ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲ୍ଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଆହତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଦକ୍ଷିଣ କଶ୍ମୀର ପୁଲୱାମା ଜିଲ୍ଲାର ସିର୍ନୋ ଗାଁରେ କର୍ଡନ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଯାହାର ପାଲଟା ଜବାବରେ ଏନ୍କାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ନୂଆଦିଲ୍ଲୀ: ଏନ୍ଡିଏ ସରକାରଙ୍କ ରାଫେଲ ଡିଲ୍ ୟୁପିଏ ଠାରୁ ୨.୮୬% ଶସ୍ତା। ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ରାଫେଲ ଡିଲ୍ ସମ୍ପର୍କିତ ସିଏଜି ରିପୋର୍ଟରେ ଏଭଳି ଉଲ୍ଲେଖ ରହିଛି। ରାଫେଲ୍ କ୍ରୟ ଏବଂ ପୂର୍ବ ଡିଲ୍ ସଂପର୍କରେ ରିପୋର୍ଟରେ ବିସ୍ତୃତ ତଥ୍ୟ ଦିଆଯାଇଛି। ୟୁପିଏ ସରକାର ଅମଳଠାରୁ ୯ ପ୍ରତିଶତ ଶସ୍ତାରେ ଏହି ଚୁକ୍ତି ହୋଇଥିବା ଦାବି କରୁଥିଲେ ଏନ୍ଡିଏ ସରକାର। ହେଲେ ତାହା ମାତ୍ର ୨.୮୬% ଶସ୍ତା ବୋଲି ଆଜି ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ […]
ନୂଅଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି । ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆଯାଇଛି ବୋଲି ମାନେକା ଚିଠିରେ ଲେଖିଛନ୍ତି । ଚଳିତ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଅର୍ଥ ଓଡ଼ିଶାକୁ ଦିଆଯାଇଛି । ଏ ବାବଦରେ ୧୬ ହଜାର ୬ଶହ ୯୪. ୩୮ […]
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ରାଜସ୍ଥାନରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି। ରାଜସ୍ଥାନର ନୂଆ ମଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍ଙ୍କୁ ଚୟନ କରାଯାଇଛି। ଏନେଇ ଗତକାଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ସଚିନ୍ ପାଇଲଟ୍ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ୍ଙ୍କ ସହ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିବାର କିଛି ସମୟ ପରେ […]
ଶ୍ରୀନଗର:କଶ୍ମୀର ଘାଟିରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ। ଜମ୍ମୁ ଓ କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ରୂପ ଦେବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ କିନ୍ତୁ କଡ଼ା ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ରବିବାର ଭୋରରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଏବେ ବି ଜାରି ରହିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ […]
କୋଲକାତା: ଟିଏମ୍ସି ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ କୋଲକାତା ପୁଲିସ୍ ୨ ଜଣଙ୍କୁ ଗରିଫ କରିବା ସହିତ ମାମଲାରେ ସାମିଲ୍ ନେଇ ହନ୍ସଖାଲି ପୁଲିସ୍ ଷ୍ଟେସନ୍ ଚାର୍ଜରେ ଥିବା ଜଣେ ପୁଲିସ୍ ଅପିସର୍ଙ୍କୁ ନିଲମ୍ବିତ କରାଯାଇଛି। ଗିରଫ୍ ଦୁଇଜଣ ହେଲେ କାର୍ତ୍ତିକ ମଣ୍ଡଳ ଓ ସୁଜିତ୍ ମଣ୍ଡଳ। ସତ୍ୟଜିତ୍ ବିଶ୍ୱାସ ପଶ୍ଚିମବଙ୍ଗ କୃଷ୍ଣଗଞ୍ଜ ବିଧାନସଭାର ବିଧାୟକ ଥିଲେ। ସେ ମାଝ୍ଦିଆ ଅଞ୍ଚଳକୁ ଏକ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ସମାରୋହ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୮ ଜଣଙ୍କ ଜୀବନ ଗଲାଣି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ବର୍ତ୍ତମାନ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ୍ ୨୫ଟି ମାମଲା ରୁଜୁ କରିବା ସହିତ […]
ପ୍ରୟାଗରାଜ: ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜରେ ଚାଲିଛି ଶେଷ ତଥା ଅନ୍ୟତମ ପ୍ରମୁଖ ସାହି ସ୍ନାନ ନୀତି । ବଡି ଭୋରୁ ହିଁ ମହାସ୍ନାନର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସମସ୍ତ ଆଖଡ଼ାର ସାଧୁସନ୍ଥ ସାହି ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ଭକ୍ତ ଶେଷ ସାହି ସ୍ନାନ ନୀତିରେ ସାମିଲ ହେବା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ପ୍ରୟାଗରାଜ […]
ନୂଆଦିଲ୍ଲୀ: ରାଫେଲ୍ ଫାଇଟର୍ ଜେଟ୍ ଡିଲ୍କୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ୍ ଡିଲ୍ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ରାଫେଲ୍ ଦୁର୍ନୀତି ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ରାଫେଲ୍ ଡିଲ୍କୁ ନେଇ ମୋଦି ସରକାରଙ୍କ ବିରୋଧରେ ଚଳାଇଥିବା ପ୍ରଚାରକୁ ନେଇ ବିରୋଧୀଙ୍କୁ ଏକ ଶକ୍ତ […]
ଭୋପାଳ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଗତକାଲି ଦିନତମାମ ହାଇଡ୍ରାମା ଓ ସସ୍ପେନ୍ସ ପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ୍ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଚୟନ କରାଯାଇଛି। କମଲନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ। ହେଲେ ରାହୁଲ ଗାନ୍ଧି ଯୁବଗୋଷ୍ଠୀଙ୍କ ପସନ୍ଦ ସିନ୍ଧିଆଙ୍କ ବଦଳରେ ବରିଷ୍ଠ ରାଜନେତା କମଲନାଥଙ୍କୁ […]
ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜିଠାରୁ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆଜି ଶପଥ ନେବେ। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ଟିଆର୍ଏସ୍କୁ ୮୮ ଟି ଆସନ, କଂଗ୍ରେସକୁ ୧୯ଟି ଆସନ ଓ ବିଜେପିକୁ ମାତ୍ର ୧ଟି ଆସନ ମିଳିଥିଲା। ଭୋଟର୍ଙ୍କ ମୁଡ୍କୁ ଦେଖି କେସିଆର୍ ଆଗୁଆ ବିଧାନସଭା ଭଙ୍ଗ କରିଥିଲେ। ଯାହାକି ତାଙ୍କୁ ସଫଳତା ଦେଇଥିବା କୁହାଯାଉଛି।
ନୂଆଦିଲ୍ଲୀ: ୩ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ଏବେ ସରକାର ଗଠନକୁ ନେଇ କସରତ । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।। କଂଗ୍ରେସ ବିଧାୟକ ଦଳ ବୈଠକରେ କମଲନାଥଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏ.କେ. ଆଣ୍ଟୋନୀ, […]