ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ର ମୁଖ୍ୟ ଲାଲୁ ଯାଦବଙ୍କୁ ଆଶ୍ୱସ୍ତି। IRCTC ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ଏହି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପକ୍ଷରୁ ଲାଲୁଙ୍କ ବିରୋଧରେ ମାମଲା ହୋଇଥିଲା। ଏହା ପୂର୍ବରୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ କୋର୍ଟ ସେମାନଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ତେବେ ଇଡି […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ୬ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ୍ରେ ଗତକାଲି ଏହା ନିଷ୍ପତ୍ତି ହୋଇଛି। ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ ଜମ୍ମୁ ଓ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ସୁପାରିସ ସହ କେନ୍ଦ୍ର ନିକଟକୁ ରିପୋର୍ଟ ପଠାଇଥିଲେ। ଏହାପରେ କେନ୍ଦ୍ର କ୍ୟାବିନେଟ୍ ଏହି […]
କଟକ: ବ୍ୟାଙ୍କ ଲୁଟ୍ ଉଦ୍ୟମ କରିଥିବା ୬ ଡକାୟତଙ୍କ ଉଦ୍ୟମ ପଣ୍ଡ ହୋଇଛି। ପୁଲିସ୍ର କୌଶଳ କ୍ରମେ ଲୁଟେରାଙ୍କ ଯୋଜନା ଫସରଫାଟି ଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ବ୍ରାହ୍ମଣସାଇଲୋ ଅଞ୍ଚଳରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏକ ଶାଖାରୁ ଏହି ଲୁଟେରାମାନେ ଟଙ୍କା ଚୋରାଇ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ୍ ସୁରାକ୍ ପାଇ ଚଢ଼ାଉ କରି ଉକ୍ତ ୬ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ୍ର […]
ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି କଂଗ୍ରେସ ପକ୍ଷରୁ ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହିତ ଆତଙ୍କ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମନମୋହନ। ସେହିପରି ଘଟଣାକୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ କହିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧି। ଦେଶର ଏକତାକୁ ଭାଙ୍ଗିବାକୁ ଆତଙ୍କବାଦୀ ଚେଷ୍ଟା କରୁଛନ୍ତି, ହେଲେ କୌଣସି ବି ଶକ୍ତି […]
ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କୁ ବରଦାସ୍ତ କରାଯିବନି। ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଜି ଖୋଲାଖୋଲି ପାକିସ୍ତାନକୁ ଚେତାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀମାନେ ବଡ଼ ଭୁଲ୍ କରି ଦେଇଛନ୍ତି। ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ସାରା ଦେଶ ଏବେ ଏକାଠି ହୋଇ ଆତଙ୍କବାଦୀଙ୍କ ମୁକାବିଲା କରୁଛି। ଯେଉଁ ରାସ୍ତାରେ ପଡ଼ୋଶୀ […]
ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପଛରେ ଯିଏ ଥିବ, ତାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହା କହିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ସମ୍ପର୍କରେ ଜେଟ୍ଲୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ପୁଲଓ୍ୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ଏଥିପାଇଁ ଏହି ପଡ଼ୋଶୀ ରାଷ୍ଟ୍ରକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିକିଆ କରିବା ଲାଗି […]
ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାରେ ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉଛି। ଆତଙ୍କବାଦୀ ଆକ୍ରମଣ ପରେ କ’ଣ ହେବ ଭାରତର ଆଭିମୁଖ୍ୟ। କ’ଣ ହେବ ଆଗାମୀ ରଣନୀତି ସେ ନେଇ ଏହି ବୈଠକରେ ଆଲୋଚନା ହେବ। ଗୃହ ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ବୈଠକରେ ଯୋଗ ଦେଇଛନ୍ତି। ସେହିପର […]
ନୂଆଦିଲ୍ଲୀ: ଅସୁସ୍ଥ ହୋଇ ଆମେରିକାରେ ଚିକିତ୍ସା ହେଉଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ପୁଣିଥରେ ତାଙ୍କ ଦାୟିତ୍ୱକୁ ଫେରିବେ। ପୁଲ୍ୱାମା ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥା ନେଇ ଆଜି ହେବାକୁ ଥିବା ସିସିଏସ୍ (କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି) ବୈଠକରେ ସେ ଯୋଗଦେବ ବୋଲି ଜଣାପଡ଼ିଛି। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସ୍ୱଡେନ୍ ଗସ୍ତରୁ ଫେରିଛନ୍ତି। ଆଜି ସେ ମଧ୍ୟ ଏହି ସିସିଏସ୍ ବୈଠକରେ ଯୋଗଦେବେ। ଗତକାଲି ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ […]
ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା। ଆକ୍ରମଣ ନେଇ କଡ଼ା ନିନ୍ଦା କରିଛି ଜାତିସଂଘ। ହମଲାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଭାରତ ସରକାରଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଛି। ଏଥିସହିତ ଆକ୍ରମଣରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛି ଜାତିସଂଘ। Israel’s Ambassador to India, Ron Malka: Israel strongly condemns the terror attack in Pulwama&stands by our Indian friends during this difficult hour. […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରିବ ନ୍ୟାସନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି-ଏନ୍ଆଇଏ। ଏଥିପାଇଁ ଏନ୍ଆଇଏର ୧୨ ଜଣିଆ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚିବ। ଏଥିସହ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯାଇ ସ୍ଥିତିର ସମୀକ୍ଷା କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ। ଆଜି କ୍ୟାବିନେଟ୍ ସୁରକ୍ଷା ସମିତିର ବୈଠକ ମଧ୍ୟ ହେବ। ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ହୋଇଥିବା ଏହି ଆକ୍ରମଣରେ […]
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ସିଆରପିଏଫ୍ ଯବାନଙ୍କୁ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଦେଶର ଘଟଣାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ବହୁ ବ୍ୟକ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। Strongly condemn the terrorist attack in Pulwama, J&K. Thoughts and prayers with the families of martyrs and wishing an early recovery to those injured. The entire nation stands […]