ମୁମ୍ୱାଇ : ମହାରାଷ୍ଟ୍ରର ଧୁଲେ କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୫୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ଶହେଜଣ ଶ୍ରମିକ ଥିବା ଜଣାପଡ଼ିଛି। ଧୁଲେର ଶିରପୁର ମଣ୍ଡଳର ଓ୍ୱାଘଡ଼ି ଗାଁ ନିକଟରେ ଏହି କେମିକାଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ବିସ୍ଫୋରଣ ହୋଇଥିଲା। ସେପଟେ ସୁରତ ପାଣ୍ଡ୍ୟାସରା ଅଞ୍ଚଳରେ ଥିବା ଏକ ଟେକ୍ସଟାଇଲ ମିଲ୍ରେ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଲଘୁଚାପ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସତର୍କବାଣୀ ଶୁଣାଇଛନ୍ତି। ଯେଉଁସବୁ […]
ନୂଆଦିଲ୍ଲୀ : ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ କଣ ରହିଛି ସୁରକ୍ଷା ବ୍ୟବସ୍ଥା ଏବଂ ଏଥିପାଇଁ ମୁତୟନ ସୁରକ୍ଷାକର୍ମୀ କିପରି ପ୍ରସ୍ତୁତ ଅଛନ୍ତି, ତାର ସମୀକ୍ଷା କରିବେ। ୩୭୦ ଉଚ୍ଛେଦ ପରେ ଏହା ହେଉଛି ସେନା ମୁଖ୍ୟ ବିପିନ ରାୱତଙ୍କ ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ଧାରା ୩୭୦ ଉଚ୍ଛେଦ ହେବାର ୨୫ ଦିନ ପରେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ କାଶ୍ମୀରରେ ଅନେକ ସ୍ଥାନରେ […]
ନୂଆଦିଲ୍ଲୀ: ଦେଶରେ ଆଗାମୀ ୩ ବର୍ଷରେ ୭୫ଟି ନୂଆ ମେଡିକାଲ କଲେଜ୍ ଖୋଲିବ। ଯେଉଁ ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବାର ଅଧିକ ଆବଶ୍ୟକତା ରହିଛି ସରକାର ସେସବୁ ସ୍ଥାନରେ ୨୪,୩୭୫ କୋଟି ଟଙ୍କାର ନିବେଶ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲା ଏବଂ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା […]
କେରଳ : ରାହୁଲଙ୍କୁ ଖୁସିରେ ଚୁମ୍ବନ କଲେ କଂଗ୍ରେସ କର୍ମୀ। କେରଳ ବନ୍ୟା କ୍ଷତିଗସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ ରାହୁଲ। ଏହି ଅବସରରେ ଭିଡ଼ ଭିତରରୁ ଜଣେ କର୍ମୀ ରାହୁଲଙ୍କୁ ଜାବୁଡ଼ି ଧରି ଚୁମ୍ବନ କରିଥିଲେ। #WATCH A man kisses Congress MP Rahul Gandhi during his visit to Wayanad in Kerala. pic.twitter.com/9WQxWQrjV8 — ANI (@ANI) August 28, 2019 ଗାଡ଼ି ଭିତରେ ଥିବା ରାହୁଲ ଏଥି ପାଇଁ ସମ୍ମତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏନେଇ କେରଳ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବାର ଅଛି ବୋଲି ସୂଚନା ମିଳିଛି। ଶଶି ତାଙ୍କ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କ ସମର୍ଥନରେ ଏହି କଥା କହିଥିଲେ। ଶଶି ଜୟରାମଙ୍କୁ ସମର୍ଥନ ଦେବା ସହ ଗଠନମୂଳକ ସମାଲୋଚନା କଥା କହିଥିଲେ। ଜୟରାମ କହିଥିଲେ, ମୋଦିଙ୍କ ଶାସନ ‘ସମ୍ପୂର୍ଣ୍ଣ ନକାରାତ୍ମକ’ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରି ଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ ପୂର୍ବଭଳି ଦାୟିତ୍ୱ ତୁଲାଇବେ। ଏ ସମ୍ପର୍କରେ ସୂଚନା ଦେଇ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ କହିଛନ୍ତି […]
କଲ୍ୟାଣସିଂହପୁର (ମାଉଡି ବାରିକ) : ୪ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଶିକ୍ଷକ ବାପାଙ୍କ ପାଖରେ ଥିଲେ ଶିକ୍ଷୟିତ୍ରୀ ଝିଅ ସ୍ୱାଗତିକା ସାହୁ। ଗତକାଲି ସନ୍ଧ୍ୟାବେଳେ ସେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି। ପୁଲିସ ଉକ୍ତ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି : କଲ୍ୟାଣସିଂହପୁର ହାତୀବାରି ଉଚ୍ଚ […]
ନୂଆଦିଲ୍ଲୀ : ଦେଶରେ ଆର୍ଥିକ ସଂକଟ ଆଶଙ୍କା ଭିତରେ ସରକାରଙ୍କ ରୋଡ୍ମ୍ୟାପ୍ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଏବେବି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଜିଡିପି ମାତ୍ର ୩ ଦଶମିକ ୨ ପ୍ରତିଶତ ଥିବା ବେଳେ ଭାରତର ଅଭିବୃଦ୍ଧି ଏହାଠାରୁ ବହୁ ଅଧିକ ରହିଛି। ବିଶ୍ୱର ୧୦ଟି ଶ୍ରେଷ୍ଠ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି। ଚୀନ ଓ ଆମେରିକା ଠାରୁ ଭାରତର […]
ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍ରେ ଅଭିଯୋଗ କରିଥିଲେ। ଏକଥା ଜାଣିବା ପରେ ତାଙ୍କ ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା […]