• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

drainage problem
ବ୍ରହ୍ମଗିରି: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା, ଅଲାରନାଥରେ ଡ୍ରେନେଜ ସମସ୍ୟା

ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମା ପରେ ଶୀଜୀଉ ବିଜେ କରିବେ ଅଣସର ଘରକୁ । ଏହି ସମୟରେ ମହାପ୍ରଭୁଙ୍କ ପରିବର୍ତ୍ତେ ଜଗନ୍ନାଥଙ୍କ ପ୍ରତୀକ ଭାବେ ଦର୍ଶନ ଦେବେ ଅଲାରନାଥ।  ଅଲାରନାଥଙ୍କୁ ଦର୍ଶନ ପାଇଁ  ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ।  ହେଲେ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ରାସ୍ତାରେ ଲହଡ଼ି ମାରୁଛି ମଇଳା ପାଣି । ବ୍ରହ୍ମଗିରି ଜାତୀୟ ରାଜପଥରୁ ନେଇ ମନ୍ଦିର ପର୍ଯ୍ୟନ୍ତ ରହିଛି ଆଣ୍ଠୁଏ ଉଚ୍ଚର […]

  • Monday, 19 July 2021
raghubir
ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟାରମ୍ଭ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟ ଆରମ୍ଭ।  ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ସର୍କିଟ ହାଉସରେ କମିଶନଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଛି। ଆଜି କାର୍ଯ୍ୟାଳୟରେ ଯୋଗଦେଇଛନ୍ତି କମିଶନ ଜଷ୍ଟିସ୍ ରଘୁବୀର ଦାଶ।  ଘଟଣା ନେଇ ଜନସାଧାରଣଙ୍କ ଠାରୁ କମିଶନ ସତ୍ୟପାଠ ଆହ୍ୱାନ କରିଛନ୍ତି। ଏ ନେଇ କମିଶନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୨୫ […]

  • Monday, 19 July 2021
naveen
ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର : ମହିଳାଙ୍କ ପାଇଁ ବିଜୁ  ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।  ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।  ଆଜି ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଞ୍ଚଳର ମମତା ପଡିଆମୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ […]

  • Monday, 19 July 2021
Sukhoi Jet
ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ର  : ବାୟୁସେନାର ପୁଣି ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ର ନାସିକ ପାଖରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30 ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଏହି ଲଢୁଆ ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ। ସେମାନେ ସୁରକ୍ଷିତ ଅଛନ୍ତି । ଠିକ୍ ଦୁର୍ଘଟଣା ହେବା ଆଗରୁ ଦୁଇ ଜଣ ଯାକ ପାଇଲଟ୍ ପାରାଚ୍ୟୁଟ ଜରିଆରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଜଣାପଡ଼ିଛି।

  • Monday, 19 July 2021
rain-monsoon759
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଯୋଗୁଁ ରାଜ୍ୟବ୍ୟାପୀ ଲାଗିରହିଛି ବର୍ଷା।  ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଓଡ଼ିଶାର ଉପରି ଭାଗରେ ଘୂର୍ଣ୍ଣିବଳୟ ସହ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ସେହିପରି କଟକରେ ବିଭିନ୍ନ ତଳିଆ ଅଞ୍ଚଳରେ […]

  • Monday, 19 July 2021
modi
ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଲେ ମୋଦି

ଜଲଗାଓଁ : ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଏବଂ ଏନ୍‌ସିପିକୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ୩୭୦ ଧାରା ଯଦି ସେମାନେ ପୁଣିଥରେ ଲାଗୁ କରିବାକୁ ଚାହୁଁଛନ୍ତି, ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରନ୍ତୁ। ଅକ୍ଟୋବର ୨୧ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୋଦି ଏହି ଅବସରରେ ଆୟୋଜିତ ଏକ ଜନସଭାରେ ଏଭଳି ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଖଣ୍ଡେ ସ୍ଥାନ ନୁହେଁ […]

  • Monday, 19 July 2021
air india
ସଙ୍କଟରେ ଏୟାର ଇଣ୍ଡିଆ ,୧୨୦ ପାଇଲଟଙ୍କ ଇସ୍ତଫା

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟରେ ଫଶିଥିବା ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନର ପାଇଲଟମାନେ ଇସ୍ତଫା ଦେଇଛନ୍ତି। ୧୨୦ ଜଣ ପାଇଲଟ ଇସ୍ତଫା ଦେବା ପରେ କିଭଳି ଏୟାରବେସ ଏ-୩୨୦ ବିମାନ ଚାଲିବ ତାହା ଏବେ କମ୍ପାନୀ ପାଇଁ ଚିନ୍ତାର ବିଷୟ। ଦରମା ସାଙ୍ଗକୁ ପଦନ୍ନୋତି ନମିଳିବାରୁ ୧୨୦ ପାଇଲଟ୍ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡ଼ିଛି। ଦୀର୍ଘ ଦିନ ହେବ ଏହି ପାଇଲଟମାନେ ଦରମା ବୃଦ୍ଧି ସାଙ୍ଗକୁ ପଦନ୍ନୋତି ବାବଦରେ ବିମାନ ପ୍ରଶାସନିକ ବିଭାଗ ନିକଟରେ କହିଥିଲେ। […]

  • Monday, 19 July 2021
school9
ଆଉ ଖୋଲିବନି ନୂଆପଡା ଜିଲ୍ଲାର ୪ଟି ଗାଁର ୫ଟି ସ୍କୁଲ

ନୂଆପଡା : ନୂଆପଡା ଜିଲ୍ଲା ରଘୁପାଲି ଗାଁର ପ୍ରଭାସିନୀ ପଟେଲଙ୍କ ଝିଅ ଡଲି । ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛି। ହେଲେ ଲୋୟର ଇନ୍ଦ୍ର ପ୍ରକଳ୍ପ ଲାଗି ଏବେ ଗାଁ ସ୍କୁଲ ବନ୍ଦ ହେବା ଯୋଗୁ ତାଙ୍କ ଭବିଷ୍ୟତ ଅନ୍ଧାରରେ । ତେଣୁ ତାଙ୍କୁ ମାମୁ ଘରେ ରଖି ପାଠ ପଢ଼ାଇବାକୁ ଚିନ୍ତା କରୁଛନ୍ତି ବାପା ମା। ପୋଷାକ ପତ୍ର, ବହି ବସ୍ତାନୀ ଧରି ଡଲିକୁ ମାମୁ ଘରକୁ ନେଇ ଛାଡିଛନ୍ତି ବାପା । କେବଳ ଡଲି […]

  • Monday, 19 July 2021
amaranath
ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ  : ଆରମ୍ଭ ହୋଇଛି ଚଳିତ ବର୍ଷର ଅମରନାଥ ଯାତ୍ରା। ବାବା ଅମରନାଥଙ୍କ ଦର୍ଶନ ପାଇଁ ସାରା ଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜମ୍ମୁ ବେସ୍ କ୍ୟାମ୍ପରୁ ବାହାରିଛନ୍ତି ପ୍ରଥମ ବ୍ୟାଚ୍ ଯାତ୍ରୀ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ତୀର୍ଥ ଯାତ୍ରୀଙ୍କୁ ବାଲ୍‌ଘାଟ ଯାଏ ନିଆଯିବ । ସେହିଠାରୁ ହିଁ ଆରମ୍ଭ ହେବ ଅମରନାଥ ଯାତ୍ରା । ୩ ହଜାର ୮ ଶହ ୮୦ ମିଟର ଉଚ୍ଚ ଗୁମ୍ପା ଯାଏ ଯିବେ ଲୋକେ । ଏହି […]

  • Monday, 19 July 2021
kendrapada
ମହିଳାଙ୍କ ସହ ଗଣ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜଙ୍କ ଐତିହାସିକ ରାୟ। ମହିଳାଙ୍କ ସହ ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । କେନ୍ଦ୍ରାପଡ଼ା ଜିଲ୍ଳା ଦୌରା ଜଜ୍ ଦୁଇ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡ ଶୁଶାଇଛନ୍ତି। ଏହାସହ ଅନ୍ୟ ଏକ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୫ ହଜାର ଟଙ୍କା ଜୋରିମାନା ମଧ୍ୟ ଶୁଣାଇଛନ୍ତି ଅଦାଲତ। ମାମଲାର ଶୁଣାଣି କରି ଅଶୋକ ଜେନା, ବାବୁଲି ଜେନା […]

  • Monday, 19 July 2021
sbi
ବ୍ରହ୍ମପୁରରେ ୬ ନୁହେଁ, ୭ଟି ଏଟିଏମରୁ ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ୬ ନୁହେଁ, ୭ଟି ଏଟିଏମରୁ ହୋଇଥିଲା ଲୁଟ୍ । ବ୍ରହ୍ମପୁର ଉପକଣ୍ଠ ପଥରା ଛକ ନିକଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗ୍ୟାସ୍ କଟରରେ କାଟି ୨ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ। ଗତକାଲି ଗୋଟିଏ ରାତିରେ ବ୍ରହ୍ମପୁର ସହରରେ ଏସବିଆଇର ୬ଟି ଏଟିଏମରୁ ଲୁଟ୍ ହୋଇଥିଲା। ହେଲେ ଏବେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମରୁ ଗତକାଲି ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି। […]

  • Monday, 19 July 2021
online
ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ଲୋକଙ୍କୁ ଠକିବା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଶସ୍ତାରୁ ହିନସ୍ତା। ଅନଲାଇନ ମାର୍କେଟିଂ ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ। ଦାମୀ ପୋଷାକରେ ଲୋଭନୀୟ ଅଫିର ଦେଖାଇ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ।  ଅଭିଯୁକ୍ତଙ୍କ  ନାଁ ରଶ୍ନୀ ରଂଜନ ପାଣି । ତେବେ କେମିତି ଲୋକଙ୍କୁ ଠକୁ ଥିଲେ ରଶ୍ମୀରଂଜନ ଆସନ୍ତୁ ଜାଣିବା – ଫେସବୁକ୍ ଆକାଉଣ୍ଟ ଉପରେ  ପ୍ରଥମେ ଗେଟେଓ୍ୱ ଫାଉଣ୍ଡସେନ ନାଁରେ ଫେସବୁକ ଆକାଉଣ୍ଟ ଖୋଲିଥିଲେ ରଶ୍ମୀରଂଜନ । ଏହାପରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନାମୀଦାମୀ କମ୍ଫାନୀର […]

  • Monday, 19 July 2021
plastic
ରାଜଧାନୀ ଭୁବନେଶ୍ୱରକୁ ପ୍ଳାଷ୍ଟିକ ଓ ପଲିଥିନ୍ ଚିନ୍ତା

ଭୁବନେଶ୍ୱର : ପଲିଥିନ୍‌ମୟ ଭୁବନେଶ୍ୱର।  ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡବଡ଼ ମଲ୍। ସବୁଠି ଚାଲିଛି ପଲିଥିନ୍‌ର ଖୋଲାଖୋଲି ବ୍ୟବହାର।  ଆଉ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଡମ୍ପିଂୟାର୍ଡରେ ଗଦାଗଦା ହୋଇ ପଡି ରହିଛି ପଲିଥିନ୍ ସାଙ୍ଗକୁ ଅଳିଆ। ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ସୂଚନା ଅନୁସାରେ ପ୍ରତିଦିନ ରାଜଧାନୀ ଭୁବନେଶ୍ୱରରୁ ୪ଶହ ମେଟ୍ରିକ୍ ଟନ୍ ସଲିଡ୍ ୱେଷ୍ଟ ଜେନେରେଟ ହେଉଛି । ଯେଉଁଥିରେ ୭ ରୁ ୧୦ ଟନ୍ ରହିଛି ପ୍ଲାଷ୍ଟିକ ଓ ପଲିଥିନ୍। ଏଥିପାଇଁ […]

  • Monday, 19 July 2021
dc-Cover-ldj5at4bvs8uab3ne848ug6ta0-20171226065535.Medi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମାଲ୍ୟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ୧୫ ଏପ୍ରିଲ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ମାଲ୍ୟା। ସେ ସମୟରେ ଲେଖିଥିବା ଚିଠିକୁ ସାର୍ବଜନୀନ କରିଛନ୍ତି ଖୋଦ୍ ମାଲ୍ୟା। ବିଭିନ୍ନ ସମୟରେ ତାଙ୍କୁ ଫେରାର ଅଭିଯୁକ୍ତ କହୁଥିବା କଥାକୁ ନାପସନ୍ଦ କରିଛନ୍ତି। ବ୍ୟାଙ୍କକୁ ସମସ୍ତ ଋ଼ଣ ପଇଠ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି । ତେବେ ବ୍ୟାଙ୍କ ପକ୍ଷରୁ […]

  • Monday, 19 July 2021
baby1
ପିଶାଚୀ ମାଆ : ପୁଅକୁ ହତ୍ୟା କଲା ଜନ୍ମଦାତ୍ରୀ 

ମହାରାଷ୍ଟ୍ର : ପିଶାଚୀ ମାଆ। ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ। ଝିଅର ଲାଲସାରେ ନିଜ ଜନ୍ମକଲା ଦଶ ମାସର ପୁଅକୁ ପାଣି ବ୍ୟାରେଲ୍‌ରେ ବୁଡ଼ାଇ ହତ୍ୟା କରିଛି ମାଆ । ଏପରି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ଔରଙ୍ଗାବାଦ୍ ସହରରୁ। ଔରଙ୍ଗାବାଦ୍ ସହରର ପୈଠାଣ ଅଞ୍ଚଳରେ ଘଟିଛି ଏହି ଘଟଣା । ଗତ ରବିବାରଠୁ ନିଖୋଜ୍ ଥିଲା ଦଶ ମାସର ଶିଶୁ ପୁତ୍ର । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଖୋଜା ଖୋଜି ପରେ ଘର […]

  • Monday, 19 July 2021
pipili
ପିପିଲିରୁ ୧୨ଟି ନାଗ ଛୁଆ ଉଦ୍ଧାର

ପୁରୀ : ଭଦ୍ରକ ପରେ ପୁରୀ ଜିଲ୍ଳା ପିପିଲିରୁ ଉଦ୍ଧାର ହେଲା ନାଗ ସାପ । ମଙ୍ଗଳପୁର ସୁହାଗପୁର ଗାଁର ଅନାଦି ସାହୁଙ୍କ ଘରୁ ୧୨ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ସାପ ଧରାଳି ସୁଶାନ୍ତ କୁମାର ବେହେରା ସାପକୁ ଉଦ୍ଧାର କରି ନିଛାଟିଆ ଜାଗାରେ ଛାଡ଼ି ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଭଦ୍ରକ ଧାମନଗରର ପାଇକ ସାହିରୁ ଛୋଟ ବଡ଼ ମିଶାଇ ୧୩୧ଟି ସାପ ଉଦ୍ଧାର କରାଯାଇଥିଲା। ଏହା ରାଜ୍ୟ ତଥା ଦେଶରେ ଖୁବ୍‌ ଚର୍ଚ୍ଚାର […]

  • Monday, 19 July 2021
baby born
ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ କଲେ ମହିଳା

ମୟୁରଭଞ୍ଜ  : ବାରମ୍ବାର ଫୋନ ସତ୍ତ୍ୱେ ଆସିଲାନି ଆମ୍ବୁଲାନ୍ସ। ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଫୁଲବାଡିଆ ଗାଁରେ ଘଟିଛି ଏହି ଘଟଣା। ଗାଁର ସୁଲୋଚନା ମହନ୍ତଙ୍କ ପ୍ରସବ ବେଦନା ହେବା ପରେ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ବାରମ୍ବାର ଫୋନ୍ ସତ୍ତ୍ୱେ ୧୦୨ ଆମ୍ବୁଲାନ୍ସ ଆସି ନ ଥିବା ଅଭିଯୋଗ ହୋଇଛି। ଫଳରେ ଏକ ଅଟୋରେ ତାଙ୍କୁ ଡାକ୍ତରଖାନା ଆଣୁଥିଲେ ପରିବାର ଲୋକେ। ତେବେ ବାଟରେ ସେ ଅଟୋ ଭିତରେ ଏକ କନ୍ୟା ସନ୍ତାନ ଜନ୍ମ […]

  • Monday, 19 July 2021
susant singh
ବନ୍ଦେ ଉତ୍କଳ ଜନନୀ ବିବାଦରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପୁରାଇଲେ କେଁ

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି ପ୍ରସଙ୍ଗରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିବାଦୀୟ ବୟାନ। ସଙ୍ଗୀତରେ ଥିବା ଉତ୍କଳ ଶଦ୍ଦକୁ ନେଇ କେଁ ପୁରାଇଲେ ମନ୍ତ୍ରୀ ସୁଶାନ୍ତ ସିଂ। ସୁଶାନ୍ତ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ଗୀତ ଆଗରୁ ଅଛି। ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଯୋଗୁଁ କିଛି ଏହାକୁ ବିରୋଧ କରୁଛନ୍ତି। ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ବଦଳରେ ବନ୍ଦେ ଓଡ଼ିଶା କଲେ ସମସ୍ତଙ୍କ […]

  • Monday, 19 July 2021