ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୮,୨୩୯ କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଯୋଜନା ଏବଂ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଏତେ ପରିମାଣର ଅର୍ଥ ପ୍ରଦାନ କରିବେ। ବୁଧବାର ଆର୍ଥିକ ସେବା ସଚିବ ରାଜୀବ କୁମାର ଏହା କହିଛନ୍ତି। ସୂଚନା ଅନୁସାରେ କର୍ପୋରେଶନ ବ୍ୟାଙ୍କକୁ ୯,୦୮୬ କୋଟି ଟଙ୍କା, ଆଲ୍ଲାହାବାଦ୍ ବ୍ୟାଙ୍କକୁ ୬,୮୯୬ କୋଟି ଟଙ୍କା ପ୍ରଦାନ କରାଯବି। ସେହିଭଳି ୪,୬୩୮ କୋଟି ବ୍ୟାଙ୍କ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍ ଏସ୍ଏ ବୋବଡେ ଛୁଟିରେ ଚାଲି ଯାଇଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ଆଜି ମିଳିଥିବା ସୂଚନା ଅନୁସାରେ, ଛୁଟିରେ ଥିବା ଜଷ୍ଟିସ୍ ବୋବଡେ […]
ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଆତଙ୍କବାଦୀ ସଂସ୍ଥା ଆଇ ଏସ୍ଆଇଏସ୍ର ନୂଆ ରୂପ ଭାବେ ‘ହରକତ୍ ଉଲ୍ ହର୍ବ ଏ ଇସ୍ଲାମ’ ସଂଠଗନ ଚଳାଉଥିବା ସୁରାକ ପାଇବା ପରେ ଏନ୍ଆଇଏ ପକ୍ଷରୁ ଛଢ଼ଉ କରାଯାଇଛି। ଏନ୍ଆଇଏ ତ୍ତରପ୍ରଦେଶ ଓ ଦିଲ୍ଲୀର ୧୭ଟି ଅଞ୍ଚଳରେ ଚଢ଼ଉ କରି ୧୦ ଜଣଙ୍କୁ ଗିରଫ୍ କରିଛି। ଏଥିସହିତ ୭.୫ ଲକ୍ଷର ନଗଦ ଟଙ୍କା, ୧୦୦ଟି ମୋବାଇଲ୍ ଫୋନ୍, ୧୩୫ ସିମ୍କାର୍ଡ, ଲ୍ୟାପ୍ଟପ୍ ଏବଂ […]
ବେଙ୍ଗାଲୁରୁ: ସୁଟ୍ ଆଉଟ୍ ଥିୟୋରୀକୁ ନେଇ ଜୋରଦାର ବିରୋଧ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। କର୍ମୀଙ୍କ ମୃତ୍ୟୁକୁ ନେଇ ଭାବବିହ୍ୱଳ ହୋଇ ସେ ଏପରି କହିଥିବା ସ୍ପଷ୍ଟ କରିଛନ୍ତି। ଏକ ସ୍ୱାଭାବିକ ପ୍ରକ୍ରିୟାରେ ସେ ନିଜ ସହଯୋଗୀ ସହ ଏହି କଥାବାର୍ତ୍ତା ହୋଇଥିବା କହିଛନ୍ତି। ଅଯଥାରେ ଏହାକୁ ବିବାଦୀୟ କରାଯାଉଥିବା କହିଛନ୍ତି କୁମାରସ୍ୱାମୀ। ସେପଟେ ଆଜି ବି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଗତକାଲି ଦଳୀୟ କର୍ମୀଙ୍କ […]
ନୂଆଦିଲ୍ଲୀ: ଗତକାଲି ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ କଳାବୋଳି ଅସମ୍ମାନ କରିବା ପରେ ଏବେ ଦିଲ୍ଲୀରେ ବିକ୍ଷୋଭ କରିଛି ଅକାଳୀ ଦଳ। ନୂଆଦିଲ୍ଲୀ ରାଜୀବ ଚୌକରେ ଦଳର କର୍ମୀ ଏବଂ ୧୯୮୪ ଶିଖ ଦଙ୍ଗା ପୀଡ଼ିତ ପରିବାର ପକ୍ଷରୁ ବିରୋଧ ହୋଇଛି। କର୍ମୀମାନେ ରାଜୀବ ଚୌକରେ ଥିବା ବିଭିନ୍ନ ବୋର୍ଡରେ କଳା ବୋଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସ୍ୱର୍ଗତ ରାଜୀବଙ୍କୁ ମିଳିଥିବା ଭାରତ ରତ୍ନ ସମ୍ମାନକୁ […]
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଜଡ଼ିତ ନୂଆ ଆତଙ୍କବାଦୀ ସଂଗଠନ ଦେଶରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିବା ପରେ ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ୧୬ଟି ଅଞ୍ଚଳରେ ଏନ୍ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଜଡ଼ିତ ଏହି ସଂଗଠନ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ବୋଲି ସୂଚନା ମିଳିଛି। ଗତକିଛି ଦିନ ଧରି ଏହି ସଂଗଠନ […]
ନୂଆଦିଲ୍ଲୀ: ନୋଏଡ଼ା ପୁଲିସ୍ର ଅଜବ ନୋଟିସ୍କୁ ନେଇ ଏବେ ବିବାଦ ଦେଖାଦେଇଛି। ସର୍ବସାଧାରଣ ତଥା ପାର୍କ୍ରେ ନମାଜ୍ ପାଠ ନ କରିବାକୁ ନୋଏଡ଼ା ପୁଲିସ୍ ନୋଟିସ୍ ଜାରି କରିଛି। ନୋଏଡ଼ା ସେକ୍ଟର୍ ୫୮ର ଥାନା ଅଧିକାରୀ ଏନେଇ ସମସ୍ତ କମ୍ପାନୀକୁ ଲିଖିତ ଭାବେ ଜଣାଇଛନ୍ତି। ସେହି ଅଞ୍ଚଳରେ ଥିବା କମ୍ପାନୀ ଗୁଡ଼ିକର କର୍ମଚାରୀ ଯେପରି ପାର୍କ କିମ୍ବା ଅନ୍ୟ ଅଞ୍ଚଳରେ ନମାଜ୍ ପାଠ ନ କରିବେ ସେନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଜାଗ ରହିବାକୁ କୁହାଯାଇଛି। ଯଦି କୌଣସି କର୍ମଚାରୀ […]
ନୂଆଦିଲ୍ଲୀ: ଭାରତରୁ ଫେରାର ବ୍ୟବସାୟୀ ମେହୁଲ ଚୋକସୀ କୋର୍ଟରେ ହାଜର ହେବାକୁ ରାଜି ନୁହନ୍ତି। କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହିତ ସମ୍ପୃକ୍ତ ଏହି ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ କୋର୍ଟରେ ହାଜର ହୋଇପାରିବେନି ବୋଲି ଜଣାଇଛନ୍ତି। ୪୧ ଘଣ୍ଟା ଧରି ବିମାନ ଯାତ୍ରା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆଣ୍ଟିଗୁଆରେ ରହୁଥିବା ମେହୁଲ ମୁମ୍ବାଇ ସେସନ୍ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେ ଭିଡିଓ କନ୍ଫରେସିଂ ଜରିଆରେ ହାଜର ହେବାକୁ କୋର୍ଟ୍କୁ […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ଉତ୍ସବରେ ୨୮ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ୧୭ ତାରିଖରେ ଏକୁଟିଆ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ଅନ୍ୟ ୨୮ ଜଣ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହଙ୍କ ସହିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। କମଲନାଥଙ୍କ ୧୧, ଦିଗବିଜୟଙ୍କ ୯ ଏବଂ ସିନ୍ଧିଆଙ୍କ ସହିତ ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ […]
ଚଣ୍ଡିଗଡ଼: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର୍ ନବଜୋତ ସିଂହ ସିଦ୍ଧୁଙ୍କୁ ଘେରିଛି ବିଜେପି ଯୁବ ମୋର୍ଚ୍ଚା। ଅମ୍ରିତସରରେ ସିଦ୍ଧୁଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା। କେବଳ ସେତିକି ନୁହେଁ ସିଦ୍ଧୁଙ୍କ ବିରୋଧରେ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ମଧ୍ୟ କରାଯାଇଛି। ପୁଲଓ୍ୱାମା ଆକ୍ରମଣକୁ ନେଇ ସିଦ୍ଧୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣକୁ ସିଦ୍ଧୁ କଡ଼ା ନିନ୍ଦା କରିଥିଲେ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୬୦୦ ଜଣ ଆହତ ହୋଇଛନ୍ତି। କେବଳ ସୁନ୍ଦା ଷ୍ଟ୍ରେଟ୍ରେ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୪ଜଣ ଆହତ ହୋଇଛନ୍ତି। ୨ଜଣ ନିଖୋଜ ମଧ୍ୟ ଅଛନ୍ତି। କ୍ରାକ୍ଟୋଆ ଆଗ୍ନେୟଗିରିରେ ହଠାତ୍ ଆଗ୍ନେୟ ଉଦ୍ଗିରଣ ହେବା ଫଳରେ ସମୁଦ୍ର ଭିତରେ ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ଭୟଙ୍କର ସୁନାମୀ ଆସିଥିଲା ବୋଲି କୁହାଯାଉଛି। ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍ (ସ୍ଥାନୀୟ ସମୟ) ବେଳେ ଦକ୍ଷିଣ ସୁମାତ୍ରା ଓ […]