ଶ୍ରୀନଗର: ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଏନେଇ ଗତକାଲି ଶ୍ରୀନଗରରୁ ବାହାରିଥିବା ପ୍ରଥମ ପର୍ଯ୍ୟଟକ ଦଳ ଆଜି ସୋନମାର୍ଗ ଏବଂ ବାଲଟାଲ୍ରେ ପହଞ୍ଚିଛନ୍ତି। ଉଭୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ବେସ୍ କ୍ୟାମ୍ପ୍ ସହ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗ ମହଜୁଦ୍ ରହିଛି। ଆଜିଠୁ ବାଲଟାଲ୍ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟଟକଙ୍କ ଦଳ ୧୪ କିଲୋମିଟର୍ ରାସ୍ତା ଅତିକ୍ରମ ପରେ ବାବା ଅମରନାଥଙ୍କ ଦର୍ଶନ କରିବେ। ସମୁଦ୍ର […]
ଶ୍ରୀନଗର: ପୁଲ୍ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ। ପୁଲ୍ୱାମାରେ ଏକ ଏନ୍କାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ୨ ଆତଙ୍କବାଦୀ ପୁଲ୍ଓ୍ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗାଜି ରସିଦ୍ ନିହତ ହୋଇଛି। ତା ସହିତ ଅନ୍ୟ ଜଣେ ଆତଙ୍କବାଦୀ କାମରାନ ମଧ୍ୟ ନିହତ ହୋଇଛି। ଗତକାଲି ରାତିରେ ପୁଲ୍ଓ୍ୱାମାର ପିଙ୍ଗ୍ଲିନା ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟରରେ ଉଭୟ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିର ଶିକାର ହୋଇଥିବା ଜଣାପଡ଼ିଛି। ଗାଜି ରସିଦ ଗତ […]
ପୁଲ୍ୱାମା: ଜମ୍ମୁ ଓ କଶ୍ମୀରର ପୁଲ୍ୱାମାରେ ପୁଣି ସହିଦ ହୋଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ମେଜରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଭି.ଏସ୍ ଧଣ୍ଡିଆଲ୍। ଅନ୍ୟମାନେ ହେଲେ ହେଡ୍ କନଷ୍ଟେବଳ ସିଓ ରାମ୍, ଅଜୟ କୁମାର ଓ ହରି ସିଂ। ମିଳିଥିବା ସୂଚନା ଅନୁସାରେ, ପିଙ୍ଗ୍ଲିନା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା […]
ନୂଆଦିଲ୍ଲୀ: କେରଳର ୱେୟନାଡ୍ ଆସନ ପରେ ନିଜ ନିର୍ବାଚନ ମଣ୍ଡଳୀ ଆମେଥିରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏହି ଅବସରରେ ଉଭଣୀ ତଥା ଏଆଇସିସି ସଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କ ସହ ଶୋଭାଯାତ୍ରା କରି ରାହୁଲ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ୨୦୦୪ରୁ କ୍ରାମାଗତ ୩ଥର ଅର୍ଥାତ୍ ଦୀର୍ଘ ୧୫ ବର୍ଷ ହେଲା ରାହୁଲ ଏହି ଆସନରୁ ବିଜୟୀ ହୋଇଆସୁଛନ୍ତି। ତେବେ ଏଥର ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କୁ କଡ଼ା ଟକ୍କର ଦେବେ। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଲ୍ଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଆଜି ବନ୍ଦ ପାଳନ କରୁଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ଆଜି ଅପରାହ୍ନ ୪ଟା ଯାଏ ଦୋକାନ ବଜାର ନ ଖୋଲିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି। ପୁଲ୍ୱାମା ହମ୍ଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା […]
ଶ୍ରୀନଗର: ମୀର୍ୱାଇଜ୍ ଉମର୍ ଫାରୁକ୍ଙ୍କ ସମେତ ୬ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷା ପ୍ରତ୍ୟାହାର ପାଇଁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୀର୍ୱାଇଜ୍ଙ୍କ ସହିତ ଅବଦୁଲ୍ ଗନି ଭଟ୍, ବିଲାଲ୍ ଲୋନ୍, ଫଜଲ ହକ୍ କୁରେଶୀ, ହାଶିମ୍ କ୍ୟୁରେଶି ଓ ଶାବିର୍ ଶାହଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି। ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହେବା ପରେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏଭଳି ପଦକ୍ଷେପ […]
ନୂଆଦିଲ୍ଲୀ: ରାଫେଲ୍ କିଣା ଦୁର୍ନୀତି ମାମଲାରେ ସରକାରଙ୍କୁ ଝଟ୍କା ଲାଗିଛି। ପ୍ରତିରକ୍ଷା ମନ୍ତ୍ରାଳୟରୁ ଲିକ୍ ହୋଇଥିବା ୩ଟି ଡକ୍ୟୁମେଣ୍ଟକୁ ବିଚାର ପାଇଁ ଗ୍ରହଣୀୟ ବୋଲି କୋର୍ଟ କହିଛନ୍ତି। ଡିସେମ୍ବର ୧୪ରେ କୋର୍ଟ ଦେଇଥିବା ରାୟରୁ ପୁନର୍ବିଚାର କରିବା ଲାଗି ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପୂର୍ବରୁ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ବିଚାର ପାଇଁ ଗ୍ରହଣୀୟ ନୁହଁ ବୋଲି ଆଟର୍ଣ୍ଣି ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଇନଜୀବୀ ପ୍ରଶାନ୍ତ ଭୂଷଣ, ବରିଷ୍ଠ […]
ମୁମ୍ବାଇ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ସହାୟତାର ହାତ ବଢ଼ାଇଛନ୍ତି। ସହିଦ ହୋଇଥିବା ୪୦ଜଣ ଯବାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ବିଗ୍ ବି ଘୋଷଣା କରିଛନ୍ତି। ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସାହାଯ୍ୟ ଦେବାପାଇଁ ସେ ଘୋଷଣା କରିଛନ୍ତି। ଏନେଇ ତାଙ୍କର ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଗତକାଲି ଅମିତାଭ ବଚ୍ଚନ ବିରାଟ କୋହଲି ଫାଉଣ୍ଡେସନ୍ର ଏକ ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର […]
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଦିନକ ପରେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍ ନେଶନ (ଏମ୍ଏଫ୍ଏନ୍)’ର ମାନ୍ୟତାକୁ ଭାରତ ସରକାର ପ୍ରତ୍ୟାହାର କରିନେଇଥିବା ବେଳେ ଗତକାଲି ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ କେନ୍ଦ୍ର ସରକାର ୨୦୦% ସୀମା ଶୁଳ୍କ ତତ୍କାଳ ଲାଗୁ କରିଛନ୍ତି। ଫଳରେ ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଏହା ଏକ ବଡ଼ ଝଟ୍କା ବୋଲି କୁହାଯାଉଛି। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏ ସମ୍ପର୍କରେ ସୂଚନା ଦେଇ […]
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ରିଲାଏନ୍ସ ଫାଉଣ୍ଡେସନ୍ ସହାୟତାର ହାତ ବଢ଼ାଇଛି। ପରିବାରର ପିଲା ମାନଙ୍କ ଶିକ୍ଷା ଓ ଚାକିରି ସମେତ ସବୁ ପ୍ରକାରର ଦାୟିତ୍ୱ ନେବାକୁ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରସ୍ତୁତ ବୋଲି କହିଛି। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ ଏହା କାମନା କରିଛି। ଏଥିସହ ଆକ୍ରମଣରେ ଆହତ ଯବାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଫାଉଣ୍ଡେସନ୍ ପ୍ରସ୍ତୁତ ବୋଲି କହିଛି। କୌଣସି ବି ଦୁଷ୍ଟ ଶକ୍ତି ଭାରତର ଏକତାକୁ ଭାଙ୍ଗିବ ପାରିବ ନାହିଁ। ସେହିପରି ସହିଦ ଯବାନଙ୍କ ବଳିଦାନକୁ ମଧ୍ୟ କେବେବି ଭୁଲି […]
ବେଗୁସରାଇ: ବିହାରର ବେଗୁସରାଇରୁ ସିପିଆଇ ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ୁଥିବା ଜେଏନ୍ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କହ୍ନୈୟା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନିଜ ଘର ପାଖରୁ ଆରାଧ୍ୟ ଦେବୀଙ୍କ ପୂଜା ପରେ ସେ ୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା କରିଥିଲେ। ଏହି ସମୟରେ ତାଙ୍କ ସହ ଶହଶହ ଲୋକ ସାଇକେଲ୍ ଏବଂ ବାଇକ୍ରେ ଯାଇଥିଲେ। କହ୍ନୈୟା କୁମାର ଜେଏନ୍ୟୁ ଛାତ୍ର ସଂସଦ ସଭାପତି ଥିବା […]