ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଭାରତର ଦ୍ୱିତୀୟ ଧନୀ ହୋଇଥିବା ବିଜ୍ନେସ୍ ପତ୍ରିକା ଫୋର୍ବସ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀ ପୂର୍ବବତ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ୍ ପକ୍ଷରୁ ୨୦୧୯ ମସିହା ପାଇଁ ପ୍ରକାଶିତ ଧନୀଙ୍କ ତାଲିକାରେ ଏହା ଦର୍ଶାଯାଇଛି। ଅମ୍ବାନୀ ଲଗାତାର ୧୨ଥର ପାଇଁ ଏହି ସଫଳତା ପାଇଛନ୍ତି। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅମ୍ବାନୀଙ୍କ ସମ୍ପତ୍ତି ୩.୭ ଲକ୍ଷ କୋଟି ଟଙ୍କା […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ପାଖାପାଖି ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଗତକାଲି ଜମ୍ମୁ କାଶ୍ମୀର ଡିଜିପି ଦିଲବଗ୍ ସିଂହ ପୁଞ୍ଚ ଜିଲ୍ଲାରେ ସମୀକ୍ଷା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରି ଆତଙ୍କବାଦୀମାନେ ହିଂସା ଘଟାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ହେଲେ ଭାରତୀୟ ସେନାଙ୍କ ରଣନୀତି ମଧ୍ୟ ବହୁତ ମଜବୁତ ରହିଛି। ତେଣୁ ସେମାନଙ୍କର କୌଣସି ଯୋଜନା ଏଯାବତ ସଫଳ ହୋଇ ନାହିଁ ବୋଲି […]
ନୂଆଦିଲ୍ଲୀ: ମୁମ୍ୱାଇ ଆରେ ଜଙ୍ଗଲରେ ପ୍ରଶାସନ ଦ୍ୱାରା ଗଛ କଟା ଯାଉଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଏବେ ଯାହା ଯେତିକି ଗଛ କଟା ହୋଇଛି ସେତିକି ରହିବ। ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଆଉ ଗଛ କଟା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତ ଶୁଣାଣି ଅକ୍ଚୋବର ୨୧ରେ ହେବ। ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗି ସୁପ୍ରିମକୋର୍ଟ କହିଛନ୍ତି, ଗଛ କାଟିବା ପୂର୍ବରୁ ପ୍ରଶାସନ କେତେ ଗଛ ଲଗାଇଛି ଓ […]
ମୁମ୍ୱାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମହରାଷ୍ଟ୍ରର ଜଳଗାଁର ବିଜେପି ନେତା ତଥା କର୍ପୋରେଟର ରବୀନ୍ଦ୍ର ଖରାତ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି। ଗତକାଲି ରାତି ୯ ଟା ୩୦ ସମୟରେ ଦୁର୍ବୃତ୍ତମାନେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ରବୀନ୍ଦ୍ର ତାଙ୍କ ଘର ସାମ୍ନାରେ ବସିଥିଲେ। ଏହି ସମୟରେ ହଠାତ୍ କିଛି ଅଜଣା ଲୋକ ଆସିଥିଲେ। ଏହାପରେ […]
ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ କାର୍ ଉପରେ ମାଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଝାନ୍ସୀ ଜିଲ୍ଲାର ତୋଣ୍ଡି ଫତେପୁରି ଅଞ୍ଚଳରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲା। ମିଳିଥିବା ସୂଚନା […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ୍ କନଫରେନସ(ଏନସି)ର ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲାଙ୍କୁ ଆଜି ନିଜ ଦଳର ୧୫ ଜଣିଆ ପ୍ରତିନିଧି ଦଳ ଭେଟିଛନ୍ତି। ଫାରୁକଙ୍କୁ ତାଙ୍କ ଶ୍ରୀନଗର ବାସଭବନରେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲାଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସରେ ଏନସି ପ୍ରତିନିଧି ଦଳ ଭେଟିଛନ୍ତି। ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ଦୁଇ ନେତା ଗୃହବନ୍ଦୀ ରହିଛନ୍ତି। ହିଂସା ଆଶଙ୍କା ଯୋଗୁ […]
ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଟ୍ରେନର୍(ପ୍ରଶିକ୍ଷଣ) ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ୨ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରକାଶ ବିଶାଲ ବୋଲି ଜଣାପଡ଼ି ଥିବାବେଳେ ଅନ୍ୟ ଜଣେ ମହିଳା ପାଇଲଟ ରହିଛନ୍ତି। ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ସୁଲତାନପୁରରେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରଶିକ୍ଷଣ ବିମାନ ଥିଲା ବୋଲି ଜଣାପଡ଼ିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସି ପଡ଼ିବା ପରେ ସ୍ଥାନୀୟ ଲୋକମାନେ […]
ବାଗଦାଦ୍: ଇରାକ୍ରେ ସରକାର ବିରୋଧୀ ଆନ୍ଦୋଳନ କ୍ରମଶଃ ତୀବ୍ର ହେବାରେ ଲାଗିଛି। ଏଥିରେ ପାଖାପାଖି ୧୦୦ ଜଣଙ୍କର ଜୀବନ ଯାଇଛି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିକ୍ଷୋଭକାରୀ ବୋଲି ଜଣାପଡ଼ିଛି। ନିଯୁକ୍ତି ଏବଂ ଉନ୍ନତ ମାନର ସେବା ଯୋଗାଇବାରେ ସରକାର ବିଫଳ ହେବାପରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଶନିବାର ରାତିରେ ହିଁ ବାଗଦାଦ୍ ଏବଂ ଦକ୍ଷିଣ ଇରାକ ଅଞ୍ଚଳରେ ଏହି ଆନ୍ଦୋଳନ ଜୋର୍ ଧରିଛି। ଏହି ଘଟଣା ପରେ ଜାତିସଂଘ କହିଛି, ୫ ଦିନ ଧରି ଲୋକ […]
ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଝଟ୍କା। ବରିଷ୍ଠ କଂଗ୍ରେସ ନେତା ତଥା ୪-୪ଥର ବିଧାୟକ ହୋଇଥିବା ପ୍ରହ୍ଲାଦ ସିଂହ ଆଜି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ଙ୍କ ଉପସ୍ଥିତିରେ ପ୍ରହ୍ଲାଦ ଆପ୍ରେ ସାମିଲ୍ ହୋଇଛନ୍ତି। ଆସନ୍ତାବର୍ଷ ଆରମ୍ଭରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଟିକେଟକୁ ନେଇ ପ୍ରହ୍ଲାଦ ଅସନ୍ତୋଷ ଥିଲେ ବୋଲି ଜଣାପଡ଼ିଛି। ଦଳରେ ସେ ଅସନ୍ତୋଷ ଜାହିର କରିବା ପରେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ […]
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୮ରେ ବାୟୁସେନାର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ଅବସରରେ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୌରିଆ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ ଟିମ୍ର ଗ୍ରୁପ କ୍ୟାପଟନେ ସତୀଶ ପାଓ୍ୱାର ଓ ଏୟାର ଷ୍ଟ୍ରାଇକର ନେତୃତ୍ୱ ନେଇଥିବା ମିଣ୍ଟି ଅଗ୍ରୱାଲଙ୍କୁ ସମ୍ମାନିତ କରିବେ। ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ୨୭ ତାରିଖରେ ବାୟୁସେନାର ୫୧ ସ୍କ୍ୱାର୍ଡନ, ପାକିସ୍ତାନର […]
ବିଶାଖାପଟନମ୍: ନର୍ସିଂହୋମ୍ରେ ଜଣେ ଅବିବାହିତ ଯୁବତୀ ପ୍ରସବ କରିବା ପରେ ନବଜାତ ଶିଶୁକୁ ଛାଡ଼ି ପଳାଇବା ପରେ ଉକ୍ତ ଶିଶୁକୁ ଏକ ମନ୍ଦିର ପାଖରେ ଫିଙ୍ଗି ଦିଆଯାଇଥିଲା। ଶିଶୁଟିକୁ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶ କୃଷ୍ଣ ଜିଲ୍ଲାର ମଚିଲିପଟନମ୍ର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଜଣେ ଅବିବାହିତ ଯୁବତୀ ଅକ୍ଟୋବର ୧ ତାରିଖରେ ମଚିଲିପଟନମ୍ର ଏକ ନର୍ସିଂହୋମ୍ରେ ପ୍ରସବ ପରେ ଛୁଆକୁ ଛାଡ଼ି ପଳାଇଥିଲେ। […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ. ଶିବନ୍ଙ୍କ ସରଳତା ସମସ୍ତଙ୍କ ହୃଦୟ ଜିତି ପାରିଛି। ଏବେ ସୋଶାଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ସେ ବିମାନର ଏକ ଇକୋନମି କ୍ଲାସ୍ରେ ଯାତ୍ରା କରୁଛନ୍ତି ଯାହାକୁ ଲୋକମାନେ ଖୁବ୍ ପ୍ରଶଂସା କରିଛନ୍ତି। ଇଣ୍ଡିଗୋ ବିମାନର ଇକୋନମି କ୍ଲାସ୍ରେ ସେ ଯାତ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଯେତେବେଳେ ସେ ବିମାନ ଭିତରକୁ ପ୍ରବେଶ କରିବା ମାତ୍ରେ […]
ମାଲଦା: ପଶ୍ଚିମବଙ୍ଗ ମାଲଦାରେ ଡଙ୍ଗା ବୁଡ଼ି ୫ ଜଣ ପ୍ରାଣ ହରାଇଛନ୍ତି। ତେବେ ୨୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ତଲାସ ଅଭିଯାନ ଜାରି ରହିଛି। ଗୁରୁବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ବୋଟ୍ ରେସ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାଖାପାଖି ୬୦ ଜଣ ଲୋକ ଡଙ୍ଗାରେ ଜଗଦିଶ୍ପୁର ଘାଟିରୁ ବିହାରର କଟିହାର ଯାଉଥିଲେ। ତେବେ ଅଧା ବାଟରେ ଡଙ୍ଗାଟି ମହାନନ୍ଦା ନଦୀରେ ବୁଡ଼ି ଯାଇଥିଲ। ଖବର […]
ପାଟନା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରାମ୍ କ୍ରିପାଲ୍ ଯାଦବ। ପାଟନାରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସମର୍ଥକଙ୍କ ସହ ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବେଳେ ନଦୀ ଭିତରେ ଡଙ୍ଗା ଓଲଟି ପଡ଼ିବାରୁ ରାମ୍ କ୍ରିପାଲ୍ ବୁଡ଼ି ଯାଇଥିଲେ। ତେବେ ତତ୍କ୍ଷଣାତ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବୁଧବାର ଦିନ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରାମ୍ କ୍ରିପାଲ୍ ନିଜ ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବାପାଇଁ ଦରଧା ନଦୀ […]
ହାଇଦ୍ରାବଦ: ହାଇଦ୍ରାବଦ୍ରେ ଥିବା ଇସ୍ରୋର ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଙ୍ଗ୍ ସେଣ୍ଟର(NRSC)ର ଜଣେ ବୈଜ୍ଞାନିକଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍ରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଏସ୍ ସୁରେଶ(୫୬)।ମଙ୍ଗଳବାର ଦିନ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅସାରେ, ସୁରେଶଙ୍କୁ କିଛି ଅଜଣା ଦୁର୍ବୃତ୍ତ ଅମିର୍ପ୍ରୀତ୍ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟରେ ତାଙ୍କ ଘରେ ହତ୍ୟା କରିଥିବା ଜଣାପଡ଼ିଛି। ସୁରେଶଙ୍କ ଘର କେରଳରେ। ହେଲେ ଏଠାରେ ସେ ଏକାକୀ ରୁହନ୍ତି। ଘଟଣାଟା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ […]
ନୂଆଦିଲ୍ଲୀ: ପର୍ଣ୍ଣ ୱେବ୍ସାଇଟ୍ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟର ଗୁଡ଼ିକରେ ବିନା ଭୟରେ ଲୋକମାନେ ପର୍ଣ୍ଣ ଭିଡିଓ ଦେଖୁଥିବା ଜଣାପଡ଼ିଛି। ବ୍ୟାନ୍ ପରେ କିଛି ପର୍ଣ୍ଣ ୱେବସାଇଟ୍ ଏକ ନୂଆ ଉପାୟ ଆପଣାଇଛନ୍ତି। ସେମାନେ ସରକାର ବ୍ୟାନ୍ କରିଥିବା ୱେବସାଇଟ୍ ନାଁରେ ସାମାନ୍ୟ ପରିବର୍ତ୍ତନ କରି ଏହି ବ୍ୟବସାୟ ଚଲାଇଛନ୍ତି। ଭାରତ ସରକାର .com ଡୋମେନ୍ରେ ଖୋଲା ହୋଇଥିବା ପର୍ଣ୍ଣ ୱେବ୍ସାଇଟ୍କୁ ବ୍ୟାନ୍ କରିଥିଲେ। […]
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ବୋହୂ ଐଶ୍ୱର୍ଯ୍ୟା ରାୟ ଶାଶୁ ଘର ଲୋକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ପ୍ରଥମଥର ପାଇଁ ଶାଶୁ ଘର ଲୋକଙ୍କ ବିରୋଧରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ସେ ଲାଲୁଙ୍କ ପତ୍ନୀ ତଥା ଶାଶୁ ରାବିଡି ଦେବୀ ଓ ନଣନ୍ଦ ତଥା ଲାଲୁଙ୍କ […]
ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ରୋକିବାକୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ପିଆଜ ରପ୍ତାନୀ ଉପରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ରୋକ୍ ଲଗାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ନିଷେଧାଶ ଜାରି କରିଛି କେନ୍ଦ୍ର। ୨୦୧୫ ତୁଳନାରେ ଏବେ ଦେଶର ପିଆଜ ଦାମ୍ ଅଧିକ ରହିଛି। ପିଆଜ ଦର କିଲୋ ପିଛା ୭୦ଟଙ୍କା ପାର୍ ହେବାପରେ ଲୋକେ […]
ବେଜିଂ: ଚୀନ୍ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩୬ଜଣ ମୃତ୍ୟୁ ଘଟିଥିବା ବେଳେ ୩୬ଜଣ ଆହତ ହୋଇଛନ୍ତି। ଏକ୍ସପ୍ରେସ୍ୱେରେ ଏକ ବସ୍ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଜିୟାଙ୍ଗସୁ ପ୍ରଦେଶ ନିକଟରେ ଚାଙ୍ଗ୍ଚୁନ୍-ଶେନ୍ଜେହନ୍ ଏକ୍ସପ୍ରେସ୍ୱେରେ ଶନିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଟ୍ରାଫିକ୍ ଅତିକ୍ରମ କରିବା ପୂର୍ବରୁ ଏକ ଟ୍ରକ୍କୁ ଧକ୍କା ଦେଇଥିଲା। […]
ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି। ତେବେ ଚଳିତ ମାସ ସରିବା ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୩୦ ସୁଦ୍ଧା ସବୁ ଜରୁରୀ କାମ ସାରିବା ମଧ୍ୟ ଆବଶ୍ୟକ। ତେବେ ଆମେ ଏଠି ଆପଣଙ୍କୁ ସେଇ ଜରୁରୀ କାମ କଥା କହୁଛୁ ଯାହାକି ପାନ୍ କାର୍ଡ ସହ ଜଡ଼ିତ। ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରିବା ପାଇଁ ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି। ଏନେଇ ସେଣ୍ଟ୍ରାଲ୍ […]
ଲୁଇସ୍ଭିଲେ: ମ୍ୟୁଜିକ୍ ଫେଷ୍ଟିଭାଲ୍ରେ ରିପୋର୍ଟିଙ୍ଗ କରୁଥିବା ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍ କ୍ୟାମେରା(On air Camera)ରେ ଜଣେ ବ୍ୟକ୍ତି ଚୁମ୍ବନ କରିବା ପାଇଁ ପ୍ରୟାସ କରୁଥିବା ଭିଡିଓ ସୋଶାଲ୍ ମିଡିଆରେ ଏବେ ଭାଇରାଲ୍ ହୋଇଛି। ଏଭଳି ବ୍ୟବହାର ପାଇଁ ଉକ୍ତ ବ୍ୟକ୍ତିଙ୍କୁ କେବଳ ପଶ୍ଚାତାପ କରିବାକୁ ପଡ଼ିନାହିଁ ବରଂ ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି। ରିପୋର୍ଟଙ୍କ ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଗତ ଶୁକ୍ରବାର ଆମେରିକାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜାତିସଂଘ ସାଧାରଣ ଅଧିବେଶନରେ ସମସ୍ତଙ୍କ ଆଶାଠାରୁ କିଛି ଭିନ୍ନ ଭଙ୍ଗୀରେ ଭାଷଣ ରଖିଛନ୍ତି। ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ (ଗୌତମ ବୁଦ୍ଧଙ୍କ ଶାନ୍ତିବାର୍ତ୍ତା) ଦେଇଛି ଭାରତ। ଏଥିସହ ଜଳବାୟୁ, ଆତଙ୍କବାଦ ବିରୋଧରେ ଲଢ଼େଇ, ବିଶ୍ୱ ଶାନ୍ତି ବଜାୟ ରଖିବା ଆଦି ପ୍ରସଙ୍ଗରେ ଭାଷଣ ରଖିଥିଲେ ମଧ୍ୟ ଚତୁରତାର ସହିତ ପାକିସ୍ତାନର ନାମ ନେଇ ନାହାନ୍ତି। ସେ ଏହି ଅଭିଭାଷଣ ଆରମ୍ଭରେ ତାଙ୍କ ସରକାରର ବିଭିନ୍ନ ଯୋଜନା […]
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଏକ ଫଟୋ ଟ୍ୱିଟ୍ କରି ଶେଆର୍ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା […]
ନୂଆଦିଲ୍ଲୀ: ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବାବେଳେ ସମ୍ପର୍କ ଛିନ୍ନ ହୋଇ ନ ଥିଲା ବରଂ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟରେ ପହଞ୍ଚି ଯାଇଥିଲା। ଲ୍ୟାଣ୍ଡର ବିକ୍ରମକୁ ନେଇ ଏଭଳି କିଛି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ୍। ସେ କହିଛନ୍ତି, ‘ଲ୍ୟାଣ୍ଡର ବିକ୍ରମ ୩୦୦ ମିଟର ଦୂର ଯାହାକି ଚନ୍ଦ୍ରପୃଷ୍ଠରୁ ଅତି ନିକଟତରରେ ପହଞ୍ଚି ଯାଇଥିଲା। ଏପରିକି ଲ୍ୟାଣ୍ଡିଙ୍ଗ୍ ସମୟରେ ସବୁଠାରୁ ମୁଖ୍ୟ ଓ ଜଟିଳ ସ୍ତର ମଧ୍ୟ ଏହା […]
ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଖୁଲାସା ହେବାପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ପାଖାପାଖି ୪୦ରୁ ଅଧିକ କଲ୍ ଗାର୍ଲ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରେ କିଛି ବଲିଉଡ୍ ଅଭିନେତ୍ରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଏହି ବଡ଼ ଧରଣର ହନି ଟ୍ରାପ୍ରେ ଧନୀ ଲୋକଙ୍କୁ ଟାର୍ଗେଟ୍ କରି କରାଯାଉଥିଲା। ବିଶେଷକରି ବଡ଼ ବଡ଼ ପ୍ରଶାସକ ଏବଂ ରାଜନୀତିକ ବ୍ୟକ୍ତିଙ୍କୁ ବ୍ଲାକ୍ମେଲ କରିବାରେ ଏମାନେ ନିୟୋଜିତ ହୋଇଥିଲେ। […]