• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rape allege
ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଅଭିଯୋଗ ଆସିଛି ଭୁବନେଶ୍ୱର ମଞ୍ଚେଶ୍ୱରର ସମେଇଗାଡ଼ିଆ ଅଞ୍ଚଳରୁ। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣକ ମାନସିକ ବିକାରଗ୍ରସ୍ତ ବୋଲି ସୂଚନା ମିଳିଛି। ଦୁଷ୍କର୍ମ ଅଭିଯୋଗ ମାମଲାରେ ସମେଇଗାଡ଼ିଆ ଅଞ୍ଚଳର ଏକ ଘରୋଇ ସଂସ୍ଥାର ମାଲିକ ଜୟନ୍ତ ପଣ୍ଡାଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି । ଏନେଇ ମହିଳାଙ୍କ ଭାଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

  • Monday, 19 July 2021
Singapore-supreme-court-700x430
ଭାରତୀୟ ବଂଶୋଦ୍ଭବ ଓକିଲ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ନିଯୁକ୍ତ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୁବ ଜଣେ ଭାରତୀୟ ବଂଶୋଦ୍ଭବ ଓକିଲଙ୍କୁ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦାଦର ସିଂ ଗିଲ୍। ୫୯ ବର୍ଷୀୟ ଦାଦରଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ସିଙ୍ଗାପୁରରେ ସେ ଜଣେ ଭଲ ପ୍ରପର୍ଟି ଲିଟିଗେଟର ଭାବେ ପରିଚିତ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦାଦର ଅାସନ୍ତା ୧ ଅଗଷ୍ଟରୁ କାର୍ଯ୍ୟଭାର ଗ୍ରହଣ କରି ଅାଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ […]

  • Monday, 19 July 2021
cbse board
ମହଙ୍ଗା ପଡ଼ିଲା ଭୁଲ ମୂଲ୍ୟାୟନ: ୧୩୦ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ସିବିଏସ୍ଇ ପରୀକ୍ଷା ଖାତାର ଭୁଲ ମୂଲ୍ୟାୟନ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଓ ମାର୍କ ଟୋଟାଲିଂରେ ଭୁଲ ଥିବା ଅଭିଯୋଗରେ ଦେଶର ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଏସ୍ଇ ବୋର୍ଡ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ ମଧ୍ୟରେ ବିହାରର ପାଟନାରୁ ସର୍ବାଧିକ ୪୫ ଜଣ ଶିକ୍ଷକ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ୭, ଦିଲ୍ଲୀରୁ ୬, ଚେନ୍ନାଇରୁ ୧୪ଜଣ ଶିକ୍ଷକ ଅଛନ୍ତି। ଗତ ମାସ ଶେଷ […]

  • Monday, 19 July 2021
newsroom shooting
ଆମେରିକାରେ ଖବରକାଗଜ ଅଫିସ ଉପରକୁ ଗୁଳିମାଡ଼, ୫ ମୃତ

ୱାସିଂଟନ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆମେରିକାର ଏକ ନ୍ୟୁଜପେପର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ । ଏଥିରେ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଅାହତ ହୋଇଛନ୍ତି । ଅାମେରିକା ମେରୀଲ୍ୟାଣ୍ଡ ସ୍ଥିତ କ୍ୟାପିଟାଲ ଗ୍ୟାଜେଟ କାର୍ଯ୍ୟାଳୟ ଉପରେ ଜଣେ ବନ୍ଧୁକଧାରୀ ହଠାତ ପ୍ରବେଶ କରି ଅାଖିବୁଜା ଗୁଳିମାଡ଼ କରିଥିଲା । ଦୁର୍ବୁତ୍ତର ପରିଚୟ ମିଳିଛି । ତା ନାଁ ହେଲା ଜାରେଡ ଓ୍ୱାରେନ ରାମୋସ । ଗୁୁରୁବାର ନ୍ୟୁଜରୁମରେ କର୍ମଚାରୀମାନେ […]

  • Monday, 19 July 2021
cuttack..
ମରଣ ସହ ଯୁଝି ଯୁଝି ଆଖି ବୁଜିଲେ ପ୍ରାଣକୃଷ୍ଣ

କଟକ: ସେଦିନ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ, ହେଲେ ଆଜି ଚାଲିଗଲେ। ପ୍ରାୟ ୧୦ ଘଣ୍ଟା ଧରି ପାଇପ୍ ଭିତରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ନେଇ ଫେରିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କ ଦୀର୍ଘ ୪୪ଦିନ ପରେ ମୃତ୍ୟୁ ଘଟିଛି। ଦେଉଳିସାହି ସ୍ଥିତ ନିଜ ଘରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କଟକ ତୁଳସୀପୁର ପୋଲିସ କଲୋନୀ ନିକଟରେ ପାଇପ୍ ଭିତରେ ଫସି ରହି ଓ ଶେଷରେ […]

  • Monday, 19 July 2021
plus two cut off mark
ପ୍ରକାଶ ପାଇଲା +୨ କ‌ଟ୍‌ ଅଫ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ଘଷିପୁରାର ସାଇଁକୁଳ କଲେଜ ସର୍ବାଧିକ ୭୮.୬୭%, ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩% ଏବଂ ବାଣିଜ୍ୟରେ ବିଜେବି କଲେଜର ସର୍ବାଧିକ ୭୮.୨% କ‌ଟ୍‌ ଅଫ ମାର୍କ ରହିଛି। ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ […]

  • Monday, 19 July 2021
luxury train
ଓଡ଼ିଶାରେ ଗଡିବ ଲକ୍‌ଜୁରି ଟ୍ରେନ୍‌

ଭୁବନେଶ୍ୱର: ସି ପ୍ଲେନ୍‌ ପରେ ଓଡ଼ିଶାରେ ଗଡିବ ଲକ୍‌ଜୁରି ଟ୍ରେନ୍‌। ଏଥିପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି। ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ ଅନ୍ ହୁଇଲ’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ ସେବା ଆରମ୍ଭ କରିବେ। ରେଳବାଇର ଅଧିକାରୀ ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ବର୍ତ୍ତମାନ ଦେଶରେ ୭ଟି ଲକ୍‌ଜୁରି ଟ୍ରେନ୍‌ ଚାଲୁଛି। […]

  • Monday, 19 July 2021
airport
ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର !

ଭୁବନେଶ୍ୱର : କର୍ମଚାରୀଙ୍କ ପ୍ରତିବାଦ ସତ୍ତ୍ୱେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ଏହି ବିମାନ ବନ୍ଦରଗୁଡିକ ହେଲା ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର। ପ୍ରସ୍ତାବକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବୋର୍ଡର ଅନୁମୋଦନ ରହିଛି। ଏନେଇ କ୍ୟାବିନେଟର ମଂଜୁରୀ ପାଇଁ ଆବେଦନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି […]

  • Monday, 19 July 2021
dutee chand
ଦୂତୀଙ୍କ ଆଉ ଏକ କୀର୍ତ୍ତିମାନ: ନିଜ ରେକର୍ଡ଼ ଭାଙ୍ଗିଲେ ନିଜେ

ଭୁବନେଶ୍ୱର/ଗୌହାଟି: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତୀ। ଗୌହାଟିରେ ଚାଲିଥିବା ୫୮ତମ ନ୍ୟାସନାଲ୍‌ ଇଣ୍ଟରଷ୍ଟେଟ୍‌ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍‌ଲେଟିକ୍ ମିଟ୍‌ର ସେମିଫାଇନାଲ୍‌ରେ ଦୌଡ଼ି ସେ ଏହି ରେକର୍ଡ କରିଛନ୍ତି। ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତୀ। ପୂର୍ବରୁ ୧୧.୩୦ ସେକେଣ୍ଡର ଏହି ଦୂରତାକୁ ସେ ଅତିକ୍ରମ କରିଥିଲେ।

  • Monday, 19 July 2021
online admission
ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ।  ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ […]

  • Monday, 19 July 2021
monsoon
ପୁଣି ଉଭାନ୍‌ ହେଲା ମୌସୁମୀ!

ଭୁବନେଶ୍ୱର: ପୁଣି ବଢିବ ତାତି। ତା’ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। କାହିଁକି ନା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇପଡିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଲଘୁଚାପ ସୃଷ୍ଟି ହୁଏ, ତେବେ ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, […]

  • Monday, 19 July 2021
baijayanta
ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କି ଇଡି ତଦନ୍ତ ଦରକାର : ବୈଜୟନ୍ତ

ଭୁବନେଶ୍ୱର : ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ। ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବୈଜୟନ୍ତ। ଏଥିସହିତ ବିଜେଡିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଏବଂ ଓଡ଼ିଶା […]

  • Monday, 19 July 2021