ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ଖବରକୁ ନେଇ ଚର୍ଚ୍ଚା । ନିଜର ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ANIର ରିପୋର୍ଟ ମୁତାବକ ସୋନିଆ ଗାନ୍ଧି ନିଜର ରୋଟିନ୍ ଚେକ୍ଅପ୍ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି । ଏହାକୁ ନେଇ ବିଦ୍ୟୁତ୍ ବେଗରେ ଖବର ଭାଇରାଲ୍ ସାଜିଛି । ଉଲ୍ଲେଖନୀୟ ଯେ, ଗତବର୍ଷ ସୋନିଆ ସମୟ ସମୟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଆମେରିକା ଯାଉଥିଲେ […]
ମାଲକାନଗିରି: ପୋଲାଭରମ୍ ପ୍ରକଳ୍ପ ଓ ଗୁରୁପ୍ରିୟା ସେତୁକୁ ବିରୋଧ କରି ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା। ବନ୍ଦ ପାଳନ ନେଇ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ବନ୍ଦ ପାଳନ ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ମାଲକାନଗିରିରୁ ଅନ୍ୟସବୁ ସ୍ଥାନକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ଗାଡି ଚଳାଚଳ ବନ୍ଦ ରହିଥିବାରୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶତାଧିକ ସଂଖ୍ୟାରେ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ, ମାଓବାଦୀଙ୍କ ବନ୍ଦ […]
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ବିଷ୍ଣୁପଦ ସେଠୀ ସମସ୍ତ ଆରଡିସି, ପୁଲିସ୍ ଆଇଜି, ଅଗ୍ନିଶମ ଆଇଜି ଓ ଏନ୍ଡିଆରଏଫ୍ ତୃତୀୟ ବାଟାଲିୟନର କମାଣ୍ଡାଣ୍ଟଙ୍କ ସମେତ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କେତେକ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ଫଳରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡ଼ିଆ ପଞ୍ଚାୟତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ଉଭୟ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ସୋର ଶିଙ୍ଗାଖୁଣ୍ଟାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ, ଶ୍ରୀଜଙ୍ଗରେ ଜଣେ ଯୁବତୀ ଆହତ ହୋଇଛନ୍ତି। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଆଲୋଚନା ଆରମ୍ଭ ପୂର୍ବରୁ ବିଜେଡ଼ି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ବିଜେଡ଼ି ସାଂସଦମାନେ କକ୍ଷତ୍ୟାଗ କରିବା ନେଇ ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ସୂଚନା ଦେଇଥିଲେ। ଗତ ୧୪ବର୍ଷ ମଧ୍ୟରେ ୧୦ ବର୍ଷର ୟୁପିଏ ସରକାର ଓ ୪ ବର୍ଷର ଏନ୍ଡ଼ିଏ ସରକାର ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଏହି ଆଲୋଚନାରୁ ରାଜ୍ୟକୁ କିଛି ଲାଭ ମିଳିବ ନାହିଁ ବୋଲି […]
ସମ୍ବଲପୁର: ଆସନ୍ତା ୨୪ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଦିନ ୧୧ଟାରେ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ଜ୍ୟୋର୍ତିମୟ ରଥ ଏହି ସୂଚନା ଦେଇଛନ୍ତି। ତେବେ କେତୋଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବ ଏନେଇ କିଛି ସ୍ପଷ୍ଟ ହୋଇନି। ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ଆଜି ସକାଳ ୯ଟା ସୁଦ୍ଧା ୬୦୭.୪୫ ଫୁଟ୍ ରହିଥିଲା। ଏହି ସମୟ ମଧ୍ୟରେ ଡ୍ୟାମ ଭିତରକୁ […]
ଚଣ୍ଡିଗଡ଼ : ସଲ୍ଟ ପାଖରୁ ଆରମ୍ଭ କରି ସଫ୍ଟଓ୍ୱୟାର ଏବେ ସବୁ କିଛି ଅନ୍ ଲାଇନ ଉପଲବ୍ଧ ହେଉଛି। ଏହି ଅନଲାଇନ ସରଞ୍ଜାମ ବା ଜିନିଷ ମଧ୍ୟରେ ମଦ ଯୋଡ଼ି ହୋଇଛି। ମଦକୁ ଘରେ ଘରେ ପହଞ୍ଚାଇବା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ପରୀକ୍ଷାମୂଳକ ଭାବରେ ପ୍ରଥମେ ଚଣ୍ଡିଗଡ଼ରେ ଅନଲାଇନ ମଦ ଡେଲିଭରୀ ସେବା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳରେ ଖାଇବା ପିଇବା ସାମଗ୍ରୀ ଭଳି ପ୍ରତି ଘରେ ମଦ ପହଞ୍ଚିବ ବୋଲି […]
ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍ ଦୁର୍ଘଟଣାରେ ୫ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଧରାପଡ଼ିଛି। ନିକଟବର୍ତ୍ତୀ ଗାଁ ଅସୁରାରେ ଲୁଚି ରହିଥିବା ଡ୍ରାଇଭରକୁ ଧରିଲା ପୁଲିସ୍। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଆଜି ସଂନ୍ଧ୍ୟାରେ ସ୍ଥାନୀୟ ଲୋକେ ୧୬ ନଂ ଜାତୀୟ ରାଜପଥରେ ପୋଡ଼ା ଜଳା କରିବା ସହ […]
ନୂଆଦିଲ୍ଲୀ: ୧୫ ବର୍ଷ ପରେ ପାର୍ଲାମେଣ୍ଟକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପୃଷ୍ଠଭୂମି ସେତେ ମଜଭୁତ୍ ନଥିଲେ ବି ଏହାକୁ ଆଲୋଚନା ଲାଗି ଗ୍ରହଣ କରିଛନ୍ତି ବାଚସ୍ପତି। ପୂର୍ବରୁ ବଜେଟ୍ ଅଧିବେଶନ ସଂପୂର୍ଣ୍ଣ ଧୋଇଯାଇଥିଲା। ତେଣୁ ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହେବା ସରକାର ଚାହୁଁନଥିବା ଚର୍ଚ୍ଚା ହେଉଛି। ସଂଖ୍ୟା ଗଣିତ ଦୃଷ୍ଟିରୁ ଏନଡିଏ ସରକାରକୁ କୌଣସି ଭୟ ମଧ୍ୟ ନାହିଁ। ଏପଟେ ଭୋଟିଂ ଅପେକ୍ଷା ଆଲୋଚନା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି ବିରୋଧୀ। ଏନଡିଏର ପୂର୍ବତନ […]
ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟରେ ହେବ ସ୍ୱତନ୍ତ୍ର ଶୁଣାଣି। ଆଉ କିଛି ଘଣ୍ଟା ପରେ କୋର୍ଟରେ ଜରୁରୀ ଶୁଣାଣି କରାଯିବ । ତିହାରୀ ଜେଲ୍ ପକ୍ଷରୁ ଡେଥ୍ ୱାରେଣ୍ଟି ଜାରି କରିବାକୁ ନେଇ କୋର୍ଟରେ ଆବେଦନ କରାଯାଇଛି। ସମସ୍ତ ୪ ଜଣଙ୍କୁ କେବେ ଫାଶୀ ଦିଆଯିବ ସେ ନେଇ ଆବେଦନ ହୋଇଛି । ତିହାର ଜେଲ୍ କର୍ତ୍ତୃପକ୍ଷ ଗତକାଲି ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇବା ସହ ଏହାକୁ ଘୁଞ୍ଚାଇଥିଲେ । ଯାହାକୁ […]
ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ପୁଣି ବଢ଼ିବ ବର୍ଷା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଅାଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ୨୧ ଓ ୨୨ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସୂଚନା ଦିଅାଯାଇଛି।