ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରିଲାଏନ୍ସ ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀ। ଟେଲିକମ୍ ଉପକରଣ କ୍ରମ ମାମଲାରେ ୫୫୦ କୋଟି ଟଙ୍କା ବକେୟା ପ୍ରଦାନ କରିନଥିବାରୁ ରିଲାଏନ୍ସ ବିରୋଧରେ ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲା ଏରିକ୍ସନ୍। ଏହି ଘଟଣାରେ ଅନୀଲଙ୍କ ସହ ତାଙ୍କ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ସତୀଶ ସେଠ୍ ଏବଂ ଛାୟା ବିରାନୀଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଅନୀଲ ଅମ୍ବାନୀ ଓ […]
ନୂଆଦିଲ୍ଲୀ: ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ବିହାର ପାଟନାର ଏକ କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ପକ୍ଷରୁ ଏହି ମାନହାନି ମାମଲା ଦାୟର୍ ହୋଇଥିଲା। ମାମଲାରେ ରାହୁଲ ଆଜି କୋର୍ଟରେ ହାଜର ହୋଇଥିଲୋ ମୋଦିଙ୍କୁ ଆକ୍ଷେପ କରି ରାହୁଲ ବିବାଦୀୟ ବୟାନ ଦେଇଥିଲେ। ସମସ୍ତ ଚୋରଙ୍କ ନାଁ ପରେ ମୋଦି କାହିଁକି ଲାଗୁଛି ବୋଲି କହି ଆକ୍ଷେପ କରିଥିଲେ ରାହୁଲ। ଏହାକୁ ନେଇ ସୁଶୀଲ ମୋଦି କୋର୍ଟରେ ମାମଲା […]
ନୂଆଦିଲ୍ଲୀ: ୨୦୧୯-୨୦ ସାଧାରଣ ବଜେଟ୍ରେ ପ୍ରତି ଲିଟର୍ ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍ ୧ଟଙ୍କା ଲେଖାଏ ବୃଦ୍ଧି ହେବା କଥା କହିବା ପରେ ଏହାର ପ୍ରଭାବ ତେଲ ମାର୍କେଟ୍ ଉପରେ ପଡ଼ିଛି। ଆସନ୍ତାକାଲି ସକାଳ ୬ଟାରୁ ପେଟ୍ରୋଲ୍ ଲିଟର ପିଛା ୨.୫୦ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୨.୩୦ ଟଙ୍କା ବୃଦ୍ଧି ପାଇବ। ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ୭୦.୫୧ ଓ ଡିଜେଲ୍ ୬୪.୩୩ ଟଙ୍କା ରହିଛି। ସେହିପରି […]
ନୂଆଦିଲ୍ଲୀ: ଆଉ ୬ ମାସ ନୁହେଁ, ଏଣିକି ପ୍ରବାସୀ ଭାରତୀୟ ନାଗରିକଙ୍କୁ ଭାରତ ପହଞ୍ଚିବା ମାତ୍ରେ ଆଧାର କାର୍ଡ ମିଳିବ। ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ପୂର୍ବରୁ ୧୮୦ ଦିନ ଅପେକ୍ଷା କରିବା ପରେ ଯାଇ ପ୍ରବାସୀ ନାଗରିକଙ୍କୁ ଆଧାର କାର୍ଡ ମିଳୁଥିଲା।’ ଆଧାର ଆକ୍ଟ ୨୦୧୬ ଅନୁଯାୟୀ ଜଣେ ପ୍ରବାସୀ ଭାରତୀୟ ୬ ମାସରୁ ଅଧିକ ସମୟ ପାଇଁ ଆସିଥିଲେ ୧୮୨ ଦିନ ପରେ […]
ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ ହୋଇଛି ଆସନ୍ତୁ କ୍ରମ ଅନୁସାରେ ଜାଣିବା। ୧: ପେନସନ-୧,୭୪,୩୦୦ କୋଟି ୨: ପ୍ରତିରକ୍ଷା-୩,୦୫,୨୯୬ କୋଟି ୩: ସବସିଡି –୩,୦୧,୬୯୪ କୋଟି ୪: କୃଷି- ୧,୫୧,୫୧୮ କୋଟି ୫: ବାଣିଜ୍ୟ ଓ ଶିଳ୍ପ- ୨୭,୦୪୩ କୋଟି ୬: ଉତ୍ତର-ପୂର୍ବ ଭାରତର ବିକାଶ […]
ଅହମଦାବାଦ: ଗୁଜରାଟ କଂଗ୍ରେସର ଦୁଇ ଜଣ ବିଧାୟକ ଆଜି ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଦେବା ପରେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ।ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଳ୍ପେଶ କହିଛନ୍ତି, ଯିଏ ଦେଶକୁ ଆଗକୁ ନେବ ତାଙ୍କୁ ସେ ଭୋଟ୍ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେଇ ମାନସିକ ଯନ୍ତ୍ରଣା ଛଡ଼ା ଆଉ କିଛି ପାଇ ନାହାନ୍ତି, ଏବେ ସେ ମୁକ୍ତ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ସୋ’ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୋକୁ ଉଦ୍ଘାଟନ କରିଛନ୍ତି । ଚାରି ଦିନ ଧରି ହେବାକୁ ଥିବା ଏହି ମେଗା ଏୟାର ସୋ’ରେ ବିଭିନ୍ନ ଲଢୁଆ ବିମାନ ଆକାଶ ମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଗତକାଲି ଏରୋ ଇଣ୍ଡିଆ ସୋ’ଅଭ୍ୟାସ ବେଳେ ଦୁଇଟି ଫାଇଟର ବିମାନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏହାକୁ ନଜରରେ ରଖି […]
ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ କହିଛନ୍ତି ଯେ ମହାକାଶ ବିଭାଗ ଅଧୀନରେ ନିୟୁ ଇଣ୍ଡିଆ ସ୍ପେସ୍ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ଗଠନ କରାଯିବ। ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି। ବର୍ତ୍ତମାନ ଏହାର ବାଣିଜ୍ୟିକ […]
ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କଂଗ୍ରେସ କହିଛି। ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ନୂଆ ବୋତଲରେ ପୁରୁଣା ମଦ ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମୋତିଲାଲ ଭୋରା କହିଛନ୍ତି, ବଜେଟରେ ସାଧାରଣ […]
ନୂଆଦିଲ୍ଲୀ: ସାଉଦି ଆରବ ରାଜକୁମାର ମହମ୍ମଦ ବିନ୍ ସଲମାନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଉପସ୍ଥିତ ରହିଥିଲେ । ମହମ୍ମଦ ବିନ୍ ସଲମାନଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା, ସୁରକ୍ଷା ଓ ଆତଙ୍କବାଦ ମୁକାବିଲା ସହ ଅକ୍ଷୟଶକ୍ତି ଭଳି […]
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଦୂରଦର୍ଶୀ ବଜେଟ୍ ଦ୍ୱାରା ଆଜିର ଯୁବକ ଏବଂ ଗରିବ ଶ୍ରେଣୀର ବ୍ୟକ୍ତି ଆସନ୍ତାକାଲି ପାଇଁ ନିଜ ସୁଖ ଏବଂ ସମୃଦ୍ଧିର ସ୍ୱପ୍ନ ଦେଖିପାରିବେ। ୨୧ ଦଶକରେ ଏହି ବଜେଟ୍ ଦେଶକୁ ଆଗକୁ ନେବ, ଦେଶବାସୀ ମଜଭୁତ ହେବା ସହ ଦେଶ ମଧ୍ୟ ମଜଭୁତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦେଶ ୫ ଟ୍ରିଲିଅନ ଅର୍ଥନୀତିକ କ୍ଲବରେ ସାମିଲ୍ ହେବା ପାଇଁ ଏହି […]
ନୂଆଦିଲ୍ଲୀ: କିଛି ବ୍ୟବସାୟୀ ଖୁଚରା କଏନ୍ ନେଉ ନଥିବା ବେଳେ କେନ୍ଦ୍ର ସରକାର ପୁଣିଥରେ ନୂଆ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଯାଉଛନ୍ତି। ଆଜି ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକଥା ଘୋଷଣା କରିଛନ୍ତି। ସେ କହିଛନ୍ତି, ଖୁବ୍ଶୀଘ୍ର ଆର୍ବିଆଇ ଏହି ନୂଆ ମୁଦ୍ରାର ପ୍ରଚଳନ କରିବ। ଏହି ନୂଆ ମୁଦ୍ରାରେ ଏମିତି କିଛି ବ୍ୟବସ୍ଥା ରହିବ, ଯାହାକୁ […]
ନୂଆଦିଲ୍ଲୀ: ମୋଦି ସରକାର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିବା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଆୟକର କ୍ଷେତ୍ରରେ ସଂସ୍କାର ଆଣିଛନ୍ତି। ତାଙ୍କ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କ ପାଇଁ ଆଶୀର୍ବାଦ ହୋଇଥିବାବେଳେ ଧନୀଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ସଦୃଶ ହୋଇଛି। ବର୍ତ୍ତମାନ ସେମାନଙ୍କ ପାଇଁ ସ୍ଥିର କରାଯାଇଥିବା ଆୟକର ସେମାନଙ୍କ ମୋଟ ଆୟର ପ୍ରାୟ ଅଧା ହେବ। ଆୟକର କ୍ଷେତ୍ରରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ନୂଆ […]
ପାଟନା: ଆସନ୍ତାକାଲି ବିହାରର ଏକ କୋର୍ଟରେ ହାଜର ହେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାରେ ହାଜର ହୋଇ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବେ। ଗତ ଏପ୍ରିଲ ୧୮ ତାରିଖରେ ସୁଶୀଲ ମୋଦି ବିହାର ସିଜିଏମ କୋର୍ଟରେ ଏହି ମାନହାନି ମାମଲା ଦାୟର କରିଥିଲେ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ କର୍ଣ୍ଣାଟକାର କୋଲର ଜିଲ୍ଲାରେ ରାହୁଲ ଗାନ୍ଧି ପ୍ରଚାର କରୁଥିବା […]
ନୂଆଦିଲ୍ଲୀ: ମୌସୁମୀର ଲୁଚକାଳି ଖେଳ ଯୋଗୁ ଅଧା ଭାରତରେ ଜଳ ସଙ୍କଟ ଦେଖାଦେଇଛି। ତେବେ ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାର କେତେକ ପଦକ୍ଷେପ ନେଉଥିବା ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି। ବଜେଟ୍ର ବ୍ୟବସ୍ଥା ଅନୁଯାୟୀ, ୨୦୨୪ ସୁଦ୍ଧା ସବୁ ଗାଁରେ ପିଇବା ପାଣି ପହଞ୍ଚିବ। ୨୦୧୯ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସମସ୍ୟାର ସମାଧାନ ପାଇଁ ନୂଆ ମନ୍ତ୍ରଣାଳୟ ଗଠନ ହେବ ବୋଲି କହିଥିଲେ। ପ୍ରତିଶ୍ରୁତି ରଖି ଶ୍ରୀ […]
ନୂଆଦିଲ୍ଲୀ: ଆଜିର ବଜେଟ୍ ଘୋଷଣା ଅନୁଯାୟୀ, ଭାରତରେ ୨୦୨୨ ସୁଦ୍ଧା ଆଉ କେହି ବାସହୀନ ରହିବେ ନାହିଁ। ମୋଦି ସରକାର ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବେ। ଏ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “୫ ବର୍ଷ ମଧ୍ୟରେ ଆମ ସରକାର ଗ୍ରାମାଞ୍ଚଳରେ ୧.୫୪ କୋଟି ଘର ନିର୍ମାଣ କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ୧.୯୫ କୋଟି ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୫-୧୬ରେ ଗୋଟିଏ ଘର […]
ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ନାରୀ ତୁ ନାରାୟଣୀ’ ନାରା ଦେଇ ସୁଚାଇଥିଲେ ଯେ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍ରେ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଗକୁ ପ୍ରତି ଜିଲ୍ଲାରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରାଯିବ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ସଦସ୍ୟମାନଙ୍କ ଜନଧନ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏ ପଠାଯିବ। ମୁଦ୍ରା ଯୋଜନା ଅଧୀନରେ ପ୍ରତି ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ମହିଳାମାନଙ୍କୁ ୧ […]