ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି, ଯାହାକି ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଓ ଟ୍ରେଣ୍ଡ୍ ଅନୁଯାୟୀ ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ସେପଟେ କଂଗ୍ରେସର ଏଭଳି ବିଜୟକୁ ନେଇ ଦଳର କର୍ମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରେ […]
ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରେ ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି। ଆସନ୍ତୁ ଜାଣିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ ଅନୁଯାୟୀ କିଏ କେଉଁଠି ଆଗୁଆ ରହିଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ ଅନୁଯାୟୀ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ବିଜେପିର ପାଖାପାଖି ରହିଛି। ସେହିପରି […]
ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଆଉ କିଛି ସମୟ ପରେ ଭୋଟ ଗଣତି ଆରମ୍ଭ ହେବ। ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଥିବା ୫ଟି ରାଜ୍ୟ ହେଉଛି ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସବୁଠୁ ଅଧିକ ଫୋକସ୍ ରହିଛି। ଏକ୍ଜିଟ୍ ପୋଲ୍ ସର୍ଭେ ଅନୁଯାୟୀ, […]
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ଶେୟାର ମାର୍କେଟ୍ରେ ନିରାଶ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କାରବାର ଆରମ୍ଭରେ BSE Sensex ୩୫,୨୦୪.୬୬ ଓ ଏନ୍ଏସ୍ଇର Nifty50 ବାରୋମିଟର୍ ୧୦,୫୦୮.୭୦ ଥିଲା। ତେବେ କ୍ଲୋଜିଂ ଲେଭେଲ୍ ସମୟରେ BSE Sensex ୩୫,୬୭୩.୨୫ ଓ Nifty50 ୧୦୬୯୩ରେ ପହଞ୍ଚି ଥିଲା। ସକାଳ ୯ଟା ୫୫ ମିନିଟ୍ ସମୟରେ ୩୦ ଶେୟାର୍ Sensex ୬୪୯.୨୭ ପଏଣ୍ଟ୍ ହ୍ରାସ ପାଇ ୩୫,୦୨୩.୯୮ରେ ପହଞ୍ଚି ଥିଲା। […]
ଶ୍ରୀନଗର: ଅପରେସନ୍ ଅଲ୍ଆଉଟ୍କୁ ଆଉ ଏକ ସଫଳତା ମିଳିଛି। ଏହି ଅପରେସନ୍ ଉପତ୍ୟକାରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ସେନା ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗର ନିକଟବର୍ତ୍ତୀ ମୁଜଗୁଣ୍ଡରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯବାନ ଏନ୍କାଉଣ୍ଟର୍ କରିଛନ୍ତି। ଗତକିଛି ଦିନ ଧରି ଶ୍ରୀନଗରରୁ ବାନ୍ଦିପୁରା ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସେନାକୁ ଖବର ମିଳିଥିଲା। ଯାହାକୁ ନେଇ ହୁସିଆର୍ ହୋଇଥିଲେ ସୁରକ୍ଷାବାହିନୀ। ଗତକାଲିଠୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। […]
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାମଲୀଳା ମୈଦାନରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିରାଟ କାର୍ଯ୍ୟକ୍ରମ ଧର୍ମସଭା ଆୟୋଜିତ ହୋଇଛି। ଦେଶର ବିଭିନ୍ନ ଭାଗରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ ଓ ସନ୍ଥ ଏଥିରେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରିଛନ୍ତି। ସ୍ୱତନ୍ତ୍ର ଭାବେ ଆଇନ୍ ଆଣି ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିଷ୍କାର କରିବା ଲାଗି ଶ୍ରଦ୍ଧାଳୁମାନେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଚାପ ପକାଇଛନ୍ତି। ଭିଏଚ୍ପିର ଏହି ଧର୍ମସଭାରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ […]
ସାନ୍ୟା: ମେକ୍ସିକୋ ସୁନ୍ଦରୀ ଭେନେସା ପୋନ୍ସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି। ଚୀନ୍ର ସାନ୍ୟାଠାରେ ଚାଲିଥିବା ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଗତବର୍ଷ ମିସ୍ ୱାର୍ଲଡ ହୋଇଥିବା ଭାରତର ମାନୁଷୀ ଛିଲର ଭେନେସାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ସେହିପରି ଥାଇଲ୍ୟାଣ୍ଡର ନିକୋଲେନ୍ ପିଶାପା ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଭାରତରୁ ତାମିଲନାଡୁର ଅନୁକୃତି ବାସ୍ ଚଳିତ ବର୍ଷ ମିସ୍ ୱାର୍ଲଡ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେ ଟପ୍ ୩୦ରେ […]
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ। ରାଫେଲ୍ ପ୍ରସଙ୍ଗରେ କଂଗ୍ରେସକୁ ଏଭଳି ପାଲଟା ଆକ୍ରମଣ ସହ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ବେଳେ ବିରୋଧୀ କଂଗ୍ରେସ ଉପରେ ଏଭଳି ବର୍ଷିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଲୁଟିଥିବା ଦଳକୁ ଏବେ ନରେନ୍ଦ୍ର ମୋଦି ଭୟ ଘାରିଛି। କଂଗ୍ରେସ ମୁକ୍ତ ଭାରତ ମୋର ନୁହେଁ, ବରଂ ମହାତ୍ମାଗାନ୍ଧିଙ୍କ […]
ସୁବର୍ଣ୍ଣପୁର: ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ସୁବର୍ଣ୍ଣପୁର ଜିଲ୍ଲା ଭୀମଟିକିରା ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଗାଁରେ ରହୁଥିବା ଏକ ଦିବ୍ୟାଙ୍ଗ ପରିବାର, ଯାହାଙ୍କର ମୁଣ୍ଡ ଉପରେ ନା ଅଛି ପକ୍କା ଘରର ସାହାରା ନା ଅଛି ଅର୍ଥ ବଳ। ବେଳାଏ ଖାଇଲେ ଆଉ ବେଳାକୁ ଓପାସ। ଜଣେ ନୁହେଁ, ପରିବାରର ତିନି ଜଣ ଶଯ୍ୟାଶାୟୀ ହୋଇ ରହିଛନ୍ତି। ଏପରି […]
ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ତଥା ଘରେ ଘରେ ଗୋପୀ ବୋହୂ ନାଁରେ ପରିଚିତ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଅଟକ। ଘାଟ୍କୋପର୍ର ଜଣେ ହୀରା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ଘଟଣାରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ ଓ କନଷ୍ଟେବଲଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ସଚିନ୍ ପୱର (ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ) ଓ ଦୀନେଶ୍ ପୱର(ନିଲମ୍ବିତ ପୁଲିସ୍ କନଷ୍ଟେବଲ)। ଏକ ଦୁଷ୍କର୍ମ ମାମଲାରେ […]
ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍ ଆପିଏସ୍ ଅଧିକାରୀ ଏମ୍.ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟରୁ ଝଟକା। ରାଓ ନିର୍ଦ୍ଦେଶ ଅବମାନନା କରିଥିବାରୁ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ। ବିହାର ମୁଜାଫରପୁର ସେଲ୍ଟର୍ ହୋମ୍ କେଳେଙ୍କାରୀ ମାମଲାର ତଦନ୍ତ କରୁଥିବା ସିବିଆଇ ଅଫିସର୍ ଏ.କେ. ଶର୍ମାଙ୍କ ବଦଳିକୁ ନେଇ କୋର୍ଟ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ସହ ଖେଳ ଖେଳିଥିବାରୁ ଏବେ ତାଙ୍କୁ ଭଗବାନ ହିଁ ଭରଷା। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ […]