ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ସେନାର ଅପରେସନ୍ ଅଲ୍ ଆଉଟ୍ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଆଜି ଭୋର୍ରୁ ଉପତ୍ୟକାରେ ହୋଇଥିବା ଏନ୍କାଉଣ୍ଟର୍ରେ ୬ ଜଣ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସୋପିଆନ୍ରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏ ନେଇ ପୂରା ଅଞ୍ଚଳରେ କର୍ଡନ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଭିତରକୁ ସବୁ ବୟସର ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ସପକ୍ଷରେ ମତ ଦେଇଥିଲା ବେଳେ ଜଣେ ବିଚାରପତି ସାବରୀମାଳା ମନ୍ଦିରର ଯୁକ୍ତି ସପକ୍ଷରେ ମତ ଦେଇଥିଲେ। […]
ବେଙ୍ଗଳୁରୁ: ବହୁଚର୍ଚ୍ଚିତ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଏସ୍ଆଇଟି ପକ୍ଷରୁ ୯ ହଜାର ୨୩୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ୧୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବେଙ୍ଗଳୁରୁରେ ଗୌରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିରେ ଦକ୍ଷିଣପନ୍ଥୀ ସଂଗଠନ ସନାତନ ସଂସ୍ଥାର ହାତ ଅଛି ବୋଲି ଏସ୍ଆଇଟି କହିଛି। ଦୀର୍ଘ ୫ ବର୍ଷ ଧରି ଯୋଜନା କରିବା ପରେ ଗୌରୀଙ୍କୁ ତାଙ୍କ ଘର ସାମନାରେ ହତ୍ୟା କରାଯାଇଥିଲା ବୋଲି ଚାର୍ଜସିଟ୍ରେ ଲେଖାଯାଇଛି। ବେଙ୍ଗଳୁରୁ […]
ନୂଆଦିଲ୍ଲୀ : କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଅନ୍ତରୀଣ ସୁରକ୍ଷା ଅକ୍ଟୋବର ୫ ଯାଏ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଅାୟର ଯଦି ହାଇକୋର୍ଟ ଯାଅାନ୍ତି, ତେବେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ଅାୟର ମିତ୍ରଙ୍କ ଓକିଲ ୟତିନ୍ଦର ଚୌଧୁରୀ ଏହି ସୂଚନା ଦେଇଛନ୍ତି । କୋଣାର୍କ ପ୍ରତି ମନ୍ତବ୍ୟ ନେଇ ଅାୟରଙ୍କ ନାଁରେ ମାମଲା ହୋଇଥିଲା । ଓଡ଼ିଶା ପୁଲିସ ଗିରଫ କରିବା ପରେ ଜାମିନରେ […]
ନୂଆଦିଲ୍ଲୀ : ଦୁଇ ବର୍ଷ ତଳେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି ହୋଇଛି । ଏଥିରେ ପାକ୍ ଅଧିକୃତ କାଶ୍ମୀରରେ କିପରି ସେନା ପକ୍ଷରୁ ଅାକ୍ରମଣ କରାଯାଉଛି ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଛି। ୨୦୧୬ ସେପ୍ଟେମ୍ବର ୨୯ରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୧୫୦ଜଣ ସ୍ୱତନ୍ତ୍ର ପାରା କମାଣ୍ଡୋ ସାମିଲ ହୋଇଥିଲେ। ପାକିସ୍ତାନ ସୀମାର ପ୍ରାୟ ୩ କିଲୋମିଟର ଭିତରକୁ ଯାଇ ଅାକ୍ରମଣ କରିଥିଲା ଭାରତୀୟ […]
ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ୩ ଜଣିଅା ଖଣ୍ଡପୀଠ ହିଁ ଏହି ମାମଲାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୫ ଜଣିଅା ବୃହତ ବେଞ୍ଚକୁ ମାମଲା ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି କୋର୍ଟ। ଅାସନ୍ତା ଅକ୍ଟୋବର ୨୯ରୁ ଅାରମ୍ଭ ହେବ ମାମଲାର ଶୁଣାଣି । ମସଜିଦ୍ରେ ନମାଜ ପାଠ, ଇସଲାମର ଅଭିନ୍ନ ଅଂଶ, ଏହି ପ୍ରସଙ୍ଗରେ ମାମଲାକୁ ବୃହତ ବେଂଚକୁ ପଠାଇବାକୁ ହୋଇଥିଲା ଅାବେଦନ । ଏହି ମାମଲାରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। ୧୫୮ ବର୍ଷର ବ୍ୟଭିଚାର ଆଇନକୁ ଉଚ୍ଛେଦ କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ କହିଛନ୍ତି ଯେ, ପରକୀୟା ପ୍ରୀତି ବା ବ୍ୟଭିଚାର ଏକ ଅପରାଧ ନୁହେଁ। ଏ ସଂପର୍କିତ ଆଇନ ଅସାମ୍ବିଧାନିକ। କୌଣସି ଆଇନ୍ ଯାହାକି ବ୍ୟକ୍ତିର ସମ୍ମାନରେ ଆଞ୍ଚ ଆଣୁଥିବ, ସଭ୍ୟ ସମାଜରେ ନାରୀକୁ ସମାନ ଅଧିକାର ଦେଉନଥିବ, ତାକୁ ସମ୍ବିଧାନ ଭର୍ତ୍ସନା […]
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି କେନ୍ଦ୍ର ସରକାର। ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ଗତକାଲି କେନ୍ଦ୍ର ସରକାର ୧୯ଟି ସାମଗ୍ରୀର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ୧୯ଟି ସାମଗ୍ରୀ ମଧ୍ୟରେ ଏସି, ଫ୍ରିଜ୍, ୱାଶିଂମେସିନ୍ ଓ ବିମାନ ତୈଳ ଇତ୍ୟାଦି ରହିଛି। ଏଗୁଡ଼ିକ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏହାର ଦାମ୍ ମଧ୍ୟ ମହଙ୍ଗା ହୋଇଛି। ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରୁ ଏହି ନୂଆଦର ଲାଗୁ କରାଯାଇଛି। ଅର୍ଥ […]
କାବୁଲ୍: ଆଫଗାନିସ୍ତାନର ସେନା ଶିବିର ଭିତରେ ଥିବା ମସଜିଦ୍ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ମାଣ୍ଡୋଜାଇ ଜିଲ୍ଲା ଖୋସ୍ତରେ ଥିବା ଆଫଗାନ୍ ନ୍ୟାସ୍ନାଲ୍ ଆର୍ମିର ସେକେଣ୍ଡ୍ ରେଜିମେଣ୍ଟ୍ ଶିବିର ନିକଟ ମସଜିଦ୍ରେ ଏହି ବିସ୍ଫୋରଣ ହୋଇଛି। ଆତ୍ମଘାତୀ ଆକ୍ରମଣକାରୀ ମସଜିଦ୍ରେ ପଶି ନିଜକୁ ଉଡ଼ାଇ ଦେଇଥିଲା।
ନୂଆଦିଲ୍ଲୀ: ଦୁଇ ଦିନିଆ ଭିଏତ୍ନାମ୍ ଗସ୍ତ ସାରି ଫେରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଗସ୍ତବେଳେ ସୁଷମା ଭିଏତ୍ନାମ୍ ପ୍ରତିପକ୍ଷ ସେଲୁମକ୍ସେ କୋମାସିଥ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୃଷି କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ନେଇ ଦୁଇ ନେତା ଆଲୋଚନା କରିଥିବା କୁହାଯାଉଛି। ନବମ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେଇ ସୁଷମା ଏହିସବୁ କ୍ଷେତ୍ରରେ ପରସ୍ପରର ସହଯୋଗ କାମନା କରିଛନ୍ତି। ଏହାସହ ଭିଏତ୍ନାମ୍ର ବିକାଶ ଲାଗି ୨୫୦ ମିଲିଅନ୍ […]