• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rafgel;
ମିନିଷ୍ଟ୍ରି ଫାଇଲ୍‌ରୁ ରାଫେଲ୍‌ ତଥ୍ୟ ଚୋରି କରିଥିଲେ ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: ରାଫେଲ୍‌ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ନେଇ ସୁପ୍ରିକୋର୍ଟରେ ଅଭିଯୋଗ ଆଣିଲେ ସରକାର। କୌଣସି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଏହି ତଥ୍ୟ ଚୋରି ହୋଇଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ବୁଧବାର ସୁପ୍ରିମ୍‌କୋର୍ଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାଫେଲ୍‌ ବିମାନର ମୂଲ୍ୟ ନେଇ ଥିବା ତଥ୍ୟକୁ କେହି ଜଣେ ସରକାରୀ ଫାଇଲ୍‌ରୁ ଚୋରି କରି ନେଇଛନ୍ତି। ଏଥିସହିତ ତଥ୍ୟକୁ ପବ୍ଲିସ୍‌ କରିବା ପାଇଁ ‘ଦ ହିନ୍ଦୁ’ ଖବରକାଗଜକୁ ଦେଇଛନ୍ତି। ଏଥିରେ […]

  • Tuesday, 20 July 2021
modi
ସଫେଇ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ଫଣ୍ଡରୁ ମୋଦି ଦେଲେ ୨୧ ଲକ୍ଷ

ନୂଆଦିଲ୍ଲୀ: କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଭଳି ଆର୍ଥିକ ସହାୟତା ସେ ସରକାର ରାଜକୋଷରୁ କରି ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ସେଭିଙ୍ଗ୍ ଆକାଉଣ୍ଟରୁ ଦେଇଛନ୍ତି। ଶ୍ରୀ ମୋଦି ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା କୁମ୍ଭ ସଫେଇ କର୍ମଚାରୀ କର୍ପସ ଫଣ୍ଡ୍‌(କେଏସ୍‌କେସିଏଫ୍‌)ଙ୍କୁ ଦାନ କରିଛନ୍ତି। ଫେବ୍ରୁଆରୀ ୧୪ ତାରିଖରେ ପ୍ରୟାଗରାଜର ଚାଲିଥିବା କୁମ୍ଭ ମେଳାରେ ଗଙ୍ଗା ଯମୁନା ଓ ସରସ୍ୱତୀର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ […]

  • Tuesday, 20 July 2021
indiatvnews
ସାହସ ଅଛି ତ ମୋ ବିରୁଦ୍ଧରେ ମାମଲା କର: ଦିଗ୍‌ବିଜୟ ସିଂହ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏକ ‘ଦୁର୍ଘଟଣା’ ବୋଲି କହିବା ପରେ ବିଜେପି ନେତାମାନେ ତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ତାଙ୍କର ଅନ୍ୟ ମନ୍ତ୍ରୀମାନେ ଦିଗ୍‌ବିଜୟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ଘଟଣାରେ ପରେ ପ୍ରତିକ୍ରିୟା ରଖିଛନ୍ତି ଦିଗ୍‌ବଜୟ ସିଂହ। ଏନେଇ ସେ ଆଜି ସକାଳୁ ଗୋଟେ ଗୋଟେ ପରେ ଟ୍ୱିଟ୍‌ କରି କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସାହସ […]

  • Tuesday, 20 July 2021
1
ସ୍କୁଲ୍‌ରେ ପଢ଼ାଯିବ ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ

ଜୟପୁର: ଏଣିକି ସ୍କୁଲ୍‌ରେ ଛାତ୍ରୀଛାତ୍ରୀମାନେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦରଙ୍କ ବୀରତ୍ଵର କାହାଣୀ ପଢ଼ିବେ। ରାଜସ୍ଥାନର ସ୍କୁଲ୍‌ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଅଭିନନ୍ଦନ ବର୍ତମାନଙ୍କ ସଫଳତାର କାହାଣୀ ସ୍ଥାନ ପାଇବ। ଏନେଇ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସ୍ରା ଏକ ପ୍ରସ୍ତାବ ଆଗତ କରିଛନ୍ତି। ପାଇଲଟ୍‌ ଶିକ୍ଷାକୁ ଅଗ୍ରାଧିକାର ଦେଇ ଅଭିନନ୍ଦନଙ୍କ ସାହାସିକତାର କାହାଣୀ ସମ୍ମାନର ସହିତ ରାଜସ୍ଥାନର ସ୍କୁଲ୍‌ ସିଲାବସ୍‌ରେ ସ୍ଥାନ ପାଇବ ବୋଲି ଶିକ୍ଷାମନ୍ତ୍ରୀ ସୋମବାର ଟ୍ୱିଟ୍‌ କରି ଜଣାଇଛନ୍ତି। ସେହିପରି ଏକ […]

  • Tuesday, 20 July 2021
k
ବାୟୁସେନାର ମିଗ୍-୨୧ ବାଇସନ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ବିକାନେର: ରାଜସ୍ଥାନର ବିକାନେରରେ ଭାରତୀୟ ବାୟୁସେନାର ମିଗ୍-୨୧ ବାଇସନ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ନାଲ୍ ଏୟାରବେସ୍‌ରୁ ମିଗ୍-୨୧ ଅଭ୍ୟାସ ଉଡ଼ାଣ ପାଇଁ ଅପରାହ୍ଣରେ ବାହାରିଥିଲା। କିଛି ସମୟ ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏୟାରକ୍ରାଫ୍ଟରେ ଏକ ପକ୍ଷୀ ପିଟି ହୋଇଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି। କିନ୍ତୁ ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। […]

  • Tuesday, 20 July 2021
ndvt
ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ ସହର

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ କଥା କହୁଥିବା ଭାରତ କେତେ ପ୍ରଦୂଷଣ ମୁକ୍ତ ଓ ପରିଷ୍କାର ତା’ର ଅସଲ ଚିତ୍ର ସାମ୍ନାକୁ ଆସିଛି। ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛି। ସେହିପରି ବିଶ୍ୱର ୧ ନଂ ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍‌ ପିସ୍‌ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ଅନୁଯାୟୀ, ଦିଲ୍ଲୀର ଦକ୍ଷିଣ ପୂର୍ବ […]

  • Tuesday, 20 July 2021
dfdf
ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ସଫଳତା

ନୂଆଦିଲ୍ଲୀ: ସାରା ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ମିଳିଛି ବ୍ୟାପକ ସଫଳତା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଦେଶବ୍ୟାପୀ ଉଜ୍ଜ୍ୱଳା ଯୋଜନାରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୭ କୋଟିକୁ ଛୁଇଁଛି। ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।   କେନ୍ଦ୍ର ସରକାର ଉଜ୍ଜଳା ଯୋଜନା ଜରିଆରେ ହିତାଧିକାରୀଙ୍କୁ ସ୍ୱଛ ଇନ୍ଧନ ଯୋଗାଇବା ପ୍ରକ୍ରିୟା ଜାରି ରଖିଛନ୍ତି। କେବଳ ଇନ୍ଧନ ନୁହେଁ,  ମହିଳାଙ୍କ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ […]

  • Tuesday, 20 July 2021
ndtv
ବାଲାକୋଟ୍‌ ଏୟାର୍ ଷ୍ଟ୍ରାଇକକୁ ନେଇ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବାଲାକୋଟ ଉପରେ ଭାରତର ଏୟାର୍ ଷ୍ଟ୍ରାଇକକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବା ବେଳେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ। ଏଭଳି ଆକ୍ରମଣ ବେଳେ ଘଟଣାସ୍ଥଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥାନ୍ତି। ଗୁଇନ୍ଦା ରିପୋର୍ଟ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ପଦକ୍ଷେପ ନିଆଯାଇଥାଏ ବୋଲି ଭି.କେ. ସିଂହ କହିଛନ୍ତି। ଭାରତର ଏୟାର୍ ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ମୃତ୍ ହୋଇଥିବା ଆଶଙ୍କା କରାଯାଉଛି ବୋଲି ସ୍ପଷ୍ଟ କରିଛନ୍ତି। ବାଲାକୋଟ ଆକ୍ରମଣରେ କେବଳ ଆତଙ୍କବାଦୀମାନଙ୍କୁ […]

  • Tuesday, 20 July 2021
d
ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍

ନୂଆଦିଲ୍ଲୀ: ଏଣିକି ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍। ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ ଉପଲବ୍ଧ ହେବ। ଇଂରାଜୀ ଓ ହିନ୍ଦୀ ଛଡ଼ା ଅନ୍ୟ ଆଞ୍ଚଳିକ ଭାଷାରେ ଟ୍ରେନ୍ ଟିକେଟ୍ ଛାପିବା ନେଇ ରେଲ୍‌ୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଓଡ଼ିଶାରେ ଥିବା ୩୧୭ଟି ଷ୍ଟେସନରେ ମିଳିବ ଓଡ଼ିଆ ଭାଷାରେ ମୁଦ୍ରିତ ହୋଇଥିବା ଟିକେଟ। ରାଜ୍ୟର ବିଭିନ୍ନ ରେଲ୍‌ୱେ କାଉଣ୍ଟରରୁ ଓଡ଼ିଆ ଭାଷା ଥିବା ଅଣସଂରକ୍ଷିତ ଟିକେଟ ମିଳିବ। ଏହାଦ୍ୱାରା ହିନ୍ଦୀ, […]

  • Tuesday, 20 July 2021
Arun Jaitley
ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅରୁଣ ଜେଟ୍‌ଲୀ ଆମେରିକା ଗସ୍ତ କରିଥିବା ସୂଚନା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ହଠାତ୍‌ ଆମେରିକା ଗସ୍ତ କରିଥିବା ସୂଚନା ମିଳିଛି। ଗତବର୍ଷ ମେ’ ୧୪ ତାରିଖରେ ତାଙ୍କର ରିନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ସର୍ଜରୀ ହୋଇଥିଲା। ଗତ ୯ମାସ ହେବ ସେ ବିଦେଶ ଗସ୍ତ କରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମେଡିକାଲ୍‌ ଚେକ୍‌ ଅପ୍‌ ପାଇଁ ଜେଟ୍‌ଲୀ ରବିବାର ରାତିରେ ଆମେରିକା ଗସ୍ତ କରିଛନ୍ତି। ଫେବୃଆରୀ ୧ ତାରିଖରେ ଅରୁଣ ଜେଟ୍‌ଲୀ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିବେ। ଏହା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ […]

  • Tuesday, 20 July 2021
fd
ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର୍‌: ୬୦ ଘଣ୍ଟାରେ ୫ ସୁରକ୍ଷାକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପୱାଡ଼ା ଜିଲ୍ଲାରେ ତିନି ଦିନ ଧରି ଜାରି ରହିଛି ଆଣ୍ଟି ଟେରୋରିଷ୍ଟ ଅପରେସନ୍। କୁପୱାଡ଼ା ଜିଲ୍ଲାର ବଡ଼ଗାମ ଓ ହଣ୍ଡୱାରାରେ ସିଆର୍‌ପିଏଫ୍, ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍‌ କରାଯିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ତଦନ୍ତ କରି ଯାଞ୍ଚ କରାଯାଉଛି। ଏକାଧିକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ କୁପୱାଡ଼ାକୁ ଏକରକମ ସିଲ୍ କରି ଦେଇଛନ୍ତି ସୁରକ୍ଷାବାହିନୀ। ବର୍ତ୍ତମାନ ସୁଦ୍ଧା ତିନି […]

  • Tuesday, 20 July 2021
rahul;
୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଜ୍ୟ ଗୁଜରାଟ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଏସ୍‌ପି-ବିଏସ୍‌ପିଙ୍କ ଦୂଆର ବନ୍ଦ୍ ପରେ ‘ଏକ୍‌ଲା ଚଲୋ’ ନୀତି ଆପଣାଇଛି କଂଗ୍ରେସ। ଏହି […]

  • Tuesday, 20 July 2021
dna
ଆଜିଠାରୁ ପାକିସ୍ତାନକୁ ଗଡ଼ିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍

ନୂଆଦିଲ୍ଲୀ: ଆଜିଠାରୁ ପୁଣିଥରେ ଚାଲିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍। ଆଜି ଭାରତ ପଟୁ ଅର୍ଥାତ୍ ଦିଲ୍ଲୀରୁ ଏହି ଟ୍ରେନ୍‌ ପାକିସ୍ତାନକୁ ଗଡ଼ିବ। ବାଲାକୋଟ୍‌ରେ ଭାରତୀୟ ବାୟୁ ସେନାଙ୍କ ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ପାକିସ୍ତାନ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା ପରେ ଉଭୟ ଦେଶ ମିଳିତ ଭାବେ ଟ୍ରେନ୍‌ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି କରିବାକୁ ସମଝୌତା […]

  • Tuesday, 20 July 2021
crt
ପରକୀୟା ପ୍ରୀତିକୁ ନେଇ ଏମିତି ପ୍ରଶ୍ନ କଲେ କୋର୍ଟ

ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ କି ନା, ତାହା ଜାଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍‌ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପରକୀୟା ପ୍ରୀତିକୁ ନେଇ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବାରୁ, ଏପରି ବାରମ୍ବାର ଘଟିବା ପଛରେ କ’ଣ କାରଣ ରହିଛି ତାହା […]

  • Tuesday, 20 July 2021
gold
କମିଲା ସୁନା ଓ ରୁପା ଦର 

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ହ୍ରାସ ପାଇଛି। ସୁନାଦର ହ୍ରାସ ହେବା ସହିତ ରୁପାର କେଜି ପ୍ରତି ଦର ମଧ୍ୟ ୫୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହା ୩୮,୯୮୦ ଟଙ୍କାକୁ ଖସି ଆସିଛି। ସୂଚନା ଅନୁସାରେ, ଦିଲ୍ଲୀରେ […]

  • Tuesday, 20 July 2021
yashin
ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କ ବିରୋଧରେ ପିଏସ୍‌ଓ ଆକ୍ଟରେ ମାମଲା ରୁଜୁ

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍‌ଏଫ୍‌ (ଜମ୍ମୁ ଆଣ୍ଡ କଶ୍ମୀର ଲିବରେସନ ଫଣ୍ଡ୍‌) ପାର୍ଟି ମୁଖିଆ ୟାସିନ୍‌ ମାଲିକଙ୍କୁ ପବ୍ଲିକ ସେଫ୍‌ଟି ଆକ୍ଟ(ପିଏସ୍‌ଏ)ରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ  ଜମ୍ମୁର ଭାଲ୍‌ୱାଲ୍‌ ଜେଲ୍‌କୁ  ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି  ଜେକେଏଲ୍‌ଏଫ୍‌ ପାର୍ଟିର ପ୍ରବକ୍ତା। ତେବେ ଏହି ସେଲ୍‌ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍‌ କାହା ସହ କଥା ହୋଇପାରିବେ ନାହିଁ। ପିଏସ୍‌ଏ ଆକ୍ଟ ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ […]

  • Tuesday, 20 July 2021
you
ଫେକ୍‌ ନ୍ୟୁଜ୍‌ ଉପରେ ରୋକ୍ ଲଗାଇବା ୟୁ ଟ୍ୟୁବ୍

ନୂଆଦିଲ୍ଲୀ: ଫେସବୁକ୍‌ ପରେ ଏବେ ଭିଡିଓ ସର୍ଚ୍ଚ ଇଞ୍ଜିନ୍‌ ୟୁ ଟ୍ୟୁବ୍‌ ଫେକ୍‌ ନ୍ୟୁଜ୍‌ ଉପରେ ରୋକ ଲଗାଇବ। ଏମିତିକି ଭିଡିଓ ଅପଲୋଡ୍‌ କରିଥିବା ବ୍ୟକ୍ତି ବା ସଂସ୍ଥାର ସମସ୍ତ ତଥ୍ୟ ଦେବ ୟୁ ଟ୍ୟୁବ୍‌। ଏବେ ୟୁ ଟ୍ୟୁବ୍ ଟେଲିଭିଜନ ଭଳି ବ୍ରେକିଂ ନ୍ୟୁଜ୍, ଟପ୍ ନ୍ୟୁଜ୍ ପୋଷ୍ଟ କରାଯିବାର ବ୍ୟବସ୍ଥା କରିଛି। ଭାରତରେ ଏହା ଏବେ ଆରମ୍ଭ ହୋଇଛି। ବଡ଼ ବଡ଼ ଘଟଣା ହେଲେ ଅନେକ ଭିଡିଓ ଅପଲୋଡ୍ ହେଉଛି। ହେଲେ ସଂପୃକ୍ତ ଖବର […]

  • Tuesday, 20 July 2021