ଇସ୍ଲାମାବାଦ: ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ଘଟଣାରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଆତଙ୍କିତ ହୋଇପଡ଼ିଥିବା ପାକିସ୍ତାନରେ ଘନ ଘନ ବୈଠକ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇସ୍ଲାମାବାଦ୍ରେ ବୈଠକ ଚାଲିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୱିରେଶି ଏହି ଜରୁରୀକାଳୀନ ବୈଠକ ଡକାଇଛନ୍ତି। କେମିତି ଏବଂ କେଉଁ ପରିସ୍ଥିତିରେ ଭାରତୀୟ ବାୟୁସେନାର ବିମାନ ପାକ୍ ଅଧିକୃତ କଶ୍ମୀରକୁ ଡେଇଁଲା, ସେନେଇ ବୈଠକରେ ତର୍ଜମା ଚାଲିଛି। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର […]
ନୂଆଦିଲ୍ଲୀ: ପୁଲ୍ୱାମା ହମ୍ଲାର ପ୍ରତିଶୋଧ ନେଲା ଭାରତ। ନିୟନ୍ତ୍ରଣ ସୀମାରେଖା (ଏଲ୍ଓସି) ପାର୍ କରି ପିଓକେରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରାଜ୍ ଫାଇଟର ଜେଟ୍ସ୍ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା ମାଡ଼ […]
ନୂଆଦିଲ୍ଲୀ: ପୁଲ୍ୱାମା ହମ୍ଲାର ପ୍ରତିଶୋଧ ନେଲା ଭାରତ। ନିୟନ୍ତ୍ରଣ ସୀମାରେଖା (ଏଲ୍ଓସି) ପାର୍ କରି ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରେଜ ଫାଇଟର ଜେଟ୍ସ୍ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆତଙ୍କବାଦୀ ଶିବିର ଉପରେ ହଜାରେ କେଜିରୁ ଅଧିକ ଓଜନର ବୋମା […]
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲୋକାର୍ପିତ ହୋଇଛି ଜାତୀୟ ସମର ସ୍ମାରକୀ। ଇଣ୍ଡିଆ ଗେଟ୍ ଅମର ଯବାନ ଜ୍ୟୋତି ନିକଟରେ ଦେଶର ପ୍ରଥମ ସମର ସ୍ମାରକୀକୁ ପ୍ରଧାନମନ୍ତ୍ରୀ ସୋମବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ସ୍ୱାଧୀନତା ପରଠୁ ଦେଶ ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କ ସ୍ମୃତିରେ ଏହି ସ୍ମାରକୀ ପ୍ରତିଷ୍ଠା କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠୁ ଏଯାଏଁ ପ୍ରାୟ ୨୬ ହଜାର ଯବାନ ସହିଦ ହୋଇଛନ୍ତି। ସମର ସ୍ମାରକୀରେ ଏହି ସମସ୍ତ ସହିଦମାନଙ୍କ ନାଁ, ରେଜିମେଣ୍ଟ ଓ […]
ଆଉ କିଛି ଦିନ ପରେ ଦେଶ ପାଳିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। କିନ୍ତୁ ଏହି ପବିତ୍ର ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ଉପରେ ଆକ୍ରମଣ ଆଶଙ୍କା ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବି.ଏଲ୍. ସନ୍ତୋଷ। ପୂର୍ବରୁ ଦଳର ଯୁଗ୍ମ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ସନ୍ତୋଷ। ତେବେ ଆଜି ତାଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଆଜିଠାରୁ ସେ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱରେ ରହି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦିଲ୍ଲୀ ମୁଖ୍ୟାଳୟ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ […]
ଶ୍ରୀହରୀକୋଟା: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ସରି ସରି ଆସୁଛି କାଉଣ୍ଟ ଡାଉନ୍। ଲଞ୍ଚ୍ ପ୍ୟାଡ୍ରେ ଅପେକ୍ଷା କରିଛି ୧୫ ମହଲା ଉଚ୍ଚ ତଥା ୬୪୦ ଟନ୍ ଓଜନର ମହାଶକ୍ତିଶାଳୀ ରକେଟ୍ ବାହୁବଳୀ। କେବଳ ଅପେକ୍ଷା ସେଇ ଐତିହାସିକ ମୁହୂର୍ତ୍ତକୁ ଯେତେବେଳେ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ଜହ୍ନକୁ ଯାତ୍ରା ଆରମ୍ଭ କରିବ ଭାରତ। ବହୁ ପ୍ରତିକ୍ଷୀତ ମିଶନ୍ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ପୂରା ପ୍ରସ୍ତୁତ ଥିବା ବେଳେ, ଆଜି ରାତି ୨ଟା […]
ପାଟନା: ଜଳଯାତ୍ରାରେ ବାହାରିଛନ୍ତି ନବ ବିବାହିତ ବର-କନ୍ୟା। ବିବାହ ପରେ ବର ତାର ନବବଧୁକୁ ପାଲିଙ୍କିରେ କିମ୍ବା ଗାଡ଼ିରେ ବସାଇ ନେବା କଥା, ହେଲେ ଏଠି ଟିଣ ଡ୍ରମ୍ ଭେଳା ବାନ୍ଧି କନିଆକୁ ଘରକୁ ନେଉଛି ବର। ଆପଣ ଭାବୁଥିବେ କେହି ଜଣେ ନିଆରା ଢଙ୍ଗରେ ବାହାଘର କରି ସ୍ୱତନ୍ତ୍ରତା ସୃଷ୍ଟି କରିବା ପାଇଁ ଏପରି କରିଥିବ ବୋଧେ। ନା ପାଠକେ ଏଠି କିନ୍ତୁ ଘଟଣା କିଛି ଅଲଗା। ଏଠି ବାଧ୍ୟ ହୋଇ ଟିଣ ଭେଳାରେ କନ୍ୟାକୁ ଘରକୁ […]
ନୂଆଦିଲ୍ଲୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସଂଯୁକ୍ତ ଭାବେ ଦେଶରେ ୮୨ଟି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା କରୁଛନ୍ତି କେନ୍ଦ୍ର ସରକାର। ୨ଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିପାଇଁ ୭ ହଜାର ୫୦୭ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଲୋକସଭାରେ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମ […]
ନୂଆଦିଲ୍ଲୀ: ମେଡ଼ିକାଲଗୁଡ଼ିକରେ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିଠି ଲେଖିଛି। କାର୍ଯ୍ୟରତ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଦାୟିତ୍ୱ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡ଼ିକାଲ୍ ପରିସରରେ ସିସିଟିଭି, ଆବଶ୍ୟକସ୍ଥଳେ ୨୪ ଘଣ୍ଟିଆ କ୍ୱିକ୍ ରିଆକ୍ସନ ଟିମ୍, ସୁରକ୍ଷା ବ୍ୟବସ୍ଥାର ମନିଟରିଂ […]
ନୂଆଦିଲ୍ଲୀ: ବାଚସ୍ପତି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିବାରୁ ତା’ ବିରୋଧରେ ଆଉ ୫ ଜଣ ବିଧାୟକ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ୫ ଜଣ ବିଧାୟକ ହେଉଛନ୍ତି କେ ସୁଧାକର, ରୋଶନ ବେଗ୍, ଏମ୍ଟିବି ନାଗରାଜ, ମୁନିରତ୍ନ ନାଇଡ଼ୁ ଏବଂ ଆନନ୍ଦ ସିଂହ। ଏହି ୫ ଜଣଙ୍କୁ ମିଶାଇ ମୋଟ ୧୫ ଜଣ ବିଧାୟକ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇସାରିଲେଣି। ସେମାନେ ସେହି ସମୟରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯେତେବେଳେ […]
ଦିସପୁର: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର। ରାଜ୍ୟର ୩୩ ଜିଲ୍ଲାରୁ ୨୧ ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ। ବ୍ରହ୍ମପୁତ୍ର ଏବଂ ଏହାର ୫ଟି ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ରାଜ୍ୟରେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବରପେଟା, […]
କୋଲକାତା: ବରିଷ୍ଠ ବିଜେପି ନେତା ମୁକୁଲ ରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ସିପିଏମ୍, କଂଗ୍ରେସ ଓ ଟିଏମ୍ସିର ୧୦୭ ବିଧାୟକ ବିଜେପିରେ ମିଶିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ବିଜେପିର ସଂଗଠନ ଓ ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧାୟକମାନେ ସାମିଲ ହେବାକୁ ଚିନ୍ତାକରୁଛନ୍ତି। ଖୁବଶୀଘ୍ର ପଶ୍ଚିମବଙ୍ଗର ୧୦୭ ବିଧାୟକ ନିଜ ନିଜ ଦଳ ଛାଡ଼ି ବିଜେପିରେ ସାମିଲ୍ ହେବେ ବୋଲି ମୁକୁଲ୍ କହିଛନ୍ତି। ଏହା ପୂର୍ବରୁ ଗତ ମାସ […]
ପାଣାଜୀ: ଗୋଆରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଆଜି ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଲ ହୋଇ ୪ ଜଣ ମନ୍ତ୍ରୀ ଶପଥଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସରୁ ଆସିଥିବା ୩ ଜଣ ବିଧାୟକ। ପୂର୍ବତନ ବିରୋଧେ ଦଳ ନେତା ଚନ୍ଦ୍ରକାନ୍ତ କାଭେଲକରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ୨ ବିଧାୟକ ହେଉଛନ୍ତି ଜେନିଫର ମନସରେଟ, ଏବଂ ଫିଲିପ ରଡ୍ରିଗ୍ୟୁଜ୍। ପୂର୍ବରୁ କ୍ଷମତାସୀନ ବିଜେପିର […]
ପାଣାଜୀ: କଂଗ୍ରେସକୁ ପୁଣିଥରେ ଝଟ୍କା ଲାଗିଛି। ଗୋଆରେ ଦଳର ୧୦ ଜଣ ବିଧାୟକ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର ଅଛନ୍ତି। ଆଜି ଚନ୍ଦ୍ରକାନ୍ତଙ୍କ ନେତୃତ୍ୱରେ କଂଗ୍ରେସର ୧୦ ଜଣ ଯାକ ବିଧାୟକ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ସେମାନେ ସ୍ୱତନ୍ତ୍ର ସଂଗଠନ କରିବେ ବୋଲି ମଧ୍ୟ କହିଛନ୍ତି। ଗୋଆ ବିଧାନସଭାରେ କଂଗ୍ରେସର […]
ନୂଆଦିଲ୍ଲୀ: ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପୂର୍ବରୁ ଏକ ୧୦ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ ଯଦି ଆଇନ ଆସେ, ତା’ହେଲେ ଏହାର ଲାଭ ଏବଂ କ୍ଷତି ବାବଦରେ ସମୀକ୍ଷା କରିବ। ଗତମାସରେ କୋଲକାତାର ଏନ୍ଆର୍ଏସ୍ ମେଡିକାଲ୍ କଲେଜରେ ଡାକ୍ତରମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଇଣ୍ଡିଆନ୍ ମେଡିକାଲ୍ […]