ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ ରାଜ୍ୟ ଏକାଠି ବସି ଏନେଇ ଆଲୋଚନା କରିବେ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରେନର ପ୍ୟାଣ୍ଟ୍ରି କାର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସଟି ରାଜମନ୍ଦ୍ରୀ ନିକଟରେ ଥିବା ବେଳେ ଏହାର ପ୍ୟାଣ୍ଟ୍ରି ବଗିରେ ପ୍ରଥମେ […]
ନୂଆଦିଲ୍ଲୀ: ଦଳୀୟ ଶୋଭାଯାତ୍ରାରେ ସେନା ପୋଷାକ ଭଳି ପୋଷାକ ପିନ୍ଧିବାକୁ ନେଇ ସମାଲୋଚନାର ଶିକାର ପରେ ନିଜର ମତ ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ। ସେ କହିଛନ୍ତି, ଦେଶ ପ୍ରତି ଭକ୍ତି ଓ ସେନାକୁ ନେଇ ଗର୍ବ ଅନୁଭବ କରୁଥିବାରୁ ବେଳେବେଳେ ଏଭଳି ପୋଷାକ ପିନ୍ଧିଥାନ୍ତି। ଦେଶବାସୀ ମଧ୍ୟ ଏଭଳି ପୋଷାକ ପିନ୍ଧିବା ଉଚ୍ଚିତ୍ ବୋଲି ସେ କହିଛନ୍ତି। ଶନିବାର ଦିନ ଦିଲ୍ଲୀରେ ବିଜେପିର ଏକ ରାଲିରେ ସେନା ପୋଷାକ ପିନ୍ଧି ମନୋଜ ପରିକ୍ରମା […]
ନୂଆଦିଲ୍ଲୀ: ଆମେରିକାର ଜିଏସ୍ପି ରାଷ୍ଟ ସମୂହ ତାଲିକାରୁ ବାଦ୍ ପଡ଼ିଲା ଭାରତ। ଭାରତୀୟ ବଜାରରେ ଆମେରିକୀୟ ସାମଗ୍ରୀକୁ ଅବାଧ ପ୍ରବେଶ ନେଇ କଟକଣା ହେତୁ ଟ୍ରମ୍ପ ପ୍ରଶାସନ ଭାରତକୁ ଏହି ତାଲିକାରୁ ବାଦ୍ ଦେଇଛି। ଆମେରିକା ପ୍ରତିନିଧି ସଭାରେ ଏନେଇ ତଥ୍ୟ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ତୁର୍କୀକୁ ଜିଏସ୍ପି ବା ଗ୍ଲୋବାଲାଇଜ୍ଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ ନେସନ ତାଲିକାରୁ ଏହି ଦୁଇ ଦେଶକୁ ହଟାଯାଇଛି। ଭାରତୀୟ ବଜାରରେ ଆମେରିକାର ଉତ୍ପାଦକୁ […]
ନୂଆଦିଲ୍ଲୀ: ୨୬-୧୧ ମୁମ୍ବାଇ ଆକ୍ରମଣ ଭଳି ଜଳପଥରେ ଆସି ଆକ୍ରମଣ କରିପାରନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ନୌସେନା ମୁଖ୍ୟ ଆଡ୍ମିରାଲ ସୁନୀଲ ଲାନ୍ୱା। ଏନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଗୁଇନ୍ଦା ସୂଚନା ଆଧାରରେ ସେ କହିଛନ୍ତି। ସମୁଦ୍ର ପଥରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ୱା। ଆତଙ୍କବାଦୀ […]
ଇସ୍ଲାମାବାଦ: ଚାରିଆଡ଼ୁ ଚାପ ପଡ଼ିବା ପରେ ଶେଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ୪୪ଜଣଙ୍କୁ ଅଟକ ରଖାଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରର ଦୁଇଜଣ ନିକଟ ସମ୍ପର୍କୀୟ ମୁଫତି ଅବଦୁର ଓ ହମାଦ ଆଝାର ସାମିଲ ଅଛନ୍ତି। ମୁଫତି ଅବଦୁର ଓ ହମାଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ […]
ନୂଆଦିଲ୍ଲୀ: ବାଲାକୋଟ ଏୟାର୍ ଷ୍ଟ୍ରାଇକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ ଦୀର୍ଘଦିନ ଧରି ଶାସନ କରିଥିବା ଏକ ଦଳର ବରିଷ୍ଠ ନେତା ସେନାବାହିନୀର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୬/୧୧ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ସେହି ନେତା କ୍ଲିନ୍ ଚିଟ ଦେଇଥିବା ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି। ମଧ୍ୟପ୍ରଦେଶରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି ଏପରି ମନ୍ତବ୍ୟ ଦେଇଛନ୍ତି। […]
ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ମେଣ୍ଟ କରିବନି ସିପିଏମ୍। ଆଜି ଏହା ସ୍ପଷ୍ଟ କରିଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ। ଦିଲ୍ଲୀରେ ୟେଚୁରୀ କହିଛନ୍ତି, “ରାଜ୍ୟରେ କଂଗ୍ରେସ କିମ୍ବା ଅନ୍ୟ କାହା ସହ ଆମର ମେଣ୍ଟ ହେବନି। କଂଗ୍ରେସ ସହ ୨ଟି ଜାଗାରେ ପାରସ୍ପରିକ ବୁଝାମଣା ହେବ। ବଣାଇ ବିଧାନସଭା ଆସନରେ କଂଗ୍ରେସ ସିପିଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରେ ଆମେ କଂଗ୍ରେସକୁ ସମର୍ଥନ କରିବୁ।” ସେ ଆହୁରି କହିଛନ୍ତି, […]
କୋଏମ୍ବାଟୁର: ବାୟୁସେନାର ୨ଟି ୟୁନିଟ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ପ୍ରଦାନ କରାଯାଇଛି। ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ସୁଲୁରରେ ଥିବା ବାୟୁସେନା ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ପ୍ରଦାନ କରିଛନ୍ତି। ହାକିମ୍ପେଟ ବାୟୁସେନା ଘାଟୀ ଏବଂ ସୁଲୁରରେ ଥିବା ଫାଇଭ୍-ବେସ୍ ରିପେୟର ଡିପୋକୁ ମିଳିଛି ଏହି ସମ୍ମାନ। ରାଷ୍ଟ୍ର ପତି ଅସାଧାରଣ ସେବାର ସ୍ୱୀକୃତି ସ୍ୱରୂପ କୌଣସି ବାୟୁସେନା ୟୁନିଟ୍ କିମ୍ବା ସ୍ୱାଡ୍ରନକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଦିଆଯାଇଥାଏ। ଆଜିର […]
ଲକ୍ଷ୍ନୌ: ଆଜି ଉଦଯାପିତ ହେବ ପ୍ରୟାଗରାଜର ପ୍ରସିଦ୍ଧ ଅର୍ଦ୍ଧ କୁମ୍ଭମେଳା। ଦୀର୍ଘ ୪୯ ଦିନ ଧରି ଧାର୍ମିକ ନଗରୀ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଆଜି ଶେଷ ସାହି ସ୍ନାନ। ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ମହାଶିବରାତ୍ରୀ ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି। ବହୁ ବର୍ଷ ପରେ ସୋମବାରରେ ଶିବରାତ୍ରୀ ପଡୁଥିବାରୁ ପ୍ରାୟ ୫୦ରୁ ୬୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ଏବଂ ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇ ଦୈବୀକୃପା […]
ଜମ୍ମୁ: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ପାକିସ୍ତାନୀ ସେନାଙ୍କ ପ୍ରବଳ ଗୁଳିମାଡ଼ ଓ ମୋର୍ଟାର ମାଡ଼ରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ପୁଞ୍ଛ ଓ ରାଜୌରୀ ଜିଲ୍ଲାର ଗାଁ ଗୁଡ଼ିକରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ସୀମାନ୍ତରେ ସ୍ଥିତି ଅଧିକ ଉଦ୍ବେଗଜନକ ରହିଛି। ଫଳରେ ଏହାକୁ ଦୃଷ୍ଟିରେ ରଖି ଜମ୍ମୁ ଓ କଶ୍ମୀର […]
ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହୋଇ ତାଙ୍କ କବଜାରେ ଦୀର୍ଘ ଅଢେଇ ଦିନ ରହିବା ପରେ ଶେଷରେ ନିଜ ଦେଶକୁ ଫେରିଛନ୍ତି ଭାରତର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ପ୍ରବଳ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ଜେନେଭା ଚୁକ୍ତି ଅନୁଯାୟୀ, ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ଫେରି ୱାଘା ବର୍ଡର ଅତିକ୍ରମ କରି ଭାରତ ମାଟିରେ ପାଦ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଅଭିନନ୍ଦନଙ୍କ […]
ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୩ ଥିଲା। ମହାରାଷ୍ଟ୍ରର ପାଲ୍ଘର ଜିଲ୍ଲାରେ ସକାଳ ୧୧ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ମୁମ୍ବାଇର କିଛି ସ୍ଥାନରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ସମ୍ପର୍କରେ ମଧ୍ୟରେ କିଛି ଜଣାପଡ଼ିନାହିଁ।
ଶ୍ରୀନଗର: ପାକିସ୍ତାନର ଦୋମୁହାଁ ନୀତି। ପିଓକେର ବାଲାକୋଟ୍ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୋଟିଏ ପଟେ ଶାନ୍ତି ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ନିୟନ୍ତ୍ରଣ ସୀମାରେଖା(ଏଲ୍ଓସି)ରେ ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଉରି ସେକ୍ଟରର ଏଲ୍ଓସିରେ ପାକିସ୍ତାନୀ ସେନା ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ପାକିସ୍ତାନୀ ସେନା ଭାରତୀୟ ସେନା […]
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସ୍ଥିତି ସମଗ୍ର ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। ଏହାମଧ୍ୟରେ ଆସନ୍ତାକାଲିଠାରୁ ୟୁଏଇର ଆବୁଧାବିରେ ଆରମ୍ଭ ହେବାକୁ ଯାଉଛି ଓଆଇସି (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେସନ୍) ସମ୍ମିଳନୀ। ଇସଲାମିକ୍ ଦେଶ ସମୂହଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେବେ। ବିଶ୍ୱର ୫୭ଟି ଇସ୍ଲାମିକ୍ ଦେଶଙ୍କୁ ନେଇ ଗଠିତ ଇସ୍ଲାମୀୟ ସହଯୋଗ ସଂଗଠନ ବୈଠକରେ ଭାରତ ପ୍ରଥମ ଥର ଲାଗି ସମ୍ମାନିତ ଅତିଥି ଭାବେ […]
ନୂଆଦିଲ୍ଲୀ :ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀ ଏହାଦ୍ୱାରା ଉପକୃତ ହେବେ । କାରଣ ଜଙ୍ଗଲ ଜମିରୁ ଉଚ୍ଛେଦ ନେଇ ପୂର୍ବରୁ ନିଜେ ଦେଇଥିବା ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଙ୍ଗଲ ଜମିରୁ ଜନଜାତିଙ୍କୁ ଉଚ୍ଛେଦ କରିବାକୁ ଫେବୃୟାରୀ ୧୩ରେ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଙ୍ଗଲ ଜମି ସତ୍ତ୍ୱ ପାଇଁ ଜନଜାତିଙ୍କ ଆବେଦନକୁ ରାଜ୍ୟ […]
ଇସଲାମବାଦ: ଆଜି ଦ୍ୱିତୀୟ ଦିନ ପାଇଁ ପାକିସ୍ତାନର ସମସ୍ତ ବିମାନ ଉଡ଼ାଣ ବନ୍ଦ ରହିଛି। ପାକିସ୍ତାନ ନିଜ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଛି । ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ କରିଛନ୍ତି ପାକିସ୍ତାନ ବେସାମରିକ ବିମାନ କର୍ତ୍ତୃପକ୍ଷ । ଗତକାଲି ଭାରତୀୟ ବାୟୁସୀମା ଉଲ୍ଲଂଘନ ଲାଗି ଉଦ୍ୟମ ବେଳେ ପାକିସ୍ତାନର ଏକ ଏଫ୍-୧୬ ଜେଟ୍କୁ ଗୁଳି କରି ଖସାଇ ଦେଇଥିଲା ଭାରତ । ଯାହା ପରେ ପାକିସ୍ତାନରେ ବିମାନ ଚଳାଚଳ […]
ଇସଲାମାବାଦ : ପାକିସ୍ତାନ କବଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ। ପାଇଲଟଙ୍କର ଯେପରି କୌଣସି କ୍ଷତି ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଇସଲାମାବାଦକୁ ଚେତାବନୀ ଦେଇଛି ନୂଆଦିଲ୍ଲୀ। ଗତକାଲି ସନ୍ଧ୍ୟାରେ ଇସଲମାବାଦ୍ସ୍ଥିତ ଭାରତୀୟ ହାଇକମିଶନ୍ ପକ୍ଷରୁ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟକୁ ଏନେଇ ବିଧିବଦ୍ଧ ଭାବେ ଜଣାଯାଇଥିଲା। ଠିକ୍ ସେହିପରି ନୂଆଦିଲ୍ଲୀସ୍ଥିତ ପାକିସ୍ତାନର କାର୍ଯ୍ୟକାରୀ ହାଇକମିଶନରଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି । ବାଲାକୋଟ ଆତଙ୍କବାଦୀ ଶିବିର […]
ଇସ୍ଲାମାବାଦ: ଧରାପଡ଼ିଲା ପାକିସ୍ତାନର ମିଛ। ବିଶ୍ୱ ସମ୍ମୁଖରେ ପାକିସ୍ତାନର ମିଛ କଥା ଧରାପଡ଼ି ଯାଇଛି। ଗତକାଲିଠୁ ଭାରତୀୟ ମିଗ୍ ବିମାନକୁ ଖସାଇଥିବା ଦାବି କରୁଥିଲା ପାକିସ୍ତାନ ସେନା। ଏଥିସହ ସୋଶାଲ୍ ମିଡିଆରେ ଘୁରି ବୁଲିଥିବା ଫଟୋକୁ ଦେଖାଇ ପାକିସ୍ତାନ ଦମ୍ବୋକ୍ତି ମଧ୍ୟ କରୁଥିଲା। ଯାହା ଡାହା ମିଛ ବୋଲି ଜଣାପଡ଼ିଛି। Image Credit: ANI ପାକିସ୍ତାନ ବାୟୁ ସେନାର F16 ବିମାନର ଭଗ୍ନାବଶେଷ, ଯାହାକି ଭାରତୀୟ ବାୟୁସେନା ଦ୍ୱାରା ବୁଧବାର ଦିନ ଖସାଇ ଦିଆଯାଇଥିଲା, ପିଓକେରେ ଏହାକୁ […]
ନୂଆଦିଲ୍ଲୀ: ଧୀରେ ଧୀରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି। ପାକ୍ ଅଧିକୃତ କଶ୍ମୀର(ପିଓକେ)ର ବାଲାକୋଟ୍ରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଆଝାର୍କୁ ଗ୍ଲୋବାଲ୍ ଟେରୋରିଷ୍ଟ୍ ଭାବେ ନାମିତ କରିବା ଲାଗି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା ୟୁନାଇଟେଡ୍ ନେସନ୍ସ୍ ସିକ୍ୟୁରିଟି କାଉନ୍ସିଲ୍ (ୟୁଏନ୍ଏସ୍ସି)କୁ ଏନେଇ ଗତକାଲି ପ୍ରସ୍ତାବ ଦିଆଯାଇଛି। […]
ଶ୍ରୀନଗର: ପୁଲୱାମା ଆକ୍ରମଣ ପରେ ଭାରତ, ପାକିସ୍ତାନ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଜୈସ୍ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରେ ଏହାର ଆଉ ଏକ ପରାକ୍ରମ ଦେଖିବାକୁ ମିଳିଛି। ଭାରତର ବାୟୁସୀମା ଭିତରକୁ ପଶି ଆସିଥିବା ପାକିସ୍ତାନ ଏୟାର ର୍ଫୋସର F-16 ଲଢୁଆ ବିମାନକୁ ଖସାଇ ଦେଇଛି ଇଣ୍ଡିଆନ୍ ଏୟାର୍ ଫୋର୍ସ। ଜମ୍ମୁ ଓ କଶ୍ମୀରର ନୌସେନା ସେର ଲାମ୍ ଉପତ୍ୟକାରେ ପିଓକେର ତିନି କିମି ଭିତରକୁ ପଶି […]