ହାଇଦ୍ରାବାଦ: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟୁଥିବାର ଦେଖିବାକୁ ମିଳିଛି। ଗତକାଲି ଆସିଫାବଦରେ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ବାଡ଼େଇଥିବା ବ୍ୟକ୍ତି ହେଉଛନ୍ତି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି। #WATCH Telangana: A […]
ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍ ଜୋନ୍ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ […]
ନୂଆଦିଲ୍ଲୀ: ୩୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହାର ଚାରିପାଖରେ ଗ୍ୟାଲେରୀ ନିର୍ମାଣ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ ୟୁନିଟି ଭାବେ ନାମିତ କରାଯାଇଥିଲା। ହେଲେ ବର୍ଷାରେ ଏହି ୩୦୦୦ ହଜାର କୋଟିର ଷ୍ଟାଚ୍ୟୁ ଅଫ୍ ୟୁନିଟି ବେହାଲ ହୋଇଛି। ଏହି ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଯେଉଁ ଦର୍ଶକ ଗ୍ୟାଲେରୀ ତିଆରି ହୋଇଥିଲା, ବର୍ଷା ବେଳେ ତା’ ଛାତରୁ […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ପ୍ରଥମ ଥର ପାଇଁ “ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି। ଦୀର୍ଘ ୪ମାସ ପରେ ଲୋକଙ୍କ ସହ ନିଜ ମନର କଥା କହୁଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଦେଶବାସୀ ଦ୍ୱିତୀୟ ଥର ପାଇଁ ତାଙ୍କ ସରକାରକୁ ଭୋଟ ଦେବେ ବୋଲି ସେ ଆଶା ରଖିଥିଲେ। ଦେଶବାସୀ ମଧ୍ୟ ତାଙ୍କ ଆଶାକୁ ବଜାୟ ରଖିଥିବାରୁ […]
ରାୟପୁର: ମଞ୍ଚ ଉପରେ କର୍ମୀଙ୍କ ଆଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ସେ ଇସ୍ତଫା ଦେଇଛନ୍ତି ଓ ଏହି ଅବସରରେ ଆଜି ଏକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କର୍ମୀଙ୍କୁ ଆଖି ଛଳ ଛଳ କରି ଉଦବୋଧନ ଦେଉଥିବା ବେଳେ ହଠାତ କାନ୍ଦି ପକାଇଥିଲେ ବାଘେଲ। ଆଜି ନୂଆ ପିସିସି ସଭାପତି ଭାବରେ ମୋହନ ମର୍କମଙ୍କୁ ଦଳ ନିଯୁକ୍ତି ଦେଇଛି। ବାଘେଲ କାନ୍ଦୁଥିବା ବେଳେ ଦଳୀୟ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ଥାନ ନେବେ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେ। ଜାତୀୟ ଇଂରାଜୀ ଖବରକାଗଜ ‘ସଣ୍ଡେ ଗାର୍ଡିଆନ୍’ ଏହି ଖବର ପ୍ରକାଶ କରିଛି। ସିନ୍ଦେଙ୍କ ନାମରେ ପରିବାର ରାଜନୀତି, ଜାତି ରାଜନୀତି ଆଦି ପ୍ରସଙ୍ଗ ଲାଗିନଥିବାରୁ କଂଗ୍ରେସର ବରିଷ୍ଠ ନେତା ଏବଂ ଗାନ୍ଧି ପରିବାର ସୁଶୀଲ କୁମାର ସିନ୍ଦେଙ୍କ ନାମକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ନେତା ଉପ ରାଷ୍ଟ୍ରପତି ଦୌଡ଼ରେ ମଧ୍ୟ ଥିଲେ। ହେଲେ ବିଜେପିର ଉପରାଷ୍ଟ୍ରପତି […]
ମୁମ୍ବାଇ: ମହାରାଷ୍ଟ୍ର ସରକାର ପାରିତ କରିଥିବା ବହୁ ଚର୍ଚ୍ଚିତ ମରାଠା ଆରକ୍ଷଣ ବିଲ୍କୁ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ କାଏମ୍ ରଖିଛନ୍ତି। କୋର୍ଟ ଏହି ଅବସରରେ କହିଛନ୍ତି ରାଜ୍ୟ ସରକାର ନିଜ ଅଧିକାର ଭିତରେ ସୀମିତ ରହି ଏହି ବିଲ୍ ଆଣିଛନ୍ତି। ତେବେ ହାଇକୋର୍ଟ କହିଛନ୍ତି, ଆରକ୍ଷଣର ମାତ୍ରା ୧୬% ହେବା ଉଚିତ ନୁହେଁ। ପଛୁଆ ବର୍ଗଙ୍କ ପାଇଁ ଗଠିତ ବ୍ୟାକ୍ୱାର୍ଡ କମିଶନ୍ଙ୍କ ସୁପାରିସ ଅନୁଯାୟୀ ଏହା ୧୨-୧୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। କୋର୍ଟ ମରାଠା […]
ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲା ଚଦେର ଗାଁରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ହିଁ ଜଣେ ସାଧାରଣ ନାଗରିକ ନଜିର ଅହମଦଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତ ଶାହ ଏବେ ଜମ୍ମୁ କଶ୍ମୀର ଗସ୍ତରେ। […]
ସୋପିଆନ୍: ଦକ୍ଷିଣ କଶ୍ମୀରର ସୋପିଆନ୍ରେ ଥିବା ଐତିହାସିକ ମୋଗଲ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିକ୍ନିକ୍ ପାଇଁ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ର ସୂଚନା ଅନୁଯାୟୀ, ଟେମ୍ପୋଟି ପୁଞ୍ଚରୁ ସୋପିଆନ୍ ଯାଉଥିଲା। ଏହି ଟେମ୍ପୋରେ ଏକ ଘରୋଇ […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଆଉ ଏକ ଝଟ୍କା ଲାଗିଛି। ସ୍ୱିଜରଲ୍ୟାଣ୍ଡ ଅଧିକାରୀମାନେ ସେଠାରେ ଥିବା ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାଁରେ ଥିବା ପ୍ରାୟ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛନ୍ତି। ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ନିରବଙ୍କ ନାଁରେ ପ୍ରାୟ ଆମେରକୀୟ ଡଲାର ୬ ମିଲିୟନ ଓ କିଛି ସମ୍ପତ୍ତି ରହିଥିଲା। ଋଣ ଖିଲାପ […]
ଶ୍ରୀନଗର: ନୂଆ ସରକାର ଗଠନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିନିକିଆ କାଶ୍ମୀର ଗସ୍ତ କରିବେ। ଗସ୍ତ ବେଳେ ରାଜ୍ୟରେ ସାମରିକ ଓ ବେସାମରିକ କାର୍ଯ୍ୟକଳାପ ନେଇ ଆଲୋଚନା କରିବେ। ଏଥି ସହ ହୁରିୟାତ ନେତାଙ୍କ ସହ କଥାବାର୍ତ୍ତା ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ବେଳେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ […]
ମୁମ୍ୱାଇ: ଭାଇଜାନ୍ ସଲମାନ ଖାନ୍ଙ୍କ ଆଉ ଏକ ଦବଙ୍ଗଗିରି। ତାଙ୍କ ନାମରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଧମକ ଏବଂ ମୋବାଇଲ୍ ଛଡ଼ାଇବାର ଅଭିଯୋଗ ଆସିଛି। ଏ ନେଇ ମୁମ୍ବାଇର ସାମ୍ବାଦିକ ଅଶୋକ ପାଣ୍ଡେ ଅନ୍ଧେରୀ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୨ ତାରିଖରେ ଏହାର ଶୁଣାଣି ହେବ। ଅଭିଯୋଗ ଅନୁସାରେ ଗତ ଏପ୍ରିଲ ମାସ ୨୪ ତାରିଖରେ ଅଶୋକ ତାଙ୍କ କ୍ୟାମେରାମ୍ୟାନ୍ ସହିତ ଜୁହୁରୁ କାନ୍ଦିଭାଲି ଅଭିମୁଖେ ଯାଉଥିଲେ। ଠିକ୍ ଏହି ସମୟରେ ସେ ସଲମାନ୍ ଖାନ୍ […]
ମୁମ୍ୱାଇ: ୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ। ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟକୁ ନେଇ ଗ୍ରାହକଙ୍କ ସହ ବଚସା ହେବା ପରେ ପରିବା ବିକାଳି ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ସୋମବାର ବିଳମ୍ୱିତ ରାତିରେ ହନିଫ୍ ସିଦ୍ଦିକି ନାମକ ବ୍ୟକ୍ତି ଦାଦର(ପଶ୍ଚିମ) ରେଲଓ୍ୱେ ଷ୍ଟେଶନ ବାହାରେ ବସିଥିବା ଜଣେ ପରିବା ବିକାଳୀ ପାଖରୁ ପରିବା କିଣିଥିଲେ। ଏଥିପାଇଁ ଏକ ପୁରୁଣା ୧୦ ଟଙ୍କିଆ ନୋଟ୍ ଦେଇଥିଲେ ସିଦ୍ଦିକି। […]
ଅମରାବତୀ: ରାତି ଅଧରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସରକାର ସମୟରେ ହୋଇଥିବା ‘ପ୍ରଜା ବେଦିକା’ ଘରେ ବୁଲଡୋଜର ବୁଲିଛି। ପୂର୍ବତନ ଟିଡିପି ସରକାର ଅମଳରେ ପ୍ରଜା ବେଦିକାର ନିର୍ମାଣ ହୋଇଥିଲା। ସରକାରକୁ ଆସିବା ପରେ ଏହି କୋଠା ବେଆଇନ ବୋଲି ଏବେର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ। ଏହାପରେ “ପ୍ରଜା ବେଦିକା’କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ଆନ୍ଧ୍ର ପ୍ରଶାସନ ପ୍ରଜା ବେଦିକାକୁ ଭାଙ୍ଗିବା କାମ ଆରମ୍ଭ କରିଛି। ସବୁଠୁ ବଡ଼ କଥା ହେଲା […]
ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ପୋମ୍ପିଓଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଦ୍ୱାରା ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ ହେବ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ପମ୍ପିଓ ଭିସା, ନାଗରିକତ୍ୱ, ଆମେରିକାରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନେଇ ଆଲୋଚନା କରିବେ […]