• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kala
ରିଲିଜ୍ ହେଲା ଫିଲ୍ମ ‘କାଲା’

ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ […]

  • Saturday, 17 July 2021
biswabhusan harichandan
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର/ନୂଆଦିଲ୍ଲୀ :  ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ବିଶ୍ୱଭୂଷଣ ବହୁ ବାର ମନ୍ତ୍ରୀପଦ ସମ୍ଭାଳିଛନ୍ତି। ସେ ୨ଥର ଜନତା ଓ ୩ଥର ବିଜେପି ଟିକେଟ୍‌ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି।  ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ […]

  • Saturday, 17 July 2021
raygarha
ରାୟଗଡା ଓ ଟିଟିଲାଗଡ ମଧ୍ୟରେ ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ

ରାୟଗଡା : ୧୧ମାସ ଧରି ରାୟଗଡା ଓ ଟିଟିଲାଗଡ ମଧ୍ୟରେ ବାତିଲ ହୋଇଥିବା ଦୁଇଟି ଟ୍ରେନ ଚଳାଚଳ ପୁଣି ସ୍ୱାଭାବିକ ହୋଇଛି।  ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଓ ବିଶାଖାପାଟନାମ୍-ଦୁର୍ଗ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଚଳିତମାସ ଶେଷ ସୁଦ୍ଧା ଆଉ ତିନିଟି ଟ୍ରେନ୍‌ ଚଳାଚଳ କରାଯିବ ବୋଲି ରାୟଗଡାର ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇ ୧୬ରେ ନାଗାବଳୀ ନଦୀରେ ବନ୍ୟା ଯୋଗୁଁ ଥେରୁବାଲିର ପୂଜାରୀଗୁଡା ନିକଟରେ ପୋଲ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ଏଥିଯୋଗୁ […]

  • Saturday, 17 July 2021
seabeach
ନିଖୋଜ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର

ପୁରୀ : ପୁରୀରେ ଗତକାଲିଠାରୁ ନିଖୋଜ ଥିବା କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ପେଣ୍ଠକଟା ନିକଟ ସମୁଦ୍ର ବେଳାଭୂମିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତ୍ରିପୁରା ପୋଲିସର  କନଷ୍ଟେବଲ ସୁମନ ନାଥ। ସେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଚକ୍ରତୀର୍ଥ ରୋଡସ୍ଥିତ ଏକ ହୋଟେଲରେ ସେ ରହିଥିଲେ। ତେବେ ଗତକାଲି ସେ ହୋଟେଲରୁ ବାହାରି ଆଉ ଫେରିନଥିଲେ। ସୁମନ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ପୁରୀ ସି-ବିଚ୍‌ ଥାନାରେ ଏତଲା ଦେଇଥିଲେ।

  • Saturday, 17 July 2021
dengue
ଭୁବନେଶ୍ୱରରେ ଡେଙ୍ଗୁ ନେଲା ଏ ବର୍ଷର ପ୍ରଥମ ଜୀବନ

ଭୁବନେଶ୍ୱର : ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ଭୁବନେଶ୍ୱରରରେ ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨ ଦିନ ତଳେ ଆକ୍ରାନ୍ତ ହୋଇ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ମହିଳାଙ୍କର ଅନ୍ୟ ଜଣେ ସମ୍ପର୍କୀୟା ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ତାଙ୍କ ସ୍ୱାମୀ ଓ ପୁତୁରା। ସେପଟେ ରାଜ୍ୟରେ ଡେଙ୍ଗୁ […]

  • Saturday, 17 July 2021
journalist
ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ଅଜାଡ଼ି ଦେଲେ ରାଜ୍ୟ ସରକାର। ଚତୁର୍ଥ ପାଳିର ଶେଷ ବର୍ଷରେ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଘୋଷଣା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି  ସରକାର। ନିକଟରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଥିଲେ। ସରକାର ଆଜି ଆହୁରି ଅନେକ ଯୋଜନା ଘୋଷଣା କରିଛନ୍ତି।  ଏହି ସବୁ ଯୋଜନା ମଧ୍ୟରେ ରହିଛି, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ, […]

  • Saturday, 17 July 2021
monsoon
ଘନୀଭୂତ ହେଉଛି ଲଘୁଚାପ! ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଥିବାବେଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୮ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏପଟେ ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। […]

  • Saturday, 17 July 2021
yoga
ପ୍ରାଣାୟାମ ଶିଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଅାଦିଲ୍ଲୀ: ଜୁନ୨୧ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣାୟାମ କରୁଥିବାର ଏକ ଥ୍ରୀ ଡି ଅାନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯେ ନାଡି ସୋଧନ ପ୍ରାଣାୟାମର ଏକ ଭିଡିଓ ସେଅାର କରୁଛି । ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱlରା ଜୀବନରେ ଅନେକ ଫାଇଦା ହେବ । ୩ ମିନିଟର ଏହି ଭିଡିଓରେ ମୋଦି ପ୍ରାଣାୟମ କରିବାର ଶୈଳୀ ଶିଖାଇବା ସହ ଏହାର […]

  • Saturday, 17 July 2021
plus two result
ଜୁନ୍‌ ୯ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଜୁନ୍‌ ୯ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଗତକାଲି କୁହାଯାଉଥିଲା କି, ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍‌ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇପାରେ ବୋଲି। କାରଣ ୯ ତାରିଖ ଦିନ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବା […]

  • Saturday, 17 July 2021
keonjhar
ଘରୋଇ କଳହକୁ ନେଇ ମହିଳାଙ୍କୁ ତୀରମାଡ଼

କେନ୍ଦୁଝର: ଘରୋଇ କଳହକୁ କେନ୍ଦ୍ରକରି ମହିଳାଙ୍କୁ ତୀରମାଡ଼ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଘଷିପୁରା କାଠକଟା ଗାଁରେ ଘରୋଇ କଳହକୁ କେନ୍ଦ୍ରକରି ଏହି ତୀରମାଡ଼ ହୋଇଥିବା ଜଣାପଡିଛି। ଅଭିନ୍ନ ଜେନା ନାମକ ଜଣେ ବ୍ୟକ୍ତି ଜଣେ ମହିଳା ତୀର ମାଡ କରିଥିବା ଅଭିଯୋଗ ହୋଇଛି। ଦେହରେ ତୀର ଲାଗିଥିବା ଅବସ୍ଥାରେ ମହିଳା ଜଣଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତୀର ବାହାର କରାଯାଇ ନ ପାରିବାରୁ ମହିଳା ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

  • Saturday, 17 July 2021
accident
ଦୋକାନ ଉପରକୁ ମାଡ଼ିଗଲା ହାଇୱା

କେନ୍ଦ୍ରାପଡ଼ା: ଦ୍ରୁତ ଗତି ହେଲା କାଳ। ଆଉ ମାଡ଼ିଗଲା ଦୋକାନ ଉପରେ। ଶେଷରେ ଚାଲିଗଲା ୨ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ କରସିଂଗ ଛକରେ ଘଟିଛି। ଦୋକାନ ଉପରକୁ ଏକ ହାଇୱା ମାଡ଼ିଯିବା ଫଳରେ ଜଣେ ଦୋକାନୀଙ୍କ ସମେତ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ମୃତକ ଦୋକାନୀ ଜଣକ ହେଲେ  ବାଳକୃଷ୍ଣ ଜେନା। ସୂଚନା ଅନୁସାରେ, ଦ୍ରୁତ ଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରଇ କରସିଂଗ ଛକରେ ଥିବା ଏକ ଯାତ୍ରୀ […]

  • Saturday, 17 July 2021
koraput
୮ ଦିନ ବିତିଲାଣି, ହେଲେ ଏଯାଏଁ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର

ଜୟପୁର: କୋରାପୁଟ ଜିଲ୍ଲା ବରିପୁଟ ପଥର ଟ୍ରାଜେଡି ଘଟଣାକୁ ୮ ଦିନ ହେଲାଣି, ତଥାପି ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ଏଥିପାଇଁ ଗତକାଲି ଘଟଣାସ୍ଥଳରେ ସେନାରେ ଟେକ୍‌ନିକାଲ ଟିମ୍‌ ପହଞ୍ଚିଥିଲା। ଆଜି ମଧ୍ୟ ରାଞ୍ଚିରୁ ସେନାର ଆଉ ଗୋଟିଏ ଟେକ୍‌ନିକାଲ ଟିମ୍‌ ଆସୁଛି। ପଥର ବ୍ଲାଷ୍ଟିଂ କରି ଫସିରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ବ୍ଲାଷ୍ଟିଂ […]

  • Saturday, 17 July 2021
atm loot
ଏଟିଏମ୍‌ ଭାଙ୍ଗି ଲୁଟିଲେ

ସୋର: ବାଲେଶ୍ୱର ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ୍‌ ବ୍ୟାଙ୍କରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏଟିଏମ୍‌କୁ ଭାଙ୍ଗି ଲୁଟେରାମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁଇ ଦିନ ଧରି ଏହି ଏଟିମ୍‌ଟି ବନ୍ଦ ରହିଥିଲା। ତେବେ କେବେ ଏହି ଏଟିଏମ୍‌ଟି ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏଟିଏମ୍‌ ଭଙ୍ଗା ଯିବା ପରେ ଏଥିରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। […]

  • Saturday, 17 July 2021
result
ଜୁନ୍‌ ୮ କିମ୍ୱା ୯ରେ ପ୍ରକାଶ ପାଇପାରେ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ ଜୁନ୍‌ ୮ କିମ୍ବା ୯ ତାରିଖରେ ପ୍ରକାଶ ପାଇପାରେ। ୯ ତାରିଖରେ  ରେଜଲ୍ଟ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବରୁ କହିଥିଲେ। ମାତ୍ର ସେହି ଦିନ ଦ୍ୱିତୀୟ ଶନିବାର ତଥା ଛୁଟିଦିନ ପଡୁଥିବାରୁ ଏହାକୁ ୮ ତାରିଖରେ ପ୍ରକାଶ କରିବା ପାଇଁ ବିଭାଗ ଯୋଜନା କରୁଥିବାର ଜଣାପଡ଼ିଛି। ଖାତା ଦେଖାରେ ବିଭ୍ରାଟ […]

  • Saturday, 17 July 2021
pranab mukherjee
କ’ଣ କହିବେ ପ୍ରଣବ ମୁଖାର୍ଜୀ?

ନୂଆଦିଲ୍ଲୀ: ନାଗପୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର।  ଆର୍‌ଏସ୍‌ଏସ୍‌ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ନାଗପୁର ନ ଯିବାକୁ କେତେକ କଂଗ୍ରେସ ନେତା ପ୍ରଣବଙ୍କୁ […]

  • Saturday, 17 July 2021