ଭୁବନେଶ୍ୱର : ୨୦୧୮ ପାଇଁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଅତିବଡ଼ି ପୁରସ୍କାର ପାଇବେ। ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଅତିବଡ଼ି ପୁରସ୍କାର ହେଉଛି ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ। ଏଥି ସହ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ୨୦୧୮ ମସିହା ଲାଗି ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି। ଏକ ସ୍ୱତନ୍ତ୍ର ଉତ୍ସବରେ କବି […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବହୁ ଚର୍ଚ୍ଚିତ ସୁରେଶ ବରୁଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍। ସୁରେଶଙ୍କୁ ହତ୍ୟା କରି ପୋତି ଦେଇଥିବା ଭାଇ, ଭଉଣୀଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ଦ୍ୱାରା ମୃତଦେହ ପୋତା ହୋଇଥିବା ସ୍ଥାନ ଚିହ୍ନଟ ପରେ ଆଜି ଖୋଳାଯାଇ ଉଦ୍ଧାର କରାଯାଉଛି। ସୁନ୍ଦରଗଡ ଏସପି, ଏସଡିପିଓ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଉଛି। ଅନୈତିକ ସଂପର୍କରୁ ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ। ଘଟଣା ଅନୁସାରେ ମହୁଲପାଲି ଗାଁର ଜଣେ ମହିଳାଙ୍କ ସହ କିଞ୍ଜିରିକେଲା ଝରାମୁଣ୍ଡାର […]
ଭୁବନେଶ୍ୱର : ଜଗନ୍ନାଥ ଦର୍ଶନ ବେଳେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ନେଇ ରାଷ୍ଟ୍ରପତି ଭବନରୁ ପୁରୀ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିଲା। ଏ ନେଇ ଗଣାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲିକ। ଜାତୀୟ ଗଣମାଧ୍ୟମ-ଇଣ୍ଡିଆ ଟୁଡେକୁ ସୂଚନା ଦେଇ ଅଶୋକ ମଲିକ କହିଛନ୍ତି , ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ନେଇ ପ୍ରସିଡେଣ୍ଟଙ୍କ ପକ୍ଷରୁ କୌଣସି ଚିଠି ଜାରି କରାଯାଇ ନାହିଁ। ଏ […]
ମହାରାଷ୍ଟ୍ର : ୨ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣାରେ ହୋଇଛି ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ହରିଆଣାରେ ୫୩.୭ ପ୍ରତିଶତ ଓ ମହାରାଷ୍ଟ୍ରରେ ୫୪.୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କଲାପରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ହୋଇଛି ଭୋଟ୍ ଗ୍ରହଣ। କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ୯୬ ହଜାର ୬୬୧ଟି ବୁଥ୍ରେ ଆଜି […]
ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ନୂଆଗାଁ ମନ୍ଦିରରୁ ଗତକାଲି ରାତିରେ ଜୟଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି ସହ ସୁନା ମୁକୁଟ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଜୟଦୁର୍ଗା ଠାକୁରାଣୀଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ସହ ନୀଳକଣ୍ଠ, ଗୋପୀନାଥ, ସୋମନାଥ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରି ଛୁ ମାରିଛନ୍ତି। ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ହେବା ପରେ ସତ୍ୟବାଦୀ […]
ଖୋର୍ଦ୍ଧା: ପୁଣି କଙ୍ଗାରୁ କୋର୍ଟରେ ବଳି ପଡିଛନ୍ତି ନିରୀହ ଲୋକ । ଦାଦାବଟି ନ ଦେବାରୁ ବୁଲ୍ଡୋଜର ଲଗାଇ ପୂରା ଘରକୁ ମାଟିରେ ମିଶାଇ ଦେଇଛନ୍ତି ମୁଷ୍ଟିମେୟ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ି ଗାଁରେ ଏହି ଘଟଣା ଘଟିଛି। ହାଟବରଡ଼ି ଗାଁରେ ବାସ କରୁଥିବା ପୁରୁଷୋତ୍ତମ ବେହେରା ଓ ଛବି ବେହରାଙ୍କ ଘର ୧୫ ଫୁଟ୍ ଜାଗାରେ ହୋଇଛି । ତେଣୁ ୧୫ ଫୁଟ୍ ଜାଗାକୁ ଫୁଟ୍ ହିସାବରେ ୧୫ ହଜାର ଟଙ୍କା ଲେଖାଏଁ ଦାଦାବଟି […]
ବ୍ରହ୍ମପୁର: ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ। ତାଙ୍କ ଘର ଭଞ୍ଜନଗର ଗାଙ୍ଗପୁର ଥାନା ବାଙ୍ଗରଡା ଗାଁରେ। ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସ୍ରେ ବ୍ରହ୍ମପୁର ଆସୁଥିଲେ। ଗତକାଲି ଟ୍ରେନ୍ରେ ହଠାତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ପ୍ରାଣ ହରାଇଥିବା ତାଙ୍କ ସ୍ୱାମୀ କହିଛନ୍ତି। ଆଜି ସକାଳେ ମହିଳାଙ୍କ ସ୍ୱାମୀ ଏବଂ […]
ପାରଳାଖେମୁଣ୍ଡି: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଶୁକ୍ରବାର ଜିଲ୍ଲାପାଳ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ପିଲାଙ୍କୁ ଭୂଗୋଳ ପାଠ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ। ‘ମୋ ସ୍କୁଲ ଆନୁକଲ୍ୟରେ ଆମେ ‘ଟିଚ୍ ଗଜପତି’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଯେଉଁଥିରେ ସ୍ୱେଚ୍ଛାକୃତ ଭାବରେ ଯିଏ ଶିକ୍ଷକତା କରିବା ପାଇଁ ଚାହୁଁଛନ୍ତି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବେଲପାଳ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ଚନ୍ଦ୍ର ସେଠୀ। କୈଳାସ ଗାଧୋଇବା ପାଇଁ ବ୍ରାହ୍ଣଣୀ ନଦୀକୁ ଯାଇଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କୁମ୍ଭୀର ତାଙ୍କୁ ଝାମ୍ପ ମାରି ନଦୀ ଭିତରକୁ ନେବାକୁ ଉଦ୍ୟମ କରିଥିବା ବେଳେ କୈଳାସ ସଂଘର୍ଷ କରି କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ। ଗତକାଲି ଏହି ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ […]
ଶ୍ରୀନଗର : ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ […]