ଚଣ୍ଡିଗଡ଼: ହରିୟାଣାର ରୋହତକରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଗାଡ଼ି ନଷ୍ଟ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ସକାଳେ ଘନ କୁହୁଡ଼ି ଯୋଗୁ ରୋହତକ-ରେବାରୀ ଜାତୀୟ ରାଜପଥରେ ଝାଝରଠାରେ ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁ ହଠାତ ଦୃଶ୍ୟମାନ ଦୂରତା କମିଯିବାରୁ ରାଜପଥ ଉପରେ ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ୨ […]
କୋଲକାତା: ପଶ୍ଚିମବଙ୍ଗରେ ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା କରିବା ନେଇ ବିଜେପି ନଛୋଡ଼ବନ୍ଧା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରଥଯାତ୍ରା ଉପରେ କୋଲକାତା ହାଇକୋର୍ଟର ଡିଭିଜନାଲ୍ ବେଞ୍ଚ୍ ରହିତାଦେଶ ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦଳ। ଆଜି ବିଜେପି ପକ୍ଷରୁ କୋଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ତେବେ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ମନା କରିଦେଇଛନ୍ତି। ରେଜିଷ୍ଟ୍ରାର ମନା କରିବା ପରେ ପଶ୍ଚିମବଙ୍ଗର ବସିରହାଟରେ ବିଜେପି କର୍ମୀମାନେ […]
ଥିରୁଭନନ୍ତପୁରମ୍: ସବରିମାଳାରେ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି ରହିଛି। ଆଜି ୧୦ରୁ ୫୦ ବର୍ଷ ବୟସ ଭିତରର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଲାପୁରମର ବିନ୍ଦୁ ଏବଂ କୋଜେକୋଡେର ଦୁର୍ଗା ମନ୍ଦିରକୁ ଯିବା ଲାଗି ମହିଳା ଦ୍ୱୟ ପାମ୍ବାରେ ପହଞ୍ଚିଥିଲେ। ସେଠାରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨ ଜଣଙ୍କୁ ପୁଲିସ୍ କଡ଼ା ସୁରକ୍ଷା ବଳୟରେ ନେଇଥିଲା। ଘଣ୍ଟା ଘଣ୍ଟା ପରିଶ୍ରମ କରି ପାହାଡ଼ ଚଢ଼ି […]
ନୂଆଦିଲ୍ଲୀ : ଅାଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ। ସୁପ୍ରିମକୋର୍ଟର ୪୬ ତମ ମୁଖ୍ୟ ବିଚାରପତି ଭାବେ ସେ ଅାଜି ଶପଥ ନେବେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିତାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି। ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ […]
ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି। ସହଯୋଗୀ ଦଳରୁ ଜଣେ ଏବଂ ଜଣେ ପୂର୍ବତନ ରାଜା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମୋଟ୍ ୨୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଲୋକଦଳରୁ ନିର୍ବାଚିତ ସୁବାସ ଗର୍ଗ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ୧୮ […]
କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ କେସିଆର୍ଙ୍କ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ ସଚିବାଳୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମମତାଙ୍କ ପୂର୍ବରୁ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେସିଆର୍ଙ୍କ ଭେଟ୍ଘାଟ୍ ହୋଇଥିଲା। ଏହାକୁ କେବଳ ଏକ ସୌଜନ୍ୟମୂଳକ […]
ଖୋର୍ଦ୍ଧା : ବେଗୁନିଅାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡିକୁ ବୋମାମାଡ ଘଟଣାରେ ଅାଜି ଖୋର୍ଦ୍ଧା ଏସ୍ପିଙ୍କୁ ସାକ୍ଷାତ କରିଛନ୍ତି ସାଂସଦଙ୍କ ପୁଅ ଋଷଭ ନନ୍ଦ। ବେଗୁନିଅା-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ବଢୁଥିବାରୁ ସେଥିରେ ଅସହିଷ୍ଣୁ ହୋଇ କିଛି ଲୋକ ଏଭଳି କାଣ୍ଡ ଭିଅାଇଥିବା ଅଭିଯୋଗ କରିଛନ୍ତି ଋଷଭ। ତାଙ୍କ ଗାଡି ଉପରେ ୧୦ରୁ ୧୨ ଜଣ ଲୋକ ସଂଘବଦ୍ଧ ଅାକ୍ରମଣ କରିବା ସହିତ ଗୁଳି ଫୁଟାଇଥିଲେ। ଏଥିରେ ତାଙ୍କ ଗାଡି ଚାଳକ ଅାହତ ମଧ୍ୟ ହୋଇଥିବା […]
ବିଶାଖାପାଟଣା : ହାତରେ ଖଡି , ସିଲଟ ଧରି ପିଲାମାନେ ପଢୁଛନ୍ତି ଓଡ଼ିଆ ପାଠ। ଓଡିଅା ବର୍ଣ୍ଣମାଳା ଠାରୁ ପଣିକିଅା ଅାଉ ତା ସାଙ୍ଗକୁ ପିଲାଙ୍କୁ ଶିଖାଯାଉଛି ଓଡିଅାରେ କଥାବର୍ତ୍ତା। ତେବେ ଏହା ଓଡିଶାରେ ଥିବା କୌଣସି ସ୍କୁଲରେ ନୁହେଁ, ଏହା ଦେଖିବାକୁ ମିଳିଛି ଅାନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ। ଯେଉଁଠି ନିଜ ପିଲାମାନଙ୍କୁ ନିଜ ମାତୃଭାଷା ଶିଖାଇବା ପାଇଁ ଅଣ୍ଟା ଭିଡିଛନ୍ତି ଅଭିଭାବକ ଓ ସ୍ୱେଚ୍ଛାସେବୀ। ଓଡ଼ିଶା ଠାରୁ ସିନା ଏମାନେ ଦୂରରେ ରହିଛନ୍ତି। ହେଲେ ମାତୃଭୂମୀ […]
ଲକ୍ଷ୍ନୌ : ବିବେକ ତିୱାରୀଙ୍କ ହତ୍ୟା ମାମଲାରେ ଅାସିଛି ପୋଷ୍ଟ ମର୍ଟମ୍ ରିପୋର୍ଟ । ବାମ ପାଖ ବେକରେ ବିବେକଙ୍କୁ ଗୁଳି ବାଜିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ବେକର ପ୍ରାୟ ୧୧ ସେଣ୍ଟିମିଟର୍ ଭିତରେ ମିଳିଥିଲା ଗୁଳି। ଲକ୍ଷ୍ନୌ ଗୋମତିନଗରରେ ହୋଇଥିବା ଏହି ଗୁଳିକାଣ୍ଡ ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ପ୍ରାଥମିକ ତଦନ୍ତରୁ ଏସ୍ଅାଇଟିକୁ ମିଳିଥିବା ତଥ୍ୟ ଅନୁସାରେ ବିବେକଙ୍କ କାର୍ର ବୋନେଟ୍ ଉପରେ ଚଢ଼ି […]
ନୂଆଦିଲ୍ଲୀ : ବ୍ୟାରିକେଡର ଗୋଟେ ପଟେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ଚାଷୀ ଅାଉ ଅନ୍ୟ ପଟେ ସେମାନଙ୍କୁ ଅଟକାଉଥିଲା ପୁଲିସ। ହେଲେ ଅଣାୟତ୍ତ ହେଲା ସ୍ଥିତି ବ୍ୟାରିକେଡ ଭାଙ୍ଗି ଧସେଇ ପସିବାକୁ ଉଦ୍ୟମ କଲେ ଚାଷୀ । ଅାଉ ତାପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଲୁହ ବୁହା ବାଷ୍ପ ପ୍ରୟୋଗ ସହ ୱାଟର କ୍ୟାନନର ପ୍ରହାର । ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରାବେଳେ ଅାଜି ଦେଖାଦେଇଥିଲା ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତି। ୬ ଦଫା ଦାବି ନେଇ […]
ଭୁବନେଶ୍ୱର: କେସିଆର୍ ହେଉଛନ୍ତି ଏନ୍ଡିଏ ଏବଂ ବିଜେପିର ‘ବି’ ଟିମ୍। ଭାରତ ବର୍ଷରେ ଯେଉଁ ମହାଗଠବନ୍ଧନ ହେଉଛି ତାକୁ ଦୁର୍ବଳ କରିବା ପାଇଁ କେସିଆର୍ ଟେଣ୍ଡର୍ ନେଇଛନ୍ତି। କେସିଆର୍ଙ୍କ ଓଡ଼ିଶା ଗସ୍ତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନେଇ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ତେଲେଙ୍ଗାନା ଏଆଇସିସି ଇନ୍-ଚାର୍ଜ ତଥା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ। କେସିଆର୍ ପୂର୍ବରୁ ବିଜେପି ସହିତ ଥିଲେ। ଉଭୟ କେସିଆର୍ ଓ ନବୀନଙ୍କ ମୁଣ୍ଡ ଉପରେ ଚିଟ୍ଫଣ୍ଡ […]
କୋଲକତା : କୋଲକତାରେ ବିସ୍ଫୋରଣ। ସହରର ଜନଗହଳିପୂର୍ଣ୍ଣ ଦମ୍ଦମ୍ ଅଞ୍ଚଳରେ ବିସ୍ଫୋରଣ ଘଟି ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ନଗରବଜାର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏକ ଫଳ ଦୋକାନ ବାହାରେ ଘଟିଥିଲା ଏହି ବିସ୍ଫୋରଣ। ଘଟଣାସ୍ଥଳରେ ପହଞ୍ଚିଛି କୋଲକତା ପୁଲିସ ଏକ୍ସପର୍ଟ ଟିମ୍ । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି
ଜାକର୍ତ୍ତା: ପୁଣି ଇଣ୍ଡୋନେସିଆରେ ଭୂମିକମ୍ପ। ସୁନାମୀର ତାଣ୍ଡବ ପରେ ପୁଣି ଇଣ୍ଡୋନେସିଆରେ ଭୁମିକମ୍ପର ଝଟ୍କା ଅନୁଭୂତ ହୋଇଛି। ଇଣ୍ଡୋନେସିଆର ସୁମ୍ବା ଦ୍ୱୀପରେ ଆଜି ଏହି ଭୁମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହି ଭୁମିକମ୍ପର ତୀବ୍ରତା ୫.୯ ରେକର୍ଡ ହୋଇଛି। ଆଜି ଅନୁଭୂତ ହୋଇଥିବା ଭୂମିକମ୍ପକୁ ନେଇ କୌଣସି ସୁନାମି ଆଲର୍ଟ ଜାରି କରାଯାଇ ନାହିଁ। ଏଥିସହ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ। ସକାଳ ୭ଟା ୧୬ ମିନିଟ୍ ସମୟରେ ଦକ୍ଷିଣ-ପଶ୍ଚିମ […]
ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛି। ୧୮୬୯ ମସିହାରେ ଆଜି ଦିନରେ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ସମାଧିପୀଠ ଦିଲ୍ଲୀର ରାଜଘାଟ୍ ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ଅନ୍ୟ ରାଜନୈତିକ ନେତାମାନେ ମଧ୍ୟ ରାଜଘାଟ୍ […]
ଶ୍ରୀନଗର: ଜମ୍ମୁଓ କାଶ୍ମୀରର ପୁଲୱାମା ଜିଲ୍ଲା ଟ୍ରାଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗୁଇନ୍ଦା ସୂଚନା ମିଳିବା ପରେ ଅରମପୋରା ଗାଁକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ତଲାସୀବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀ ଜବାବୀ ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କାଶ୍ମୀରର କୁଖ୍ୟାତ ଆତଙ୍କବାଦୀ ଜାକିର ମୁସାର ସହଯୋଗୀ ରହିଛି। ମୃତ ଆତଙ୍କବାଦୀମାନେ […]