ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ପୁଣିଥରେ ଘୁଞ୍ଚିଯାଇଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇଛନ୍ତି। ଏହା ପରେ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ମା’। ୨୦୧୨ରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିଲେ ନିର୍ଭୟା। ଦ୍ୱିତୀୟ ଥର ପାଇଁ ଫାଶୀ ତାରିଖ ଘୁଞ୍ଚିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କାନ୍ଦିପକାଇଛନ୍ତି। ଦୀର୍ଘ ୭ ବର୍ଷ ତଳେ ତାଙ୍କ ଝିଅଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ହେଲେ ଏଯାବତ ସେ […]
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହେବାକୁ ଥିବା ଏହି ନୂତନ ଶହେ ଟଙ୍କିଅା ନୋଟ୍ ବାଇଗଣି ରଙ୍ଗର ରହିବ। RBI ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ନୂଅା ନୋଟ୍ ଅାସିଲେ ବି ପୁରୁଣା ଶହେ ଟଙ୍କିଅା ନୋଟ୍ ପ୍ରଚଳନ ରହିବ। ନୂଅା ନୋଟ୍ ପୁରୁଣା ନୋଟ୍ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଅାଠୁ ସାମାନ୍ୟ ବଡ଼ ରହିବ। ନୂଅା ଶହେ ଟଙ୍କିଅା […]
ନୂଆଦିଲ୍ଲୀ : ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଆସନ୍ତାକାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟାଳିଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ଆସନ୍ତାକାଲି ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ଘୁଞ୍ଚାଇ ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ତେବେ କେବେ ଫାଶୀ ଦିଆଯିବ ସେ ନେଇ ଦିନ ଧାଯ୍ୟ ହୋଇନାହିଁ । ଦୋଷୀଙ୍କ ଆଇନଗତ ଦିଗ ବାକି ଥିବାରୁ […]
ମାଲକାନଗିରି: ନକ୍ସଲ ପ୍ରବଣ ଅଞ୍ଚଳରେ ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଯବାନ। ଯନ୍ତ୍ରଣାରେ ପୀଡ଼ିତ ଜଣେ ଆଦିବାସୀ ମହିଳାଙ୍କୁ ଭାରବାଡ଼ିରେ ବୋହି ଦୀର୍ଘ ୧୦ କିଲୋମିଟର କାଦୁଅ ରାସ୍ତାରେ ନେଲେ ଆଇଟିବିପି ଯବାନ। ମାଲକାନଗିରି ଛତିଶଗଡ଼ ସୀମାନ୍ତ କୋଣ୍ଡାଗା ଓ ଜିଲ୍ଲାରେ ଦେଖିବାକୁ ମିଳିଛି। ଯବାନଙ୍କ ଏଭଳି ପ୍ରଂଶସନୀୟ କାର୍ଯ୍ୟ ୪୧ ବାଟାଲିୟନ ଆଇଟିବିପି କ୍ୟାମ୍ପରୁ ଯବାନମାନେ ଅପରେସନ୍ ଲାଗି ହାଉଡ଼ି ଜଙ୍ଗଲକୁ ଯାଉଥିଲେ। ଏହି ସମୟରେ ୮ ଦିନ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା […]
ଛତିଶଗଡ଼: ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି […]
ନୂଆଦିଲ୍ଲୀ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି ହୋଇଛି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ଅନ୍ୟପକ୍ଷେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ […]
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ବସ ୨୫୦ ମିଟର ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଓ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ବ୍ୟବସ୍ଥା […]
ଅନୁଗୋଳ(ବିରଜା ଦାସ) : ବିବାହିତ ହୋଇ ପୁଣି ଚୋରାପ୍ରୀତି କରିବା ମହଙ୍ଗା ପଡ଼ିଛି । ଏମିତି ଏକ ଘଟଣା ଘଟିଛି ଅନୁଗୁଳରେ।ରାତି ଅଧରେ ପ୍ରେମିକା ଘରକୁ ଯାଇଥିବା ବେଳେ ହୋଇଛି ଛୁରା ମାଡ଼। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଗତକାଲି ଘଟିଥିବା ଏପରି ଘଟଣାରେ ଗୁରୁତର ଯୁବକଜଣକ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହଣ୍ଡପା ଥାନା ବଡ଼ହୁଲା ଗାଁର ବନମାଳି ଗୋଛାୟତଙ୍କ ପୁଅ ଅଜିତ ଗୋଛାୟତ ଜରପଡ଼ାରେ ଏକ ଘରୋଇ […]
ଗଞ୍ଜାମ : ଘାଟିରୁ ଖସିଲା ଯାତ୍ରୀବାହୀ ବସ୍ । ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା । ଗଂଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଦିଗପହଣ୍ଡି ମେଡିକାଲରେ ୫ ଜଣଙ୍କ ମୃତଦେହ ପହଞ୍ଚିଛି । ଏହାସହ ୩୦ରୁ ଅଧିକ ଆହତ ମେଡିକାଲ୍ରେ ପହଞ୍ଚିଛନ୍ତି । ମୃତାହତଙ୍କ ପରିବାରଲୋକେ ମେଡିକାଲ୍ରେ ଆସି ପହଞ୍ଚିଛନ୍ତି। ଘଟଣାସ୍ଥଳରେ କାନ୍ଦ ବୋବାଳିରେ […]
ହିମାଚଳ ପ୍ରଦେଶ : ଖସି ପଡ଼ିଲା ଆଉ ଏକ ମିଗ୍ ଯୁଦ୍ଧ ବିମାନ। ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ପଟ୍ଟା ଜାତିୟାନ ନିକଟରେ ଏକ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମିଗ୍ ବିମାନଟି ପଞ୍ଜାବ ପଠାନକୋଟ ଏୟାରବେସ୍ରୁ ଉଡ଼ାଣ କରିଥିଲା। ରୁଟିନ୍ ଉଡ଼ାଣ ସମୟରେ ଦିନ ଗୋଟାଏ ବାଜି ୨୧ ମିନିଟରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ପୁରା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଖସି ପଡ଼ିଥିଲା। ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜାଣିବା […]
ନୂଆଦିଲ୍ଲୀ : ବିଜେପି ଛାଡ଼ିଲେ ବରିଷ୍ଠ ନେତା ଚନ୍ଦନ ମିତ୍ର। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ବିଜେପି ଛାଡ଼ି ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏମିତିକି ଅାସନ୍ତା ଶନିବାର ଦିନ ସେ ଟିଏମ୍ସିରେ ଯୋଗ ଦେବାର ସମ୍ଭାବନା ରହିଛି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହା […]
ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାରେ ଥିବା ଏନ୍ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି ବିରୋଧୀ। ଟିଡିପି, ଏନ୍ସିପି ଓ କଂଗ୍ରେସ ଏନ୍ଡିଏ ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି। ଏହି ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। ତା ଉପରେ ଅାସନ୍ତା ଶୁକ୍ରବାର ଲୋକସଭାରେ ଅାଲୋଚନା ହେବ। ରାଜ୍ୟସଭାରେ ଅାସନ୍ତା ସୋମବାର ଅାଲୋଚନା ହେବ। ଗତ ଅଧବେଶନରେ ମଧ୍ୟ ଟିଡିପି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଥିଲା। କିନ୍ତୁ ତା ଉପରେ […]