/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728143523.jpg)
Traffic Jam
ଏୟାରପୋର୍ଟ, ରେଳଷ୍ଟେସନ, ବସଷ୍ଟାଣ୍ଡ କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ କାମରେ ବାହାରକୁ ବାହାରୁଛନ୍ତି କି ? ତାହା ହେଲେ ହାତରେ ପ୍ରଚୁର ସମୟ ଧରି ବାହାରକୁ ବାହାରନ୍ତୁ। ନହେଲେ ସବୁ ଗଡବଡ ହୋଇଯିବ। କାରଣ, ରାଜଧାନୀ ରାସ୍ତାରେ ପ୍ରବଳ ଜାମ୍ । ଜୟଦେବ ବିହାର ଛକରୁ ନନ୍ଦନକାନନ ଯିବା ରାସ୍ତା । କେମିତି ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକି ଅଟକି ଯାଉଛି ।
୫ ମିନିଟର ବାଟକୁ ଲାଗୁଛି ୫୦ ମିନିଟ । ଆଉ ୧୦ ମିନିଟର ବାଟକୁ ପାର୍ ହେବାକୁ ଲାଗୁଛି ଦୁଇ ଘଣ୍ଟା । ଖାଲି ଜୟଦେବ ବିହାର ଛକ ନୁହେଁ ଆଚାର୍ଯ୍ୟ ବିହାର ଛକ ଫ୍ଲାଏଓଭର ବ୍ରିଜ ଠାରୁ ଆରମ୍ଭ କରି, ସତସଙ୍ଗ ବିହାର ଛକ, ରସୁଲଗଡ ଛକରୁ ପଳାଶୁଣି ଛକ ପର୍ଯ୍ୟନ୍ତ ଉପରେ ଏବଂ ତଳେ ଖଚାଖଚ୍ ଜାମ୍ । ଭିଡ଼ରେ ଅଶନିଶ୍ବାସୀ ରାଜଧାନୀବାସିନ୍ଦା ।
ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଏବେ ସବୁଠି ଅଫର୍, କିଣାକିଣି ପାଇଁ ଅଧିକ ସଂଖ୍ୟାରେ ବାହାରୁଛନ୍ତି ଲୋକେ । ଦିନ ବେଳେ ଗୁଳୁଗୁଳି ଓ ଗରମ ଯୋଗୁଁ ସନ୍ଧ୍ୟା ସମୟକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଏହାସହ ଛୁଟି ଆରମ୍ଭ ହେଉଥିବାରୁ ଷ୍ଟେସନ, ବସ୍ଷ୍ଟାଣ୍ଡ ଆଦିରେ ବି ଭିଡ଼ ଜମୁଛି । ଦଶହରା ପୂଜା ଆହୁରି ଆରମ୍ଭ ହୋଇନି । ଏବେଠାରୁ ଏତେ ଜାମ ପୂଜାରେ ଆହୁରି କେତେ ଜାମ ନହେବ । ତାକୁ ନେଇ ଚିନ୍ତାରେ ଭୁବନେଶ୍ବରବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)