ଜୟପୁର: ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। କୃଷିଋଣ ଛାଡ଼, ମହିଳାଙ୍କୁ ମାଗଣା ଶିକ୍ଷା ଓ ଯୁବକଙ୍କୁ ଚାକିରୀର ଭରସା ଦେଇଛି କଂଗ୍ରେସ। ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଇସ୍ତାହାର କମିଟିର ଅଧ୍ୟକ୍ଷ ହରୀଶ ଚୌଧୁରୀ ଇସ୍ତାହାର ପ୍ରକାଶ କରିଛନ୍ତି। ଲୋକଙ୍କ ପରାମର୍ଶରେ ଇସ୍ତାହାର କରାଯିବା ସହ ସାଧାରଣ ଲୋକଙ୍କ ଦାବିକୁ ଏଥିରେ ଗୁରୁତ୍ୱ […]
ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ପଠାଯିବାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ବର୍ମାଙ୍କ ଓକିଲ ଫଲି ଏସ ନରିମନ କହିଛନ୍ତି ଯେ, ନିଯୁକ୍ତି କମିଟିର ବିନା ଅନୁମତିରେ କାର୍ଯ୍ୟାକାଳରେ ଥିବାବେଳେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ପାରିବେ ନାହିଁ। ଏହାସହ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରି ନରିମନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏ ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ଓ ଏହାଦ୍ୱାରା ସିବିଆଇର […]
ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଦଳ କ୍ଷମତାକୁ ଆସିଲେ ଚାଷୀଙ୍କର ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଏହାସହ ଚାଷୀଙ୍କୁ ମାଗଣାରେ ବୋରେୱେଲ୍ କିମ୍ବା ପମ୍ପ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଗ୍ରାଜୁଏଟଙ୍କୁ ଲାପ୍ଟପ୍, ବେରୋଜଗାରୀ ଯୁବକଙ୍କୁ ମାସିକିଆ ଷ୍ଟାଇପେଣ୍ଡ, ସପ୍ତମରୁ ଦଶମ ପଢ଼ୁଥିବା ଛାତ୍ରୀଙ୍କୁ ସାଇକେଲ୍ ଓ କଲେଜ ପଢୁଆ ଝିଅଙ୍କୁ ରିହାତିରେ ସ୍କୁଟି ଦେବାକୁ ବିଜେପି ପ୍ରତିଶ୍ରୁତି […]
ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଅତ୍ୟାଧୁନିକ ମହାକାଶ ଯାନ PSLV C-43 ଉତ୍କ୍ଷେପଣ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ କିର୍ତ୍ତୀ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥାରୁ ସକାଳ ୯ଟା ୫୮ରେ ଉତ୍କ୍ଷେପଣ ହୋଇଥିବା PSLV C-43 ନିର୍ଦ୍ଦିଷ୍ଟ ସମୟରେ କକ୍ଷପଥରେ ଅବସ୍ଥାନ କରିଛି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି […]
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍ ଘୋଷଣା କରିଛି। ଏହି ସ୍ୱତନ୍ତ୍ର ପ୍ଲାନ୍ରେ BSNL ଗ୍ରାହକ ୨ ଦିନ ପାଇଁ ଅନ୍ଲିମିଟେଡ୍ ଭଏସ୍ କଲ୍, ଅନ୍ଲିମିଟେଡ୍ ଭିଡିଓ କଲ୍ ଏବଂ ଅନ୍ଲିମିଟେଡ୍ ଡାଟା ଉପଲବ୍ଧ ପାଇପାରିବେ। ପ୍ରିମିୟମ୍ ରିଚାର୍ଜ ବିକଳ୍ପ ବାବଦରେ ମଧ୍ୟ ବିଏସ୍ଏନ୍ଏଲ୍ ଘୋଷଣା କରିଛି। ଯେଉଁଥିରେ ୧୮ ପ୍ରତିଶତ ଅତିରିକ୍ତ ଟକ୍ଟାଇମ୍ ମିଳିବ। ସେହିପରି ୧୮୦୧ଟଙ୍କାର ରିଚାର୍ଜ କଲେ ୨୧୨୫ […]
ନୂଆଦିଲ୍ଲୀ : ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନର ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଭାରତ-ପାକ୍ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢିପାରୁନି। ପାକିସ୍ତାନର ବ୍ୟବହାରରେ ପରିବର୍ତ୍ତନ ହେଉନଥିବାରୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢି ପାରୁନଥିବା କହିଛନ୍ତି ସୁଷମା। ଅାମ ପଡୋଶୀ ଦେଶ ପାକିସ୍ତାନ ଅାତଙ୍କବାଦକୁ ବନ୍ଦ କରିବା ବଦଳରେ ଅାତଙ୍କବାଦୀଙ୍କୁ ତାଙ୍କ ଭୂମିରେ ତାଲିମ ଦେଉଛି। ଅାତଙ୍କବାଦୀଙ୍କ ପାଇଁ ପାକିସ୍ତାନ ହୋଇଛି ସ୍ୱର୍ଗ। ଜଳବାୟୁ ପରିବର୍ତ୍ତନ ସହ ଅାତଙ୍କବାଦ ବର୍ତ୍ତମାନ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା। ପୁଲିସ ଗୁଳିରେ ଜଣେ ୩୮ ବର୍ଷିୟ ଇଂଜିନିୟରଙ୍କ ମୃତ୍ୟୁ। ଏଭଳି ଅଭିଯୋଗ ଅାସିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରରେ। ଗାଡ଼ିରେ ଯାଉଥିବା ବେଳେ ପୁଲିସ ଗୁଳିରେ ଅାହତ ହୋଇ ମେଡିକାଲରେ ଜଣେ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ବିବେକ ତିଓ୍ୱାରୀ। ସେ ଏକ ଅନ୍ତରାଷ୍ଟ୍ରୀୟ ମୋବାଇଲ ସଂସ୍ଥାରେ ଏରିଅା ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁସାରେ ଗତକାଲି ରାତିରେ ବିବେକ ନିଜ ବନ୍ଧୁଙ୍କ ସହ ଗାଡିରେ […]
ନୂଆଦିଲ୍ଲୀ : ଜ୍ଞାନ ଏବଂ ଶିକ୍ଷାକୁ କେବଳ ବହି ଭିତରେ ସୀମିତ ରଖାଯିବା କଥା ନୁହେଁ । ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଉଚ୍ଚକୁ ନେବାକୁ ପ୍ରୟାସ କରାଯିବ। ବର୍ତ୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଅାସିଥିବା ବେଳେ ଏହାକୁ ଅାହୁରି ଅାଗକୁ ନେବାକୁ ପଡିବ। ଦେଶ ବାହାରେ କିଭଳି ଅାମ ଦେଶ ଶିକ୍ଷାକ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇପାରିବ ସେନେଇ ଭିତ୍ତି ଭୂମିର ବିକାଶ କରାଯିବ। ଦିଲ୍ଲୀ ବିଜ୍ଞାନ ଭବନରେ ଅାୟୋଜିତ ଏକ ଶିକ୍ଷା ସମ୍ପର୍କିତ ସମ୍ମିଳନୀକୁ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଛି। ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ଭୋଟ ନିଆଯାଇଥିଲା। ଏଠାରେ ୭୪.୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। କିଛି ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କଂଗ୍ରେସର କମଳନାଥ,ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ […]
କାଲିଫର୍ଣ୍ଣିଆ: ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍। ବିଶ୍ୱବ୍ୟାପୀ ପ୍ରାୟ ୫୦ ମିଲିୟନ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଖବରକୁ ଗତକାଲି ଫେସ୍ବୁକ୍ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ହ୍ୟାକର୍ସମାନେ ଏପରି ଏକ ଫିଚର୍ ବ୍ୟବହାର କରି ହ୍ୟାକ୍ କରିଥିଲେ, ଯାହାକି ସେମାନଙ୍କୁ ବହୁ ସଂଖ୍ୟକ ଫେସ୍ବୁକ୍ ୟୁଜର୍ସ ଆକାଉଣ୍ଟ୍କୁ ଟେକ୍ ଓଭର କରିବା ପାଇଁ ଅନୁମତି ଦେଇଥିଲା। ଏହି ହ୍ୟାକ୍ ଘଟଣାକୁ ଫେସ୍ବୁକ୍ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଚିହ୍ନଟ କରିଥିଲେ । ମଙ୍ଗଳବାର ଦିନ ଅପରାହ୍ନରେ ଫେସ୍ବୁକ୍ ଇଞ୍ଜିନିୟର ଟିମ୍ […]
ହାଇଦ୍ରାବାଦ: ଏଣିକି ମାଓ ସଂଗଠନର ନେତୃତ୍ୱ ନେବେ ବାସବରାଜୁ। ଏ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ କେନ୍ଦ୍ରୀୟ କମିଟିରେ ନିଷ୍ପତ୍ତି ନିଆଯାଇଛି। ବାସବରାଜୁ ଓରଫ୍ ନାମ୍ବାଲା କେଶବ ରାଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀଙ୍କ ମହାସଚିବ ରହିବେ। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଗଣପତି ସ୍ୱାସ୍ଥ୍ୟଗତ କାରଣରୁ ଅବସର ନେବାକୁ ଚାହିଁଥିଲେ। ଦଳର କେନ୍ଦ୍ରୀୟ କମିଟି ବୈଠକରେ ଗଣପତିଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ପାର୍ଟିର କେନ୍ଦ୍ରୀୟ […]
ନୂଆଦିଲ୍ଲୀ : ଭୀମା କୋରେଗାଁ ମାମଲା । ଗିରଫ ୫ଜଣ ସାମାଜିକ କର୍ମୀଙ୍କ ଗିରଫଦାରି ଉପରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରତିବନ୍ଧିତ ସଙ୍ଗଠନ ସିପିଅାଇ-ମାଓବାଦୀ ସହ ସେମାନଙ୍କ ଲିଙ୍କ୍ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ଅାଧାରରେ ଗିରଫ କରାଯାଇଛି ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଅା ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏଥିସହ ସାମାଜିକ କର୍ମୀଙ୍କ ପକ୍ଷରୁ ଏସଅାଇଟି ତଦନ୍ତ ଅାବେଦନକୁ […]