ଏକ ବର୍ଷ ମଧ୍ୟରେ ଏହା ବୃଦ୍ଧି ଘଟି ୪୩ରେ ପହଞ୍ଚିଛି। ସେହିପରି ଏକ ବର୍ଷରେ ୩୯ ଦଶମିକ ୪ ପ୍ରତିଶତ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬-୧୭ରେ ବିମାନଯୋଗେ ୨.୩ […]

crimebranch
ବିଲ୍‌ଡରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ବିଲ୍‌ଡର ପ୍ରେମାନନ୍ଦ ମହାପାତ୍ର। ଫ୍ଲାଟ୍ ଦେବା ନାଁରେ ସାଢେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରେମାନନ୍ଦଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭୁବନେଶ୍ୱର ତମାଣ୍ଡୋ ଆଖପାଖ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି। ଗିରଫ ବିଲ୍‌ଡର ପ୍ରେମାନନ୍ଦ ହେଉଛନ୍ତି ଗୋଲ୍‌ଡେନ୍ ଭିୟୁ ଇନ୍‌ଫ୍ରାଷ୍ଟକ୍ଚର ଲିମିଟେଡ୍ ସଂସ୍ଥାର ମୁଖ୍ୟ।

delhi
ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।  ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

old1
ସ୍ତ୍ରୀକୁ ଥାନାକୁ ଟେକି ଟେକି ଆଣିଲେ ବୃଦ୍ଧ

କୋରାପୁଟ : ସାମାନ୍ୟ ବାଉଁଶ ଗଛ କାଟି ଦେବାରୁ ବାପାମାଙ୍କୁ ପିଟିଲା ଉତ୍ତ୍ୟକ୍ତ ପୁଅ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପାଇଁ ବୃଦ୍ଧା ପତ୍ନୀଙ୍କୁ ଟେକି ଟେକି ଆଣିଲେ ଜଣେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, କୁସୁମିଗୁଡା ଗାଁରେ ସୋନୁ ହଳ ତାଙ୍କ ପୁଅକୁ ନଜଣାଇ ବାରିପଟେ ଥିବା ଏକ ବାଉଁଶ ଗଛ କାଟି ଦେଇଥିଲେ। ଏହି କାରଣକୁ ନେଇ ବାପ ପୁଅଙ୍କ […]

heat 1
ଜଳୁଛି ପଶ୍ଚିମ ଓଡ଼ିଶା 

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ତାତିରେ ଛଟପଟ ସାରା ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡିଶାରେ ସ୍ଥିତି ଅସହ୍ୟ ହୋଇପଡିଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ପାଖାପାଖି ୪୫ ଡିଗ୍ରୀକୁ ପହଞ୍ଚିଲାଣି। ଆଜି ବି ଗ୍ରୀଷ୍ମ ପ୍ରବାହ ସାଂଘାତିକ ରହିଛି। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଭଳି ସ୍ଥିତି ଯଦି ଲାଗିରହେ, ତେବେ ଅଂଶୁଘାତ ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

potato
ଆଳୁ କଳାବଜାର ରୋକିବାକୁ ଯୋଗାଣ ବିଭାଗର ଚଢାଉ

କଟକ : ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଯୋଗାଣ ବିଭାଗ। କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଚାଲିଛି ଯାଞ୍ଚ। ଧାର୍ଯ୍ୟ ଠାରୁ ଅଧିକ ମହଜୁଦ ଅଛି କି ନାହିଁ ସେନେଇ ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ଆଳୁ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖିଲାପକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଚିଠି […]

revensha 1
ରେଭେନ୍ସା ସାଇନ୍-ଏ-ଡାଏ : ହଷ୍ଟେଲ୍ ଖାଲି କରୁଛନ୍ତି ଛାତ୍ରଛାତ୍ରୀ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା ପରେ ହଷ୍ଟେଲ୍ ଖାଲି କରି ଫେରିଯାଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ଆଜି ହଷ୍ଟେଲ୍ ଖାଲି କରିଛନ୍ତି। ତେବେ ଆଜି ମଧ୍ୟ କିଛି ବିଭାଗର ପରୀକ୍ଷା ଥିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ  ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଏକାଡେମିକ କାଉନସିଲ ଡକାଯାଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର […]

forest
ଅନୁଗୁଳ ଡିଏଫଓ ଅଫିସରେ ଏସିଏଫଙ୍କୁ ଅାକ୍ରମଣ

ଅନୁଗୁଳ : ଅନୁଗୁଳ ଡିଏଫଓ କାର୍ଯ୍ୟାଳୟରେ ସହକାରୀ ବନ୍ୟ ସଂରକ୍ଷକଙ୍କ ସହ ଅନ୍ୟ ଆକ୍ରମଣ ଅଭିଯୋଗ। ଆଜି ଏସିଏଫଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଦୁଇ ଜଣ ବ୍ୟକ୍ତି  ଅଫିସ ଭିତରକୁ ପ୍ରବେଶ କରିଥିଲେ। ପରେ କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ହଠାତ ଉତ୍ତ୍ୟକ୍ତ ହୋଇ ଏସିଏଫଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବନ ବିଭାଗ କର୍ମଚାରୀ। […]

puri
ପୋଲିସ ବାବୁଙ୍କ ବିରୋଧରେ ଅଭିଯୋଗ: ଥାନାରେ ୭୪ ବର୍ଷିୟା ବୃଦ୍ଧାଙ୍କୁ ନିଧୁର୍ମ ପିଟିଲେ

ପୁରୀ: ୭୪ ବର୍ଷର ବୃଦ୍ଧା। ଜୀବନର ଅପରାହ୍ଣରେ ପହଞ୍ଚି ସାରିଲେଣି। ଦେହରେ ବଳ ନାହିଁ।   ହେଲେ ବୟସର ତାରତମ୍ୟ ନ ବୁଝି ଥାନାରେ ନିଧୁର୍ମ ପିଟିଲେ ଥାନାବାବୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ। ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ବାସନ୍ତୀ ପଳତାଙ୍କ ବୋହୂ, ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ।  ବୋହୂର ଏତଲା କ୍ରମେ ପୋଲିସର […]

  • Saturday, 17 July 2021
malkangiri
ଚିତ୍ରକୋଣ୍ଡାରେ ମାଓ ବ୍ୟାନର୍‌

ମାଲକାନଗିରି: ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଛନ୍ତି। କାର୍ଲ ମାର୍କସଙ୍କ ୨ଶହ ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଛି। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ ନେଇ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ। ଗତ ୫ ତାରିଖରେ ମାଲକାନଗିରିର ଦୋରାଗୁଡ଼ା, ନୂଆଗୁଡା, ପାପୁଲୁଲୁ ପଞ୍ଚାୟତରେ କାର୍ଲ ମାର୍କସଙ୍କ ଚିନ୍ତାଧାରାକୁ ନେଇ ଏଭଳି ଏକ ପୋଷ୍ଟର ମାରିଥିଲେ ମାଓବାଦୀ। ମାଓ ବ୍ୟାନରକୁ ନେଇ ଚିତ୍ରକୋଣ୍ଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।

  • Saturday, 17 July 2021
train-collision
ଜେସିବିକୁ ଧକ୍କା ଦେଲା ଏକ୍ସପ୍ରେସ୍‌ ଟ୍ରେନ୍‌, ୪ ଆହତ

ଯାଜପୁର: ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍‌ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଟ୍ରାକ୍‌ରେ ଜେସିବି ଖରାପ ହୋଇଟିବା ପରେ ଏହାର ଡ୍ରାଇଭର ଗାଡି ଛାଡି ପଳାଇଥିଲେ। ଜେସିବିଟି ରେଳଧାରଣା ମଝିରେ ଅଟକି ରହିଥିଲା। ଏହି ସମୟରେ ଏର୍ଣ୍ଣାକୁଲମ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଆସି ଜେସିବିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଲେବଲ କ୍ରସିଙ୍ଗ ନିକଟରେ ଟ୍ରେନ୍ ଅଟକି […]

  • Saturday, 17 July 2021
Bargarh-farmer
ଆମରଣ ଅନଶନରେ ବସିଥିବା ୭ ଚାଷୀ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲାରେ ଅଙ୍ଗ ନଦୀବନ୍ଧ ଜଳସେଚନ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ ଦାବିରେ ଆମରଣ ଅନଶନ ଚଳାଇଥିବା ଚାଷୀଙ୍କ ମଧ୍ୟରୁ ୭ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ପଦମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କୁ ବାଦ ଦେଲେ କିଛି ଚାଷୀ ଏବେବି ପଦମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଚଳାଇଛନ୍ତି। ଅଙ୍ଗ ନଦୀବନ୍ଧକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ମତ୍ସ୍ୟବୀମା ପ୍ରଦାନ, କୃଷିଋଣ ଛାଡ଼, ଇନପୁଟ୍ ସବସିଡି ପ୍ରଦାନ, ପେନସନ ଏବଂ ପ୍ରତ୍ୟେକ ଘରକୁ ପିଇବା ପାଣି […]

  • Saturday, 17 July 2021
fighter-plane
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆଣ୍ଡାମାନରେ ଭାରତୀୟ ସୀମା ଜଗିବେ ଫାଇଟର ପ୍ଲେନ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଚୀନ୍ ପକ୍ଷରୁ ବଢ଼ୁଥିବା ବିପଦର ମୁକାବିଲା କରିବାକୁ ଭାରତ ସବୁ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହାସହ ନିଜ ସୀମାର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଆଣ୍ଡାମାନ, ନିକୋବର ଦ୍ୱିପପୁଞ୍ଜରେ ଫାଇଟର୍‌ ପ୍ଲେନ ନିୟୋଜିତ କରିବାକୁ ଯାଉଛି। ମହତ୍ୱପୂର୍ଣ୍ଣ ମଲକ୍କା, ସୁନ୍ଦା, ଲୁମ୍ବୋକ ଓ ଓମିନ ଭେତାଇ ଏବଂ ଭାରତ ମହାସାଗରରେ ନିଜ ସୀମାର ସୁରକ୍ଷା ଉଦ୍ଦେଶ୍ୟରେ ଏହି […]

  • Saturday, 17 July 2021
mother-son-duo-694x430
ପୁଅ ସହ ମାଟ୍ରିକ୍‌ ପାସ୍‌ କଲେ ମାଆ

ବାଲେଶ୍ୱର: ଯେଉଁ ଆଶା ଛାତ୍ରୀ ଜୀବନରେ ପୂରଣ ହୋଇପାରି ନଥିଲା ଆଜି ପୂରଣ ହୋଇଯାଇଛି। ଗୋଟିଏ ପୁଅ ଓ ଗୋଟିଏ ଝିଅର ମାଆ ହେବା ପରେ ମାଟ୍ରିକ ପରୀକ୍ଷାରେ ପାସ୍‌ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ପୁଅ ସହ ସେ ଦେଇଥିଲେ ମାଟ୍ରିକ ପରୀକ୍ଷା। ଆଉ ଉଭୟ ମାଆ, ପୁଅ ପାସ କରିଛନ୍ତି। ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶବରଘାଟା ପଞ୍ଚାୟତର ବାସିନ୍ଦା ତଅପୋଇ ଖଟୁଆଙ୍କ କାହାଣୀ। ପୁଅ ବିକାଶ କୁମାର ଖଟୁଆ […]

  • Saturday, 17 July 2021
invest-odisha-logo
ଇନଭେଷ୍ଟ ଓଡ଼ିଶା ଲୋଗୋକୁ ନେଇ ବିବାଦ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ଇନଭେଷ୍ଟ ଓଡ଼ିଶା ଲୋଗୋରେ ଜଗନ୍ନାଥଙ୍କ ଗୋଟିଏ ଆଖି ପ୍ରଦର୍ଶନ ବିରୋଧରେ ଦାୟର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି।  ଆବେଦନକାରୀ ଆଇନଜୀବୀ ଦେବେନ ସତ୍ୟଦର୍ଶୀ ନନ୍ଦଙ୍କ ଆବେଦନକୁ ଗ୍ରହଣ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଇପିକଲ ସିଏମଡିଙ୍କୁ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବା ପାଇଁ ଇନଭେଷ୍ଟ ଓଡ଼ିଶା ଇନିସିଏଟିଭ୍ ଆରମ୍ଭ ହୋଇଛି। ଏହାର ୱେବସାଇଟ୍‌ରେ ଜଗନ୍ନାଥଙ୍କର ଗୋଟିଏ […]

  • Saturday, 17 July 2021
arup
ପୂର୍ବତନ ମୁମ୍ବାଇ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକ ହେଲେ ଓୱାଇଡବ୍ଲ୍ୟୁବି ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବତନ ମୁମ୍ବାଇ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ରାଜ୍ୟ ଯୁବ କଲ୍ୟାଣ ବୋର୍ଡ (ଓୱାଇଡବ୍ଲ୍ୟୁବି)ର ନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ପୂର୍ବତନ ମୁମ୍ବାଇ ପୋଲିସ ମୁଖ୍ୟ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମ ବୁଝିବେ। ନେତୃତ୍ୱ ଓ ସେବା ମନୋଭାବ ବୃଦ୍ଧି, ଖେଳ ଓ ଦକ୍ଷତା ବୃଦ୍ଧି ଏବଂ କିପରି ସୁସ୍ଥ ବାତାବରଣରେ ଯୁବଗୋଷ୍ଠୀ ରହିବେ ସେ ଉଦ୍ଦେଶ୍ୟରେ ବିଜୁ ଯୁବ ବାହାନୀ ଆରମ୍ଭ କରାଯାଇଥିଲା। ଗତ […]

  • Saturday, 17 July 2021
sa-716x430
ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର: ଚୋରି ଅଭିଯୋଗରେ ଜଣେ ଛାତ୍ରୀଙ୍କୁ ଦିଆଯାଇଛି ନିର୍ଯାତନା। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରୁ। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଟଙ୍କା ଚୋରି କରିବା ନେଇ ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ପରୀକ୍ଷାରେ କମ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଓ ଅଭିଭାବକ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଜଣାଇଛନ୍ତି। ଦୁଇ ଜଣ ଶିକ୍ଷୟିତ୍ରୀ ଜାଣିଶୁଣି ଛାତ୍ରୀ ଜଣକୁ ନିର୍ଯାତନା ଦେଉଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଝିଅକୁ […]

  • Saturday, 17 July 2021