ଲାହୋର : ଜଣେ ପରେ ଜଣେ କରି ୬୨୯ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଚାଇନାକୁ କନ୍ୟା ଭାବେ ବିକ୍ରି କରାଯାଇଛି। କିଛି ପାକିସ୍ତାନ ତଦନ୍ତକାରୀଙ୍କ ଦ୍ୱାରା କରାଯାଇଥିବା ଏଭଳି ଏକ ତାଲିକା ବର୍ତ୍ତମାନ ଖବର ସରବରାହ ସଂସ୍ଥା ଆସୋସିଏଟେଡ୍ ପ୍ରେସ୍ର ହସ୍ତଗତ ହୋଇଛି। ପାକିସ୍ତାନର ଗରିବ ଏବଂ ପଛୁଆ ବର୍ଗର ଯୁବତୀଙ୍କୁ ଏଥିପାଇଁ ଟାର୍ଗେଟ୍ କରାଯାଇଛି। ତେବେ ପାକିସ୍ତାନ ସହ ଚାଇନାର ସୁସମ୍ପର୍କ ରହି ଆସିଥିବାରୁ ଏହି ଘଟଣାକୁ ସେଠାକାର ଗଣମାଧ୍ୟମ ଏବଂ ଅନ୍ୟ ସ୍ତରରେ […]
ମିର୍ଜାପୁର: ପୁଣି ଲଜ୍ଜା। ହାଇଦ୍ରାବାଦ, ରାଜସ୍ଥାନ, ପୁରୀ ପରେ ଉତ୍ତର ପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ପୁଲିସ ଲୋଗୋ ଲାଗିଥିବା ଚାରି ଚକିଆ ଗାଡ଼ିରେ ଗଣ ଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଏହି ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ଥିବା ଅଭିଯୋଗ ହୋଇଛି। ଗତକାଲି ଏହି କୁତ୍ସିତ କାରନାମା ଘଟିଥିଲା। […]
ଖାରାତୌମ୍ : ସୁଦାନର ଏକ ସେରାମିକ୍ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ମଙ୍ଗଳବାର ରାଜଧାନୀ ଖାରାତୌମ୍ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ […]
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]
ଭୁବନେଶ୍ୱର : ଦିବଗଂତ ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଉପରେ ବହି ଲେଖି ଚର୍ଚ୍ଚାରେ ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ସକ୍ରିୟ ଥିବା ଶ୍ରୀଦେବୀଙ୍କ ଅଭିନୟ ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ। ପୁସ୍ତକରେ ଶ୍ରୀଦେବୀଙ୍କ ଶିଶୁ କଳାକାରଠୁ ଆରମ୍ଭ କରି ମେଗା ଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କ କଳାକାର ଜୀବନର ସମସ୍ତ ଦିଗକୁ ଛୁଇଁଛନ୍ତି ସତ୍ୟାର୍ଥ। ଇଂରାଜୀ […]
ଭୁବନେଶ୍ୱର: ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହାକୁ ନେଇ ଆଜି ସଂସଦରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଜାରି କରିଛି ଗାଇଡ୍ଲାଇନ୍। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ […]
କୋଚି : ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ପ୍ରଥମ ମହିଳା ପାଇଲଟ୍ ସବ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ । ଆଜି ବିଧିବଦ୍ଧ ଭାବେ କୋଚି ନେଭାଲ୍ ବେସ୍ରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ତାଙ୍କୁ ଭାରତୀୟ ନାଭିର ଡୋନିୟର୍ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଉଡ଼ାଇବାର ସୁଯୋଗ ମିଳିଛି। ନେଭିର କୌଣସି ମହିଳା ପାଇଲଟ୍ ଭାବେ ପ୍ରଥମର ଥର ପାଇଁ କକ୍ପିଟ୍ରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶିବାଙ୍ଗୀ। ଭାରତୀୟ ନାଭାଲ ଏକାଡେମୀରେ ସମସ୍ତ ଟ୍ରେନିଂ ସାରିଛନ୍ତି ଶିବାଙ୍ଗୀ । ସେ […]
ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧିଙ୍କ ଲୋଧି ଇଷ୍ଟେଟ ବାସଭବନରେ ଲୋକଙ୍କ ଭିଡ଼ । ଧସେଇ ପସିବା ସହ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କଲେ । କାରଣ କଣ ହୋଇପାରେ ? ପ୍ରକୃତ କଥା ଏୟା ଯେ, କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧିଙ୍କ ଅଫିସ ପକ୍ଷରୁ ସିଆରପିଏଫକୁ […]
ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ। ଘର ଠାରୁ ହୋଟେଲ୍ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି । ଆଉ ଏଭଳି ସମୟରେ ସୁରତରୁ ଆସିଛି ପିଆଜ ଚୋରିର ଖବର । ଲୁଟେରାମାନେ ସୁରତର ଏକ ବଜାରରୁ ରାତି ଅଧରେ ଜଣେ ବ୍ୟବସାୟୀଙ୍କ ଦୋକାନରୁ ୨୫୦ କିଲୋଗ୍ରାମର ପିଆଜ ଚୋରି ନେଇଛନ୍ତି […]
ମୁମ୍ବାଇ : ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବରେ ଅନେକ ଅଭୂତ ପୂର୍ବ ଘଟଣା ଘଟିଛି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ବାଲା ସାହେବ ଠାକରେ ଦେଖିଥିବା ସ୍ୱପ୍ନକୁ ମଧ୍ୟ ସେ ପୂରଣ କରିଛନ୍ତି। ଏହାବାଦ ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଆଜି ଶପଥ ପାଠ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଜେପିର […]
ମହାରାଷ୍ଟ୍ର : ଉଦ୍ଧବ ବାଲ୍ ଠାକ୍ରେ । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍ରେଙ୍କ କନିଷ୍ଠ ପୁତ୍ର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍ରେଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଉଦ୍ଧବ। ୧୯୬୦ ଜୁଲାଇ ୨୭ ରେ ଉଦ୍ଧବଙ୍କର ଜନ୍ମ । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତି ଅପେକ୍ଷା ଫଟୋଗ୍ରାଫିରେ ଉଦ୍ଧବଙ୍କର ବିଶେଷ ରୁଚି ଥିଲା। ତାଙ୍କ ଫଟୋଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ତେବେ ନିର୍ବାଚନ ସମୟରେ ଉଦ୍ଧବ ଦଳର ପ୍ରଚାର ଅଭିଯାନର […]