• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sbi
ବ୍ରହ୍ମପୁରରେ ୬ ନୁହେଁ, ୭ଟି ଏଟିଏମରୁ ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ୬ ନୁହେଁ, ୭ଟି ଏଟିଏମରୁ ହୋଇଥିଲା ଲୁଟ୍ । ବ୍ରହ୍ମପୁର ଉପକଣ୍ଠ ପଥରା ଛକ ନିକଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗ୍ୟାସ୍ କଟରରେ କାଟି ୨ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ। ଗତକାଲି ଗୋଟିଏ ରାତିରେ ବ୍ରହ୍ମପୁର ସହରରେ ଏସବିଆଇର ୬ଟି ଏଟିଏମରୁ ଲୁଟ୍ ହୋଇଥିଲା। ହେଲେ ଏବେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମରୁ ଗତକାଲି ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି। […]

  • Monday, 19 July 2021
online
ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ଲୋକଙ୍କୁ ଠକିବା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଶସ୍ତାରୁ ହିନସ୍ତା। ଅନଲାଇନ ମାର୍କେଟିଂ ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ। ଦାମୀ ପୋଷାକରେ ଲୋଭନୀୟ ଅଫିର ଦେଖାଇ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ।  ଅଭିଯୁକ୍ତଙ୍କ  ନାଁ ରଶ୍ନୀ ରଂଜନ ପାଣି । ତେବେ କେମିତି ଲୋକଙ୍କୁ ଠକୁ ଥିଲେ ରଶ୍ମୀରଂଜନ ଆସନ୍ତୁ ଜାଣିବା – ଫେସବୁକ୍ ଆକାଉଣ୍ଟ ଉପରେ  ପ୍ରଥମେ ଗେଟେଓ୍ୱ ଫାଉଣ୍ଡସେନ ନାଁରେ ଫେସବୁକ ଆକାଉଣ୍ଟ ଖୋଲିଥିଲେ ରଶ୍ମୀରଂଜନ । ଏହାପରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନାମୀଦାମୀ କମ୍ଫାନୀର […]

  • Monday, 19 July 2021
plastic
ରାଜଧାନୀ ଭୁବନେଶ୍ୱରକୁ ପ୍ଳାଷ୍ଟିକ ଓ ପଲିଥିନ୍ ଚିନ୍ତା

ଭୁବନେଶ୍ୱର : ପଲିଥିନ୍‌ମୟ ଭୁବନେଶ୍ୱର।  ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡବଡ଼ ମଲ୍। ସବୁଠି ଚାଲିଛି ପଲିଥିନ୍‌ର ଖୋଲାଖୋଲି ବ୍ୟବହାର।  ଆଉ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଡମ୍ପିଂୟାର୍ଡରେ ଗଦାଗଦା ହୋଇ ପଡି ରହିଛି ପଲିଥିନ୍ ସାଙ୍ଗକୁ ଅଳିଆ। ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ସୂଚନା ଅନୁସାରେ ପ୍ରତିଦିନ ରାଜଧାନୀ ଭୁବନେଶ୍ୱରରୁ ୪ଶହ ମେଟ୍ରିକ୍ ଟନ୍ ସଲିଡ୍ ୱେଷ୍ଟ ଜେନେରେଟ ହେଉଛି । ଯେଉଁଥିରେ ୭ ରୁ ୧୦ ଟନ୍ ରହିଛି ପ୍ଲାଷ୍ଟିକ ଓ ପଲିଥିନ୍। ଏଥିପାଇଁ […]

  • Monday, 19 July 2021
dc-Cover-ldj5at4bvs8uab3ne848ug6ta0-20171226065535.Medi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମାଲ୍ୟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ୧୫ ଏପ୍ରିଲ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ମାଲ୍ୟା। ସେ ସମୟରେ ଲେଖିଥିବା ଚିଠିକୁ ସାର୍ବଜନୀନ କରିଛନ୍ତି ଖୋଦ୍ ମାଲ୍ୟା। ବିଭିନ୍ନ ସମୟରେ ତାଙ୍କୁ ଫେରାର ଅଭିଯୁକ୍ତ କହୁଥିବା କଥାକୁ ନାପସନ୍ଦ କରିଛନ୍ତି। ବ୍ୟାଙ୍କକୁ ସମସ୍ତ ଋ଼ଣ ପଇଠ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି । ତେବେ ବ୍ୟାଙ୍କ ପକ୍ଷରୁ […]

  • Monday, 19 July 2021
baby1
ପିଶାଚୀ ମାଆ : ପୁଅକୁ ହତ୍ୟା କଲା ଜନ୍ମଦାତ୍ରୀ 

ମହାରାଷ୍ଟ୍ର : ପିଶାଚୀ ମାଆ। ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ। ଝିଅର ଲାଲସାରେ ନିଜ ଜନ୍ମକଲା ଦଶ ମାସର ପୁଅକୁ ପାଣି ବ୍ୟାରେଲ୍‌ରେ ବୁଡ଼ାଇ ହତ୍ୟା କରିଛି ମାଆ । ଏପରି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ଔରଙ୍ଗାବାଦ୍ ସହରରୁ। ଔରଙ୍ଗାବାଦ୍ ସହରର ପୈଠାଣ ଅଞ୍ଚଳରେ ଘଟିଛି ଏହି ଘଟଣା । ଗତ ରବିବାରଠୁ ନିଖୋଜ୍ ଥିଲା ଦଶ ମାସର ଶିଶୁ ପୁତ୍ର । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଖୋଜା ଖୋଜି ପରେ ଘର […]

  • Monday, 19 July 2021
pipili
ପିପିଲିରୁ ୧୨ଟି ନାଗ ଛୁଆ ଉଦ୍ଧାର

ପୁରୀ : ଭଦ୍ରକ ପରେ ପୁରୀ ଜିଲ୍ଳା ପିପିଲିରୁ ଉଦ୍ଧାର ହେଲା ନାଗ ସାପ । ମଙ୍ଗଳପୁର ସୁହାଗପୁର ଗାଁର ଅନାଦି ସାହୁଙ୍କ ଘରୁ ୧୨ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ସାପ ଧରାଳି ସୁଶାନ୍ତ କୁମାର ବେହେରା ସାପକୁ ଉଦ୍ଧାର କରି ନିଛାଟିଆ ଜାଗାରେ ଛାଡ଼ି ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଭଦ୍ରକ ଧାମନଗରର ପାଇକ ସାହିରୁ ଛୋଟ ବଡ଼ ମିଶାଇ ୧୩୧ଟି ସାପ ଉଦ୍ଧାର କରାଯାଇଥିଲା। ଏହା ରାଜ୍ୟ ତଥା ଦେଶରେ ଖୁବ୍‌ ଚର୍ଚ୍ଚାର […]

  • Monday, 19 July 2021
baby born
ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ କଲେ ମହିଳା

ମୟୁରଭଞ୍ଜ  : ବାରମ୍ବାର ଫୋନ ସତ୍ତ୍ୱେ ଆସିଲାନି ଆମ୍ବୁଲାନ୍ସ। ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଫୁଲବାଡିଆ ଗାଁରେ ଘଟିଛି ଏହି ଘଟଣା। ଗାଁର ସୁଲୋଚନା ମହନ୍ତଙ୍କ ପ୍ରସବ ବେଦନା ହେବା ପରେ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ବାରମ୍ବାର ଫୋନ୍ ସତ୍ତ୍ୱେ ୧୦୨ ଆମ୍ବୁଲାନ୍ସ ଆସି ନ ଥିବା ଅଭିଯୋଗ ହୋଇଛି। ଫଳରେ ଏକ ଅଟୋରେ ତାଙ୍କୁ ଡାକ୍ତରଖାନା ଆଣୁଥିଲେ ପରିବାର ଲୋକେ। ତେବେ ବାଟରେ ସେ ଅଟୋ ଭିତରେ ଏକ କନ୍ୟା ସନ୍ତାନ ଜନ୍ମ […]

  • Monday, 19 July 2021
susant singh
ବନ୍ଦେ ଉତ୍କଳ ଜନନୀ ବିବାଦରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପୁରାଇଲେ କେଁ

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ବୟାନ। ସଙ୍ଗୀତରେ ଥିବା ଉତ୍କଳ ଶଦ୍ଦକୁ ନେଇ କେଁ ପୁରାଇଲେ ମନ୍ତ୍ରୀ ସୁଶାନ୍ତ ସିଂ। ସୁଶାନ୍ତ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ଗୀତ ଆଗରୁ ଅଛି। ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଏହାକୁ ବିରୋଧ କରୁଛନ୍ତି। ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ବଦଳରେ ବନ୍ଦେ ଓଡ଼ିଶା କଲେ ସମସ୍ତଙ୍କ […]

  • Monday, 19 July 2021
pm modi security
ବଢ଼ିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା। ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏନେଇ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣିକି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିନା ଅନୁମତିରେ କୌଣସି ମନ୍ତ୍ରୀ ଏବଂ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ ପାରିବେନି। ଏପରିକି ଆବଶ୍ୟକ ପଡ଼ିଲେ ଏସ୍‌ପିଜିଙ୍କ ଦ୍ୱାରା […]

  • Monday, 19 July 2021
pravat biswal
ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଥିଲା ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର। ଏହା ପୂର୍ବରୁ ୨ ମାସ ଲାଗି ପ୍ରଭାତ ଅନ୍ତରୀଣ ଜାମିନ ପାଇଥିଲେ। ସୂଚନାଥାଉ କି, ସିସୋର୍‌ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖରେ ସିବିଆଇ ତାଙ୍କୁ ଗିରଫ […]

  • Monday, 19 July 2021
Jagannath-Temple
ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭ

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆଜିଠାରୁ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଜି ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କ ବାହୁଟ କଣ୍ଟ କରାଯିବ। ତା’ ପରେ ମହାପ୍ରଭୁଙ୍କ ବଡ଼ ସିଂହାର ବେଶ ହେବ। ଠିଆ ପହୁଡ଼ରେ ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ କୋଠମୁଆଁସିଆ ସେବକମାନେ ରତ୍ନସିଂହାସନରୁ ଚାରମାଳ ବାନ୍ଧିବେ। ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ। ଦିନ ବେଳା ଏହି ସେନାପଟା ଲାଗି କରାଯିବ। ତେଣୁ […]

  • Monday, 19 July 2021
airport
ଭୁବନେଶ୍ୱର ବିମାନ ବନ୍ଦରରେ ସନ୍ଦିଗ୍ଧ ଯୁବକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଠାବ କରିଛି। ଯୁବକଙ୍କୁ ଏୟାରପୋର୍ଟର ରନ୍‌ୱେ ନିକଟରୁ ଆଜି ଠାବ କରାଯାଇଛି। ସନ୍ଦିଗ୍ଧ ଯୁବକ ଜଣଙ୍କ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ସୂଚନା ମିଳିଛି। CISF ଯବାନ ଯୁବକଙ୍କୁ ଧରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛନ୍ତି। ଉକ୍ତ ଯୁବକଙ୍କ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଧରାପଡିଥିବା ସନ୍ଦିଗ୍ଧ ଯୁବକଙ୍କ ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ […]

  • Monday, 19 July 2021
rain
ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ସକ୍ରିୟ ହୋଇଛି ମୌସୁମୀ। ଫଳରେ ଆଜି ଭୋରରୁ ବର୍ଷା ଜାରି ରହିଛି। ଭୁବନେଶ୍ୱର, କଟକ ସମେତ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କରିଛି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଉ କିଛି ସ୍ଥାନରେ ପାଗ ମେଘୁଆ ରହିଛି। ପାଣିପାଗ ବିଭାଗର ସୁଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା […]

  • Monday, 19 July 2021
mumbai
ବର୍ଷା ବିତ୍ପାତ: ମୁମ୍ବାଇ ଜଳାର୍ଣ୍ଣବ, ଚାରି ମୃତ

ମୁମ୍ବାଇ : ପ୍ରବଳ ବର୍ଷାରେ ମୁମ୍ବାଇ ଜଳମଗ୍ନ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗରୀରେ ଗତ ୩ ଦିନ ଧରି ମୂଷଳ ଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଜଳମଗ୍ନ ହୋଇ ପଡ଼ିଛି ମହାନଗରୀର ଅଧିକାଂଶ ଅଞ୍ଚଳ। ବର୍ଷା ଜନିତ ବିଭିନ୍ନ କାରଣରୁ ୪ ଜଣଙ୍କର ମୃତ୍ୟୁ ହେବା ସହ ଗଛପଡ଼ି ଅନେକ ଲୋକ ଆହତ ହୋଇଛନ୍ତି। ଗାଡ଼ି ଓ ଟ୍ରେନ୍ ଚଳାଚଳ ସହ ବିମାନ ଉଡ଼ାଣ ଗୁରୁତର ପ୍ରଭାବିତ ହୋଇଛି। ବହୁ ଅଞ୍ଚଳରେ […]

  • Monday, 19 July 2021
dengue
ରାଜ୍ୟରେ ପୁଣି ଡେଙ୍ଗୁ ଆତଙ୍କ

କଟକ : ରାଜ୍ୟରେ ପୁଣି ଡେଙ୍ଗୁ  ଆତଙ୍କ। ଚଳିତ ସିଜିନର ଏସ୍‌ସିବିରେ ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ତ୍ରୌଲୋକ୍ୟ ବାରିକ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଡିମିରିଆରେ ବୋଲି ଜଣାପଡିଛି। ସେ ଗତ ୨୨ ତାରିଖରୁ ଏସସିବିର ମେଡିସିନ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତୌଲୋକ୍ୟଙ୍କର ମୃତ୍ୟୁ ହୋଇଛି।

  • Monday, 19 July 2021
police-cops-web
ମହଙ୍ଗା ପଡ଼ିଲା ଦବଙ୍ଗଗିରି, ସସପେଣ୍ଡ ହେଲେ 11 ବିହାରୀ ପୋଲିସ

ପାଟନା: ମହଙ୍ଗା ପଡ଼ିଲା ବିହାରୀ ପୋଲିସଙ୍କ ଦବଙ୍ଗଗିରି I ମାଗଣାରେ ପରିବା ନ ଦେବାରୁ ମିଛ କେଶରେ ନାବାଳକ ପରିବା ଦୋକାନୀକୁ ଗିରଫ ମାମଲାର ବିହାର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି I ଏହି ମାମଲାରେ ସମ୍ପୃକ୍ତ ଥିବା 2 ଜଣ ଇନସ୍ପେକ୍ଟରଙ୍କ ସମେତ 9 ଜଣ ପୋଲିସ କର୍ମୀଙ୍କୁ ସସ୍ପେଣ୍ଡ କରାଯାଇଛି ବୋଲି ପାଟନା ଆଇଜି ନେୟର ହସନେନ ଖାନ କହିଛନ୍ତି I ଏହା ସହିତ ନାବାଳକଟିକୁ ବେଓ୍ଵର ଜେଲରୁ ଆଣି ଵାଳ ସୁଧାର […]

  • Monday, 19 July 2021
sea plane
ଭିତରକନିକା, ଚାନ୍ଦିପୁର ଓ ହୀରାକୁଦକୁ ଉଡ଼ିବ ସି-ପ୍ଲେନ୍

ଭୁବନେଶ୍ୱର : ଓଡ଼ିଶାରେ ସି-ପ୍ଲେନ ସେବା ଆରମ୍ଭ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବିମାନସେବା ପ୍ରଦାନକାରୀ କଂପାନି ସ୍ପାଇସ ଜେଟ୍। ଭୁବନେଶ୍ୱରରୁ ଚିଲିକା ଦେଇ ପୁରୀ, ଭୁବନେଶ୍ୱରରୁ ଭିତରକନିକା ଦେଇ ଚାନ୍ଦିପୁର ଓ ଭୁବନେଶ୍ୱରରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ସି-ପ୍ଲେନ ଚଳାଇବା ଲାଗି ରାଜ୍ୟ ସରକାରଙ୍କୁ ସ୍ପାଇସଜେଟ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏସବୁ ସ୍ଥାନ ମଧ୍ୟରେ ସି-ପ୍ଲେନ ଚଳାଚଳ କରିବା କେତେ ସମ୍ଭବ ସେନେଇ ଫିଜିବିଲଟି ଷ୍ଟଡି, ଏହି ତିନି ସ୍ଥାନର ପର୍ଯ୍ୟଟନ କ୍ଷମତା ଏବଂ […]

  • Monday, 19 July 2021