ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନାକୁ ବାତିଲ କରିଛନ୍ତି। ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ମାୟାବତୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଦିଲ୍ଲୀରେ ଆଜି ମାୟାବତୀଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ବିଏସପି ପକ୍ଷରୁ ଘୋଷଣା କରାଯାଇଛି। ସେ ଲକ୍ଷ୍ମୌରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନା କାହିଁକି […]
ଭୁବନେଶ୍ୱର:ସାରା ରାଜ୍ୟ ଜଳୁଛି। ଆକାଶରୁ ଯେମିତି ଖସି ପଡ଼ୁଛି ନିଆଁ ଝୁଲ। ତା ସାଙ୍ଗକୁ ଝାଞ୍ଜି ପବନ। ରାସ୍ତାକୁ ବାହାରିଲେ ଛାଇ ଟିକିଏ ନାହିଁ ଯେ, କେଉଁଠି ଠିଆ ହୋଇଯିବ। ଏମିତି ପରିସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ। ମୌସୁମୀ ଆସିଲେ ଆଶ୍ୱସ୍ତ ହେବ ଜୀବଜଗତ। ହେଲେ ଲାଗୁଛି ଯେମିତି ମୌସୁମୀ ସମସ୍ତଙ୍କୁ ହତାଶ କରୁଛି। ଆସ୍ତେ ଆସ୍ତେ କମି ଯାଉଛି ବୃଷ୍ଟିପାତର ପରିମାଣ। ଆଉଏମଡ଼ି(ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ)ରୁ ମିଳିଥିବା ତଥ୍ୟ ଅନୁସାରେ […]
ନୂଆଦିଲ୍ଲୀ:କେଦାରନାଥରେ ଗୋଟିଏ ରାତି ଧ୍ୟାନମୁଦ୍ରାରେ ବସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଦ୍ରିନାଥ ଦର୍ଶନ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଅପେକ୍ଷା କରିଥିବା ହଜାର ହଜାର ଭକ୍ତଙ୍କୁ ହାତ ହଲାଇ ସ୍ୱାଗତ କରିବା ପରେ ଭିତରକୁ ଯାଇଥିଲେ। ମନ୍ଦିରର ପୂଜକ ପ୍ରଧନାମନ୍ତ୍ରୀଙ୍କୁ ପାଛୋଟି ଭିତରକୁ ନେଇଥିଲେ। ମୋଦି ପାହାଚ ଚଢି ଉପରକୁ ଯାଇଥିଲେ। ସେଠାରେ କିଛି ସମୟ ଛିଡା ହୋଇଥିଲେ। ଯାହାକି ହିମାଳୟର ୧୦,୦୦୦ ଫୁଟ ଉପରେ ଥିଲା। ମୋଦି ଗେରୁଆ ପୋଷାକରେ କେଦାରନାଥ […]
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇଛି ତୃଣମୂଳ କଂଗ୍ରେସ। ଏହା ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଟିଏମସି ଅଭିଯୋଗ କରିଛି। ନିୟମ ଅନୁସାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ ୧୭ ସଂଧ୍ୟା ୬ଟାରେ ପ୍ରଚାର ଉପରେ ରୋକ ଲଗାଯାଇଛି। ହେଲେ ଏହାକୁ ପ୍ରଧାନମନ୍ତ୍ରୀ ଉଲ୍ଲଂଘନ କରିଛନ୍ତି ବୋଲି ଟିଏମସି ଦର୍ଶାଇଛି। ମୋଦି ଏହି ସମୟରେ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଯାଇଥିଲେ। […]
କେଦାରନାଥ: ‘ମୁଁ ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ କେବେ ବି କିଛି ମାଗେ ନାହିଁ।’ ଦୁଇ ଦିନିଆ କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ କଥା କହିଛନ୍ତି। ଗତକାଲି କେଦାରନାଥଙ୍କ ଦର୍ଶନ ପରେ ସେଠାରେ ଏକ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିଲେ। କେଦାରନାଥ ପୀଠରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଏହି ଗୁମ୍ଫାକୁ ସେ ଚାଲି ଚାଲି ଯାଇଥିଲେ। ଆଜି ସକାଳେ ଧ୍ୟାନ ଭଙ୍ଗ ପରେ […]
ଡେରାଡୁନ: ଭାରତର ପ୍ରଧାନମନ୍ତ୍ରୀ ଗୁମ୍ଫା ଭିତରେ ବସି ଧ୍ୟାନ କରିବା ବୋଧ ହୁଏ ଇତିହାସରେ ପ୍ରଥମ ଥର ଘଟିଥାଇ ପାରେ। ଅନ୍ତିମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଭ୍ରମଣ କରି ସେଠାରେ ସାଧୁ ସନ୍ଥ ବେଶରେ ଧ୍ୟାନମୁଦ୍ରାରେ ବସି କ’ଣ ଦର୍ଶାଇବାକୁ ଚାହୁଁଥିଲେ, ତା’କୁ ନେଇ ସାରା ଦେଶରେ ଏବେ ଚାଲିଛି ଚର୍ଚ୍ଚା। ହେଲେ ଏବେ ଯେଉଁ ନିରାଟ ସତ କଥା ଟି ସାମ୍ନାକୁ ଆସିଛି ତାହା ହେଲା ଶନିବାର ରାତିରେ […]
ଲୁଧିଆନା: ପଞ୍ଚାବର ୧୩ଟି ସଂସଦୀୟ କ୍ଷେତ୍ରର ୨୭୮ ଆସନରେ ଆଜି ହେଉଛି ଭୋଟ ଗ୍ରହଣ। ଏହି କ୍ଷେତ୍ରରେ ଥିବା ୨ କେଟି ୮ ଲକ୍ଷରୁ ଅଧିକ ଭୋଟର ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଭାରତୀୟ କ୍ରିକେଟର ହରଭଜନ ସିଂ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରଛନ୍ତି। ଭୋଟ ଦେବା ପାଇଁ ସେ ସାଧାରଣ ନାଗରିକଙ୍କ ସହ ଲାଇନ୍ରେ ଠିଆ ହୋଇ ଅପେକ୍ଷା କରିଥିଲେ। ଭୋଟ ଦେଇ ସେ ନିଜର ଖୁସି ସାବ୍ୟସ୍ତ କରିବା ସହ […]
ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସକାଳୁ ଉତ୍ତରପ୍ରଦେଶ ଗୁରୁପୁରର ୨୪୬ ନମ୍ବର ବୁଥ୍କୁ ଆସି ସେ ଭୋଟ ଦେଇଛନ୍ତି। ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରି ତଥା ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାର ନାଥ ମନ୍ଦିର ଦର୍ଶନ କରିଛନ୍ତି। ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ କେଦାରନାଥରେ ପହଞ୍ଚିବା ପରେ ମନ୍ଦିର ଚାରିପାଖରେ ପରିକ୍ରମା କରିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ପୂଜା କରିଥିଲେ । କେଦାରନାଥ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମେ ୨୩ ଭୋଟ୍ ଗଣତି ପରେ ଦେଶରେ ଏକ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ସେ ଆଲୋଚନା କରିଥିବା ଜଣାପଡିଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ସେ ଏନ୍ସିପି ମୁଖ୍ୟ ଶରଦ ପାୱାର ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। […]
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ କେଦାରନାଥରେ ଥିବା ଏକ ଗୁମ୍ଫାରେ ଧ୍ୟାନରେ ବସିଛନ୍ତି। ଆସନ୍ତାକାଲି ଯାଏ ସେ ଏଭଳି ଧ୍ୟାନରେ ବସିବେ ବୋଲି ଜଣାପଡ଼ିଛି। ଧ୍ୟାନରୁ ଉଠିବା ପରେ ମୋଦି ବଦ୍ରିନାଥ ଯାଇ ପୂଜାର୍ଚ୍ଚନା କରିବେ। ମୋଦି ଧ୍ୟାନରେ ବସିଥିବା ବେଳର ଫଟୋକୁ ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ଶେୟାର କରାଯାଇଛି। ସେ ଏକ […]
ନୂଆଦିଲ୍ଲୀ: ପବିତ୍ର ରମ୍ଜାନ ମାସ ପାଇଁ ସାରା ଦେଶ ଚଳଚଞ୍ଚଳ। ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରକମର ଖାଦ୍ୟ, ପାନୀୟ ତା ସହ କିଣା ହେଉଛି ଅନେକ ପ୍ରକାରର କପଡ଼ା । ଲୋକେ ସାରା ଦିନର ଉପବାସ ପରେ ସଂଧ୍ୟାରେ ଇଫତାର ପାର୍ଟିରେ ସାମିଲ ହେଉଛନ୍ତି। ଉତ୍ତରପ୍ରଦେଶ ଅଲିଗଡ଼ର ବଜାରରେ ମିଳୁଛି ଅନେକ କିସମର ଫଳ। ମୁସ୍ଲିମ୍ ସମ୍ପ୍ରଦାୟର ଲୋକେ ବେସ୍ ଉତ୍ସାହର ସହ ଏହାକୁ କିଣୁଛନ୍ତି। ସେହିପରି ଶ୍ରୀନଗରର […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରି ତାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ଜୀବନ ପଛରେ ପଡ଼ିଛି । ଦିନେ ନା ଦିନେ ତାଙ୍କୁ ହତ୍ୟା କରାଯିବ। ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷୀ ହିଁ ତାଙ୍କୁ ହତ୍ୟା କରିବେ ବୋଲି ସେ ଅଭିଯୋଗ କରିଛନ୍ତି। କେଜ୍ରିୱାଲ […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଏସ୍ପିଙ୍କ ପାଖରେ ଆଜି ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ନାଁ ପର୍ଶୁରାମ ଧରୁଆ ଓରଫ ପର୍ଶୁରାମ ମାଝି । ପୁଲିସ ଅଭିଯାନରେ ଭୟଭୀତ ହୋଇ ତଥା ଛତିଶଗଡ଼-ଆନ୍ଧ୍ର କ୍ୟାଡର ମାଓ ସଂଗଠନ ମୁଖ୍ୟଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମସମର୍ପଣ କରିଥିବା ଏସପି ସ୍ମିଥ ପରମାରଙ୍କ ପାଖରେ କହିଛନ୍ତି। ୨୦୧୪ରୁ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ପର୍ଶୁରାମ। ସେ ୨୦୧୭ରେ ମୈନପୁର-ନୂଆପଡ଼ା ଡିଭିଜନରେ […]
ନୟାଗଡ଼ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜ୍ୱାଇଁ ଓ ଦାଦା ଶ୍ୱଶୁରଙ୍କର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ତୁମାଣ୍ଡି ପଞ୍ଚାୟତ ବାଲିସାହିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗାଁର ଭକ୍ତ ଜାନୀଙ୍କ ଘରେ ବାହାଘର ଭୋଜିରେ ଯୋଗଦେବାକୁ ଝିଆରି ଜ୍ୱାଇଁ ନକୁଳ ଜାନୀ ଆସିଥିଲେ। ଆଜି ସକାଳେ ନକୁଳ ଘର ପଛ ପଟେ ଥିବା ଏକ ବିଜୁଳି ଖୁଣ୍ଟରେ ଲାଗି ଯାଇଥିଲେ। ଖୁଣ୍ଟରେ ଲାଗି ସେ ଛଟପଟ ହେଉଥିବାବେଳେ ଦାଦା ଶ୍ୱଶୁର ତାଙ୍କୁ ବଞ୍ଚାଇବା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ଓ୍ୱେରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ ଟ୍ରାକ୍ଟର ସହ ପିଟି ହେବା ଯୋଗୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏହି ଯାତ୍ରୀବାହୀ ବସ୍ଟି ଦିଲ୍ଲୀରୁ ବାହାରିଥିଲା। ଉତ୍ତର ପ୍ରଦେଶ ବଙ୍ଗରମାଉ ଥାନା ନିକଟରେ ଥିବା ଦେବଖରି ଗାଁ ନିକଟରେ ଟ୍ରାକ୍ଟର ଟ୍ରଲିକୁ ପଛ ଆଡ଼ୁ ଯାତ୍ରୀବାହୀ ବସଟି ଧକ୍କା ଦେଇଥିଲା। ଏଥିରେ ଭାରସାମ୍ୟ […]
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସେନାର ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ୱାମା ଜିଲ୍ଲା ପଞ୍ଜଗମ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ରାତିରେ ସୂଚନା ମିଳିଥିଲା। ଏହାପରେ ସେନା ଓ ପୁଲିସ ପଞ୍ଜଗମ ଗାଁକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ଆତଙ୍କବାଦୀଙ୍କ ପକ୍ଷରୁ ସେନା ଉପରକୁ ଗୁଳି ମାଡ଼ ହୋଇଥିଲା। ତେବେ ସେନାର ଜବାବୀ ହମଲାରେ ଜଣେ ଆତଙ୍କବାଦୀ ନିପାତ […]
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ବଦଳିଛି ରାଜନୀତିର ଚିତ୍ର। ଆଜିଠୁ ଠିକ୍ ୫ ବର୍ଷ ତଳେ ଅର୍ଥାତ ୧୬ ମେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜର ସ୍ଥାନ ପକ୍କା କରିଥିଲେ ମୋଦି। ହେଲେ ଚଳିତ ବର୍ଷ ଆଜିର ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦବୀକୁ ଫେରିବା ପାଇଁ ମୋଦି ସଂଘର୍ଷ କରୁଛନ୍ତି। ଠିକ୍ ୫ ବର୍ଷ ପୂର୍ବେ ଆଜିର ତାରିଖରେ ଭୋଟ ଗଣତି ହୋଇଥିଲା। ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ପ୍ରଥମ ଥର […]
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ସମସ୍ତ ଅଣ ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜାତୀୟ ସ୍ତରରେ ହେଉଥିବା କସରତର ନେତୃତ୍ୱ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ନେଇଛନ୍ତି। ନିର୍ବାଚନ ପ୍ରଚାର ଠାରୁ ଦୂରେଇ ରହିଥିବା ସୋନିଆ କିନ୍ତୁ ବିଜେପି ବିରୋଧରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ଆସନ୍ତା ୨୩ ତାରିଖରେ ପ୍ରସ୍ତାବିତ ବୈଠକ ପାଇଁ ସୋନିଆ ଡିଏମକେ ମୁଖ୍ୟ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥିବା ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଓ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିଜେପି ଓ ଶାସକ ଟିଏମସି ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରୋଡ୍ ଶୋ’ରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ବେଳେ ଏହି ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଥିଲା। ତେଣୁ ବିଜେପି ଓ ଟିଏମସି ଏଥିପାଇଁ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି […]
ନୂଆଦିଲ୍ଲୀ: ଚିଟ୍ଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାର ଆଜି ତାଙ୍କ ନୂଆ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ୧୪ ତାରିଖ ବିଜେପି ସଭାପତି ଅମିତ ଶାହଙ୍କ ରୋଡ ଶୋ’ ବେଳେ ହୋଇଥିବା ହିଂସା କାଣ୍ଡ ଘଟଣାରେ ସିଆଇଡି ପୂର୍ବ ସୂଚନା ପାଇନଥିବା ଦର୍ଶାଇ ନିର୍ବାଚନ କମିଶନ ଗତକାଲି ତାଙ୍କୁ ସିଆଇଡି ଏଡିଜି ପଦରୁ ଅବ୍ୟାହତି ଦେଇଥିଲେ। ତାଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ଗୃହ ମନ୍ତ୍ରଣାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇ […]