ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଡଙ୍ଗାର ଗାଁରେ ଅଛି ନା ଅଙ୍ଗନଓ୍ୱାଡି ନା ଅଛି ସ୍କୁଲ ଘର। ଗୁହାଳ ଘର ପାଲଟିଛି ପିଲାଙ୍କ ଶିକ୍ଷାକେନ୍ଦ୍ର। କେବଳ ପାଠ ପଢା ନୁହେଁ ପିଲାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଇବା ବି ଦିଆଯାଉଛି। ଲୋକଙ୍କ ଅଭିଯୋଗ ଯେ ଗତ ୧୨ ବର୍ଷ ହେଲା ଅବସ୍ଥା ସୁଧୁରିପାରୁନି। ଏନେଇ ନୂଆପଡ଼ା ଡିଏସଡ଼ବ୍ଲୁଙ୍କ କହିବା କଥା, ଖୁବ୍ ଶୀଘ୍ର ଅଙ୍ଗନଓ୍ୱାଡି କେନ୍ଦ୍ରର ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ନୂଆକୋଶଳା […]
ମୁମ୍ବାଇ: ତେଜୁଛି ମରାଠା ସଂରକ୍ଷଣର ଆନ୍ଦୋଳନ। ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଜେଲ୍ ଭରୋ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିପାଇଁ ମୁମ୍ବାଇର ଆଜାଦ୍ ମଇଦାନରେ ପ୍ରତିବାଦ ସଭାର ଡାକରା ଦିଆଯାଇଛି। ମରାଠାମାନଙ୍କୁ ସଂରକ୍ଷଣ ସହ ବିକ୍ଷୋଭକାରୀଙ୍କ ବିରୋଧରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ଏଥିସହ ଜୁଲାଇ ୨୫ରେ ହୋଇଥିବା ପ୍ରତିବାଦ ବେଳେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚାଳନାର ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ଅଡ଼ି ବସିଛନ୍ତି। ସେପଟେ ଦାବି ପୂରଣ […]
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଦିଲ୍ଲୀରେ ଭେଟିବେ ବିଭିନ୍ନ ରାଜ୍ୟର ପଦାଧିକାରୀ। ଓଡିଶାରୁ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଅଗଷ୍ଟ ୧୮ ଓ ୧୯ରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିପରି ଓଡିଶା ଗସ୍ତ ସମୟରେ ଅମିତ ଶାହ ରାଜ୍ୟ ପଦାଧିକାରୀଙ୍କୁ ଦେଇଥିବା ଟାସ୍କର ମଧ୍ୟ ହିସାବ ମାଗିପାରନ୍ତି। ବୁଥ୍ ସ୍ତରରେ ବିଜେପି କିପରି କାର୍ଯ୍ୟ କରୁଛି, […]
ଝାରସୁଗୁଡ଼ା: ଖୁବ୍ ଶୀଘ୍ର ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହୋଇପାରେ। ଏୟାରବସ୍-୩୨୦ ଚଳାଚଳ ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏବେ 4-C କ୍ୟାଟାଗୋରୀ ଲାଇସେନ୍ସ ମିଳିଛି । ଡିଜିସିଏ ପକ୍ଷରୁ ଏହି ଲାଇସେନ୍ସ ମିଳିବା ପରେ ଏୟାରବସ୍-୩୨୦ ଚଳାଚଳ ପାଇଁ ବାଟ ଫିଟିଲା ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ ଚୌହାନ କହିଛନ୍ତି। ୨ ମାସ ପୂର୍ବରୁ ଏହି ବିମାନବନ୍ଦରକୁ 2B ବର୍ଗର ଲାଇସେନ୍ସ ମିଳିଥିଲା। ବିମାନବନ୍ଦରକୁ 2B ବର୍ଗ ଲାଇସେନ୍ସରେ ଛୋଟ ଛୋଟ […]
ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅାବେଦନ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ ଜରିଅାରେ ଅାବେଦନ କରିପାରିବେ। ଏଥିପାଇଁ ଜୁନିୟର କଲେଜମାନଙ୍କରେ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯାଇଛି। ଅଗଷ୍ଟ ୧୦ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୧୧ରୁ ୧୪ ତାରିଖ ମଧ୍ୟରେ ଅାଡମିସନ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରିରେ ପାସ୍ କରିଥିବା ଏବଂ […]
ଭୁବନେଶ୍ୱର: ଆଜି ଅଧିକ ଲାଲ୍ ଓ ଉଜ୍ୱଳ ଦୃଶ୍ୟମାନ ହେଉଛି ମଙ୍ଗଳ ଗ୍ରହ। କାରଣ ଦୀର୍ଘ ୧୫ ବର୍ଷ ପରେ ପୁଣି ପୃଥିବୀର ଅତି ନିକଟକୁ ଆସିଛି ମଙ୍ଗଳ। ଲାଲ୍ ଓ କମଳା ରଙ୍ଗ ସମ୍ମେଳନରେ ମଙ୍ଗଳ, ଆକାଶରେ ଏକ ବିରାଟ ତାରା ଭଳି ପ୍ରତୀୟମାନ ହେଉଛି। ଖାଲି ଆଖିରେ ଏହାକୁ ଅତି ସହଜରେ ଦେଖିହେବ। ମଙ୍ଗଳ ଗ୍ରହର ଏହି ବିରଳ ରୂପ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ […]
ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ମୂଳ ଡିଜାଇନ୍ରେ ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ମାତ୍ର ଏବେ ମୂଳ ନକ୍ସାରେ କରାଯାଇଛି ପରିବର୍ତ୍ତନ। ହେଲିପ୍ୟାଡ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ସଂପର୍କୀୟଙ୍କ ରହିବା ପାଇଁ […]
ଭୁବନେଶ୍ୱର: ସମ୍ପର୍କର ସେତୁ ଗୁରୁପ୍ରିୟା ନିର୍ମାଣରେ ୭୪ କୋଟିର ଘୋଟାଲା। ୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୁରୁପ୍ରିୟା ସେତୁ ନିର୍ମାଣରେ ଧରାପଡ଼ିଛି ଏହି ୭୪ କୋଟିର ଅନିୟମିତତା। ଠିକାଦାରଙ୍କୁ ଅହେତୁକ ଲାଭ ଦେବାକୁ ଯାଇ ହୋଇଛି ବଡ଼ ଧରଣର ଗଡ଼ବଡ଼ି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ବା ପିଏଜିର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର ୨ ପକ୍ଷରୁ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଏକ ଚିଠି ଖୋଲିଛି ଠିକାଦାରଙ୍କୁ ଅହେତୁକ ଲାଭର ପୋଲ୍। ଠିକାଦାରକୁ […]
କର୍ଣ୍ଣାଟକ : କର୍ଣ୍ଣାଟକର କାବିନିରେ ଏମିତି କିଛି ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ଜଣାପଡିଛି । ଭିଡିଓଟିରେ ଏକ ଜଙ୍ଗଲି କୁକୁର ବାଘଠାରୁ କିପରି ନିଜକୁ ରକ୍ଷା କରୁଛି , ତାହା ଦେଖିବାକୁ ମିଳିଛି। Tiger Chasing a Dhole aka Wild dog at Kabini. Never ever heard or seen d alarm call of Dhole in […]
ମୁମ୍ବାଇ: ଭୟଙ୍କର ରୂପ ନେବାରେ ଲାଗିଛି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି। ଆଉ ଦାବି ପୂରଣ ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଆଜି ନାନ୍ଦେଡ୍ ଅଂଚଳରେ ଜଣେ ଆନ୍ଦୋଳନକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ୫ଜଣ ଆତ୍ମହତ୍ୟା କରି ସାରିଲେଣି। ହେଲେ ସଂରକ୍ଷଣ ଦାବିରେ ପରିସ୍ଥିତି ଶାନ୍ତ ପଡ଼ିବାର ନାଁ ନେଉନି। ଏହା ସହିତ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରୁଛନ୍ତି। […]
ଭୁବନେଶ୍ୱର: ‘୧୦ ଲକ୍ଷ ଦିଏ, ନ ହେଲେ ଭାଇରାଲ କରିଦେବି’ । ରାଜଧାନୀରେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଏମିତି ଚାଲିଥିଲା ବ୍ଲାକ୍ମେଲିଂ। ତାହା ପୁଣି ଦ୍ୱିତୀୟ ପତ୍ନୀଙ୍କୁ ବ୍ୟବହାର କରି। ଏଭଳି ମାରାତ୍ମକ ଧନ୍ଦା କରୁଥିବା ଲୋକକୁ ଧରିଛି ପୁଲିସ। ଲୋକଙ୍କୁ ହନିଟ୍ରାପ୍ରେ ପକାଇ ରେକର୍ଡ ହେଉଥିଲା ଅନ୍ତରଙ୍ଗ କ୍ଷଣର ଭିଡିଓ। ଏହାପରେ ଦାବି କରାଯାଉଥିଲା ଟଙ୍କା। ଏମିତି ଚାଲିଥିଲା ବ୍ଲାକ୍ମେଲିଂ ବେପାର। ଗିରଫ ବ୍ୟକ୍ତି ହେଲେ ରାଜଧାନୀର ଅନନ୍ତ ମହାରଣା। ଜଣେ […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ସୂଚନା ମୁତାକ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ […]
ନୂଆଦିଲ୍ଲୀ: ଆସାମ ନାଗରିକ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଗୃହ ଭିତରେ ନାରାବାଜି ସହ ବାହାରେ ପ୍ଲାକାର୍ଡ ଧରି ବିରୋଧୀମାନେ ପ୍ରତିବାଦ କରିଥିଲେ। ଅନ୍ୟ ରାଜ୍ୟର ନାଗରିକମାନଙ୍କୁ ବାହାର କରିବାପାଇଁ ଏପରି ଚକ୍ରାନ୍ତ କରାଯାଉଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ଚିହ୍ନଟ ପ୍ରକ୍ରିୟା କେବଳ ଲୋକମାନଙ୍କର ଦାୟିତ୍ୱ ନୁହେଁ ଏଥିପାଇଁ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି […]
ଭୁବନେଶ୍ୱର: ୨୦୧୮ ନୁହେଁ,୨୦୧୯ରେ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ଆଜିଠାରୁ ଏକ ପ୍ରକାର ବିଗୁଲ୍ ବାଜିଛି। ଏହା ସହିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ ନେଇ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି। ୧ ସେପ୍ଟେମ୍ବର ୨୦୧୮ ରେ ଚିଠା ତାଲିକା ପ୍ରକାଶ କରାଯିବ। ସେହିପରି ଏହି ଦିନଠାରୁ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। ଆବେଦନ ଗ୍ରହଣ କରିବାର ଶେଷ ତାରିଖ ୩୧ ଅକ୍ଟୋବର ୨୦୧୮ ଧାର୍ଯ୍ୟ […]
ଢେଙ୍କାନାଳ: କାମାକ୍ଷାନଗର ମରିଚାକଣରେ ଓଟିପିସିଏଲ୍ କାର୍ଯ୍ୟକୁ ବିରୋଧ। ଲୋକଙ୍କ ବିଭିନ୍ନ ସମସ୍ୟା ନେଇ କିଛି ଦିନ ତଳେ ଗାଁରେ ଏକ ଗ୍ରାମସଭା ହୋଇଥିଲା। ସେଠାରେ ଲୋକଙ୍କ ବିଭିନ୍ନ ଦାବି ପୂରଣ ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଆଜି କମ୍ପାନୀ ତରଫରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାକୁ ଲୋକେ ବିରୋଧ କରିଥିଲେ। ଗ୍ରାମସଭାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଜମି ଅଧିଗ୍ରହଣ ହୋଇପାରିବ ନାହିଁ ବୋଲି ଲୋକେ ଅଡ଼ି ବସିଥିଲେ। ହାତରେ ଠେଙ୍ଗାବାଡ଼ି, ଝାଡୁ […]
ରାଉରକେଲା: ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ଦୁଇ ଦିନ ଧରି ଦୁଷ୍କର୍ମର ଶିକାର ହେବା ପରେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଲେ ଯୁବତୀ। ଏଭଳି ଗୁରୁତର ଅଭିଯୋଗ ଆସିଛି ରାଉରକେଲାରୁ। ସୂଚନା ଅନୁସାରେ ଗତ ୨୮ ତାରିଖରେ ଯୁବତୀ ଜଣକ ହିଲ୍ ଟପ୍ ବସ୍ତିରେ ଥିବା ନିଜ ଘରକୁ ଫେରୁଥିଲେ। ଠିକ୍ ଏହି ସମୟରେ ସେକ୍ଟର ୨୧ ଛକରୁ ଦୁଇ ଜଣ ଯୁବକ ତାଙ୍କୁ ଏକ ଅଟୋରିକ୍ସାରେ ଅପହରଣ କରି ନେଇଥିଲେ। ଟିମ୍ବର କଲୋନି ନିକଟ ଦୁର୍ଗାପୁର […]
ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ। ପାଇଖାନା ପାଇଁ ଆସିଥିବା ସାଢ଼େ ୬ ଲକ୍ଷ ଟଙ୍କା ଦୁଇ ଜଣ ବିଜୁ ଯୁବ ବାହିନୀ କର୍ମୀ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି, ସ୍ୱଚ୍ଛ ଭାରତ ଯୋଜନାରେ ୫୩ଟି ପାଇଖାନା ନିର୍ମାଣ ପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଆସିଥିଲା। କିନ୍ତୁ ସେହି ଟଙ୍କାକୁ ଚଳୁ କରି ଦିଆଯାଇଛି। ସେପଟେ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ NCRରେ ଆଜି ପାଗ ବଦଳି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀରେ ରବିବାର ଦିନବେଳା ଯେପରି ଅନ୍ଧାର ମାଡ଼ି ଆସି ଥିଲା ଠିକ୍ ଆଜି ମଧ୍ୟ ସେହିଭଳି ଭାବରେ ଅନ୍ଧାର ହେବାସହ ଧୂଳିଝଡ଼ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଆଜି ସକାଳୁ ପାଗ ମେଘୁଆ ରହିଛି। ପବନର ଗତବିଧିକୁ ଲକ୍ଷ୍ୟ କରି ପୁଣିଥରେ ପ୍ରବଳ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିବ ବୋଲି ଅନୁମାନ […]
ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ପ୍ରତାପ ଯାଦବଙ୍କୁ ନେଇ ନୂଆ ବିବାଦ। ଶ୍ରାବଣ ମାସରେ ବୋଲବମ୍ ଚାଲିଥିବା ବେଳେ ଶିବ ପୋଷାକ ପରିଧାନ କରି ବିବାଦକୁ ଆସିଛନ୍ତି ତେଜ ପ୍ରତାପ। ଦେଓଘର ସ୍ଥିତ ବାବା ବୈଦ୍ୟନାଥଙ୍କ ଠାରେ ପାଣି ଢାଳିବା ବେଳେ ସେ ଶିବଙ୍କ ଭଳି ପୋଷାକ ପିନ୍ଧିଥିଲେ। ଯାହାକୁ ନେଇ ଦେଖାଦେଇଛି ବିବାଦ। କିଛି ଶ୍ରଦ୍ଧାଳୁ ଏହାକୁ ନିନ୍ଦା କରିଛନ୍ତି। ପୂର୍ବରୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଚର୍ଚ୍ଚାକୁ ଆସିଥିଲେ ତେଜ୍ପ୍ରତାପ । […]
ନୂଆଦଲ୍ଲୀ: ପୋଲିସ ବାବୁଙ୍କ ସିଙ୍ଘମ ଅବତାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଲକ୍ଡାଉନ ସମୟରେ ପୋଲିସ ବାବୁଙ୍କ ଏହି ହିରୋଗିରି କିନ୍ତୁ ତାଙ୍କ ଉପରେ ଭାରି ପଡ଼ିଛି। ଏଭଳି ଭିଡିଓକୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି। ମଧ୍ୟପ୍ରଦେଶ ଦମାହ ଜିଲ୍ଲା ନରସିଂହଗଡ଼ ପୋଲିସ ଷ୍ଟେସନର ସବ୍ଇନସ୍ପେର ମନୋଜ ଯାଦବ। ମନୋଜଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଦମାହ ଏସ୍ପି ହେମନ୍ତ ଚୌହାନ। ଏନେଇ ଜଣେ […]