ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିକଶିତ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା ଖରାପ ଯୋଗୁ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ। ସେପଟେ ପ୍ରସବ ବେଦନା ଛଟପଟ ହେଉଛନ୍ତି ଆସନ୍ନ ପ୍ରସବା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାଇମାଟି ଗାଁରେ। ସୂଚନା ଅନୁସାରେ, ଏହି ଗାଁକୁ ଖରାପ ରାସ୍ତା ଯୋଗୁ ଗତକାଲି ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଏକ ଖଟିଆରେ ୩ କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ନେଇଥିଲେ। […]
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ ନଡ୍ଡା ଦଳର ପ୍ରତିଦିନ ଘଟୁଥିବା ଘଟଣାର ସବୁ ଦାୟିତ୍ୱ ନିର୍ବାହ କରିବେ। ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୂର୍ବଭଳି ଅମିତ ଶାହ ହିଁ ରହିବେ। ଅମିତ […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ପୂର୍ଣ୍ଣାଙ୍ଗ ବଜେଟ୍ ଆସିବାକୁ ଥିବା ଏଇ ଅଧିବେଶନର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହର ବହୁ ସଦସ୍ୟ ଶପଥ ନେଇଛନ୍ତି। ପ୍ରୋଟେମ୍ ସ୍ପିକର ବୀରେନ୍ଦ୍ର କୁମାର ଗୃହର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଧ୍ୟକ୍ଷ ପ୍ୟାନେଲରେ ଥିବା ସାଂସଦ ଭର୍ତ୍ତୃହରି ମହାତାବ ଓଡ଼ିଆ ଏବଂ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥପାଠ କରିଥିଲେ। ଆଜି ଓ କାଲି ଦୁଇଦିନ ଧରି ନବନିର୍ବାଚିତ […]
ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା। ସେପଟେ ଆଜି IMAର ୨୪ ଘଣ୍ଟିଆ ଧର୍ମଘଟରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ୧୨ ଦଫା ମଧ୍ୟରୁ […]
ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଲୋମ୍ବକ୍ ଦ୍ୱୀପରେ ରବିବାର ପ୍ରାୟ ସକାଳ ୬ଟା ୪୭ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଭୂକମ୍ପରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ୭କି.ମି ଗଭୀର ଥିଲା। ବୋଲି ଆମେରିକା ଭୂବୈଜ୍ଞାନିକ ସର୍ଭେ ପକ୍ଷରୁ କୁହାଯାଇଛି। ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଲୋମ୍ବକ୍ର ମୁଖ୍ୟ ସହର ମାତାରାମ୍ର ୫୦ କି.ମି. […]
ମାଲକାନଗିରି: ମାଓବାଦୀଙ୍କ ସହିଦ ସପ୍ତାହରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ବିରାଟ ମାଓବାଦୀ ମେଳି। ମାଲକାନଗିରିର ରାଲେଗାଡ଼ା ପଞ୍ଚାୟତ ଓ ଆନ୍ଧ୍ରପ୍ରଦେଶର କୋରୁକୁଣ୍ଡା ସୀମାନ୍ତ ଅଞ୍ଚଳରେ ଗତକାଲି ମାଓବାଦୀ ମେଳି କରାଯାଇଥିବା ଜଣାପଡ଼ିଛି। ଏହି ମେଳିରେ ୬୦୦ରୁ ଅଧିକ ମାଓବାଦୀ ଏକାଠି ହୋଇଥିଲେ। ଓଡ଼ିଶା-ଆନ୍ଧ୍ର ବର୍ଡର ଜୋନାଲ କମିଟି ପକ୍ଷରୁ ଏହି ମେଳି ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁପ୍ରିୟା ସେତୁକୁ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏହି ମେଳିରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳବାସୀ ମଧ୍ୟ ସାମିଲ ହୋଇଥିଲେ। […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ଡାଲ୍ ହ୍ରଦ। ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଏହାର ମନୋରମ ସୌନ୍ଦର୍ଯ୍ୟ ଆକର୍ଷଣ କରିଥାଏ। ଖାଲି ଏତିକି ନୁହେଁ ବୋଟ୍ରେ ବସି ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିଥାନ୍ତି ପର୍ଯ୍ୟଟକ। ତେବେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଅନ୍ୟତମ କାରଣ ପାଲଟିଛି ଏଠାକାର ସୋଲାର ବୋଟ୍। ସମ୍ପୂର୍ଣ୍ଣ ସୌରଚାଳିତ ଏହି ବୋଟ୍କୁ ନିର୍ମାଣ କରିଛନ୍ତି କିଛି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ନିଜ କଲେଜ ପ୍ରୋଜେକ୍ଟରେ ଏହି ସୋଲାର ବୋଟ୍ ତିଆରି କରିବା […]
ପୁରୀ: ପୁରୀ ସିଟି ରୋଡ୍ରେ ଥିବା ଏକ ହୋଟେଲ୍ରେ ଅଭାବନୀୟ ଘଟଣା ଘଟିଛି। ବିଷ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଯୁବତୀଙ୍କ ଘର ବାଲିସାହି ଅଞ୍ଚଳରେ ହୋଇଥିବା ବେଳେ ଯୁବକଙ୍କ ଘର ଚନ୍ଦନପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯୁବକଙ୍କ ନାଁ ଆଶିଷ ପ୍ରଧାନ। ଗୁରୁତର ଅବସ୍ଥାରେ ପ୍ରଥମେ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଯୁବକଙ୍କୁ ସେଠାରୁ […]
ନୂଆଦିଲ୍ଲୀ: ଯେଉଁ ଅଭିଯୋଗରେ ଜାତୀୟ ତଦନ୍ତ ଅଧିକାରୀ ସଂସ୍ଥା(ଏନଆଇଏ) ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲା ତାହା ସତ ପ୍ରମାଣିତ ହୋଇଛି। ଆଜି ଏନଆଇଏ ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତା ମାନେ ବିଦେଶରୁ ଟଙ୍କା ଆଣି ନିଜ ପୁଅ ଓ ପରିବାର ପାଇଁ ଖର୍ଚ୍ଚ କରି ଅୟସ କରୁଥିଲେ। ଏଥିସହ ଏହି ଟଙ୍କାରେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଭାବନା ସୃଷ୍ଟି କରିବା ପାଇଁ ମୁସଲିମ୍ ମହିଳାଙ୍କୁ ଟଙ୍କା ଦେଉଥିଲେ ବୋଲି ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା […]
ବିଶାଖାପାଟଣା : ବିଶାଖାପାଟଣା ରାମକୃଷ୍ଣ ସମୁଦ୍ର କୂଳର ଐତିହାସିକ ହାୱା ମହଲ। ଲିପିବଦ୍ଧ ହୋଇଛି ରାଜତନ୍ତ୍ରର ସ୍ୱର୍ଣ୍ଣାକ୍ଷର। ହେଲେ ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ଛନ୍ଦି ହୋଇଯାଇଛି ପାରିବାରିକ ବିବାଦ ଭିତରେ। ମାଲିକାନାସତ୍ତ୍ୱକୁ ନେଇ ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ଦୁଇ ପୁତ୍ରବଧୂଙ୍କ ମଧ୍ୟରେ ଲାଗିରହିଛି ଟଣା ଓଟରା। ୧୯୧୭ ମସିହା। ଖରା ଛୁଟି କଟାଇବା ପାଇଁ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ ତତ୍କାଳୀନ ଜୟପୁର ମହାରାଜା ରାମଚନ୍ଦ୍ର ଦେବ। ସମୟକ୍ରମେ ତାଙ୍କ […]
ଭୁବନେଶ୍ୱର: ଗୋଟିଏ ଗୁଳିରେ ଦୁଇଟି ଶିକାର। ନବୀନଙ୍କ ଏ ବାଣରେ ରହିଛି କେନ୍ଦ୍ରକୁ ନିଶାନା। ପୁଣି ରାଜ୍ୟ ଦେଇଛି ଗରିବଙ୍କ ପାଇଁ ନିର୍ବାଚନୀ ଭେଟି। କେନ୍ଦ୍ରର ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ। ସରକାରଙ୍କ ହିସାବରେ ଏମାନଙ୍କ ସଂଖ୍ୟା ୩୪ ଲକ୍ଷ ୪୪ ହଜାର। ମେ ମାସରେ ଏହି ଗରିବଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ପାଇଁ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ। ଯୁକ୍ତି ଦର୍ଶାଇଥିଲେ ୨୦୧୧ ଜନଗଣନା ପରେ […]
ସୁରତ୍ : ଗୁଜରାଟ ସୁରତ୍ରେ ହଟହଟା ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଓଡ଼ିଶା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ସୁରତ୍ରେ ରହୁଥିବା କ୍ଷତିଗ୍ରସ୍ତ ଓଡ଼ିଆ ଜମାକାରୀ। ତାସହ ବ୍ୟାନର୍ ଧରି ଅର୍ଥମନ୍ତ୍ରୀଙ୍କୁ ଜୋରଦାର ବିରୋଧ କରିଛନ୍ତି। ଅାଜି ସୁରତ ନାନ୍ପୁରାସ୍ଥିତ ଚାମ୍ବର୍ସ ଅଫ୍ କମର୍ସ ଅାଣ୍ଡ ଇଣ୍ଡଷ୍ଟ୍ରିର ଏକ ବୈଠକରେ ଯୋଗଦେବାକୁ ଅାସିଥିଲେ ଅର୍ଥମନ୍ତ୍ରୀ। ଏଠାରେ କ୍ଷତିଗ୍ରସ୍ତ ଜମାକାରୀ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ହୋଇଥିଲେ […]
ନୂଆଦିଲ୍ଲୀ: କେଉଁଠି ଘରର କାନ୍ଥ ପଡ଼ି ତ ଆଉ କେଉଁଠି ବନ୍ୟା ପାଣିରେ ଭାସି ଯାଇଛନ୍ତି ଲୋକେ। ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଲୋକଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି। ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ଯୋଗୁଁ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଏକର ଫସଲ ନଷ୍ଟ ହେବାକୁ ବସିଛି। ମୁଖ୍ୟତଃ ପଶ୍ଚିମ ୟୁପିରେ ପରିସ୍ଥିତି ସଙ୍ଗୀନ ରୂପ ନେଇଛି। ସାହାରନ୍ପୁରରେ କାନ୍ଥ ଭୁସୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୪ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି। ଆନ୍ଦୋଳନରତ ଡାକ୍ତରମାନେ ନିଜ ଜିଦ୍ରେ ଅଟଳ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରୁନାହାନ୍ତି ।ଏହା ଭିତରେ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମମତା ସରକାରଙ୍କୁ ଜବାବ ତଲବ କରି ଜାରି କରିଛି ଆଡଭାଇଜରି । ସେପଟେ ଡାକ୍ତରଙ୍କୁ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି […]
ବାଲେଶ୍ୱର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ମୁହଁକୁ ଛେଚି ଅମାନୁଷିକ ଭାବେ ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡଙ୍ଗୀ ଗାଁରୁ ଏହି ଅଭିଯୋଗ ଅାସିଛି। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରିଥିଲେ। ହେଲେ ମହିଳାଙ୍କ ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି। ଏହି […]
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ବସିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉପସ୍ଥିତ ଅଛନ୍ତି ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସର ମନ୍ତ୍ରକୁ ସାକାର କରିବା ଦିଗରେ ନୀତି ଆୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ୨୦୨୪ […]
ମୁମ୍ବାଇ: ମହାରାଷ୍ଟ୍ର ମହାବଳେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା। ରାଇଗଡ଼ ଜିଲ୍ଲା ଅମ୍ବେନାଳି ଘାଟିରୁ ବସ୍ ଖସି ୩୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରୀ ଏକ ବସ୍ରେ ମହାବଳେଶ୍ୱର ପିକ୍ନିକ୍ କରିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗାଡ଼ିଟି ଭାରସାମ୍ୟ ହରାଇ ପାହାଡ଼ିଆ ରାସ୍ତା ଥିବା ଅମ୍ବେନାଳି ଘାଟିରୁ ପ୍ରାୟ ୨୦୦ ଫୁଟ ତଳଖୁ ଖସି ପଡ଼ିଥିଲା। ଗାଡ଼ିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲେ ପ୍ରକୃତରେ […]
ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ଏବେ ପୁଲିସ୍ ଅଧିକାରୀ। ଜାମ୍ମୁ ଓ କାଶ୍ମୀରରେ ଆଉ ଜଣେ ପୁଲିସ୍ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ସୂଚନା ଅନୁସାରେ ପୁଲଓ୍ୱାମା ଜିଲ୍ଲାର ଟ୍ରାଲ୍ ଅଞ୍ଚଳରୁ ଗତକାଲି ରାତିରେ ସ୍ପେଶାଲ୍ ପୁଲିସ୍ ଅଫିସର ମୁଦାସିର୍ ଅହମ୍ମଦ ଲୋନ୍ଙ୍କୁ ଆତବାଦୀମାନେ ଘରୁ ଅପହରଣ କରି ନେଇଛନ୍ତି । ବର୍ତ୍ତମାନ ସେ କେଉଁଠି ଅଛନ୍ତି ତାଙ୍କୁ ଖୋଜାଖୋଜି ଚାଲିଛି। ସେ ଜଣେ ରୋଷେୟା ଥିଲେ। ଗତ ୨ ମାସ ମଧ୍ୟରେ୨ ଜଣ ପୁଲିସ୍ କର୍ମଚାରୀଙ୍କୁ […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ ହେବା ପରେ ଏହା ପ୍ରଥମ ନୀତି ଆୟୋଗ ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ଯୋଗ ଦେବା ପୂର୍ବରୁ ଫୋନି ବାତ୍ୟା ସହାୟତା ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ […]
ନୂଆଦିଲ୍ଲୀ: ଆସନ୍ତାକାଲିଠୁ କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ-ଟୁ ସରକାର। ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗାଦି ସମ୍ଭାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶ ବିଦେଶର ସାଢ଼େ ୬ ହଜାର ଅତିଥି ମୋଦିଙ୍କ ଶପଥ ଉତ୍ସବରେ ସାମିଲ ହେବେ। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ସବରେ ଯୋଗ […]