ଭୁବନେଶ୍ୱର: ଅାସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାଙ୍ଗକୁ ଦୃଶ୍ୟମାନ ହେବ ବିରାଟକାୟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ୍। ଭାରତ ସମେତ ଅନ୍ୟ କିଛି ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ତେବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଏହା ଅାଂଶିକ ଦେଖିହେବ। ଶହେ ଚାରି ବର୍ଷ ପରେ ଅର୍ଥାତ୍ ଅାଗାମୀ ୨୧୨୩ ମସିହା ଜୁନ୍ ୯ରେ ପୁଣି ଏଭଳି ବିରଳ ମହାଜାଗତିକ ଘଟଣା ଘଟିବ। ଅାସନ୍ତାକାଲି ଘଟିବାକୁ […]
କରାଚୀ: ପାକିସ୍ତାନ ନିର୍ବାଚନରେ ସଫଳତା ପରେ ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପ୍ରଥମ ପ୍ରେସମିଟ୍। ତେବେ କ୍ଷମତା ଗାଦିରେ ବସିବା ପୂର୍ବରୁ ହିଁ ଭାରତ ବିରୋଧୀ ମନୋଭାବ ଦେଖାଇଛନ୍ତି ଇମ୍ରାନ୍। କହିଛନ୍ତି ଭାରତୀୟ ଗଣମାଧ୍ୟମ ଉପରେ ସେ ସନ୍ତୁଷ୍ଟ ନାହାନ୍ତି। ଭାରତୀୟ ଗଣମାଧ୍ୟମ ତାଙ୍କୁ ବଲିଉଡ୍ ଭିଲେନ୍ ଭଳି ଚିତ୍ରଣ କରିଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍। ଅନ୍ୟପକ୍ଷରେ ମୂଳରୁ ହିଁ ସେ କାଶ୍ମୀର କାର୍ଡ ଖେଳିଛନ୍ତି। କହିଛନ୍ତି, ସଂପର୍କ ସୁଧାରିବା ଦିଗରେ କାଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ। […]
ନୂଆଦିଲ୍ଲୀ: ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍ ହେବ। ଏହି ପର୍ଯ୍ୟାୟରେ ଦମ୍ଦମ୍, ବରାସତ୍, ବସିରହାଟ୍, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ନିର୍ବାଚନ ହେବ। ଏହସବୁ ସ୍ଥାନରେ ଆଜି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ପ୍ରଚାର ହେବନାହିଁ। ପଶ୍ଚିମବଙ୍ଗରେ ଏବେ ସିଧାସଳଖ […]
ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣସ ଅବଧି ଆଉ ଏକ ମାସ ଘୁଂଚାଇଛନ୍ତି ସିବିଡିଟି। ପୂର୍ବରୁ ଆୟକର ରିଟର୍ଣ୍ଣସର ଶେଷ ତାରିଖ ଜୁଲାଇ ୩୧ ନିର୍ଦ୍ଧାରିତ ହୋଇଥିଲା। ରିଟର୍ଣ୍ଣସ ଅବଧି ଘୁଂଚିବା ପରେ ବିନା ଜରିମାନାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣସ ଦାଖଲ କରିହେବ। ସୂଚନା ଅନୁସାରେ, ଆୟକର ରିଟର୍ଣ୍ଣସ ତାରିଖ ଘୁଂଚାଇବାକୁ ବିଭିନ୍ନ ଆଡୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା। ଅଗଷ୍ଟ ୩୧ ତାରିଖ ପରେ ରିଟର୍ଣ୍ଣସ ଦାଖଲ କଲେ […]
ଇସ୍ଲାମାବାଦ୍: ପାକିସ୍ତାନରେ ବଦଳିପାରେ ସତ୍ତା। କ୍ରିକେଟର୍ରୁ ରାଜନେତା ବନିଥିବା ଇମ୍ରାନ୍ ଖାନ୍ ଦଳ ସବୁଠୁ ଅଧିକ ଆସନରେ ଆଗୁଆ ରହିଛି। ଗତକାଲିଠୁ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନ ଗଣନାରେ ଇମ୍ରାନ୍ ଖାନ୍ ଦଳ ଆଗୁଆ ରହିଛି। ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ ଏବେ ସୁଦ୍ଧା ୧୧୯ଟି ସିଟ୍ରେ ଆଗୁଆ ଥିବା ବେଳେ ନୱାଜ୍ ସରିଫ୍ଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ ୬୧ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମାତ୍ର ୪୦ଟି ଆସନରେ ଲିଡ୍ କରୁଛି। ଏହାଛଡ଼ା ସ୍ୱାଧୀନ ଏବଂ ଅନ୍ୟାନ […]
ନୂଆଦିଲ୍ଲୀ: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ୧୯୯୯ ମସିହା ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଅନୁପ୍ରବେଶକାରୀ କବ୍ଜା କରିଥିବା ସମସ୍ତ ଘାଟିକୁ ପୁଣି ଦଖଲ କରିନେଇଥିଲା ଭାରତୀୟ ସେନା। ଏହି କାର୍ଗିଲ ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ କାଶ୍ମୀରର ଦ୍ରାସ ଠାରେ ଦୀପ ପ୍ରଜ୍ୱଳନ କରି ଭାରତୀୟ ଯବାନ ବିଜୟ ଉତ୍ସବ ପାଳନ କରିଛନ୍ତି। ତାଙ୍କ ପରିବାର […]
ନୁଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜ୍ୟର ନାଁ ବଦଳି ବାଙ୍ଗଲା ହୋଇପାରେ। ଏହି ପ୍ରସ୍ତାବ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି। ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ ବିଧାନସଭାରେ ମଞ୍ଜୁରୀ ମିଳିଛି। ତିନୋଟି ନାଁକୁ ନେଇ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ବାଙ୍ଗଲାକୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି। ଏହାପରେ ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଇବେ। ମନ୍ତ୍ରାଳୟ ପ୍ରସ୍ତାବକୁ ଅନୁଧ୍ୟାନ କରି ଏନେଇ ସ୍ୱୀକୃତି ପ୍ରଦାନ କରିବେ। ଯଦି ପ୍ରସ୍ତାବକୁ ସ୍ୱୀକୃତି ମିଳେ […]
ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍ର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟର୍ସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର ଛାତି ଏବଂ […]
ଭୁବନେଶ୍ୱର: କମିଶନରେଟ ପୁଲିସ୍କୁ ଏକ ବଡ଼ ସଫଳତା। ଚନ୍ଦ୍ରଶେଖରପୁର ପୁଲିସ ହାତରେ ଧରା ପଡ଼ିଛି ଏକ ବଡ଼ଧରଣର ଲୁଟେରା। ଲୁଟେରା ଜଣକ ହେଲେ ଖୋର୍ଦ୍ଧା ଟାଉନଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ। ସଞ୍ଜୟଙ୍କ ପାଖରୁ ବହୁ ପରିମାଣର ଲୁଟ୍ ସାମଗ୍ରୀ ଜବତ ହୋଇଛି। ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲାପ୍ଟପ୍, ୪୩ଟି ମୋବାଇଲ, ୨୭ଟି ହାତଘଣ୍ଟା, ୩ଟି ଟାବଲେଟ୍, ୨ଟି ଏଲ୍ଇଡି ଟିଭି, ୩ ଡିଜିଟାଲ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୁଟୁ ପ୍ରଧାନ(୧୦)। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ମାଆ ଓ ୫ ମାସର ଭଉଣୀ। ସୂଚନା ଅନୁସାରେ, ଗତକାଲି ରାତିରେ ଖୁଣ୍ଟାକଟା ଗାଁ ପାଖରେ ଏକ ଦନ୍ତା ହାତୀ ବୁଲୁଥିବା ନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚି […]
ମାଲକାନଗିରି: ବହୁ ପ୍ରତୀକ୍ଷା ପରେ ଶେଷରେ ପୂରଣ ହେଲା ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁପ୍ରିୟା ସେତୁକୁ ଉଦ୍ଘାଟନ କରିଛନ୍ତି। ଏହି ସେତୁ ହେବାଦ୍ୱାରା ବିଚ୍ଛିନ୍ନାଞ୍ଚଳର ୧୦୦ରୁ ଅଧିକ ଗାଁ ମୂଳ ଭୂଖଣ୍ଡ ସହ ଯୋଡ଼ି ହୋଇଛନ୍ତି। ଯାହାକି ଏକ ସମ୍ପର୍କର ସେତୁ ବୋଲି ମଧ୍ୟ କୁହାଯାଉଛି। ସେତୁ ନିର୍ମାଣ ପୂର୍ବରୁ ଜଳପଥରେ ଲୋକେ ଯାତ୍ରା କରୁଥିଲେ। ଗୁରୁପ୍ରିୟା ସେତୁ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ସ୍ରୋତରେ ସାମିଲ […]
ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟରେ ଆଜି ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ମୋଟ୍ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ ଏବଂ ଝାଡ଼ଖଣ୍ଡର ୪ଟି ଆସନରେ ଭୋଟ୍ ନିଆଯାଇଛି । ଦିଲ୍ଲୀର ସମସ୍ତ ଆସନରେ ହାଇପ୍ରୋଫାଇଲ ଲଢ଼େଇ ହୋଇଛି । ବହୁ ଭିଭିଆଇପିଙ୍କୁ ଭୋଟ୍ ଦେବାର ଦେଖିବାକୁ ମିଳିଥିଲା। […]
ପୁରୀ: ରଥଯାତ୍ରା ଶେଷ ହେବା ସହିତ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର। ଜନ୍ମବେଦୀରୁ ଭାଇ ଭଉଣୀଙ୍କ ସହିତ ଫେରିବା ପରେ ପ୍ରଥମେ ସୁନାବେଶ, ଅଧରପଣା ଓ ଗତକାଲି ନୀଳାଦ୍ରି ବିଜେ ସଂପନ୍ନ ହୋଇଛି। ଭାଇ ଭଉଣୀଙ୍କ ସହିତ ନୀଳକନ୍ଦରକୁ ଫେରି ଆସିଛନ୍ତି ମହାପ୍ରଭୁ। ଆଜିଠାରୁ ପୁଣି ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଏହା ସହିତ ଆଜିଠୁ ପୁଣି ବାହାରିବ ନୀଳାଚଳ ଅବଢ଼ା। ରତ୍ନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ ସହିତ ଅବଢ଼ା ଗ୍ରହଣ […]
ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ଦେହ ବ୍ୟବସାୟ। ଦେହଜୀବୀମାନେ ଏହି କାରବାର ପାଇଁ ଭୁବନେଶ୍ୱରକୁ ଏବେ ସୁରକ୍ଷିତ ମଣୁଛନ୍ତି। ଆଜି ଏକ ସ୍ପା’ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା କମିସନରେଟ୍ ପୁଲିସ୍। ଖବର ମୁତାବକ, ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ ଦେହ ବେପାର ଚାଲୁଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । କୁଇକ୍ ଆକ୍ସନ୍ ଟିମ୍ ଓ ଖାରବେଳ ନଗର […]
ନୂଆଦିଲ୍ଲୀ: ଆଫ୍ରିକା ମହାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପାଞ୍ଚ ଦିନିଆ ଗ୍ରସ୍ତ ଅବସରରେ ମୋଦି ଆଜି ଉଗାଣ୍ଡାରେ ପହଞ୍ଚିଛନ୍ତି। ଏହି ଅବସରରେ ଉଗାଣ୍ଡା ରାଷ୍ଟ୍ରପତି ୟୁଏରୀ ମୁସଭେନୀଙ୍କ ସହ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମୁଖତଃ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଆୟୋଜିତ ହୋଇଥିବା ବ୍ୟବସାୟିକ ସମ୍ମିଳନୀକୁ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ଏହା ସହିତ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଦୃଢ଼ […]
ଇସ୍ଲାମାବାଦ୍: ହିଂସା ଓ ଭୋଟିଂରେ ଅନିୟମିତତା ଅଭିଯୋଗ ଭିତରେ ସରିଛି ପାକିସ୍ତାନ ସାଧାରଣ ନିର୍ବାଚନ ଲାଗି ମତଦାନ। ଲମ୍ବା ଲାଇନ୍ ଲଗାଇ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ପାକିସ୍ତାନ ଲୋକେ। ରାଜନୈତିକ ଅସ୍ଥିରତା, ନିମ୍ନଗାମୀ ଅର୍ଥନୀତି, ଆତଙ୍କବାଦ ସାଙ୍ଗକୁ ଦୁର୍ନୀତି ଓ ଅରାଜକତାରେ ପେଷି ହୋଇଯାଇଥିବା ପାକିସ୍ତାନରେ ଏହି ନିର୍ବାଚନ ପରିବର୍ତ୍ତନର ଧାରା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ପାକ୍ବାସୀ। ପାକିସ୍ତାନ ପାର୍ଲାମେଣ୍ଟର ୨୭୨ ଆସନ ସମେତ ୪ଟି ପ୍ରଦେଶର ଆସେମ୍ବ୍ଲିକୁ ମିଶାଇ […]
ଶ୍ରୀନଗର: ତିନିଦିନ ହେବ ଜାମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ଜାରି ରହିଛି। ଅନନ୍ତନାଗ ଅଂଚଳରେ ଏହି ଏନକାଉଣ୍ଟର ହୋଇଛି। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ଅପରେସନ୍ରେ ଦୁଇଜଣ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଗତକାଲି ଶ୍ରୀନଗରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଯବାନ୍ ସହିଦ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ସୋମବାର କୁଲଗାମ ଅଂଚଳରେ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।
ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍ ଓ ବସ୍ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଯୋଗେଶ୍ୱରୀ ଏବଂ ଥାନେଠାରେ ରେଳ ଚଳାଚଳ […]